ବାସିନ୍ଦା ତାଙ୍କ ବାୟୋମେଟ୍ରିକ ତଥ୍ୟ କେମିତି ଅନଲକ୍ କରିପାରିବେ ବା ଖୋଲି ପାରିବେ?

  • (କ) ଆପଣଙ୍କ ପ୍ରୋଫାଇଲ ଖୋଲନ୍ତୁ।
  • (ଖ) ଡାହାଣ ପଟ ଉପର କୋଣରେ କ୍ଲିକ କରନ୍ତୁ ।
  • (ଗ) ବାୟୋମେଟ୍ରିକ ସେଟିଙ୍ଗସକୁ ଚୟନ କରନ୍ତୁ ।
  • (ଘ) ବାୟୋମେଟ୍ରିକ ଲକ୍ ହଟାଇବା ପାଇଁ ‘ଇନାବଲ୍ ବାୟୋମେଟ୍ରିକ ଲକ୍’ (‘Enable Biometric Lock’) ଚେକ୍ ବକ୍ସକୁ କ୍ଲିକ କରନ୍ତୁ ।
  • (ଙ) ଆପଣଙ୍କ ଚୟନକୁ ସେଭ କରିବା ପାଇଁ ବା ଯାହା ଚୟନ କଲେ ତାହା ବଜାୟ ରଖିବା ପାଇଁ ଡାହାଣପଟ ସବା ଉପର କୋଣରେ ଟିକ୍ ମାର୍କ ଉପରେ କ୍ଲିକ କରନ୍ତୁ ।
  • (ଚ) ଏକ ଓଟିପି ଆସିବ ଓ ତାହା ଆପେଆପେ ପୂରଣ ହୋଇଯିବ ଏବଂ ତାହା ସହିତ ବାୟୋମେଟ୍ରିକ ତଥ୍ୟ ଲକ୍ ହୋଇଯିବ ।
  • (ଛ) ଆପଣ ତାହାକୁ ପୁଣିଥରେ ଲକ୍ ନ କରିବା ପର୍ଯ୍ୟନ୍ତ ତାହା ଅନ-ଲକ୍ ବା ଖୋଲା ହୋଇ ରହିବ ।

ନୋଟ: ବାୟୋମେଟ୍ରିକକୁ ସ୍ଥାୟୀ ଭାବରେ ଅନ-ଲକ୍ ରଖିବା ପାଇଁ ବା ଖୋଲା ରଖିବା ପାଇଁ ୬ ଘଣ୍ଟା ସମୟ ଆବଶ୍ୟକ ହୋଇଥାଏ । ତେଣୁ, ବାୟୋମେଟ୍ରିକକୁ ଅନ-ଲକ୍ କଲା ପରେ ବାସିନ୍ଦା ପରବର୍ତ୍ତୀ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରମାଣୀକରଣ କରିପାରିବେ ନାହିଁ ।