ୟୁଆଇଡ଼ିଏଆଇ ବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ଗଢ଼ଣ

ଶ୍ରୀ ଜେ ସତ୍ୟନାରାୟଣ
ଅଧ୍ୟକ୍ଷ (ଅଂଶ-କାଳିକ), ୟୁ.ଆଇ.ଡି.ଏ.ଆଇ.ଶ୍ରୀ ଜେ ସତ୍ୟନାରାୟଣ, ସେବା ନିବୃତ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (୧୯୭୭, ଆନ୍ଧ୍ର କ୍ୟାଡର) ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁ.ଆଇ.ଡି.ଏ.ଆଇ.)ର ଅଂଶ-କାଳିକ ବା ପାର୍ଟ-ଟାଇମ ଅଧ୍ୟକ୍ଷ ଅଟନ୍ତି.
ଶ୍ରୀ ସତ୍ୟନାରାୟଣଙ୍କର ଶାସନର ବିଭିନ୍ନ କ୍ଷେତ୍ରରେ ଦୀର୍ଘ ଚାରି ଦଶନ୍ଧିର ଅଭିଜ୍ଞାତା ରହିଛି. ସେ ଅବସର ନେବା ପୂର୍ବରୁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦୌଗିକି ବିଭାଗର ସଚିବ ରହିଥିଲେ. ରାଜନୈତିକ ନେତୃବୃନ୍ଦ ଓ ନୀତି ନିର୍ଦ୍ଧାରକମାନଙ୍କୁ ଇ- ଗଭର୍ଣ୍ଣେସର ଅବଧାରଣ ଓ ସିଦ୍ଧାନ୍ତ ସମ୍ବନ୍ଧରେ ପ୍ରଶିକ୍ଷଣ ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି.

ଡ. ଆନନ୍ଦ ଦେଶପାଣ୍ଡେ
ସଦସ୍ୟ (ଅଂଶ-କାଳିକ), ୟୁ.ଆଇ.ଡି.ଏ.ଆଇ.ଡ. ଆନନ୍ଦ ଦେଶପାଣ୍ଡେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁ.ଆଇ.ଡି.ଏ.ଆଇ.)ର ଅଂଶ-କାଳିକ ବା ପାର୍ଟ-ଟାଇମ ସଦସ୍ୟ ଭାବରେ ନିଯୁକ୍ତ ଅଛନ୍ତି।
ଖଡଗପୁର ଆଇଆଇଟିରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକ ତଥା ଆମେରିକାର ଇଣ୍ଡିଆନାରେ ଥିବା ଇଣ୍ଡିଆନା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିବା ଡ. ଆନନ୍ଦ ଦେଶପାଣ୍ଡେ ପର୍ସିଷ୍ଟେଣ୍ଟ ସିଷ୍ଟମର ସଂସ୍ଥାପକ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଅଟନ୍ତି। ୧୯୯୦ରେ ପର୍ସିଷ୍ଟେଣ୍ଟ ସିଷ୍ଟମ ଆରମ୍ଭ କରିବା ଦିନଠାରୁ ସେ ତାହାର ପ୍ରଧାନ ଓ ପ୍ରେରଣା ହିସାବରେ ରହି ସେହି କମ୍ପାନୀକୁ ବର୍ତ୍ତମାନ ବିଶ୍ୱର ଏକ ବଡ କାରବାର ହେଉଥିବା କମ୍ପାନୀରେ ପରିଣତ କରିପାରିଛନ୍ତି।

ଡ. ଅଜୟ ଭୂଷଣ ପାଣ୍ଡେ
ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), ୟୁ.ଆଇ.ଡି.ଏ.ଆଇ.୨୦୧୦ ମସିହାରେ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁ.ଆଇ.ଡି.ଏ.ଆଇ.) ଆରମ୍ଭ ହେବା ଦିନାରୁ ଡ. ଅଜୟ ଭୂଷଣ ପାଣ୍ଡେ ଏହାର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ କାର୍ଯ୍ୟରତ ଥାଇ ୟୁ.ଆଇ.ଡି.ଏ.ଆଇ.କୁ ପରିଚାଳନା ଓ ମାର୍ଗ ଦର୍ଶନ କରିଆସୁଛନ୍ତି। ବିଗତ ଛଅ ବର୍ଷରେ ସେ କେନ୍ଦ୍ର ଓ ରାଜ୍ୟ ସରକାର, ବ୍ୟାଙ୍କ, ତୈଳ କମ୍ପାନୀ ଓ ଅନ୍ୟ ଅଂଶୀଦାରମାନଙ୍କ ସହିତ ଅତି ଘନିଷ୍ଠତାର ସହିତ କାମ କରି ବିଭିନ୍ନ କାର୍ଯ୍ୟକ୍ରମ ଯଥା - ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଏବଂ ଇ-ଗଭର୍ଣ୍ଣେନ୍ସ ଆଦିକୁ ଆଧାର ଭିତ୍ତିଭୂମିରେ ପରିଚାଳିତ କରିବାରେ ନିଜର ଗଭୀର ଯୋଗଦାନ ଦେଇଛନ୍ତି। ସେ ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ। ଭାରତ ସରକାରଙ୍କ ବିଭିନ୍ନ ପଦବୀରେ ତାଙ୍କର ୩୦ ବର୍ଷର ଦୀର୍ଘ ଅଭିଜ୍ଞତା ରହିଛି।
ଡ. ପାଣ୍ଡେ କାନପୁର ଆଇଆଇଟିରୁ ବୈଦ୍ୟୁତିକି ଇଞ୍ଜିନିୟରିଂରେ ଜଣେ ସ୍ନାତକ। ୧୯୯୮ରେ ସେ ମିନ୍ନେସୋଟା ବିଶ୍ୱବିଦ୍ୟାଳୟରେ ଯୋଗଦେଇ ସେଠାରୁ କମ୍ପ୍ୟୁଟର ବିଜ୍ଞାନରେ ସ୍ନାତକତ୍ତୋର ଓ ପିଏଚଡି ହାସଲ କରିଛନ୍ତି। ୨୦୦୯ ମସିହାରେ ନିଜ କର୍ମ କ୍ଷେତ୍ରରେ ଉକ୍ତୃଷ୍ଟ ଦକ୍ଷତା ଓ ଉପଲବ୍ଧି ପାଇଁ ସେ ସମ୍ମାନଜନକ ନେତୃତ୍ୱ ପୁରସ୍କାରରେ ସମ୍ମାନିତ ହୋଇଥିଲେ।