ଜନସାଂଖିକ ତଥ୍ୟକୁ ଗ୍ରହଣ କରିବା ପାଇଁ UIDAIର ନିୟମାବଳୀଗୁଡିକ କ’ଣ?


ଜନସାଂଖିକ ତଥ୍ୟ ଗ୍ରହଣ ନିୟମାବଳୀଗୁଡିକ:

  • ଯାଞ୍ଚ ହୋଇଥିବା ପଞ୍ଜୀକରଣ/ନବୀକରଣ ଫର୍ମରୁ ବାସିନ୍ଦାଙ୍କର ଜନସାଂଖିକ ବିବରଣୀକୁ ପ୍ରବେଶ କରନ୍ତୁ |
  • ଆଧାର ନବୀକରଣ ହେବାକ୍ଷେତ୍ରରେ, କେବଳ ନବୀକରଣ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଚିହ୍ନଟ ଓ ପୂରଣ କରନ୍ତୁ |
  • ବାସିନ୍ଦାମାନଙ୍କୁ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡିକୁ ସଂଯୁକ୍ତ କରିବା ପାଇଁ ଉତ୍ସାହିତ କରନ୍ତୁ, ଏହି ବିବରଣୀକୁ ବ୍ୟବହାର କରି, UIDAI, ବାସିନ୍ଦାଙ୍କ ସମ୍ପର୍କରେ ରହିବ |
  • ଜନସାଂଖିକ ତଥ୍ୟ ଗ୍ରହଣ କରିବା ସମୟରେ ତଥ୍ୟ ଆସ୍ଥେଟିକ୍ସ ଉପରେ ନଜର ରଖନ୍ତୁ | ତଥ୍ୟ ଗ୍ରହଣ କରିବା ସମୟରେ ସ୍ପେସଗୁଡିକର ଅନୁପଯୁକ୍ତ ବ୍ୟବହାର, ପଙ୍କଚୁଏସନ୍ ଚିହ୍ନଗୁଡିକ, କ୍ୟାପିଟାଲ୍ ଓ ସ୍ମଲ୍ ଅକ୍ଷରର ବ୍ୟବହାରକୁ ଏଡାଇବାକୁ ଚେଷ୍ଟା କରନ୍ତୁ |
  • ଅଣ-ସାମ୍ବିନ୍ଧାନିକ ଭାଷାର ବ୍ୟବହାର ଓ ଅକ୍ଷରିକ ଅନୁବାଦର ତୃଟିକୁ ପରିହର କରନ୍ତୁ |
  • ବାଧ୍ୟତାମୁଳକ ନଥିବା କ୍ଷେତ୍ରକୁ ଖାଲି ଛାଡିଦିଅନ୍ତୁ ଯେଉଁଠି ବାସିନ୍ଦାଙ୍କ ଦ୍ଵାରା କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ | ବାସିନ୍ଦା ତଥ୍ୟ ପ୍ରବେଶ କରିନଥିବା ସ୍ଥାନରେ N/A, NA ପ୍ରଭୃତିକୁ ପ୍ରବେଶ କରନ୍ତୁ ନାହିଁ |
  • 5 ବର୍ଷରୁ ଊର୍ଦ୍ଧ୍ଵ ବସିନ୍ଦାଙ୍କ ପାଇଁ ବାପା / ମା’ / ସ୍ଵାମୀ / ସ୍ତ୍ରୀ / ଅଭିଭାବକ ସ୍ଥାନ ବାଧ୍ୟତାମୁଳକ ନୁହେଁ, ସାବାଳକଙ୍କ କ୍ଷେତ୍ରରେ ଯିଏକି ସେହି ପରିସ୍ଥିତିରେ ନଥିବେ କିମ୍ବା ପ୍ରକାଶ କରିବାକୁ ଇଚ୍ଛୁକ ନଥିବେ | ତା’ପରେ “Relationship to Resident”ରେ ଥିବା “Not Given” ଚେକ୍ ବକ୍ସକୁ ଚୟନ କରନ୍ତୁ |
  • ଛୋଟ ପିଲା 5 ବର୍ଷରୁ କମ୍ ବୟସ କ୍ଷେତ୍ରରେ, ମାତାପିତା ଜଣଙ୍କର କିମ୍ବା ଅଭିଭାବକଙ୍କର ନାମ ଆଧାର ସଂଖ୍ୟାକୁ ରେକର୍ଡ କରିବା ବାଧ୍ୟତାମୁଳକ ଅଟେ |
  • ‘parent’s name’ ବିପକ୍ଷରେ କେବଳ ବାପାଙ୍କ ନାମ ରେକର୍ଡ କରିବା ବାଧ୍ୟତାମୁଳକ ନୁହେଁ | ମାତାପିତାଙ୍କ ସହମତି କ୍ରମେ ‘parent’, guardian’ ନେମରେ ମାତାଙ୍କ ନାମ ମଧ୍ୟ ଏକକ ଭାବେ ରେକର୍ଡ କରାଯାଇପାରିବ |
  • ପିଲାମାନଙ୍କୁ ଦୃଷ୍ଟିରେ ରଖି ମାତାପିତା ପଞ୍ଜୀକରଣ କରିବା ବାଧ୍ୟତାମୁଳକ ଅଟେ | ଯଦି ପିଲାର ବାପା / ମା’ / ଅଭିଭାବକ ପଞ୍ଜୀକରଣ କରିନାହାଁନ୍ତି କିମ୍ବା ଆଧାର ସଂଖ୍ୟା ନଥାଏ ତେବେ ପିଲାର ପଞ୍ଜୀକରଣ ହୋଇପାରିବ ନାହିଁ |
  • ପରିବାରର ମୁଖ୍ୟ(HoF)ଆଧାରିତ ଯାଞ୍ଚ ପାଇଁ ନାମ, HoFଙ୍କର ଆଧାର ସଂଖ୍ୟା ଏବଂ ପରିବାରର ସଦସ୍ୟଙ୍କ ସହ ମୁଖ୍ୟଙ୍କର ସମ୍ପର୍କର ବିବରଣୀକୁ ପ୍ରବେଶ କରିବା ବାଧ୍ୟତାମୁଳକ ଅଟେ |