ବାୟୋମେଟ୍ରିକ୍ ଉପକରଣମାନ

ବାୟୋମେଟ୍ରିକ ଉପକରଣ କହିଲେ ସେହି ଉପକରଣମାନଙ୍କୁ ବୁଝାଏ ଯାହାକୁ ଆଧାର ଧାରୀ ବାସିନ୍ଦାଙ୍କ ବାୟୋମେଟ୍ରିକ ବା ଶରୀର ସମ୍ପର୍କିତ ତଥ୍ୟ ଯଥା ଟିପଚିହ୍ନ / ଚକ୍ଷୁ ପିତୁଳା / ବା ଉଭୟ ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଏ । ଏହିଭଳି ବାୟୋମେଟ୍ରିକ ଉପକରଣଗୁଡିକୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ ଯଥା – ଡିସକ୍ରିଟ୍ ଉପକରଣ, ସମନ୍ୱିତ ଉପକରଣ ।

ଡିସକ୍ରିଟ୍ ଉପକରଣ: ଏହା ହେଉଛି ସେହି ଶ୍ରେଣୀୟ ବାୟୋମେଟ୍ରିକ (ଟିପଚିହ୍ନ / ଚକ୍ଷୁପିତୁଳା ଉତ୍ତୋଳନକାରୀ) ଉପକରଣ ଯାହା ଏକ ଏକ କମ୍ପ୍ୟୁଟର/ଲାପଟପ/ମାଇକ୍ରୋ ଏ.ଟି.ଏମ୍, ଭଳି ହୋଷ୍ଟ ବା ମୂଳ ଉପକରଣ ସହିତ ଯୋଡିହେବା ଦରକାର ।

ସମନ୍ୱିତ ବା ଇଣ୍ଟିଗ୍ରେଟେଡ୍ ଉପକରଣ: ଇଣ୍ଟିଗ୍ରେଟେଡ୍ ବା ସମନ୍ୱିତ ଉପକରଣ ଶ୍ରେଣୀୟ ଉପକରଣରେ ସେନସର ଉପକରଣ ପ୍ୟାକେଜରେ ସନ୍ନିବେଶିତ ହୋଇ ରହିଥାଏ ଯଥା ଫୋନ/ଟ୍ୟାବଲେଟ ଇତ୍ୟାଦି ।

ବାୟୋମେଟ୍ରିକ ଉପକରଣଗୁଡିକୁ ଯେଉଁଭଳି ପ୍ରକାରରେ ବ୍ୟବହାର କରାଯାଇପାରେ ତାହା ହେଲା:

  • ହାତଧରା/ପି.ଓ.ଏସ. ଉପକରଣ ଯଥା - ମାଇକ୍ରୋ ଏଟିଏମ, ଉପସ୍ଥିତି ଉପକରଣ ଇତ୍ୟାଦି
  • କମ୍ପ୍ୟୁଟର ସହିତ ସଂଯୁକ୍ତ ହୋଇଥିବା ୟୁ.ଏସ.ବି. ଉପକରଣ
  • ବାୟୋମେଟ୍ରିକ ସେନସର୍ ଥିବା ମୋବାଇଲ ଫୋନ
  • ବିଭିନ୍ନ କିଓସ୍କ ବା ଷ୍ଟଲ ଯଥା ଏଟିଏମ, ଏମ.ଜି.ଏନ.ଆର୍.ଇ.ଜି.ଏ. ରୋଜଗାର ଅନୁରୋଧ କିଓସ୍କ ଇତ୍ୟାଦି

ଅନୁରୋଧକାରୀ ସଂସ୍ଥାମାନେ ତାଙ୍କର ସେବାର ଆବଶ୍ୟକତା, ପ୍ରକାର, କାରବାରର ମାତ୍ରା, ଅପେକ୍ଷିତ ସଠିକତାର ସ୍ତର ଓ ତାଙ୍କ ସେବା ଯୋଗାଣ ସହିତ ଜଡ଼ିତ ବିପଦକୁ ଅନୁସାରେ ଉପଯୁକ୍ତ ପ୍ରମାଣୀକରଣ ପ୍ରକାର (ବାୟୋମେଟ୍ରିକ କ୍ଷେତ୍ରରେ ଟିପଚିହ୍ନ/ଚକ୍ଷୁ ପିତୁଳା) ବାଛିପାରିବେ। ଥରେ ଟିପଚିହ୍ନକୁ/ଚକ୍ଷୁ ପିତୁଳାକୁ / ଉଭୟକୁ / ଓଟିପି ସହିତ ବାୟୋମେଟ୍ରିକକୁ ସାଧନ ଓ ଉପାୟ ଭାବରେ ବାଛିନେଲା ପରେ ଅନୁରୋଧକାରୀ ସଂସ୍ଥା ପ୍ରକାଶିତ ହୋଇଥିବା ପ୍ରମାଣିତ ଉପକରଣ ଯୋଗାଣକାରୀଙ୍କ ସୂଚୀ ଦେଖି ସେମାନଙ୍କଠାରୁ ପ୍ରମାଣିତ ବାୟୋମେଟ୍ରିକ ଉପକରଣ (ଟିପଚିହ୍ନ/ଚକ୍ଷୁ ପିତୁଳା) କିଣି ପାରିବେ ।

