ଅସ୍ଥାୟୀ ଓ ସ୍ଥାୟୀ ବାୟୋମେଟ୍ରିକ ଅନ-ଲକିଙ୍ଗ କ’ଣ?

ବାସିନ୍ଦା ଦୁଇଟି ଉପାୟରେ ତାଙ୍କ ବାୟୋମେଟ୍ରିକକୁ ଅନ୍-ଲକ୍ କରିପାରିବେ:

  • (କ) ଅସ୍ଥାୟୀ ଅନ୍-ଲକ୍ – ଏହି ଅନ୍-ଲକ୍ ୧୦ ମିନିଟ ପର୍ଯ୍ୟନ୍ତ ବୈଧ ରହିଥାଏ ।
  • (ଖ) ସ୍ଥାୟୀ ଅନ୍ଲକ୍ – ଏହା ସ୍ଥାୟୀ ଭାବରେ ଅର୍ଥାତ ପୁଣି ଥରେ ଲକ୍ ନ କରିବା ପର୍ଯ୍ୟନ୍ତ ବାୟୋମେଟ୍ରିକକୁ ଅନ-ଲକ୍ ବା ଖୋଲା ରଖିଥାଏ ।

ନୋଟ: ବାୟୋମେଟ୍ରିକକୁ ସ୍ଥାୟୀ ଭାବରେ ଅନ-ଲକ୍ ରଖିବା ପାଇଁ ବା ଖୋଲା ରଖିବା ପାଇଁ ୬ ଘଣ୍ଟା ସମୟ ଆବଶ୍ୟକ ହୋଇଥାଏ । ତେଣୁ, ବାୟୋମେଟ୍ରିକକୁ ଅନ-ଲକ୍ କଲା ପରେ ବାସିନ୍ଦା ପରବର୍ତ୍ତୀ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରମାଣୀକରଣ କରିପାରିବେ ନାହିଁ ।