ଏମ୍-ଆଧାର(mAadhaar)ରେ ନବୀକୃତ ବା ଅପଡେଟେଡ୍ ପ୍ରୋଫାଇଲ କେମିତି ଦେଖିବେ?

  • (କ) ଆପଣଙ୍କ ପ୍ରୋଫାଇଲ୍ ଖୋଲନ୍ତୁ
  • (ଖ) ନବୀକୃତ ବା ନୂଆ ଆଧାର ତଥ୍ୟ ଦେଖିବା ପାଇଁ ସ୍କ୍ରିନର ଡାହାଣର ଉପର କୋଣରେ ଥିବା ଅପଡେଟେଡ୍ ପ୍ରୋଫାଇଲ୍ (View updated Profile)କୁ ଚୟନ କରନ୍ତୁ
  • (ଗ) ଟ୍ୟାପ କରିବା ପରେ ଓଟିପି ଆସିବ ଏବଂ ତାହା ଆପେଆପେ ଭର୍ତ୍ତି ହୋଇଯିବ । ତାହାପରେ ଓକେ ଟ୍ୟାପ କରନ୍ତୁ ଏବଂ ପ୍ରୋଫାଇଲ ଦେଖନ୍ତୁ
  • (ଘ) ପ୍ରୋଫାଇଲ ସିଂକ୍ କରିବା ପାଇଁ ବା ଯୋଡିବା ପାଇଁ ଆପଣଙ୍କ ମୋବାଇଲ ଇଣ୍ଟରନେଟ ସହ ସଂଯୁକ୍ତ ଥିବା ନିଶ୍ଚିତ କରନ୍ତୁ
  • (ଙ) ସଫଳତାର ସହ ସିଂକ୍ ହୋଇଯିବା ପରେ ଆପଣଙ୍କ ନୂଆ ଆଧାର ତଥ୍ୟ ସ୍କ୍ରିନରେ ଦିଶିବ