ସାଂଗଠନିକ ଗଠନ

ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ର ମୁଖ୍ୟ କାର୍ଯ୍ୟାଳୟ (HQ) ନୂଆ ଦିଲ୍ଲୀରେ ଥିବାବେଳେ ସମଗ୍ର ଦେଶରେ ଆଠୋଟି ଆଞ୍ଚଳିକ କାର୍ଯ୍ୟାଳୟ (RO) ରହିଛି | UIDAIର ଦୁଇଟି ଡାଟା ସେଣ୍ଟର୍ ଅଛି, ଗୋଟିଏ କର୍ଣ୍ଣାଟକର ହେବାଲ୍ (ବେଙ୍ଗାଲୁରୁ)ଠାରେ ଏବଂ ଅନ୍ୟଟି ହେଉଛି ହରିୟାଣାର ମାନେସର୍ (ଗୁଡ଼ଗାଓଁ)ଠାରେ |

ପ୍ରାଧିକରଣର ସଂରଚନା

ପ୍ରାଧିକରଣରେ ଏକ ଅଧ୍ୟକ୍ଷ ଅଂଶକାଳିକ ରୂପରେ ନିଯୁକ୍ତ ହୋଇଥାନ୍ତି, 2 ଜଣ ଅଂଶକାଳିକ ସଦସ୍ୟ ଏବଂ ଏକ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରାଧିକରଣର ସଦସ୍ୟ ସଚିବ ହୋଇଥାନ୍ତି |

ଶ୍ରୀ ଜେ. ସତ୍ୟନାରାୟଣ, ଆଇଏଏସ(ସେବାନିବୃତ୍ତ) (1977, AP କ୍ୟାଡର) ପ୍ରାଧିକରଣର ଅଂଶକାଳିକ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି |

ଶ୍ରୀ ରାଜେଶ ଜୈନ, ସଂସ୍ଥାପକ ଏବଂ ପ୍ରବନ୍ଧ ନିର୍ଦ୍ଧେଶକ ନେଟକୋର ସଲ୍ୟୁସନସ ଏବଂ ଡ଼ା. ଆନନ୍ଦ ଦେଶପାଣ୍ଡେ, ସଂସ୍ଥାପକ, ଅଧ୍ୟକ୍ଷ ଏବଂ ପ୍ରବନ୍ଧ ପେର୍ଶିଷ୍ଟାନ୍ତ ସିସ୍ଟେମସର ନିର୍ଦ୍ଧେଶକ ୟୁଆଇଡ଼ିଏଆଇ ର ଅଂଶକାଳିକ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି |

ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO), ଡ଼ା. ଅଜୟ ଭୂଷଣ ପାଣ୍ଡେ, ଆଇଏଏସ (1984,ମହାରାଷ୍ଟ୍ର କ୍ୟାଡର), ଆଈନଗତ ପ୍ରତିନିଧି ଏବଂ ପ୍ରାଧିକରଣ ର ପ୍ରଶାସନିକ ପ୍ରମୁଖ ଅଟନ୍ତି |

ମୁଖ୍ୟ କାର୍ଯ୍ୟାଳୟ (HQ)

ମହାନିର୍ଦ୍ଦେଶକ ଓ ମିଶନ୍ ନିର୍ଦ୍ଦେଶକ (DG & MD) ଡା. ଅଜୟ ଭୂଷଣ ପାଣ୍ଡେ, IAS (୧୯୮୪), UIDAIର ସଭାପତିତ୍ୱ କରନ୍ତି | ମୁଖ୍ୟ କାର୍ଯ୍ୟାଳୟରେ, DG & MDଙ୍କୁ, ଭାରତ ସରକାରଙ୍କ ସାତଜଣ ଉପ-ମହାନିର୍ଦ୍ଦେଶକ (DDGs), ଯୁଗ୍ମ ସଚିବ ଶ୍ରେଣୀୟ ଅଧିକାରୀମାନେ, UIDAIର ବିଭିନ୍ନ ବିଭାଗର ପ୍ରଭାରୀ ଭାବେ ସହାୟତା କରନ୍ତି | DDGମାନଙ୍କୁ, ସହାୟକ ମହାନିର୍ଦ୍ଦେଶକ (ADGs), ଉପ-ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ ଓ ସହାୟକ ବିଭାଗୀୟ ଅଧିକାରୀମାନେ ସହାୟତା କରନ୍ତି | ମୁଖ୍ୟାଳୟରେ ସମୁଦାୟ, ଆକାଉଣ୍ଟସ୍ ଓ IT ଶାଖା ସମେତ ଷ୍ଟାଫ୍ ମେମ୍ୱର୍ସ ଓ ୧୨୭ ଜଣ ମଞ୍ଜୁରୀପ୍ରାପ୍ତ ଅଧିକାରୀମାନେ ଅଛନ୍ତି |

ଆଞ୍ଚଳିକ କାର୍ଯ୍ୟାଳୟ (ROs)

UIDAIର ପ୍ରତ୍ୟେକ ଆଠଟି କାର୍ଯ୍ୟାଳୟରେ ଜଣେ ଲେଖାଏଁ ଉପ-ମହାନିର୍ଦ୍ଦେଶକ (DDG) ମୁଖ୍ୟ ଭାବେ କର୍ଯ୍ୟରତ ଏବଂ ସହାୟକ ସଂରଚନାରେ ରହିଛନ୍ତି ସହାୟକ ମହାନିର୍ଦ୍ଦେଶକ, ଉପ-ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ, ସହାୟକ ବିଭାଗ ଅଧିକାରୀ, ସିନିୟର୍ ଆକାଉଣ୍ଟସ୍ ଅଫିସର୍, ଆକାଉଣ୍ଟାଣ୍ଟ ଓ ବ୍ୟକ୍ତିଗତ ଷ୍ଟାଫ୍ |

ଆଞ୍ଚଳିକ କାର୍ଯ୍ୟାଳୟ ଓ ସେଗୁଡ଼ିକ ଅନ୍ତର୍ଗତ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତାଲିକା ନିମ୍ନରେ ପ୍ରଦାନ କରାଗଲା: