ମୋର ପଞ୍ଜୀକରଣ ହେଲାପରେ, ଆଧାର ପତ୍ର ପ୍ରାପ୍ତ କରିବା ପାଇଁ କେତେ ସମୟ ଲାଗିବ? ଏବଂ ମୁଁ ମୋର ଆଧାର ପତ୍ର କିପରି ପ୍ରାପ୍ତ କରିବି?

ଆଧାର ସୃଷ୍ଟି ହେବା ପାଇଁ ପାଖାପାଖି ୯୦ ଦିନ ସମୟ ଲାଗିପାରେ | ଡାକ ଦ୍ଵାରା ଆଧାର ପତ୍ର ପ୍ରେରଣ କରାଯାଇଥାଏ | ଥରେ ଆଧାର ସୃଷ୍ଟି ହେଲେ, ଆପଣ ପଞ୍ଜିକୃତ ମୋବାଇଲରେ ଗୋଟିଏ SMS ମଧ୍ୟ ପ୍ରାପ୍ତ କରିବେ(ଯଦି ପଞ୍ଜୀକରଣ ସମୟରେ ମୋବାଇଲ୍ ନମ୍ବର୍ ପ୍ରଦାନ କରାଯାଇଥାଏ) |