ଆଧାରକୁ କେଉଁଥିପାଇଁ ବ୍ୟବହାର କରାଯାଇପାରିବ? ଆଧାର ସମର୍ଥିତ ପ୍ରୟୋଗଗୁଡିକ କ’ଣ? ଆଧାର ସମର୍ଥିତ ପ୍ରୟୋଗଗୁଡିକ ମାଧ୍ୟମରେ କିପରି ଜଣେ ବାସିନ୍ଦା ଉପକୃତ ହୋଇପାରିବେ?

ଆଧାର ଅର୍ଥ ମୂଳଦୁଆ, ତେଣୁ ଏହାକୁ ଭିତ୍ତି କରି କୌଣସି ପ୍ରଦାନକାରୀ ବ୍ୟବସ୍ଥାକୁ ନିର୍ମାଣ କରାଯାଇପାରିବ | ଆଧାରକୁ ଯେକୌଣସି ବ୍ୟବସ୍ଥାରେ ବ୍ୟବହାର କରାଯାଇପାରିବ ଯାହା ବାସିନ୍ଦାଙ୍କ ପରିଚୟର ସ୍ଥାପନ ଆବଶ୍ୟକ କରିବ ସହିତ ସେବା/ସୁବିଧାଗୁଡିକୁ ପ୍ରଦାନ କରୁଥିବା ବ୍ୟବସ୍ଥା ବାସିନ୍ଦାଙ୍କ ପାଇଁ ଗୋଟିଏ ସୁରକ୍ଷିତ ଆକ୍ସେସ୍ ପ୍ରଦାନ କରିଥାଏ | ଆଧାର ନିମ୍ନଲିଖିତ କାର୍ଯ୍ୟକ୍ରମଗୁଡିକର ପ୍ରାପ୍ତି ପାଇଁ ବ୍ୟବହାର କରାଯାଇପାରିବ:
  • ଖାଦ୍ୟ ଓ ପୋଷଣ – ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ, ମିଳିତ ଶିଷୁ କଲ୍ୟାଣ ଯୋଜନା
  • ରୋଜଗାର –ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା, ସ୍ଵର୍ଣଜୟନ୍ତି ଗ୍ରାମ ସ୍ଵରୋଜଗାର ଯୋଜନା, ଇନ୍ଦିରା ଆବାସ ଯୋଜନା, ପ୍ରଧାନ ମନ୍ତ୍ରି ନିଶ୍ଚିତ ରୋଜଗାର କାର୍ଯ୍ୟକ୍ରମ
  • ଶିକ୍ଷା – ସର୍ବ ସିକ୍ଷା ଅଭିଯାନ, ରାଇଟ ଟୁ ଏଜୁକେଶନ୍
  • ଅନ୍ତର୍ନିବେଶ ଓ ସାମାଜିକ ସୁରକ୍ଷା – ଜନନୀ ସୁରକ୍ଷା ଯୋଜନା, ଆଦିମ ଜନଜାତି ଗୋଷ୍ଠି ବିକାଶ, ଇନ୍ଦିରା ଗାନ୍ଧୀ ଓଲଡ ଏଜ୍ ପେନସନ୍ ଯୋଜନା
  • ସ୍ଵାସ୍ଥ୍ୟର ଯତ୍ନ – ରାଷ୍ଟ୍ରିୟ ସ୍ଵାସ୍ଥ୍ୟ ବିମା ଯୋଜନା, ଜନଶ୍ରୀ ବିମା ଯୋଜନା, ଆମ୍ ଆଦମି ବିମା ଯୋଜନା
  • ଅନ୍ୟାନ୍ୟ ବିବିଧ ଉଦ୍ଦେସ୍ୟ ଯେପରି ସମ୍ପତ୍ତି କାରବାର, ଭୋଟର୍ ID, PAN କାର୍ଡ ପ୍ରଭୃତି |