ମୁଁ ଆଧାର ସହିତ କିପରି PANକୁ ଲିଙ୍କ କରିବି?

Yଆପଣ ନିମ୍ନଲିଖିତ ପ୍ରକ୍ରିୟାରେ ନିଜ PANକୁ ଆଧାର ସହିତ ଲିଙ୍କ କରିପାରିବେ:

a) ଆୟକର ଇ-ଫାଇଲିଙ୍ଗ ପୋର୍ଟାଲକୁ ଖୋଲନ୍ତୁ - https://incometaxindiaefiling.gov.in/

b) ଏଥିରେ ପଞ୍ଜିକୃତ କରନ୍ତୁ(ଯଦି ହୋଇ ନଥାଏ) | ଆପଣଙ୍କ PAN (ସ୍ଥାୟୀ ଖାତା ସଂଖ୍ୟା) ଆପଣଙ୍କର ୟୁଜର୍ ଆଇଡି ହେବ |

c) ୟୁଜର୍ ଆଇଡି, ପାସୱର୍ଡ ଓ ଜନ୍ମ ତାରିଖକୁ ପ୍ରବେଶ କରି ଲଗ ଇନ୍ କରନ୍ତୁ |

d) ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ, ଯାହା ଆପଣଙ୍କୁ ଆପଣଙ୍କ PANକୁ ଆଧାର ସହିତ ଲିଙ୍କ କରିବା ପାଇଁ କହିବ | ଯଦି ସେପରି ନହୁଏ ତେବେ ମେନୁବାରରେ ଥିବା ’ପ୍ରୋଫାଇଲ୍ ସେଟିଙ୍ଗ’ କୁ ଯା’ନ୍ତୁ ଏବଂ ’ଲିଙ୍କ ଆଧାର’ ଉପରେ କ୍ଲିକ୍ କରନ୍ତୁ |

e) PANରେ ଥିବା ସମ୍ପୂର୍ଣ୍ଣ ବିବରଣୀ, ଯେପରି ନାମ, ଜନ୍ମ ତାରିଖ ଓ ଲିଙ୍ଗ ଉଲ୍ଲେଖ ଅଛି |

f) ଆପଣଙ୍କ ଆଧାରରେ ଉଲ୍ଲେଖ ହୋଇଥିବା, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ PANର ସମ୍ପୂର୍ଣ୍ଣ ବିବରଣୀକୁ ଯାଞ୍ଚ କରନ୍ତୁ | ଦୟାକରି ଧ୍ୟାନଦିଅନ୍ତୁ ଯେ, ଯଦି ସେଠାରେ କୌଣସି ଅମେଳ ଥାଏ, ତେବେ ଆପଣଙ୍କୁ ଦସ୍ତାବିଜଗୁଡିକ ମଧ୍ୟରୁ ଯେକୌଣସିଥିରେ ତାହାକୁ ସଂଶୋଧନ କରାଇବାକୁ ପଡିବ |

g) ଯଦି ବିବରଣୀଗୁଡିକ ମେଳ ହେଉଥିବ, ତେବେ ଆଧାର ସଂଖ୍ୟାକୁ ପ୍ରବେଶ କରି “ଲିଙ୍କ ନାଓ” ବଟନ୍ ଉପରେ କ୍ଲିକ୍ କରନ୍ତୁ |

h) ଗୋଟିଏ ପପ୍-ଅପ୍ ବାର୍ତ୍ତା, ଆପଣଙ୍କ ଆଧାର ସଫଳତାର ସହ PAN ସହିତ ଲିଙ୍କ ହୋଇଛି ବୋଲି ସୂଚିତ କରିବ |

i) ଆପଣ PAN ଓ ଆଧାରକୁ ଲିଙ୍କ କରିବା ପାଇଁ https://www.utiitsl.com/OR https://www.egov-nsdl.co.in/କୁ ମଧ୍ୟ ଯାଇପାରିବେ |