ପଞ୍ଜୀକରଣ ଆରମ୍ଭ କରିବା ପାଇଁ EA ପ୍ରସ୍ତୁତି କାର୍ଯ୍ୟଭାବେ କ’ଣସବୁ ନିଶ୍ଚିତରୂପେ କରିବେ?


ଗୋଟିଏ EA ପାଇଁ ପ୍ରସ୍ତୁତି କାର୍ଯ୍ୟ

EA ନିଶ୍ଚିତରୁପେ ସେମାନଙ୍କ ପ୍ରୋଜେକ୍ଟ ଓ ବୈଷୟିକ ପରିଚାଳକଙ୍କୁ ଚିହ୍ନଟ କରିବା ଆବଶ୍ୟକ ଯିଏ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଅଂଶ ହେବେ ଯାହା ନୋଡାଲ୍/ପଞ୍ଜିକୃତ ବିଭାଗ ଦ୍ଵାରା ପରିଚାଳିତ ହେଉଥିବ | EA ପାଇଁ ପ୍ରାରମ୍ଭ ଓ ସଭ୍ୟମାନଙ୍କର କର୍ମଶାଳା ନିଶ୍ଚିତରୂପେ ରେଜିଷ୍ଟ୍ରାରଙ୍କ ଦ୍ଵାରା ପରିଚଳିତ ହେବା ଆବଶ୍ୟକ ଏବଂ UIDAI ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଓ କାର୍ଯ୍ୟକାରୀତା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବ | EA ନିଶ୍ଚିତରୂପେ ନିଜକୁ ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକ ତଥା ସମୟକ୍ରମେ ହେଉଥିବା ସଂଶୋଧନ/ନବୀକରଣଗୁଡିକ ସହ ମଧ୍ୟ ପରିଚିତ ହେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀ(EA)ର କାମ ନିମ୍ନରେ ଥିବା କାର୍ଯ୍ୟକ୍ରମଗୁଡିକୁ ନେଇ ହୋଇଥାଏ:

  • ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ଯେଉଁଥିରେ UIDAIର ବୈଶିଷ୍ଟ୍ୟତାନୁସାରେ ଥିବା ବାୟୋମେଟ୍ରିକ୍ ଉପକରଣକୁ ସଂଗ୍ରହ କରିବା

    ପଞ୍ଜୀକରଣ ଏଜେନ୍ସୀ, ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ସହିତ ସ୍ଵୀକୃତି ପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣଗୁଡିକ(ହାତଆଙ୍ଗୁଠି ଛାପ ଓ ଆଇରିସ୍(ଆଖିଡୋଳା) ଗ୍ରହଣ କରିବା ପାଇଁ), ଯାହା ପଞ୍ଜୀକରଣ ସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା ବ୍ୟବହୃତ ହେବ ଏବଂ ସେଗୁଡିକ UIDAIର ବୈଶିଷ୍ଟ୍ୟତାନୁସାରେ ଥିବ, ସେଗୁଡିକୁ ସଂଗ୍ରହ କରନ୍ତୁ | EA ନିଶ୍ଚିତରୂପେ କେବଳ ସେହି ବାୟୋମେଟ୍ରିକ୍ ଉପକରଣଗୁଡିକୁ ସଂଗ୍ରହ କରିବେ ଯାହା UIDAI ଦ୍ଵାରା କିମ୍ବା ଏହାର ଭରସାଯୋଗ୍ୟ ଏଜେନ୍ସୀ ଦ୍ଵାରା ସ୍ଵୀକୃତିପ୍ରାପ୍ତ ହୋଇଥିବ | EAଗୁଡିକ ହାର୍ଡୱେର୍ ଯୋଗାଣକାରୀଙ୍କ ଦ୍ଵାରା ନିରନ୍ତର ସହଯୋଗ ପ୍ରାପ୍ତ କରିବ ବୋଲି ମଧ୍ୟ ସୁନିଶ୍ଚିତ କରିବା ବାଧ୍ୟତାମୁଳକ ଅଟେ |

