ପ୍ରମାଣୀକରଣ
ପ୍ରମାଣୀକରଣ » ପ୍ରମାଣୀକରଣ ବିହଙ୍ଗାବଲୋକନ

ପ୍ରମାଣୀକରଣ ଅବଲୋକନ

Aadhaar Authentication

Reference

ଆଧାର ପ୍ରମାଣୀକରଣ କ’ଣ ଅଟେ?

ଆଧାର ପ୍ରମାଣୀକରଣ ହେଲା ସେହି ପ୍ରକ୍ରିୟା ଯାହା ମାଧ୍ୟମରେ ଜଣେ ଆଧାର ସଂଖ୍ୟା ହାସଲ କରିଥିବା ବାସିନ୍ଦାଙ୍କ ଆଧାର ସଂଖ୍ୟା ସହିତ ଜନସଂଖ୍ୟାଗତ ବା ଡେମୋଗ୍ରାଫିକ ତଥ୍ୟ ଏବଂ ଶରୀରଗତ ବା ବାୟୋମେଟ୍ରିକ ତଥ୍ୟକୁ ଯାଞ୍ଚ କରିବା ପାଇଁ ‘ସେଣ୍ଟ୍ରାଲ ଆଇଡେଣ୍ଟିଟିଜ ଡାଟା ରିପୋଜିଟୋରି (ସି.ଆଇ.ଡି.ଆର.)’କୁ ପଠାଯାଏ ଏବଂ ସି.ଆଇ.ଡି.ଆର. ସେହି ତଥ୍ୟକୁ ତା ନିଜ ପାଖରେ ଥିବା ତଥ୍ୟ ସହିତ ମିଳାଇ ତାହାର ସତ୍ୟତା ଥିବା ବା ସତ୍ୟତା ନଥିବା ଯାଞ୍ଚ କରେ ।

ବିହଙ୍ଗାବଲୋକନ

ଜଣେ ବ୍ୟକ୍ତିଙ୍କୁ କେବଳ ଏକ ଆଧାର ସଂଖ୍ୟା ମିଳିଗଲେ ବା ତାହାର ପ୍ରମାଣୀକରଣ ହୋଇଗଲେ, ତାହା ସମ୍ପୃକ୍ତ ଆଧାରଧାରୀଙ୍କୁ ଭାରତୀୟ ନାଗରିକ ବା ଭାରତୀୟ ବାସିନ୍ଦା ହୋଇଯିବାର ଅଧିକାର ବା ପ୍ରମାଣ ପ୍ରଦାନ କରେନାହିଁ ।

ଅନେକ ଅନୁରୋଧକାରୀ (ବା ସେବା ପ୍ରଦାନକାରୀ) ସଂସ୍ଥା ବାସିନ୍ଦାଙ୍କୁ ସେବା ପ୍ରଦାନ କରିବା ପାଇଁ, ରିହାତି ବା ଲାଭ ଯୋଗାଇବା ପାଇଁ ବାସିନ୍ଦାଙ୍କ ପରିଚୟର ପ୍ରମାଣ ଆବଶ୍ୟକ କରନ୍ତି । ସେମାନଙ୍କ ପରିଚୟର ପ୍ରମାଣ ସଂଗ୍ରହ କରିବା ସମୟରେ ସେହି ସେବା ପ୍ରଦାନକାରୀ ସଂସ୍ଥାମାନେ ବାସିନ୍ଦାଙ୍କ ଦ୍ୱାରା ଦିଆଯାଇଥିବା ପରିଚୟର ପ୍ରମାଣ ସମ୍ବନ୍ଧୀୟ ତଥ୍ୟର ସତ୍ୟତା ଯାଞ୍ଚ କରିବା /ନିଶ୍ଚିତ ହେବାରେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।

ଆଧାର ପ୍ରମାଣୀକରଣର ଉଦ୍ଦେଶ୍ୟ ହେଲା ଯେ ତାହା ଏମିତି ଏକ ଡିଜିଟାଲ, ଅନଲାଇନ ଭିତ୍ତିକ ଭିତ୍ତିଭୂମି ପ୍ରଦାନ କରିବ ଯାହା ମାଧ୍ୟମରେ ତତକ୍ଷଣାତ, ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ଜଣେ ଆଧାର ଧାରକଙ୍କ ପରିଚୟର ସତ୍ୟତା ଯାଞ୍ଚ ହୋଇପାରିବ ।

ୟୁ.ଆଇ.ଡି.ଏ.ଆଇ. ଏକ ଆଧାର-ଭିତ୍ତିକ ପ୍ରମାଣୀକରଣକୁ ଏକ ସେବା ଭାବରେ ଯୋଗାଇଦିଏ ଯାହାକୁ ଅନୁରୋଧକାରୀ ସଂସ୍ଥାମାନେ (ସରକାରୀ/ପବ୍ଲିକ ଓ ବେସରକାରୀ ସଂସ୍ଥାମାନେ) ବ୍ୟବହାର କରିପାରିବେ । ୟୁ.ଆଇ.ଡି.ଏ.ଆଇ. ପ୍ରଦତ୍ତ ଏହି ସେବାକୁ ଅନୁରୋଧକାରୀ ସଂସ୍ଥାମାନେ ତାଙ୍କର ଗ୍ରାହକ/କର୍ମଚାରୀ/ଅନ୍ୟ ସହକର୍ମୀଙ୍କ ପରିଚୟର ପ୍ରମାଣୀକରଣ ପାଇଁ (ତାଙ୍କ ବ୍ୟକ୍ତିଗତ ପରିଚୟ ତଥ୍ୟ ସହିତ ମିଳାଇ) ବ୍ୟବହାର କରିପାରିବେ ଏବଂ ତାଙ୍କର ପରିଚୟର ସତ୍ୟତା ପାଇବା ପରେ ନିଶ୍ଚିତତାର ସହ ତାଙ୍କୁ ସେବା/ରିହାତି/ଲାଭ/ବ୍ୟବସାୟରେ ଭୂମିକା/ପରିସର ଆଦି ପ୍ରଦାନ କରିପାରିବେ ।

