ରେଜିଷ୍ଟ୍ରାର୍ କିଏ?

"Registrar" UID ଅଧିକାରୀଙ୍କ ଦ୍ଵାରା, ଯେକୌଣସି ସ୍ଵୀକୃତି କିମ୍ବା ମାନ୍ୟତାପ୍ରାପ୍ତ ଅସ୍ତିତ୍ଵ ଥିବା ଅଧିକାରୀ ହୋଇପାରନ୍ତି, ଯିଏ ବ୍ୟକ୍ତିବିଶେଷଙ୍କୁ UID ନମ୍ବର୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ କରାଇଥା’ନ୍ତି | ରେଜିଷ୍ଟ୍ରାରଗୁଡିକ ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳ, ରାଷ୍ଟ୍ରାୟତ୍ତ ଉଦୌଗ ଅବଂ ଅନ୍ୟାନ୍ୟ ଏଜେନ୍ସୀ ଓ ସଂସ୍ଥାଗୁଡିକର ବିଭାଗ କିମ୍ବା ଏଜେନ୍ସୀ ଅଟନ୍ତି, ଯେଉଁମାନେ, ସାଧାରଣ ସ୍ତରରେ ସେମାନଙ୍କର କିଛି କାର୍ଯ୍ୟକ୍ରମ, ଧନ୍ଦା କିମ୍ବା କାର୍ଯ୍ୟଧାରାକୁ ବାସିନ୍ଦାମାନଙ୍କ ସହିତ ପ୍ରୟୋଗ କରିବା ପାଇଁ ସେମାନଙ୍କ ସମ୍ପର୍କରେ ରହିଥା’ନ୍ତି | ଏହି ଭଳି ରେଜିଷ୍ଟ୍ରାରଗୁଡିକର ଉଦାହରଣଗୁଡିକ ହେଉଛି, ଗ୍ରାମ୍ୟ ଉନ୍ନୟନ ବିଭାଗ(NREGS ପାଇଁ) କିମ୍ବା ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ(TPDS ପାଇଁ), ବୀମା କମ୍ପାନୀଗୁଡିକ ଯେପରି ଜୀବନ ବୀମା ନିଗମ ଓ ବ୍ୟାଙ୍କଗୁଡିକ |

ରେଜିଷ୍ଟ୍ରାରଗୁଡିକ ବାସିନ୍ଦାମାନଙ୍କ ଠାରୁ ସିଧାସଳଖ କିମ୍ବା ପଞ୍ଜୀକରଣ ଏଜେନ୍ସୀମାନଙ୍କ ମାଧ୍ୟମରେ ସେମାନଙ୍କ ଜନାସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ସଂଗ୍ରହ କରିଥା’ନ୍ତି | UIDAI, ରେଜିଷ୍ଟ୍ରାରଗୁଡିକ ଦ୍ଵାରା ସମଗ୍ର ଆଧାର ପଞ୍ଜୀକରଣ ପ୍ରଣାଳିଗୁଡିକୁ ଲାଗୁ କରିବା ପାଇଁ ଏକକ, କାର୍ଯ୍ୟଧାରା ଓ ପ୍ରଣାଳିଗୁଡିକ, ନିୟମାବଳୀ ଓ ବୈଷୟିକ ବ୍ୟବସ୍ଥାଗୁଡିକୁ ବିକଶିତ କରିଛି | ରେଜିଷ୍ଟ୍ରାରଗୁଡିକ ପରସ୍ପର ସହଯୋଗିତାକୁ ପ୍ରୋତ୍ସାହିତ ମଧ୍ୟ କରିପାରନ୍ତି ଯାହା ଏହି କାର୍ଯ୍ୟଧାରାରେ UIDAIକୁ ସହାୟକ ହେବା ସକାଷେ ସେଗୁଡିକୁ ନିର୍ମାଣ କରାଯାଇଛି |