UIDAI ପ୍ରୋଜେକ୍ଟରେ ରେଜିଷ୍ଟ୍ରାରକୁ କିପରି ଆରମ୍ଭ କରାଯାଇଥାଏ?

TUIDAI ଗୋଟିଏ ସମ୍ପୂର୍ଣ୍ଣ ଅନବୋର୍ଡିଙ୍ଗ ପ୍ରୋସେସ୍ ଓ ଗାଇଡକୁ ପରିଭାଷିତ କରିଛି, ଯାହା ଆଧାରକୁ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ରେଜିଷ୍ଟ୍ରାରଗୁଡିକୁ ପ୍ରତ୍ୟେକ ସୋପାନରେ ସହାୟକ ହେବ | ଏହି ଦସ୍ତାବିଜରେ ଏହାର ଗୋଟିଏ ଉଚ୍ଚମାନର ସାରାଂଶ ଅଛି:

  • ସମିତି ଓ ମିଳିତ କାର୍ଯ୍ୟକାରୀ ଗୋଷ୍ଠିଗୁଡିକୁ ସ୍ଥାପନ କରିବା
    CM ଙ୍କ ଦ୍ଵାରା ପରିଚାଳିତ, ଆପେକ୍ସ/ସଶକ୍ତ ସମିତି ସ୍ଥାପନ କରିବା ଏବଂ ମୁଖ୍ୟ ସଚୀବଙ୍କ ଦ୍ଵାରା ପରିଚାଳିତ ଗୋଟିଏ ପ୍ରୟୋଗାତ୍ମକ ସମିତି ସ୍ଥାପନ କରିବା | UIDAI ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ରାଜ୍ୟ UIDICs, ନିଜ ନିଜ ରାଜ୍ୟରେ ଥିବା ରାଜ୍ୟ ରେଜିଷ୍ଟ୍ରାର ଓ ଅଣରାଜ୍ୟ ରେଜିଷ୍ଟ୍ରାରଗୁଡିକ ସହିତ ନିଶ୍ଚିତରୂପେ ସହଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଷ୍ଟେକହୋଲ୍ଡରମାନଙ୍କ ମଧ୍ୟରେ ଉତ୍ତରଦାୟିତ୍ଵତାକୁ ବୃଦ୍ଧି କରିବା ଏବଂ SRs ସହିତ ପଛକୁ ପଛ ଥିବା NSRs କାର୍ଯ୍ୟଗୁଡିକୁ ସହଜ କରିବ |
  • ଆଧାର ପାଇଁ ନୋଡାଲ୍ ବିଭାଗକୁ ଚିହ୍ନଟ କରିବା; ବିଭାଗଗୁଡିକୁ ଚିହ୍ନଟ କରିବା ଯାହା ଗୋତିଏ ନୋଡାଲ୍ ଅଧିକାରୀଙ୍କ ସହ ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରିବ | ଅନ୍ୟ ବିଭାଗଗୁଡିକ ଯେଉଁଗୁଡିକୁ ପଞ୍ଜୀକରଣ ସମୟରେ ପ୍ରୋଜେକ୍ଟରେ ରେଜିଷ୍ଟ୍ରାର୍ ଭାବେ ସମ୍ପୃକ୍ତ କରାଯିବ ନାହିଁ, ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟବସ୍ଥାରେ ‘Aadhaar enabling’ ନାମକ ଗୋତିଏ ବିକଳ୍ପ ରହିବ | ନୋଡାଲ୍ ଓ ରେଜିଷ୍ଟ୍ରାର୍ ବିଭାଗଗୁଡିକ ସମାନ କିମ୍ବା ଅନ୍ୟାନ୍ୟ ବିଭାଗଗୁଡିକ ହୋଇପାରନ୍ତି | MoU ସ୍ଵାକ୍ଷର ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ |
  • ପଞ୍ଜୀକରଣ ପାଇଁ ଆର୍ଥିକ ସହଯୋଗ ପ୍ରାପ୍ତି ପାଇଁ ଏଜେନ୍ସୀଗୁଡିକୁ ଚିହ୍ନଟ କରନ୍ତୁ:UID ଅଧିକାରୀ UID ବ୍ୟବସ୍ଥାରେ ପ୍ରତ୍ୟେକ ସଫଳ ପଞ୍ଜୀକରଣ ପାଇଁ କିଛି ଆର୍ଥିକ ସହାୟତା ଉପଲବ୍ଧ କରାଇଥାଏ | ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ, ରେଜିଷ୍ଟ୍ରାରମାନଙ୍କୁ ରେଜିଷ୍ଟ୍ରାରର ସମ୍ପୂର୍ଣ୍ଣ ବିବରଣୀ(ନାମ, ଖାତାର ସମ୍ପୂର୍ଣ୍ଣ ବିବରଣୀ)କୁ ପ୍ରଦାନ କରିବାକୁ ହେବ ଯାହାଦ୍ଵାରା ସେମାନେ ଅର୍ଥ ରାଶି ପ୍ରାପ୍ତ କରିବେ |
  • ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନ କରିବା– ଯାହା ନୋଡାଲ/ରେଜିଷ୍ଟ୍ରାର ବିଭାଗର ମୁଖ୍ୟଙ୍କ ଦ୍ଵାରା ପରିଚାଳିତ ହୋଇଥାଏ | ଅନ୍ୟ ସଭ୍ୟମାନେ ଅଧିକାରୀ ହେବା ଆବଶ୍ୟକ ଯେଉଁମାନେ ରେଜିଷ୍ଟ୍ରାରଙ୍କ ତରଫରୁ ବୈଷୟିକ, କାର୍ଯ୍ୟପ୍ରଣାଳି, IEC, ପ୍ରୟୋଗ କରିବା ଦଳକୁ ପଥ ପ୍ରଦର୍ଶନ କରିପାରିବେ | ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରାଜ୍ୟ ସରକାର/ରେଜିଷ୍ଟ୍ରାରମାନଙ୍କୁ ସହଯୋଗ କରିବା ପାଇଁ UIDAI ଉପଯୁକ୍ତ ପ୍ରତିନିଧିମାନଙ୍କୁ ପ୍ରସ୍ତାବିତ କରିବ | ଶୃଙ୍ଖଳିତ କର୍ଯ୍ୟକାରିତାକୁ ଏବଂ UIDAI – Registrar ସମାନ୍ତରାଳ ଭାବେ କାର୍ଯ୍ୟ କରିବା ସମୟରେ କାର୍ଯ୍ୟକାରୀ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ |

    ପ୍ରଦାନଯୋଗ୍ୟଗୁଡିକୁ / UIDAI ରେଜିଷ୍ଟ୍ରାର୍ ରେଡିନେସ୍ ଚେକଲିଷ୍ଟ(RRC)ରେ ଉଲ୍ଲେଖ ଥିବା କାର୍ଯ୍ୟଗୁଡିକର ନିଷ୍ପାଦନକୁ ସୁନିଶ୍ଚିତ କରିଥାଏ | UIDAI ନୋଡାଲ୍ ଅଧିକାରୀ ଓ EAଙ୍କ ସହିତ RRCକୁ ପ୍ରତ୍ୟେକ ସୋପାନରେ ନବୀକରଣ କରାଯାଇଥାଏ | ସ୍ଵାକ୍ଷରିତ ଚେକଲିଷ୍ଟକୁ ଆଞ୍ଚଳିକ କାର୍ଯ୍ୟାଳୟ/ନୋଡାଲ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଏ |

  • ସୂକ୍ଷ୍ମାନୁଭବୀକରଣ କର୍ମଶାଳାଗୁଡିକ : ଆଧାର, ପଞ୍ଜୀକରଣ ଓ IECର ଉଦ୍ୟମ, ଭୂମିକା ଓ ଦାୟିତ୍ଵଗୁଡିକୁ, ରାଜ୍ୟ/ଜିଲ୍ଲା/ଗ୍ରାମ ସ୍ତରରେ ପଞ୍ଜୀକରଣର ପନ୍ଥା ଓ ଉପାୟଗୁଡିକର ଉପରେ ସମ୍ୟକ ଧାରଣା ଦେବା ପାଇଁ, ପର୍ଯ୍ୟାୟକ୍ରମରେ ସୂକ୍ଷ୍ମାନୁଭବୀକରଣ କର୍ମାଶାଳାଗୁଡିକୁ ପରିଚାଳିତ କରାଯାଇଥାଏ | ଏହା ଗୋଟିଏ ଉପଗୋଷ୍ଠୀ କର୍ମଶାଳଗୁଡିକ ଦ୍ଵାରା ଅନୁସରଣ କରାଯାଇଥାଏ ଏବଂ ତାହାକୁ ସମ୍ମିଳିତ ଓ ପ୍ରୟୋଗ କରିବା ପାଇଁ ମୁଖ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ସକାଷେ ପ୍ରଣାଳି, ବୈଷୟିକ, IEC ଓ ପ୍ରୟୋଗର ଦଳଗୁଡିକର ସଭ୍ୟମାନଙ୍କ ସହ ବୈଠକ କରିବାକୁ ପଡିଥାଏ | ବୈଷୟିକ, ପ୍ରଣାଳି ଓ IEC ଚିନ୍ତାଧାରାଗୁଡିକ UIDAI ସହିତ ସମାନ୍ତରାଳ ଭାବେ ରହିଥିବା ସୁନିଶ୍ଚିତ କରନ୍ତୁ |

    ପଞ୍ଜୀକରଣଗୁଡିକ ଆରମ୍ଭ କରିବା ପାଇଁ କାର୍ଯ୍ୟକାରୀ ଷ୍ଟେଟସ୍ ପାଇଁ ଆବଶ୍ୟକ ଆଇଟମଗୁଡିକର ଷ୍ଟକର ତାରିଖ ‘go-live’ର ସୂଚୀର 2-3 ସପ୍ତାହ ପୂର୍ବରୁ ଗୋଟିଏ “Go Live readiness Workshop”ର ସୂଚୀକୁ ସ୍ଥିର କରାଯାଇଥାଏ | ରେଜିଷ୍ଟ୍ରାର ନିଶ୍ଚିତରୂପେ କାର୍ଯ୍ୟକ୍ଷେତ୍ର ଉପରେ କର୍ମଶାଳାଗୁଡିକୁ ସ୍ଥାପନ କରିବା ପଛରେ ଥିବା UIDAIର କାର୍ଯ୍ୟଧାରାଗୁଡିକର କେନ୍ଦ୍ର ଉପରେ ଉପଦେଶ ଦେବେ ଏବଂ ଏହା ମଧ୍ୟ ନିଶ୍ଚିତ କରିବେ ଯେ ଆବଶ୍ୟକ ଷ୍ଟେକହୋଲ୍ଡରମାନେ ଏବଂ କାର୍ଯ୍ୟକାରୀ ଗୋଷ୍ଠୀର ସଭ୍ୟମାନେ ଏହି କର୍ମଶାଳାରେ ଯୋଗ ଦେବେ | ପଞ୍ଜୀକରଣ ପ୍ରକ୍ରିୟାରେ ସାଧାରଣ ସାମାଜିକ ସଂସ୍ଥା(CSOs)ଗୁଡିକର ଭୁମିକାକୁ ପରିଭାଷିତ କରିବା ଏବଂ ସ୍ଥାନୀୟ ସ୍ତରରେ CSOର ଗୋଟିଏ ପ୍ୟାନେଲକୁ ବିକଶିତ କରିବା ଯେଉଁମାନେ ତଳୀୟବର୍ଗର ସଂପ୍ରାଦାୟକୁ ପଞ୍ଜୀକରଣ କରିବା ପାଇଁ ସାହାଯ୍ୟ କରିବେ | ସାମାଜିକ ଏକତ୍ରିକରଣ, ରେଜିଷ୍ଟ୍ରାରଗୁଡିକ ପାଇଁ ଗୋଟିଏ ବାଧ୍ୟତାମୁଳକ ଆବଶ୍ୟକତା ଅଟେ | ROମାନଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାରମାନେ ତଳୀୟବର୍ଗ, ବିଭିନ୍ନ ଦୁର୍ବଳ ଗୋଷ୍ଠୀ ଓ ଅକ୍ଷମ ମାନଙ୍କ ପାଇଁ ବିଶିଷ୍ଟ ପଞ୍ଜୀକରଣ ପ୍ରକ୍ରିୟାଗୁଡିକୁ ଅଗ୍ରାଧିକାର ଦେବା ଆବଶ୍ୟକ ଅଟେ |