ପ୍ରମାଣୀକରଣର ମାଧ୍ୟମ –

  • ପ୍ରାଧିକରଣ ଦ୍ୱାରା ସ୍ଥିରୀକୃତ ହୋଇଥିବା ମାନଦଣ୍ଡ ଓ ନିୟନ୍ତ୍ରଣ ଅନୁସାରେ ଗୋଟିଏ ଅନୁରୋଧକାରୀ ସଂସ୍ଥା ପରିଚୟର ପ୍ରମାଣୀକରଣ ପାଇଁ ବୈଦ୍ୟୁତିକ ମାଧ୍ୟମରେ ପଠାଇଥିବା ଏକ ଅନୁରୋଧ ପାଇବା ପରେ ପ୍ରାଧିକରଣ ସେହି ଅନୁରୋଧକୁ ଗ୍ରହଣ କରିବ ।
  • ନିମ୍ନ ଉପାୟରେ ପ୍ରମାଣୀକରଣ କରାଯାଇପାରେ:
    • ଜନସଂଖ୍ୟାଗତ ବା ଡେମୋଗ୍ରାଫିକ ପ୍ରମାଣୀକରଣ: ଆଧାର ସଂଖ୍ୟା ଧାରକଙ୍କଠାରୁ ପ୍ତାପ୍ତ ହୋଇଥିବା ଆଧାର ସଂଖ୍ୟା ଓ ଡେମୋଗ୍ରାଫିକ ତଥ୍ୟକୁ ସି.ଆଇ.ଡି.ଆର.ରେ ଥିବା ଆଧାର ଧାରକଙ୍କ ତଥ୍ୟ ମିଳାଯାଏ ।
    • ଥରକିଆ ପିନ ବା ଓଟିପି ଭିତ୍ତିକ ପ୍ରମାଣୀକରଣ: ପ୍ରାଧିକରଣ ସହ ପଞ୍ଜିକୃତ ଆଧାର ଧାରକଙ୍କ ମୋବାଇଲ ଫୋନକୁ କିମ୍ବା ଇମେଲ ଠିକଣାକୁ କେବଳ କିଛି ସମୟ ପାଇଁ ବୈଧ ଥିବା ଏକ ଓଟିପି ବା ଥରକିଆ ପିନ ପଠାଯାଏ ବା ଅନ୍ୟ ପ୍ରକ୍ରିୟାରେ ସେହି ଓଟିପି ଜାରି କରାଯାଏ । ଆଧାର ଧାରକ ତାଙ୍କ ଆଧାର ସଂଖ୍ୟା ସହିତ ସେହି ଓଟିପିକୁ ପ୍ରମାଣୀକରଣ ସମୟରେ ପ୍ରଦାନ କରିବେ ଏବଂ ତାହା ପ୍ରାଧିକରଣ ଜାରି କରିଥିବା ଓଟିପି ସହିତ ମିଳାଇ ଦେଖାଯିବ ।
    • ବାୟୋମେଟ୍ରିକ ଭିତ୍ତିକ ପ୍ରମାଣୀକରଣ: ଆଧାର ସଂଖ୍ୟା ଧାରକ ପ୍ରଦାନ କରିଥିବା ଆଧାର ସଂଖ୍ୟା ଏବଂ ବାୟୋମେଟ୍ରିକ ବା ଶାରୀରିକ ଚିହ୍ନ ସମ୍ପର୍କିତ ତଥ୍ୟକୁ ସି.ଆଇ.ଡି.ଆର.ର ଡାଟାବେସରେ ଥିବା ଆଧାର ସଂଖ୍ୟା ଧାରକଙ୍କ ତଥ୍ୟକୁ ମିଳାଇ ଦେଖାଯାଏ । ଏହା ଟିପଚିହ୍ନ ଭିତ୍ତିକ ହୋଇପାରେ ବା ଚକ୍ଷୁ ପିତୁଳା ଭିତ୍ତିକ ବା ସି.ଆଇ.ଡି.ଆର.ରେ ସଂରକ୍ଷିତ ଥିବା ଅନ୍ୟ ବାୟୋମେଟ୍ରିକ ତଥ୍ୟ ଭିତ୍ତିକ ହୋଇପାରେ ।
    • ଏକାଧିକ ସୂଚନା ଭିତ୍ତିକ ପ୍ରମାଣୀକରଣ: ଉପରେ ବର୍ଣ୍ଣିତ ଉପାୟ ମଧ୍ୟରୁ ଦୁଇ ବା ତତୋଧିକ ଉପାୟକୁ ପ୍ରମାଣୀକରଣ ପାଇଁ ବ୍ୟବହାର କରାଯାଇପାରେ ।
  • ଏକ ଅନୁରୋଧକାରୀ ସଂସ୍ଥା ତାହାର ସେବା ବା ବ୍ୟବସାୟିକ ଆବଶ୍ୟକତା ଅନୁସାରେ ଉପନିୟନ୍ତ୍ରଣ (୨)ରେ ନିର୍ଦ୍ଦିଷ୍ଟ ହୋଇଥିବା ବିଭିନ୍ନ ଉପାୟ ମଧ୍ୟରୁ ଉପଯୁକ୍ତ ଉପାୟ ବା ଉପାୟମାନ ବାଛି ପାରନ୍ତି। ଅନୁରୋଧକାରୀ ସଂସ୍ଥା ଅଧିକ ସୁରକ୍ଷା ପାଇଁ ଏକାଧିକ ବାୟୋମେଟ୍ରିକ ତଥ୍ୟ ଭିତ୍ତିକ ପ୍ରମାଣୀକରଣ ଚାହିଁପାରିବେ । ଶଙ୍କା ଓ ସଂଶୟକୁ ଦୂର କରିବା ପାଇଁ ଏହା ସ୍ପଷ୍ଟ କରିଦିଆଯାଉଛି ଯେ ଇ-କେୱାଇସି ପ୍ରମାଣୀକରଣ କେବଳ ଓଟିପି ଏବଂ/କିମ୍ବା ବାୟୋମେଟ୍ରିକ ପ୍ରମାଣୀକରଣ ବ୍ୟବହାର କରି ହିଁ କରାଯାଇପାରିବ ।

ପ୍ରମାଣୀକରଣ ପାଇଁ ଆଧାର ସଂଖ୍ୟା ଧାରକଙ୍କ ସ୍ୱୀକୃତି ହାସଲ କରିବା

ଭାରତ ସରକାର ବା ରାଜ୍ୟ ସରକାର ରିହାତି, ଲାଭ ବା ସେବା ପ୍ରଦାନ କରିବା ପୂର୍ବରୁ ଜଣେ ବାସିନ୍ଦାଙ୍କଠାରୁ ତାଙ୍କ ପରିଚୟର ପ୍ରମାଣ ଆବଶ୍ୟକ କରିି ପାରନ୍ତି ବା ତାଙ୍କ ପାଖରେ ଆଧାର ସଂଖ୍ୟା ଥିବାର ପ୍ରମାଣ ଆବଶ୍ୟକ କରିପାରନ୍ତି । ଯଦି କୌଣସି ବାସିନ୍ଦାଙ୍କ ଆଧାର ସଂଖ୍ୟା ନଥାଏ ତେବେ ସେହି ବ୍ୟକ୍ତି ଆଧାର ନାମାଙ୍କନ ପାଇଁ ଆବେଦନ କରିବେ ।

ଯଦି କୌଣସି ବ୍ୟକ୍ତିଙ୍କୁ ଏକ ଆଧାର ସଂଖ୍ୟା ଜାରି ହୋଇ ନଥାଏ ତେବେ ସେହି ବ୍ୟକ୍ତିଙ୍କୁ ରିହାତି, ଲାଭ ବା ସେବା ଯୋଗାଇବା ପୂର୍ବରୁ ପରିଚୟର ପ୍ରମାଣ ଦେବା ପାଇଁ ବିକଳ୍ପ ଓ ସାଧ୍ୟ ଉପାୟର ପ୍ରସ୍ତାବ ଦିଆଯିବ ।

ଆଧାର ଆଇନ ଅନୁସାୟରେ ପ୍ରତ୍ୟେକ ଅନୁରୋଧକାରୀ ସଂସ୍ଥା ବା ସେବା ପ୍ରଦାନକାରୀ,

  • ଆଇନରେ ଭିନ୍ନ କିଛି ବ୍ୟବସ୍ଥା ନଥିଲେ, ପ୍ରମାଣୀକରଣ ପାଇଁ ଜଣେ ବ୍ୟକ୍ତିର ପରିଚୟ ସମ୍ବନ୍ଧିତ ତଥ୍ୟ ମାଗିବା ପୂର୍ବରୁ ଆଧାରର ନୀତି ଓ ନିୟନ୍ତ୍ରଣ ଅନୁଯାୟୀ ବ୍ୟକ୍ତିର ସ୍ୱୀକୃତି ହାସଲ କରିବେ ।
  • ଏହା ନିଶ୍ଚିତ କରିବେ ଯେ ବ୍ୟକ୍ତିଙ୍କ ତଥ୍ୟକୁ କେବଳ ପ୍ରମାଣୀକରଣ ଉଦ୍ଦେଶ୍ୟରେ ସି.ଆଇ.ଡି.ଆର.ଙ୍କ ନିକଟରେ ଦାଖଲ ପାଇଁ ହିଁ ବ୍ୟବହାର କରିବେ ।

ଏହି ଆଧାର ଆଇନର କିଛି ବି ସରକାରଙ୍କୁ ବା ଅନ୍ୟକୌଣସି ସଂସ୍ଥା ବା ବ୍ୟକ୍ତିଙ୍କୁ ପ୍ରଚଳିତ ଥିବା ଆଇନାନୁସାରେ ବା ଏକ ଚୁକ୍ତି ବଳରେ ଯେ କୌଣସି ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତିର ପରିଚୟ ସ୍ଥାପିତ କରିବା ପାଇଁ ଆଧାର ବ୍ୟବହାର କରିବାରୁ ବାରଣ କରିବ ନାହିଁ ।

