ଆଧାରର ବୈଶିଷ୍ଟ୍ୟତା ଓ ସୁବିଧାଗୁଡିକ କ’ଣ?

ଗୋଟିଏ ଆଧାର: ଆଧାର ଗୋଟିଏ ବିଶିଷ୍ଟ ସଂଖ୍ୟା ଅଟେ ଏବଂ କୌଣସି ବାସିନ୍ଦା ଗୋଟିଏ ନକଲି ସଂଖ୍ୟା ପ୍ରାପ୍ତ କରିପାରିବେ ନାହିଁ, ଯେହେତୁ ଏହା ସେମାନଙ୍କ ବ୍ୟକ୍ତିଗତ ବାୟୋମେଟ୍ରିକ୍ ସହିତ ଲିଙ୍କ ହୋଇଥିବ; ଯେଉଁଥିରେ ନକଲି ଓ ମିଥ୍ୟା ପରିଚୟଗୁଡିକୁ ଚିହ୍ନଟ କରିହେବ, ଯାହା ଆଜିକାଲିର ବଡ ସମସ୍ୟା ଅଟେ | ଆଧାର ଭିତ୍ତିକ ପରିଚୟ ମାଧ୍ୟମରେ, ନକଲି ଓ ମିଥ୍ୟାବାଦୀମାନଙ୍କୁ ବାହାର କରି ସୁରକ୍ଷା ପ୍ରଦାନ ପୂର୍ବକ ସରକାରଙ୍କୁ ଅନ୍ୟ ଯୋଗ୍ୟ ବାସିନ୍ଦାମାନଙ୍କୁ ଅଧିକ ସୁବିଧା-ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ |
ବହନୀୟତା(ପୋର୍ଟେବିଲିଟୀ): ଆଧାର ଗୋଟିଏ ବୈଶ୍ଵିକ ସଂଖ୍ୟା ଅଟେ ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଟିଏ ହିତାଧିକାରୀଙ୍କର ଚିହ୍ନଟକୁ ସୁନିଶ୍ଚିତ କରିବା ପାଇଁ ଏଜେନ୍ସୀ ଓ ସେବାଗୁଡିକ କେନ୍ଦ୍ରିୟ ବିଶିଷ୍ଟ ପରିଚୟ ତଥ୍ୟଭଣ୍ଡାର(ଡେଟାବେସ)କୁ ସମ୍ପର୍କ କରିପାରିବେ |
ସେମାନଙ୍କୁ ସଂଯୁକ୍ତ କରିବା ଯେଉଁମାନଙ୍କର କୌଣସି ପ୍ରାମାଣୀକ ଦସ୍ତାବିଜ୍ ନଥିବ: ଗରିବ ଓ ଅବହେଳିତ ବାସିନ୍ଦାମାନଙ୍କର ଚିହ୍ନଟ ଦସ୍ତାବିଜରେ ଅଭାବ, ସୁବିଧାକୁ ପହଞ୍ଚାଇବାରେ ଗୋଟିଏ ସମସ୍ୟା ସୃଷ୍ଟି କରେ, ଯାହାଦ୍ଵାରା ସେମାନେ ରାଜ୍ୟ ସୁବିଧାଗୁଡିକ ପ୍ରାପ୍ତ କରିବାରୁ ବଞ୍ଚିତ ହୁଅନ୍ତି; ଏହି ବାସିନ୍ଦାମାନଙ୍କର ତଥ୍ୟକୁ UIDAI ପାଇଁ ଯାଞ୍ଚ କରିବାରେ "ଇଣ୍ଟ୍ରୋଡ୍ୟୁସର୍" ପ୍ରକ୍ରିୟା ସ୍ଵୀକୃତି ପ୍ରଦାନ କରେ, ଯାହାଦ୍ଵାରା ଏହି ବାସିନ୍ଦାମାନଙ୍କର ଚିହ୍ନଟକୁ ସ୍ଥାପିତ କରିବା ସମ୍ଭବ ହୋଇଥାଏ |
ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସୁବିଧାଗୁଡିକର ସ୍ଥାନାନ୍ତର: ଲାଭ ବା ସୁବିଧା ବିତରଣ ସହିତ ଯୋଡି ହୋଇଥିବା ଆଜିକାଲିର ଭାରି ଖର୍ଚ୍ଚ ବିନା ବାସିନ୍ଦାମାନଙ୍କୁ ସିଧାସଳଖ ଲାଭ ପ୍ରଦାନ କରିବା ପାଇଁ UID-ସମର୍ଥିତ ବ୍ୟାଙ୍କ ଆକାଉଣ୍ଟ ନେଟୱର୍କ ଏକ ସୁରକ୍ଷିତ ଓ ନିମ୍ନ ଖର୍ଚ୍ଚର ପ୍ଲାଟଫର୍ମ ପ୍ରଦାନ କରିବ; ଏହାର ପରିଣାମସ୍ଵରୂପ ସାମ୍ପ୍ରତିକ ପ୍ରଣାଳିରେ ଥିବା ଲିକେଜ୍ ମଧ୍ୟ ବନ୍ଦ ହୋଇଯିବ |
ହିତାଧିକାରୀଙ୍କ ଯୋଗ୍ୟତାନୁସାରେ ବିତରଣକୁ ସୁନିଶ୍ଚିତ କରିବା ପାଇଁ ଆଧାର-ଭିତ୍ତିକ ପ୍ରମାଣୀକରଣ: UIDAI ଏଜେନ୍ସୀମାନଙ୍କ ପାଇଁ ଅନଲାଇନ୍ ପ୍ରମାଣୀକରଣ ସେବାଗୁଡିକ ପ୍ରଦାନ କରିଥାଏ, ଯେଉଁମାନେ ଜଣେ ବାସିନ୍ଦାଙ୍କର ପରିଚୟକୁ ଯାଞ୍ଚ କରିବା ପାଇଁ ଇଚ୍ଛାପ୍ରକାଶ କରିଥା’ନ୍ତି; ଏହି ସେବା ଯୋଗ୍ୟତାକୁ ସୁନିଶ୍ଚିତ କରିବା ସହିତ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପାଇଁ ସମର୍ଥ କରେ | ବର୍ଦ୍ଧିତ ପାରଦର୍ଶିତା ମାଧ୍ୟମରେ ଉନ୍ନତ ସେବା: ସ୍ଵଚ୍ଛ ଉତ୍ତରଦାୟିତ୍ଵତା ଓ ପାରଦର୍ଶୀ ତଦାରଖ, ଉଭୟ ହିତାଧିକାରୀ ଓ ଏଜେନ୍ସୀ ପାଇଁ ଯୋଗ୍ୟତାର ଉତ୍କର୍ଷତା ଓ ଅଭିଗମ୍ୟତାକୁ ପରିଦୃଷ୍ଟ ଭାବେ ଉନ୍ନତ କରିବା |
ସ୍ଵୟଂ-ସେବା, ବାସିନ୍ଦାମାନଙ୍କୁ ନିୟନ୍ତ୍ରଣରେ ରଖିବ :ଆଧାରକୁ ଗୋଟିଏ ପ୍ରମାଣୀକରଣ ତନ୍ତ୍ର ଭାବେ ବ୍ୟବହାର କରିବା ଦ୍ଵାରା, ବାସିନ୍ଦାମାନେ ନିଶ୍ଚିତରୂପେ, ସେମାନଙ୍କ ମୋବାଇଲ୍ ଫୋନ୍, କିଓସ୍କ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ସେମାନଙ୍କ ଯୋଗ୍ୟତା ବିଷୟରେ, ସେବାଗୁଡିକୁ ଦାବି କରିବା ଏବଂ ସେମାନଙ୍କ ଅଭିଯୋଗଗୁଡିକୁ ଉପସ୍ଥାପନର ନବୀକରଣ ସୂଚନାକୁ ଆକ୍ସେସ୍ କରିବା ପାଇଁ ସକ୍ଷମ ହେବେ | ବାସିନ୍ଦାଙ୍କ ମୋବାଇଲରେ ଉପଲବ୍ଧ ସ୍ଵୟଂ-ସେବା କ୍ଷେତ୍ରରେ, ଦୁଇଟି ମାଧ୍ୟମରେ ପ୍ରମାଣୀକରଣ(ଯାହା ବାସିନ୍ଦାଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବରର ଅଧିଗ୍ରହଣକୁ ପ୍ରମାଣିତ କରିବା ଦ୍ଵାରା ଏବଂ ବାସିନ୍ଦାଙ୍କର ଆଧାର ପିନ୍ ଉପରେ ଥିବା ଜ୍ଞାନ) ସୁରକ୍ଷା ସୁନିଶ୍ଚିତ ହୋଇଥାଏ | ବାସିନ୍ଦାଙ୍କ ମୋବାଇଲରେ ଉପଲବ୍ଧ ସ୍ଵୟଂ-ସେବା କ୍ଷେତ୍ରରେ, ଦୁଇଟି ମାଧ୍ୟମରେ ହେଉଥିବା ପ୍ରମାଣୀକରଣ ସୁରକ୍ଷାକୁ ସୁନିଶ୍ଚିତ ହୋଇଥାଏ | ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଅଙ୍ଗୀକାରବଦ୍ଧ ହୋଇ ଏହି ଏକକଗୁଡିକ ମୋବାଇଲ୍ ବ୍ୟାଙ୍କିଙ୍ଗ ଓ ପେମେଣ୍ଟ ପାଇଁ ଅନୁମୋଦିତ ଅଟନ୍ତି |