ଗୋପନୀୟତାର ସୁରକ୍ଷାଗୁଡିକ ସ୍ଥାନରେ ବାସିନ୍ଦାଙ୍କର ଗୋପନୀୟତାର ଅଧିକାରର ସୁରକ୍ଷା କ’ଣ?

ବ୍ୟକ୍ତିବିଶେଷଙ୍କର ସୁରକ୍ଷା ଏବଂ ସେମାନଙ୍କ ତଥ୍ୟକୁ ସୁରକ୍ଷା ପ୍ରଦାନ କରିବା UID ପ୍ରୋଜେକ୍ଟ ଡିଜାଇନରେ ଅନ୍ତର୍ନିହିତ ଅଛି | ଗୋଟିଏ ରାଣ୍ଡମ୍ ସଂଖ୍ୟା ପ୍ରାପ୍ତ କରିବା ଠାରୁ ଆରମ୍ଭ କରି ଯାହା ବ୍ୟକ୍ତିବିଶେଷଙ୍କ, ନିମ୍ନରେ ପ୍ରଦତ୍ତ ଅନ୍ୟ ବୈଶିଷ୍ଟ୍ୟର ତାଲିକା ବିଷୟରେ କିଛି ମଧ୍ୟ ପ୍ରକାଶ କରେ ନାହିଁ, UID ପ୍ରୋଜେକ୍ଟର ଉଦ୍ଦେଶ୍ୟ ଓ ଅଭିପ୍ରାୟ ସର୍ବଦା ବାସିନ୍ଦାଙ୍କର ଇଚ୍ଛାର ଗୁରୁତ୍ଵକୁ ପ୍ରାଧାନ୍ୟ ଦେବା |
  • ସୀମିତ ତଥ୍ୟକୁ ସଂଗ୍ରହ କରିବା
    UIDAI କେବଳ ମୌଳିକ ତଥ୍ୟ ଫିଲ୍ଡଗୁଡିକୁ ସଂଗ୍ରହ କରେ- ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ମାତା ପିତା/ଅଭିଭାବକଙ୍କ(ନାମ କେବଳ ଛୋଟପିଲାମାନଙ୍କ କ୍ଷେତ୍ରରେ ଜରୁରୀ, ଅନ୍ୟମାନଙ୍କ ପାଇଁ ନୁହେଁ)ଫୋଟୋ, ଦଶଟି ହାତ ଆଙ୍ଗୁଠି ଛାପ ଏବଂ ଆଇରିସ୍(ଆଖିଡୋଳା)ର ସ୍କାନ୍ |
  • ଲୋକଲୋଚନକୁ ନଆସିବା ଏବଂ ସଂଗୃହିତ ତଥ୍ୟକୁ ଟ୍ରାକ୍ କରିବା
    ଧର୍ମ, ଜାତି, ସଂପ୍ରଦାୟ, ଶ୍ରେଣୀ, ଜାତୀୟତା, ରୋଜଗାର ଓ ସ୍ଵାସ୍ଥ୍ୟଗତ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟର ସଂଗ୍ରହକୁ UIDAI ନିୟମ ଏହାକୁ ନିବୃତ୍ତ କରିଛି | ତେଣୁ UID ବ୍ୟବସ୍ଥା ମାଧ୍ୟମରେ ବ୍ୟକ୍ତିବିଶେଷଙ୍କୁ ଲୋକଲୋଚନକୁ ଆଣିବା ସମ୍ଭବ ନୁହେଁ |
  • ତଥ୍ୟର ନିଷ୍କାସନ – ହଁ କିମ୍ବା ନାହିଁରେ ଉତ୍ତର
    UIDAI, ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରେ ବ୍ୟକ୍ତିଗତ ତଥ୍ୟକୁ ପ୍ରକାଶ କରିବ ନାହିଁ – ଜଣଙ୍କ ପରିଚୟର ଅନୁରୋଧକୁ କେବଳ ହଁ କିମ୍ବା ନାହିଁରେ ଉତ୍ତର ପ୍ରଦାନ କରିଥାଏ |
  • UIDAIରେ ଥିବା ତଥ୍ୟକୁ ଅନ୍ୟ ତଥ୍ୟଭଣ୍ଡାର(ଡେଟାବେସ)ସହିତ ସଂଯୁକ୍ତ ଓ ଲିଙ୍କ କରିବା:
    UID ତଥ୍ୟଭଣ୍ଡାର(ଡେଟାବେସ) ଅନ୍ୟ କୌଣସି ତଥ୍ୟଭଣ୍ଡାର(ଡେଟାବେସ) ସହିତ କିମ୍ବା ଅନ୍ୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଥିବା ତଥ୍ୟଗୁଡିକ ସହିତ ଲିଙ୍କ ହୋଇନାହିଁ | ଏହାର କେବଳ ଗୋଟିଏ ଉଦ୍ଦେଶ୍ୟ ହେଉଛି ଯେ ଗୋଟିଏ ସେବା ପ୍ରାପ୍ତ କଲା ସମୟରେ, ଏହା ବ୍ୟକ୍ତିଜଣଙ୍କର ପରିଚୟକୁ ଯାଞ୍ଚ କରିବ ଏବଂ ଏହା ମଧ୍ୟ ଆଧାର ଧାରକଙ୍କ ଜ୍ଞାତରେ ହେବ |
    UID ତଥ୍ୟଭଣ୍ଡାର(ଡେଟାବେସ)କୁ କିଛି ଚୟନିତ ଉଚ୍ଚମାନର ସ୍ଵଚ୍ଛତାବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା, ଉଭୟ ଭୌତିକ ଓ ବୈଦୁତିକ ଭାବେ ସୁରକ୍ଷା ପ୍ରଦାନ କରିଥା’ନ୍ତି | ସବୁଠୁ ଉତ୍କୃଷ୍ଟମାନର ଏନକ୍ରିପଶନ୍ ଓ ଗୋଟିଏ ଉଚ୍ଚମାନର ସୁରକ୍ଷା ଭଲ୍ଟରେ ଏହାକୁ ସୁରକ୍ଷିତ ରଖାଯାଇଥାଏ | ଆକ୍ସେସ୍ କରିବାର ସମଗ୍ର ବିବରଣୀକୁ ସଠିକତାର ସହ ଲଗ୍ କରାଯାଇଥାଏ |