ତଥ୍ୟକୁ ଆକ୍ସେସ୍ କରିବାରେ ଠକାମି କିମ୍ବା ଅନଧିକାର ପ୍ରବେଶ ଦ୍ଵାରା ସାମ୍ଭାବ୍ୟ ଅପରାଧିକ ଜୋରିମାନାଗୁଡିକ କ’ଣ?

ନିମ୍ନଲିଖିତଗୁଡିକ ହେଲା ବିଲରେ ଥିବା ସାମ୍ଭାବ୍ୟ ଜୋରିମାନା:
  • ଭୁଲ୍ ଜନସାଂଖିକ କିମ୍ବା ବାୟୋମେଟ୍ରିକ୍ ତଥ୍ୟ ପ୍ରଦାନ ପୂର୍ବକ ପ୍ରତିରୂପନ କରିବା ଗୋଟିଏ ଅପରାଧ ଅଟେ–ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • ଗୋଟିଏ ଆଧାର ସଂଖ୍ୟା ଧାରକଙ୍କ ପରିଚୟକୁ ପରିବର୍ତ୍ତନ କରି ଅନୁରୂପ କରିବା କିମ୍ବା ଆଧାର ସଂଖ୍ୟା ଧାରକଙ୍କ ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ଏକ ଅପରାଧ ଅଟେ- ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • ଗୋଟିଏ ଏଜେନ୍ସି ଭାବେ ଛଳନା କରିବା ସହ ବାସିନ୍ଦାଙ୍କ ପରିଚୟର ତଥ୍ୟକୁ ସଂଗ୍ରହ କରିବା ପାଇଁ ଚେଷ୍ଟା କରିବା ଗୋଟିଏ ଅପରାଧ ଅଟେ –ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ 10,000 ଟଙ୍କା ଏବଂ କମ୍ପାନୀ କ୍ଷେତ୍ରରେ 1 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • ଜଣେ ଅଣଅନୁମୋଦିତ ବ୍ୟକ୍ତିଙ୍କୁ, ପଞ୍ଜୀକରଣ ଓ ପ୍ରମାଣୀକରଣ ସମୟରେ ସଂଗୃହିତ ହେଉଥିବା ତଥ୍ୟକୁ ଇଚ୍ଛାକୃତ ଭାବେ ପ୍ରଦାନ କରିବା ଗୋଟିଏ ଅପରାଧ ଅଟେ – ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ 10,000 ଟଙ୍କା ଏବଂ କମ୍ପାନୀ କ୍ଷେତ୍ରରେ 1 ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • କେନ୍ଦ୍ରିୟ ପରିଚୟ ତଥ୍ୟ ଭଣ୍ଡାର(CIDR)ରେ ଅନଧିକାର ପ୍ରବେଶ ଏବଂ ହ୍ୟାକିଙ୍ଗ କରିବା ଗୋଟିଏ ଅପରାଧ ଅଟେ – ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ 1 କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • କେନ୍ଦ୍ରିୟ ପରିଚୟ ତଥ୍ୟ ଭଣ୍ଡାରରେ ହେରଫେର କରିବା ଗୋଟିଏ ଅପରାଧ ଅଟେ – ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ |
  • ବାୟୋମେଟ୍ରିକ୍ ପ୍ରଦାନ କରିବା ଯାହା ନିଜର ନୁହେଁ, ଗୋଟିଏ ଅପରାଧ ଅଟେ – ତିନି ବର୍ଷ ପାଇଁ କାରାଦଣ୍ଡ ଏବଂ 10,000 ଟଙ୍କା ପର୍ଯ୍ୟନ୍ତ ଫାଇନ୍ |