ୟୁ.ଆଇ.ଡି.ଏ.ଆଇ. ଏହା ଆବଶ୍ୟକ କରେ ଯେ ପ୍ରମାଣୀକରଣ ପରିସଂସ୍ଥାରେ ଥିବା ସମସ୍ତେ କେବଳ ପଞ୍ଜିକୃତ ଉପକରଣ ହିଁ ବ୍ୟବହାର କରିବେ ।

“ପଞ୍ଜିକୃତ ଉପକରଣ” କହିଲେ ସେହି ଉପକରଣମାନଙ୍କୁ ବୁଝାଏ ଯାହା ‘ଏନକ୍ରିପସନ କି ମ୍ୟାନେଜମେଣ୍ଟ’ ବା ସାଂକେତିକ ଚାବି ପରିଚାଳନା ପାଇଁ ଆଧାର ବ୍ୟବସ୍ଥା ସହିତ ପଞ୍ଜିକୃତ ହୋଇଛି । ଆଧାର ପ୍ରମାଣୀକରଣ ସର୍ଭର ସେହି ଉପକରଣକୁ ଚିହ୍ନି ତାହାର ସିଦ୍ଧତା ଠହରାଇପାରେ ଓ ପ୍ରତ୍ୟେକ ଉପକରଣରେ ଥିବା ସାଂକେତିକ ଚାବିକୁ ପଢି ପରିଚାଳନା କରିପାରେ ।

  • ଉପକରଣ ଚିହ୍ନଟ – – ପ୍ରତ୍ୟେକ ଫିଜିକାଲ ସେନସର ଉପକରଣ ଯହିଁରେ ଏକ ବିଶିଷ୍ଟ ପରିଚୟ ଥାଏ ଯାହା ଉପକରଣର ପ୍ରମାଣୀକରଣକୁ ସାଧିତ କରାଇଥାଏ, ତାହାକୁ ଚିହ୍ନଟ କରାଇଥାଏ, ଅନୁଶୀଳନ କରାଇଥାଏ ଓ ଠକେଇର ପରିଚାଳନା କରାଇଥାଏ ।
  • ଗଚ୍ଛିତ ହୋଇଥିବା ବାୟୋମେଟ୍ରିକ ତଥ୍ୟର ବ୍ୟବହାରକୁ ନିର୍ମୂଳ କରିବା – ଏକ ସୁରକ୍ଷିତ ଜୋନ୍ ଭିତରେ ହିଁ ପ୍ରତ୍ୟେକ ବାୟୋମେଟ୍ରିକ ରେକର୍ଡର ପ୍ରକ୍ରିୟାକରଣ ହୁଏ ଏବଂ ତାହା ଏନକ୍ରିପ୍ଟ ହୋଯାଏ ବା ସଙ୍କେତରେ ପରିବର୍ତ୍ତିତ ହୋଇଯାଏ । ଏହାଦ୍ୱାରା ସେନସରରୁ ହୋଷ୍ଟକୁ କୌଣସି ଏନକ୍ରିପ୍ଟ ହୋଇ ନ ଥିବା ତଥ୍ୟ ପ୍ରେରଣ ହୋଇପାରି ନ ଥାଏ ।

ବାୟୋମେଟ୍ରିକ ଉପକରଣର ପ୍ରମାଣୀକରଣ

ବିଭିନ୍ନ ସମୟରେ ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ମାନକ ତଥା ଆବଶ୍ୟକତା ଅନୁସାରେ ପରିଚୟର ପ୍ରମାଣୀକରଣ ପାଇଁ ବ୍ୟବହାର ହେଉଥିବା ସମସ୍ତ ବାୟୋମେଟ୍ରିକ ଉପକରଣ ଗୁଡ଼ିକ ପ୍ରାଧିକରଣ ଦ୍ୱାରା ପ୍ରମାଣିତ ହେବା ଆବଶ୍ୟକ ।