ତେବେ ଆଧାର ସଂଖ୍ୟାର ବ୍ୟବହାର ଆଧାର ଆଇନର ଅଷ୍ଟମ ଧାରା ଓ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ଥିବା ପ୍ରକ୍ରିୟା ଓ ସର୍ତ୍ତର ଅନୁପାଳନ କରୁଥିବା ଆବଶ୍ୟକ ।

ପ୍ରମାଣୀକରଣ ସେବା

ୟୁ.ଆଇ.ଡି.ଏ.ଆଇ. ତାହାର ଦୁଇଟି କେନ୍ଦ୍ର ଯଥା ହେବ୍ୱାଲ ଡାଟା ସେଣ୍ଟର (ଏଚ୍.ଡି.ସି.) ଏବଂ ମାନେଶର ଡାଟା ସେଣ୍ଟର (ଏମ୍.ଡି.ସି.) ଜରିଆରେ ଅନଲାଇନ ଓ ତତକ୍ଷଣାତ ପ୍ରମାଣୀକରଣର ସେବା ଯୋଗାଇ ଦେଇଥାଏ। ହେବ୍ୱାଲ ଡାଟା ସେଣ୍ଟର (ଏଚ୍.ଡି.ସି.) ଏବଂ ମାନେଶର ଡାଟା ସେଣ୍ଟର (ଏମ୍.ଡି.ସି.) କେନ୍ଦ୍ରମାନଙ୍କରେ ପ୍ରମାଣୀକରଣ ଓ ଇ-କେୱାଇସି ଭଳି ଅନ୍ୟ ସେବା ଆକ୍ଟିଭ-ଆକ୍ଟିଭ ମୋଡ୍ ରେ ନିୟୋଜିତ ହୋଇଥାଏ ଯାହା ସେବା ଯୋଗାଣର ମାନକୁ ଉତ୍ତମ ଭାବରେ ଉପଲବ୍ଧ କରାଇଥାଏ ।

ୟୁ.ଆଇ.ଡି.ଏ.ଆଇ.ର ସେଣ୍ଟ୍ରାଲ ଆଇଡେଣ୍ଟିଟିଜ୍ ଡାଟା ରିପୋଜିଟୋରୀ (ସି.ଆଇ.ଡି.ଆର.) ବର୍ତ୍ତମାନ ଦୈନିକ କୋଟି କୋଟି ପ୍ରମାଣୀକରଣ ପାଇଁ ସକ୍ଷମ ଅଛି, ଏବଂ ଯଦି ଚାହିଦା ଆସେ ତେବେ ଏହି କ୍ଷମତାକୁ ଚାହିଦାନୁସାରେ ଆହୁରି ବଢାଯାଇପାରିବ । ଆଧାର ଧାରକଙ୍କୁ ସେବା ଯୋଗାଉଥିବା ଉନ୍ନତ ସେବା ଯୋଗାଇବା ଦେବା ପାଇଁ ଅନେକ ଅନୁରୋଧକାରୀ ସଂସ୍ଥା ତାଙ୍କ ଡୋମେନ ଆପ୍ଲିକେସନକୁ ଆଧାର ସଂଯୁକ୍ତ କରି ଭାରତର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ତତ୍-କ୍ଷଣାତ, ଯେକୌଣସି ମାତ୍ରାରେ ଆଦାନପ୍ରଦାନ ବ୍ୟବସ୍ଥାକୁ ଉନ୍ନତ କଲେଣି ।

What Aadhaar Authentication will do: Authentication against resident’s data in UIDAI’s CIDR; Return response to requesting agencies as Yes/No; Initiate request over mobile network, landline network  and broadband network; Require Aadhaar for every authentication request  reducing transaction to 1:1 match , What Aadhaar Authentication Will Not Do: Authentication against resident’s data on a smart card,; Return personal identity information of residents; Remain restricted to broadband network; Search for Aadhaar based on details provided  requiring 1:N match