ମୁଁ ଜଣେ NRI ଅଟେ ଏବଂ ମୋର ଗୋଟିଏ ଆଧାର ନାହିଁ | ଏହା କ’ଣ ସତ୍ୟ ଅଟେ ଯେ ମୋର PAN ରଦ୍ଦ ହୋଇଯିବ ଯଦି ମୁଁ 30th ଅପ୍ରେଲ୍ ସୁଧା ଆଧାର ପ୍ରଦାନ କରିବା ପାଇଁ ସକ୍ଷମ ନହୁଏ?

ଆର୍ଥିକ ଆଇନ୍, 2017 ଦ୍ଵାରା ପ୍ରଣିତ ଆୟକର ଆକ୍ଟ, 1961ର 139AA ଧାରା ଅନୁସାରେ ଆୟର ରିଟର୍ନକୁ ଦାଖଲ କରିବା ପାଇଁ ଏବଂ ଗୋଟିଏ ସ୍ଥାୟୀ ଖାତା ସଂଖ୍ୟା(PAN) ପ୍ରାପ୍ତି ସକାଷେ ଆବେଦନ କରିବା ପାଇଁ, ଆଧାର ଆବେଦନ ଫର୍ମର ଆଧାର / ପଞ୍ଜୀକରଣ IDକୁ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ଅଟେ, ଯାହା 1st ଜୁଲାଇ, 2017 ଠାରୁ ଲାଗୁ କରାଯାଇଛି | ଏହା ସ୍ପଷ୍ଟ ଅଟେ ଯେ, ଏହି ଆଧାର କିମ୍ବା ପଞ୍ଜୀକରଣ ID ସେହିମାନଙ୍କ ପାଇଁ ବାଧ୍ୟତାମୂଳକ ଅଟେ ଯେଉଁମାନେ ଆଧାର ନମ୍ବର୍ ପାଇବା ପାଇଁ ଯୋଗ୍ୟ ଅଟନ୍ତି | ଆଧାର (ଟାର୍ଗେଟେଡ୍ ଡେଲିଭରୀ ଅଫ୍ ଫାଇନାନସିଆଲ୍ ଆଣ୍ଡ ଅଦର୍ ସବସିଡିସ୍, ବେନିଫିଟସ ଆଣ୍ଡ ସର୍ଭିସେସ୍) ଆକ୍ଟ 2016, ଅନୁସାରେ କେବଳ ଜଣେ ବାସିନ୍ଦା ଆଧାର ପ୍ରାପ୍ତ କରିବା ପାଇଁ ଯୋଗ୍ୟ ଅଟନ୍ତି | କଥିତ ଆକ୍ଟ ଅନୁସାରେ ଜଣେ ବାସିନ୍ଦା ଯିଏ ଭାରତରେ ଦୀର୍ଘ ସମୟରୁ ବାସ କରୁଥିବେ କିମ୍ବା ପଞ୍ଜୀକରଣ ପାଇଁ ଆବେଦନ ତାରିଖର ଠିକ୍ ପୂର୍ବବର୍ତ୍ତୀ ତାରିଖରୁ ବାର ମାସ ମଧ୍ୟରେ ସର୍ବମୋଟ୍ ଶହେ ବୟାଅସି ଦିନ ଭାରତରେ ବାସ କରିଥିବେ | ସେହିପରି, ଆୟକର ଆଇନର 139AA ଧାରା ଅନୁସାରେ ଆବଶ୍ୟକତାକୁ ପୂରଣ ନକରି ପାରୁଥିବା ବ୍ୟକ୍ତି ଜଣେ ବାସିନ୍ଦା, ହୋଇପାରିବେ ନାହିଁ, ତା’ସହିତ ଆଧାର ଆକ୍ଟ 2016 ଅନୁସାରେ ଆଧାର ପାଇଁ ମଧ୍ୟ ଆବେଦନ କରିପାରିବେ ନାହିଁ |

ଜୁଲାଇ 2017 ଠାରୁ ଇନକମ୍ ଟାକ୍ସ ରିଟର୍ନ ଦାଖଲ କରିବା ସମୟରେ ଆଧାରର ସମ୍ପୂର୍ଣ୍ଣ ବିବରଣୀକୁ ପୂରଣ କରନ୍ତୁ ଯାହା NRIମାନଙ୍କ ପ୍ରତି ଲାଗୁ ହୁଏ ନାହିଁ |