  • ପଞ୍ଜୀକରଣ ପାଇଁ ତାଲିମପ୍ରାପ୍ତ ଲୋକଶକ୍ତିକୁ ଭଡାରେ ନିଅନ୍ତୁ

    UIDAI ନିର୍ଦ୍ଦେଶିତ ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ନାମଙ୍କନ କେନ୍ଦ୍ର/ସେବାକେନ୍ଦ୍ରକୁ ପରିଚାଳନା କରିବା ପାଇଁ ଲୋକଶକ୍ତି ଯେପରି ଅପରେଟର ଓ ସୁପରଭାଇଜରମାନଙ୍କୁ ଭଡାରେ ନେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀଗୁଡିକ, ପଞ୍ଜୀକରଣ ସମୟରେ, ପଞ୍ଜୀକରଣ କେନ୍ଦ୍ରଗୁଡିକରେ ବୈଷୟିକ ସହାୟତା ଦେବା ପାଇଁ ନିଶ୍ଚିତରୂପେ ବୈଷୟିକ କର୍ମକର୍ତ୍ତାଙ୍କୁ ରଖିବା ଆବଶ୍ୟକ | ବୈଷୟିକ କର୍ମକର୍ତ୍ତା ଜଣକ ଶକ୍ତି/ସିଷ୍ଟମ୍/ବାୟୋମେଟ୍ରିକ୍ ଉପକରଣ ସମ୍ବନ୍ଧିତ ପରିଚାଳନାଗତ ସମସ୍ୟା ପାଇଁ ଫୋନ କରିବା ମାତ୍ରେ ଉପସ୍ଥିତ ହେବା ସକାଷେ ସର୍ବଦା ଅନ୍ୟୁନ ଛ’ଟି କେନ୍ଦ୍ରର ମଝାମଝି ସ୍ଥାନରେ ରହିବେ ଯାହାଦ୍ଵାରା ଉପସ୍ଥିତ ହେବା ସମୟକୁ କମ୍ କରାଯାଇପାରିବ | EA ସୁନିଶ୍ଚିତ କରିବେ ଯେ ଅପରେଟର୍ ଓ ସୁପରଭାଇଜରମାନଙ୍କର ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ | ଅପରେଟର୍ ନିଶ୍ଚିତଭାବେ ଅନ୍ୟୁନ 10+2 ଉତ୍ତିର୍ଣ୍ଣ ହୋଇଥିବେ ଏବଂ ସହଜ ଭାବେ କମ୍ପ୍ୟୁଟର୍ ବ୍ୟବହାର କରିପାରୁଥିବେ | ସୁପରଭାଇଜର୍ ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ କମ୍ପ୍ୟୁଟରକୁ ଭଲଭାବେ ବୁଝିପାରୁଥିବେ ଏବଂ କମ୍ପ୍ୟୁଟର ବ୍ୟବହାରରେ ଅଭିଜ୍ଞତା ଥିବ |

    PF, ESI, ଔଦ୍ୟଗିକ ବିବାଦ ଅଧିନିୟମ, ଠିକା ଶ୍ରମିକ ଅଧିନିୟମ ଏବଂ ନ୍ୟୁନତମ ମଜୁରି ଅଧିନିୟମ ଭଳି ବିଭିନ୍ନ ଶ୍ରମ ବିନିୟମଗୁଡିକରେ ଥିବା ଶ୍ରମ ଆଇନ୍ ଓ ସମସ୍ତ ବୈଧାନିକ ପ୍ରାବଧାନଗୁଡିକର ଅନୁପାଳନକୁ EA ସୁନିଶ୍ଚିତ କରିବା ଆବଶ୍ୟକ |

