ଜଣେ ବ୍ୟକ୍ତିବିଶେଷଙ୍କର ଜନ୍ମ ତାରିଖର ବୈଧତା କିପରି ଯାଞ୍ଚ ହେବ?

DDSVP ସମିତି ରିପୋର୍ଟ ଅନୁସାରେ, ଜନ୍ମ ତାରିଖ(DoB) ର ଯାଞ୍ଚ, ଘୋଷଣା କିମ୍ବା ଅନୁମାନ କରାଯାଇଛି କି ନାହିଁ, ସୂଚିତ କରିବା ପାଇଁ ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରେ ଗୋଟିଏ ଫ୍ଲାଗକୁ ପରିଚାଳିତ କରାଯାଉଛି | ସଠିକ୍ ଜନ୍ମ ତାରିଖ ଜଣା ନଥିବା କ୍ଷେତ୍ରରେ, ବାସିନ୍ଦାଙ୍କୁ କେବଳ ବୟସକୁ ସୂଚିତ କରିବା ପାଇଁ କୁହାଯାଇଥାଏ | ପଞ୍ଜୀକରଣ ସଫ୍ଟୱେରରେ ବଯସକୁ ସଂଗ୍ରହ କରିବା ଏବଂ ଜନ୍ମ ତାରିଖକୁ ଗଣନା କରିବା ପାଇଁ ପ୍ରାବଧାନ ରହିଛି |