UIDAI ଦ୍ଵାରା ତଥ୍ୟ ସୁରକ୍ଷା ଓ ଗୋପନୀୟତା ପାଇଁ ନେଉଥିବା ପଦକ୍ଷେପଗୁଡିକ କ’ଣ?

ସଂଗୃହିତ ତଥ୍ୟର ସୁରକ୍ଷା ଓ ଗୋପନୀୟତାକୁ ସୁନିଶ୍ଚିତ କରିବା UIDAIର କର୍ତ୍ତବ୍ୟ | UIDAI ଦ୍ଵାରା ପ୍ରଦାନ କରାଯାଇଥିବା ସଫ୍ଟୱେର୍ ସାହାଯ୍ୟରେ ତଥ୍ୟକୁ ସଂଗ୍ରହ କରାଯାଏ ଏବଂ ସ୍ଥାନାନ୍ତର ସମୟରେ ଦେଖାଯାଉଥିବା ସମସ୍ୟାକୁ ପ୍ରତିହତ କରିବା ପାଇଁ ଏନକ୍ରିପ୍ଟ କରାଯାଇଛି | ଏହାର ତଥ୍ୟର ସୁରକ୍ଷତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ UIDAIର ଗୋଟିଏ ବ୍ୟାପକ ସୁରକ୍ଷା ନିୟମ ରହିଛି | ଏହା ସହିତ, କଡାକଡି ସୁରକ୍ଷା ଓ ଷ୍ଟୋରେଜ୍ ପ୍ରୋଟୋକଲଗୁଡିକ ସ୍ଥାନେ ସ୍ଥାନେ ରହିଛି | ଏହି ଉଦ୍ଦେଶ୍ୟରେ UIDAI ନିଜ ୱେବସାଇଟରେ ନିୟମାବଳୀଗୁଡିକୁ ପ୍ରକାଶ କରିଛି |
ଯେକୌଣସି ସୁରକ୍ଷା ନିୟମ ଭଙ୍ଗ ପାଇଁ ଭିଷଣ ଜୋରିମାନା ହେବା ସହିତ ଚିହ୍ନଟ ତଥ୍ୟକୁ ପ୍ରକାଶ କରିବା ପାଇଁ ମଧ୍ୟ ଜୋରିମାନା ରହିଛି | CIDRରେ ଅନଧିକାର ପ୍ରବେଶ ମଧ୍ୟ ଦଣ୍ଡନୀୟ କାର୍ଯ୍ୟ ଅଟେ, ଯେପରି ହ୍ୟାକିଙ୍ଗ କରିବା ଏବଂ CIDRରେ ଥିବା ତଥ୍ୟରେ ହେରଫେର କରିବା ପାଇଁ ଜୋରିମାନା ଅଛି |