    କର୍ମକର୍ତ୍ତାଙ୍କୁ ନିଶ୍ଚିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉପକରଣ ଏବଂ ପଞ୍ଜୀକରଣରେ ସାମିଲ୍/ବ୍ୟବହୃତ ଉପକରଣ ପାଇଁ ଅଧିଷ୍ଠାପନ(ଇଣ୍ଡକ୍ସନ୍)ତାଲିମ ପ୍ରଦାନ କରିବା ବାଧ୍ୟତାମୁଳକ ଅଟେ ଏବଂ ବାସିନ୍ଦାଙ୍କ ପଞ୍ଜୀକରଣ, ସ୍ଥାନୀୟ ଭାଷାର ଆକ୍ଷରିକ ଅନୁବାଦ ଦକ୍ଷତା ପ୍ରଦାନ କରିବା ଆବଶ୍ୟକ ଯାହା ସେମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ବୁଝିବା ଓ ଅନୁକୁଳିତ କରିବାରେ ସକ୍ଷମ କରିଥାଏ | କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଅଧିଷ୍ଠାପନ(ଇଣ୍ଡକ୍ସନ୍) ତାଲିମ୍ ବାଧ୍ୟତାମୁଳକ ହେବ | EA, UIDAIର ସମ୍ପୃକ୍ତ RO ଆଞ୍ଚଳିକ ଅଧିକାରୀଙ୍କୁ ତାଲିମର ସୁଚୀକୁ ଏବଂ ଗୋଟିଏ ଫୋଲୋ-ଅପ୍ ରିପୋର୍ଟ ମଧ୍ୟ ପ୍ରଦାନ କରିବେ | UIDAI ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ତାଲିମ୍ ପ୍ରଦାନ ପାଇଁ ଆବଶ୍ୟକ ସଂସ୍ଥାନକୁ ସୁନିଶ୍ଚିତ କରିବେ | ଅପରେଟର ଓ ସୁପରଭାଇଜରମାନେ UIDAI ସ୍ଵୀକୃତି ପ୍ରାପ୍ତ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ ସ୍ଵୀକୃତି ପତ୍ର ପ୍ରାପ୍ତ କରିଥିବା ଆବଶ୍ୟକ | ନିର୍ଦ୍ଦିଷ୍ଟ ଭୁମିକା ପାଇଁ ସଠିକ୍ ସ୍ଵୀକୃତିକୁ ସୁନିଶ୍ଚିତ କରନ୍ତୁ | ଗୋଟିଏ ସ୍ଵୀକୃତି ପ୍ରାପ୍ତ ଅପରେଟର୍ ସୁପରଭାଇଜର୍ ଭାବେ କାମ କରିପାରିବେ ନାହିଁ |

    ଅପରେଟର୍ ଓ ସୁପରଭାଇଜରମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଆବଶ୍ୟକ ଅଟେ |

  • ପଞ୍ଜିକୃତ ଅପରେଟର୍/ସୁପରଭାଇଜରମାନଙ୍କୁ UIDAIରେ ପଞ୍ଜିକୃତ ଓ କାର୍ଯ୍ୟକ୍ଷମ କରିବା:<
    • ଅପରେଟର୍/ସୁପରଭାଇଜରମାନେ ନିଶ୍ଚିତରୂପେ ନିଜର ଆଧାର ସଂଖ୍ୟା ସୃଷ୍ଟି କରିଥିବା ଆବଶ୍ୟକ ଏବଂ ପଞ୍ଜୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ସହିତ UIDAIର ନିୟମାବଳୀ ସହ ସକ୍ରିୟ ହେବା ପାଇଁ ସ୍ଵୀକୃତି ପରୀକ୍ଷାରେ କୃତକାର୍ଯ୍ୟ ହେବା ଆବଶ୍ୟକ | ସେମାନଙ୍କୁ ଏହି ବାଧ୍ୟତାମୁଳକ ଆବଶ୍ୟକତାକୁ ପୂରଣ କରିବା ବିନା ପଞ୍ଜୀକରଣ କାର୍ଯ୍ୟରେ ନିଯୁକ୍ତି କରିବେ ନାହିଁ |

    • EA ଆଡମିନ୍ ୟୁଜର୍ ସେମାନଙ୍କ ଅପରେଟର୍/ସୁପରଭାଇଜରମାନଙ୍କୁ ସକ୍ରିୟ କରିବା ପାଇଁ ନିଶ୍ଚିତରୂପେ ବିଶିଷ୍ଟ ୟୁଜର୍ IDଗୁଡିକୁ ବ୍ୟବହାର କରିବେ | ଅନେକ ଅପରେଟରଙ୍କ IDଗୁଡିକ ପାଇଁ ଗୋଟିଏ ପାସୱର୍ଡକୁ ବ୍ୟବହାର କରନ୍ତୁ ନାହିଁ | UIDAI ବୈଷୟିକ ପୋର୍ଟାଲ୍ ଏବଂ ସ୍ଵୀକୃତିପ୍ରାପ୍ତ ଏଜେନ୍ସୀ ପୋର୍ଟାଲରେ ପ୍ରବେଶ ହୋଇଥିବା ତଥ୍ୟ ସଠିକ୍ ବୋଲି ସୁନିଶ୍ଚିତ କରନ୍ତୁ ଏବଂ ସେଗୁଡିକ ମେଳ ହେଉଥିବା ଆବଶ୍ୟକ |
    • ପଞ୍ଜୀକରଣଗୁଡିକର ଆରମ୍ଭକୁ ଗୁରୁତ୍ଵ ଦେବା ସହ ଆଧାର ନିୟମାବଳୀ ଅନୁରୂପ ସକ୍ରିୟ ଲୋକଶକ୍ତିର ଉପଲବ୍ଧତାକୁ EA ନିଶ୍ଚିତରୂପେ ସୁନିଶ୍ଚିତ କରିବେ |
    • EAଗୁଡିକ ପ୍ରଦର୍ଶନ କରିବେ ଯେ ସେମାନେ ସକ୍ରିୟ ଅପରେଟରମାନଙ୍କୁ ସ୍ଵୀକୃତି ଦେଇଛନ୍ତି, ମେସିନଗୁଡିକ ଉପଲବ୍ଧ ଅଛି ଏବଂ ଉପଯୋଗ ହେବା ପାଇଁ ହାର୍ଡୱେର୍ ଉପଲବ୍ଧ ଅଛି | EAଗୁଡିକ ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକର ଉପଯୋଗ ଯୋଜନାଗୁଡିକୁ ଘୋଷଣା କରିବା ଆବଶ୍ୟକ ଯେପରି କେତେବେଳେ ଓ କେଉଁଠି କେନ୍ଦ୍ରଗୁଡିକ ସ୍ଥାପନ ହେବ | EAଗୁଡିକ ଏହା ମଧ୍ୟ ପ୍ରଦର୍ଶନ କରିବେ ଯେ ସେମାନଙ୍କ ପାଖରେ ଆବଶ୍ୟକ ପର୍ଯ୍ୟବେକ୍ଷଣ ସଂସ୍ଥାନ ଉପଲବ୍ଧ ଅଛି | ଏହି ତଥ୍ୟକୁ ଭିତ୍ତି କରି, ROଗୁଡିକ ରେଜିଷ୍ଟ୍ରାର୍ ଓ EAଗୁଡିକର ପ୍ରସ୍ତୁତିକରଣକୁ ଆକଳନ କରିପାରିବେ ଏବଂ ତା’ପରେ ସେବା କେନ୍ଦ୍ରଗୁଡିକର ପରିଚାଳକ ଗୋଷ୍ଠୀଙ୍କୁ ଅନୁମତି ପ୍ରଦାନ କରିପାରିବେ |
  • UIDAIରେ ଗୋଟିଏ ପଞ୍ଜୀକରଣ ଏଜେନ୍ସୀ ଭାବେ ପ୍ରତିଷ୍ଠିତ ହେବା:
    • EA ନିଶ୍ଚିତରୂପେ ସେମାନଙ୍କର EA କୋଡକୁ UIDAI ଠାରୁ ପ୍ରାପ୍ତ କରିବେ
    • EA (ସଂଯୁକ୍ତ EA) ସେମାନଙ୍କ ମଧ୍ୟରେ ଲିଙ୍କକୁ ସ୍ଥାପନ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିବେ
    • ପୋର୍ଟାଲ୍ ପାଇଁ ଆଡମିନ୍ ପାସୱର୍ଡକୁ ପ୍ରାପ୍ତ କରିବା ସହ UIDAIରୁ କ୍ଲାଏଣ୍ଟ ପଞ୍ଜୀକରଣ ପାଇଁ ସ୍ଵୀକୃତି କୋଡ୍ ପ୍ରାପ୍ତ କରି
    • SFTP ଖାତା ସେଟପ୍ ଓ ପାସୱର୍ଡ୍ ପ୍ରାପ୍ତ କର
  • ଆଧାର ସଫ୍ଟୱେରର ଯୋଜନାବଦ୍ଧ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ପିନ୍ କୋଡ୍ ତଥ୍ୟ ପାଇଁ ପିନ୍ ମାଷ୍ଟର୍ ଯାଞ୍ଚ ହୋଇଛି ବୋଲି ସୁନିଶ୍ଚିତ କରିବା ସହ ଠିକ୍ ଓ ସମ୍ପୂର୍ଣ୍ଣ ଅଛି | ଛାଡିଯାଇଥିବା/ଭୁଲ୍ ପିନକୋଡଗୁଡିକୁ ପର୍ଯ୍ୟାଲୋଚନା ଓ ସୂଚିତ କରିବା ସହ ପିନ୍ ନମ୍ବରଗୁଡିକୁ ସଂଶୋଧନ କରିବା ପାଇଁ ପିନକୋଡ୍ ସଂଶୋଧନ କାର୍ଯ୍ୟଧାରାକୁ ବ୍ୟବହାର କରିବେ |

  • ସଫ୍ଟୱେର୍ ଇନଷ୍ଟଲେଶନ୍, କନଫିଗୁରେଶନ୍ ଓ ରେଜିଷ୍ଟ୍ରେଶନ୍:
    • ଆଧାର ପଞ୍ଜୀକରଣ ସଫ୍ଟୱେରର ନବୀକରଣ ଭର୍ସନକୁ କ୍ଲାଏଣ୍ଟ CIDR ସହିତ ଇନଷ୍ଟଲ୍, କନଫିଗର୍ ଓ ରେଜିଷ୍ଟର୍ କରିବେ | ପଞ୍ଜୀକରଣ ଏଜେନ୍ସୀ ଏହାର କ୍ଲାଏଣ୍ଟମାନଙ୍କୁ ପଞ୍ଜିକୃତ କରିବା ପାଇଁ UIDAIର ବୈଷୟିକ ଦଳଙ୍କ ଠରୁ ସ୍ଵୀକୃତିପ୍ରାପ୍ତ ୟୁଜର୍ ଓ ସ୍ଵୀକୃତିପ୍ରାପ୍ତ ୟୁଜର୍ କୋଡ୍ ଆବଶ୍ୟକ କରିବେ |
    • ସିଷ୍ଟମକୁ କନଫିଗର୍ କରୁଥିବା ବ୍ୟକ୍ତି ପ୍ରକୃତରେ ରେଜିଷ୍ଟ୍ରାରଙ୍କର ଜଣେ ପ୍ରତିନିଧି ଅଟନ୍ତି | ସାଧାରଣତଃ ରେଜିଷ୍ଟ୍ରାର୍ ଇନଷ୍ଟଲେଶନ୍ ଓ କନଫିଗୁରେଶନ୍ କାର୍ଯ୍ୟ କରିବା ପାଇଁ EAକୁ ପଚାରିପାରନ୍ତି | ଏହି କ୍ଷେତ୍ରରେ, ରେଜିଷ୍ଟ୍ରେଶନ୍ ଓ କନଫିଗୁରେଶନ୍ ରେଜିଷ୍ଟ୍ରାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇପାରେ |
    • ସମସ୍ତ ନବୀକରଣ ମାଷ୍ଟର୍ ତଥ୍ୟ ଯେପରି ପିନ୍ କୋଡ୍, ଅପରେଟର୍ କ୍ରେଡେନଶିଆଲସ, ଦସ୍ତାବିଜଗୁଡିକର ତାଲିକା ପ୍ରଭୃତି କ୍ଲାଏଣ୍ଟରେ ଲୋଡ୍ ହେବେ |
    • ଆଧାର କ୍ଲାଏଣ୍ଟର କାର୍ଯ୍ୟକାରୀତାକୁ ସ୍ଥାନୀୟ ଭାଷା ସହାୟକ, ପିନ୍ କୋଡ୍ ଓ ଉପଲବ୍ଧ ଥିବା ମାଷ୍ଟର୍ ତଥ୍ୟ ସହ ଏକତ୍ର କରି ଭଲ ଭାବେ ପରୀକ୍ଷା କରିବେ
    • UIDAIରେ ସମସ୍ତ ପଞ୍ଜିକୃତ ସେବା କେନ୍ଦ୍ରଗୁଡିକ ସକ୍ରିୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
    • ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ଅପରେଟର୍/ସୁପରଭାଇଜର୍/ପରିଚୟକର୍ତ୍ତାମାନେ(OSI) ସଭ୍ୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
  • EA ରେଜିଷ୍ଟ୍ରାରଙ୍କ ସହ ସୁନିଶ୍ଚିତ କରିବେ ଯେ ଆଧାର ପଞ୍ଜୀକରଣ ଫର୍ମଗୁଡିକ ମୁଦ୍ରିତ ହୋଇଛି, ବଣ୍ଟନ ପାଇଁ ପ୍ରସ୍ତୁତ/ବାସିନ୍ଦାମାନଙ୍କୁ ବଣ୍ଟନ କରାଯାଇଛି | ଯଦି ଆଗୁଆଭାବେ ପଞ୍ଜୀକରଣ ଫର୍ମଗୁଡିକ ବଣ୍ଟନ ଓ ପୂରଣ କରାଯାଇଥାଏ, ତେବେ ଏହା କେନ୍ଦ୍ରରେ ପଞ୍ଜୀକରଣକୁ ଦୃତ କରିବାରେ ସାହାଯ୍ୟ କରିବ | ପଞ୍ଜୀକରଣ ଫର୍ମଗୁଡିକୁ ନିୟନ୍ତ୍ରିତ ବଣ୍ଟନ ଦ୍ଵାରା ଜନଗହଳିକୁ ପରିଚାଳନା କରିବା ପାଇଁ ବ୍ୟବହାର କରାଯାଇପାରିବ |

  • ପଞ୍ଜୀକରଣ କେନ୍ଦ୍ର(EC) ଓ ପଞ୍ଜୀକରଣ ସେବା କେନ୍ଦ୍ର ସ୍ଥାପନ କରିବା :
    • ପଞ୍ଜୀକରଣ ସୁଚୀଗୁଡିକୁ ବିକଶିତ କରିବାରେ EA ରେଜିଷ୍ଟ୍ରାରଙ୍କୁ ସହଯୋଗ କରିବେ | ନିର୍ଦ୍ଧାରିତ ସ୍ଥାନଗୁଡିକରେ ଉପଯୁକ୍ତ ପଞ୍ଜୀକରଣ କେନ୍ଦ୍ରଗୁଡିକୁ ଚିହ୍ନଟ କରିବା ସକାଷେ EA ରେଜିଷ୍ଟ୍ରାରଙ୍କ ସହ କାର୍ଯ୍ୟ କରିବେ | ଥରେ ECଗୁଡିକ ଚିହ୍ନଟ ହୋଇଗଲେ, ନବୀକରଣ ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ଅନୁସାରେ EA, ECର ପ୍ରସ୍ତୁତିକୁ ସୁନିଶ୍ଚିତ କରିବେ | UIDAI ଦ୍ଵାରା ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ପଞ୍ଜୀକରଣ କେନ୍ଦ୍ର ଓ ସେବା କେନ୍ଦ୍ର ସ୍ତରରେ ବିଭିନ୍ନ ଆବଶ୍ୟକତାକୁ ତାଲିକାଭୁକ୍ତ କରିଥାଏ ଏବଂ ଯୋଜନାରେ EAକୁ ପ୍ରୋତ୍ସାହିତ କରିଥାଏ |
    • ପର୍ଯ୍ୟାପ୍ତ ଆସବାବ ଯେପରି ମୁଦ୍ରଣ ପାଇଁ କାଗଜ ଓ କେନ୍ଦ୍ରରେ ଉପଲବ୍ଧ ଥିବା ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା | ପର୍ଯ୍ୟାପ୍ତ ଶକ୍ତି ଓ ଅନ୍ୟାନ୍ୟ ସହଯୋଗୀ ବ୍ୟବସ୍ଥାକୁ ପଞ୍ଜୀକରଣ କେନ୍ଦ୍ରରେ ସୁନିଶ୍ଚିତ କରିବା | ପଞ୍ଜୀକରଣ ପାଇଁ ହାର୍ଡୱେର୍ ଓ ସଫ୍ଟୱେରକୁ ବିନିଯୋଗ କରିବା | ପ୍ରତ୍ୟେକ ସେବା କେନ୍ଦ୍ରରେ ସମସ୍ତ ଉପକରଣ ଓ ଆପ୍ଲିକେଶନର କାର୍ଯ୍ୟକାରୀତାକୁ ପରୀକ୍ଷା କରିବା |
    • EA ରେଜିଷ୍ଟ୍ରାରଙ୍କ ସହିତ ବୈଧ ଚୁକ୍ତି ନକରି କ୍ଷେତ୍ରଗୁଡିକରେ ପଞ୍ଜୀକରଣ କାର୍ଯ୍ୟକୁ କଦାପି କରିବେ ନାହିଁ | ପଞ୍ଜୀକରଣ ଏଜେନ୍ସୀଗୁଡିକ ମଧ୍ୟ UIDAI ପୋର୍ଟାଲରେ ଥିବା ପଞ୍ଜୀକରଣ କେନ୍ଦ୍ରର ସମସ୍ତ ବିବରଣୀକୁ ପୂରଣ କରିବା ଆବଶ୍ୟକ ଅଟେ |
    • EA ନିଶ୍ଚିତରୂପେ ସୁରକ୍ଷା କାର୍ଯ୍ୟଧାରାଗୁଡିକୁ, ଆଇନ୍ ଓ କଟକଣାଗୁଡିକୁ ମାନିବେ ଏବଂ ସମସ୍ତ ନିୟମ ବ୍ୟବସ୍ଥାକୁ ମାନିବା ସହିତ ସୁରକ୍ଷା ଓ ଶ୍ରମ ଆଇନ୍, ନିୟମ, ସେଠାରେ ସମୟ ସମୟରେ ଜାରି ହେଉଥିବା ଆଇନ୍ ଓ ବିଜ୍ଞପ୍ତିକୁ ମାନିବେ | କର୍ମକର୍ତ୍ତାଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ EA ସମସ୍ତ ଜରୁରୀ କିମ୍ବା ଉପଯୁକ୍ତ ପଦକ୍ଷେପଗୁଡିକୁ ଗ୍ରହଣ କରିବେ ଏବଂ ସମସ୍ତ ଉପଯୋଗୀ ସୁରକ୍ଷା ନିୟମ ଓ ନିର୍ଦ୍ଦେଷାବଳୀଗୁଡିକୁ ପାଳନ କରିବେ |
  • ଯୋଗାଯୋଗ କେନ୍ଦ୍ରର ତଥ୍ୟକୁ ପୂରଣ କରିବା:

    UIDAI ଯୋଗାଯୋଗ କେନ୍ଦ୍ର ଦ୍ଵାରା ଆବଶ୍ୟକ ହେଉଥିବା ତଥ୍ୟ ସହ ଫର୍ମଗୁଡିକୁ EA ନିଶ୍ଚିତରୂପେ ପୂରଣ କରିବେ ଓ ଦାଖଲ କରିବେ | ଏହି ତଥ୍ୟ ଦ୍ଵାରା, EAଙ୍କୁ ECଙ୍କ ସହ ଯୋଗାଯୋଗ, ପଞ୍ଜୀକରଣ କେନ୍ଦ୍ରର ଠିକଣା ଓ କାର୍ଯ୍ୟକାରୀ ସମୟକୁ ପ୍ରଭୃତିକୁ ଜାଣିବାରେ ସହାୟକ ହେବ |

  • ସାହାଯ୍ୟରେ ସଚେତନତାର ସୃଷ୍ଟି:

    ପଞ୍ଜୀକରଣ ଏଜେନ୍ସୀ ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବା ଆବଶ୍ୟକ ଏବଂ ନିମ୍ନସ୍ତରରୁ ବାସିନ୍ଦାଙ୍କୁ ସଚେତନ କରାଇବେ | ପଞ୍ଜୀକରଣ କାର୍ଯ୍ୟର ଆରମ୍ଭକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଏଜେନ୍ସୀ ସ୍ଥାନୀୟ ପରିଚାଳନା ସମିତି ସହ ନିକଟତର ହୋଇ କାର୍ଯ୍ୟ କରିବେ, ମୂଳ ପରିଚାୟକର୍ତ୍ତାମାନେ ଆଧାରକୁ ଲୋକଲୋଚନକୁ ଆଣିବା ସହ, ଏହାର ପ୍ରାଧାନ୍ୟତା, ଓ ସେହି ସ୍ଥାନରେ ଆଧାର ପଞ୍ଜୀକରଣର ସୁଚୀକୁ ଅବଗତ କରାଇବେ | EA ପ୍ରାଞ୍ଜଳ ଭାବେ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ସମ୍ମତି ସମ୍ବନ୍ଧିତ ଜରୁରୀ ତଥ୍ୟ ଏବଂ ଅପରେଟରଙ୍କ ଦାୟିତ୍ଵଗୁଡିକୁ ପ୍ରଦର୍ଶନ କରିବା ଆବଶ୍ୟକ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ ପ୍ରକାଶ କରିବାରେ ପଞ୍ଜୀକରଣ ଏଜେନ୍ସୀର ଭୁମିକା ସୀମିତ ଅଟେ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ EA ସଂଯୁକ୍ତ / ରୂପାନ୍ତର / ଡିଲିଟ୍ କରିବେ ନାହିଁ |