ଏମ୍-ଆଧାର (mAadhaar)ଆପରେ ସର୍ବାଧକ କେତେଟି ପ୍ରୋଫାଇଲ ଯୋଡାଯାଇ ପାରିବ?

ଜଣେ ବ୍ୟବହାରକାରୀ ତାଙ୍କ ଫୋନରେ ଥିବା ଏମ୍-ଆଧାର ଆପରେ ସର୍ବାଧିକ ୩ଟି ପ୍ରୋଫାଇଲ୍ ଯୋଡି ପାରିବେ । ତେବେ, ସେହି ସମସ୍ତଙ୍କର ଆଧାର ସେହି ଗୋଟିଏ ଟେଲିଫୋନ ନମ୍ବର ସହିତ ଯୋଡି ହୋଇଥିବା ଆବଶ୍ୟକ । ଏହି ଆପ ସ୍ୱୟଂକ୍ରିୟ ଭାବରେ ପୂରଣ ହୋଇଯାଉଥିବା ଓଟିପି ବ୍ୟବହାର କରିଥାଏ । ତେଣୁ, ଅନ୍ୟ କୌଣସି ମୋବାଇଲ ନମ୍ବରକୁ ବ୍ୟବହାରକାରୀ ଯୋଡି ପାରିବେ ନାହିଁ । ଯଦି ଆପଣଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ଆଧାର ସହିତ ସେହି ଏକା ମୋବାଇଲ ନମ୍ବର ସଂଲଗ୍ନ ଅଛି ତାହାହେଲେ ଆପଣ ତାଙ୍କର ପ୍ରୋଫାଇଲକୁ ମଧ୍ୟ ଆପଣଙ୍କ ଫୋନରେ ଯୋଡି ପାରିବେ ।