ଅପରେଟର୍ କିଏ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ?

ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ନାମଙ୍କନକୁ ନିଷ୍ପାଦନ କରିବା ପାଇଁ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ଜଣେ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଥାଏ | ଏହି ଭୁମିକାକୁ ପାଇଁ ଯୋଗ୍ୟ ବିବେଚିତ ହବା ନିମନ୍ତେ ବ୍ୟକ୍ତିଜଣଙ୍କ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିଥିବା ଆବଶ୍ୟକ:

  • ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ |
  • ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ |
  • ବ୍ୟକ୍ତି ଜଣକ ଆଧାର ପାଇଁ ପଞ୍ଜୀକରଣ କରିଥିବେ ଏବଂ ତାଙ୍କର ଆଧାର ସଂଖ୍ୟା ସୃଷ୍ଟି ହୋଇଥିବ |
  • ବ୍ୟକ୍ତିଙ୍କର କମ୍ପ୍ୟୁଟର୍ ଚାଳନା ଉପରେ ମୌଳିକ ଜ୍ଞାନ ଥିବ ଏବଂ ସ୍ଥାନୀୟ ଭାଷା, କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବେ |
  • UIDAI ଦ୍ଵାରା ନିଯୁକ୍ତ ଗୋଟିଏ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ “ଅପରେଟର୍ ପ୍ରମାଣପତ୍ର (Operator Certificate)” ପ୍ରାପ୍ତ କରିଥିବେ |

ଗୋଟିଏ ଅପରେଟର୍ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ:

  • UIDAI ନିୟମାବଳୀ ଅନୁରୂପ ପଞ୍ଜୀକରଣଗୁଡିକୁ ଅଗ୍ରାଧିକାର ଦେବା ସହ, ବ୍ୟକ୍ତି ଜଣକ ଯେକୌଣସି ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ନିଯୁକ୍ତ ଓ ସକ୍ରିୟ ରହିଥିବେ |
  • ବ୍ୟକ୍ତି ଜଣକ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ/ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପରିଚାଳିତ, ଆଧାର ପଞ୍ଜୀକରଣ ସମୟରେ ଆଧାର ପଞ୍ଜୀକରଣ/ନବୀକରଣ ପ୍ରକ୍ରିୟାଗୁଡିକର ଏବଂ ବିଭିନ୍ନ ଉପକରଣଗୁଡିକର ବ୍ୟବହାର ଉପରେ ଅନୁଷ୍ଠିତ ଅଧିବେଶନରେ ତାଲିମ୍ ନେଇଥିବେ |
  • ସ୍ଵୀକୃତି ପାଇଁ ପରୀକ୍ଷା ଦେବା ପୂର୍ବରୁ ବ୍ୟକ୍ତି ଜଣକ UIDAI ୱେବସାଇଟରେ ଥିବା ତାଲିମ୍ ପାଇଁ ଥିବା ସମ୍ପୂର୍ଣ୍ଣ ମ୍ୟାଟେରିଆଲକୁ ପଢିଥିବା ଆବଶ୍ୟକ |
  • ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବା ଆବଶ୍ୟକ |
  • ଅପରେଟର୍ ନିଶ୍ଚିତରୂପେ ତା’ଙ୍କର ଆବଶ୍ୟକ ଦସ୍ତାବିଜଗୁଡିକ ସହ “On boarding Form”କୁ ପଞ୍ଜୀକରଣ ଏଜେନ୍ସୀଙ୍କ ନିକଟରେ ଦାଖଲ କରିବେ ଯାହାକୁ ସମ୍ପର୍କୀତ “UIDAI ଆଞ୍ଚଳିକ କାର୍ଯ୍ୟାଳୟ”ରେ ଯାଞ୍ଚ ପାଇଁ ଦାଖଲ କରାଯିବ |
  • ଯାଞ୍ଚ ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ସଭ୍ୟମାନଙ୍କ ସହିତ ଗ୍ରହଣ/ଅଗ୍ରାହ୍ୟ ଅନୁରୂପ ପଞ୍ଜୀକରଣ ଏଜେନ୍ସୀକୁ ଅବଗତ କରିବେ |
  • ତା’ପରେ ପଞ୍ଜୀକରଣ ଏଜେନ୍ସୀ ଆଧାର କ୍ଲାଏଣ୍ଟ ସଫ୍ଟୱେରରେ ତା’ଙ୍କର ବାୟୋମେଟ୍ରିକଗୁଡିକୁ ନେଇ ଅପରେଟର୍ ଭାବେ ସଂଯୁକ୍ତ କରିବେ ଏବଂ ପଞ୍ଜୀକରଣ ମେସିନକୁ ପରିଚାଳନା କରିବା ପାଇଁ ଗୋଟିଏ ୟୁଜର୍ ନେମ୍ ଓ ପାସୱର୍ଡ୍ ପ୍ରଦାନ କରିବେ |
  • ପଞ୍ଜିକୃତ ୟୁଜର୍ ଅର୍ଥ, UIDAIରେ ୟୁଜରଙ୍କର ବାୟୋମେଟ୍ରିକ୍ ସଫଳତାର ସହ ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି ଏବଂ ପଞ୍ଜୀକରଣ ସେବା କେନ୍ଦ୍ରର ସ୍ଥାନୀୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଗଚ୍ଛିତ ହୋଇଛି |