ଜଣେ ବାସିନ୍ଦାଙ୍କୁ ଆଧାରରୁ ବାଦ ଦିଆଯାଇପାରିବ କି?

ବାସିନ୍ଦାଙ୍କୁ ଆଧାରରେ ଆଦୌ ପଞ୍ଜୀକରଣ ନକରିବା ପାଇଁ ପ୍ରଥମରୁ ହିଁ ବିକଳ୍ପ ପ୍ରଦାନ କରାଯାଇଥାଏ | ଆଧାର ଗୋଟିଏ ସେବା ଯୋଗାଣକାରୀ ଟୂଲ୍ ଅଟେ, ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ଡିଜାଇନ୍ ହୋଇନାହିଁ | ଆଧାର ପ୍ରତ୍ୟେକ ବାସିନ୍ଦାଙ୍କ ପାଇଁ ବିଶିଷ୍ଟ ଅଟେ, ଯାହା ସ୍ଥାନାନ୍ତରଯୋଗ୍ୟ ନୁହେଁ | ଯଦି ବାସିନ୍ଦା ଆଧାରକୁ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ, ଏହା ନିଷ୍କ୍ରିୟ ହୋଇରହିବ ଯେହେତୁ ଏହା ବ୍ୟକ୍ତିଙ୍କର ଭୌତିକ ଅବସ୍ଥିତି ଓ ବାୟୋମେଟ୍ରିକ୍ ପ୍ରମାଣୀକରଣ ଉପରେ ଆଧାରିତ ଅଟେ | ଯାହାହେଲେ ବର୍ତ୍ତମାନ, ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରୁ ବାହାର ହେବା ପାଇଁ ବ୍ୟବସ୍ଥା ନାହିଁ, କିନ୍ତୁ ଏହା ମଧ୍ୟ ଏଠାରେ କୁହାଯାଉଛି ଯେ ବାସିନ୍ଦାଙ୍କ ବ୍ୟତିତ, ତା’ଙ୍କ ଆଧାରକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ |