ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରିବା ପାଇଁ UIDAIର ନିୟମାବଳୀଗୁଡିକ କ’ଣ?


ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରିବା ନିୟମାବଳୀଗୁଡିକ:

  • ସୁସ୍ଥତା ପାଇଁ(ଛାଡିଯାଇଥିବା/ଅଙ୍ଗଛେଦ ହୋଇଥିବ) ବାସିନ୍ଦାଙ୍କର ଆଖି ଓ ହାତଆଙ୍ଗୁଠିଗୁଡିକୁ ଯାଞ୍ଚ କରନ୍ତୁ | ଯଦି ବାସିନ୍ଦାଙ୍କର କିଛି ବିକଳାଙ୍ଗତା ଥାଏ ଯେଉଁ କାରଣରୁ ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳା)କୁ ନେବା ସମ୍ଭବ ହୁଏ ନାହିଁ, ଏଗୁଡିକ ମଧ୍ୟ ବାୟୋମେଟ୍ରିକ୍ ବିଶିଷ୍ଟତାରେ ଗ୍ରହଣ କରାଯିବ |
  • ସଫ୍ଟୱେରରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଯାଞ୍ଚ ଓ ସୂଚିତ କରନ୍ତୁ, କେବଳ ଯେଉଁଠି ଆବଶ୍ୟକ | ଯେଉଁଠି ବାୟୋମେଟ୍ରିକକୁ ଗ୍ରହଣ କରିହେବ ସେଠାରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଚିହ୍ନଟ କରନ୍ତୁ ନାହିଁ | ଏହାକୁ ମିଥ୍ୟା ଭାବେ ଗ୍ରହଣ କରାଯିବ ଏବଂ ଦୃଢ ଜୋରିମାନାକୁ ଆମନ୍ତ୍ରଣ କରିବ |
  • ବାୟୋମେଟ୍ରିକ୍ ବିଶିଷ୍ଟତା କ୍ଷେତ୍ରରେ, ସର୍ବଦା ବାସିନ୍ଦାଙ୍କର ବିଶିଷ୍ଟତା ବ୍ୟତିତ ମୁହଁ ଓ ଉଭୟ ହାତର ବିଶିଷ୍ଟ ଫୋଟୋଗ୍ରାଫ ଗ୍ରହଣ କରନ୍ତୁ |
  • ବାସିନ୍ଦାଙ୍କ ଅସୁସ୍ଥତା ବା ବୃଦ୍ଧାବସ୍ଥା ହେତୁ ବାୟୋମେଟ୍ରିକ୍ ଉପକରଣ ନିକଟରେ ପହଞ୍ଚିବା କିମ୍ବା ଠିକ୍ ଭଙ୍ଗିରେ ରହିବା ସମ୍ଭବ ହୋଇନପାରେ | ଏପରି କ୍ଷେତ୍ରରେ ଅପରେଟର୍ ବାୟୋମେଟ୍ରିକ୍ ତଥ୍ୟ ନେବା ପାଇଁ କିଛି ବ୍ୟବସ୍ଥା କରିବା ସହ ଉପକରଣକୁ ତା’ଙ୍କ ପାଖକୁ ନେଇପାରିବେ |
  • ଯଦି ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳ)ରେ ଅସ୍ଥାୟି କ୍ଷତ ଥାଏ ଏବଂ ବାୟୋମେଟ୍ରିକ୍ ଗ୍ରହଣ କରିବା ସମ୍ଭବ ହୁଏ ନାହିଁ ତେବେ ଅପରେଟର୍ ଏହାକୁ ବିଶିଷ୍ଟ ଭାବେ ରେକର୍ଡ କରିବେ | ବସିନ୍ଦା ପରବର୍ତ୍ତୀ ସମୟରେ ନିଜର ବାୟୋମେଟ୍ରିକଗୁଡିକୁ ନବୀକରଣ କରିନେବେ |
  • ବାୟୋମେଟ୍ରିକଗୁଡିକ ଗ୍ରହଣ – 5 ବର୍ଷରୁ ଉର୍ଦ୍ଦ୍ଵ ସମସ୍ତ ବାସିନ୍ଦାଙ୍କର ମୁହଁର ଛବି, ଆଇରିସ୍(ଆଖିଡୋଳା) ଓ ହାତଆଙ୍ଗୁଠିଗୁଡିକର ଛାପ |
  • 5 ବର୍ଷରୁ କମ୍ ଛୋଟ ପିଲାଙ୍କ କ୍ଷେତ୍ରରେ କେବଳ ମୁହଁର ଛବି ଏବଂ ମାତାପିତା ଯେକୌଣସି ଜଣଙ୍କର ବାୟୋମେଟ୍ରିକକୁ ଗ୍ରହଣ କରାଯାଏ |

ମୁହଁର ଛବି ଗ୍ରହଣ କରିବା ପାଇଁ ନିୟମାବଳୀଗୁଡିକ:

  • ବାସିନ୍ଦାଙ୍କ ଅବସ୍ଥିତି: ମୁହଁର ଛବିକୁ ଗ୍ରହଣ କରିବା ପାଇଁ , ଅପରେଟର୍, ବାସିନ୍ଦାଙ୍କୁ ଠିକ୍ ଦୁରତାରେ କିମ୍ବା ଠିକ୍ ପୋଶ୍ଚରରେ ରଖିବା ବ୍ୟତିତ କ୍ୟାମେରାକୁ ଆଡଜଷ୍ଟ କରିବା ପାଇଁ ଉପଦେଶ ଦିଆଯାଉଛି | ମୁଣ୍ଡକୁ ନଘୁରାଇ ବା ନଝୁଙ୍କାଇ ସମ୍ମୁଖସ୍ଥ ପୋଜକୁ ଗ୍ରହଣ କରିବା ଆବଶ୍ୟକ | ବାସିନ୍ଦା ପିଠିକୁ ସିଧା କରି ଏବଂ କ୍ୟାମେରା ଆଡକୁ ମୁହଁ କରି ଠିକ୍ ଭାବେ ବସିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ |
  • ଫୋକସ୍: ଗ୍ରହଣ କରିବା ଉପକରଣ ଅଟୋ ଫୋକସ ଓ ଅଟୋ-କ୍ୟାପଚର୍ ଫଙ୍କଶନକୁ ବ୍ୟବହାର କରିବା ଉଚିତ୍ | ଆଉଟପୁଟ୍ ଛବି ମୋଶନ୍ ବ୍ଲର୍ ଦ୍ଵାରା ପ୍ରଭାବିତ ନହେବା, ଅତ୍ୟଧିକ ବା ନ୍ୟୁନ ଏକ୍ସପୋଜର୍, ଅପ୍ରାକୃତିକ ରଙ୍ଗର ଲାଇଟ୍ ଏବଂ ଅଙ୍କାବଙ୍କା ନହେବା ଆବଶ୍ୟକ |
  • ଭାବ: ଅଟୋମାଟିକ୍ ମୁହଁକୁ ଚିହ୍ନିବା ପାଇଁ ଭାବ ଦୃଢ ଭାବେ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ ଏବଂ ମନୁଷ୍ୟଙ୍କ ଦ୍ଵାରା ପ୍ରକୃତ ଦୃଶ୍ୟ ଦେଖିବାକୁ ମଧ୍ୟ ପ୍ରଭାବିତ କରିଥାଏ | ଏହାକୁ ଦୃଢ ଭାବେ କୁହାଯାଉଛି ଯେ ମୁହଁକୁ ଭାବଶୁନ୍ୟ(ସ୍ମିତହାସ୍ୟ ବିନା), ଦାନ୍ତ ବନ୍ଦ କରି, ଦୁଇ ଆଖିକୁ ମେଲା କରିବା ସହ କ୍ୟାମେରାକୁ ଦେଖୁଥିବା ଭଙ୍ଗିରେ, ଗ୍ରହଣ କରିବେ |
  • ଉଜ୍ଜ୍ଵଳତା: ଖରାପ ଉଜ୍ଜ୍ଵଳତାର ମୁହଁକୁ ଚିହ୍ନିବା ଉପରେ ବହୁତ ପ୍ରଭାବ ପକାଇଥାଏ | ସଠିକ୍ ଓ ସମଭାବେ ବଣ୍ଟନ ହୋଇଥିବା ଆଲୋକ କୌଶଳ ବ୍ୟବହାର ହେବା ଉଚିତ୍ ଯାହାଦ୍ଵାରା ମୁହଁ ଉପରେ ଛାଇ ରହିବ ନାହିଁ, ଆଖି କୋରଡରେ ଛାଇ ରହିବ ନାହିଁ ଏବଂ ହଟ୍ ସ୍ପଟ୍ ରହିବ ନାହିଁ | ବାସିନ୍ଦାଙ୍କ ଠିକ୍ ଉପରେ କୌଣସି ଲାଇଟ୍ ରହିବ ନାହିଁ ଯାହା ଛାଇ ସୃଷ୍ଟି କରିବ | ଆଲୋକକୁ ଧିମା କରିବା ସହ ବାସିନ୍ଦାଙ୍କ ସମ୍ମୁଖରେ ରଖିବେ ଯାହାଦ୍ଵାରା ଆଖିତଳେ ଛାଇ ରହିବ ନାହିଁ |
  • ଚଷମା: ଯଦି ବାସିନ୍ଦା ଚଷମା ବ୍ୟବହାର କରୁଥାନ୍ତି ତେବେ ଚଷମା ସହିତ ଫୋଟୋଗ୍ରାଫ୍ ନେବା ପାଇଁ ଉପଦେଶ ଦିଆଯାଉଛି | ଯାହାହେଲେ, ଚଷମାଗୁଡିକ ପରିଷ୍କାର ଓ ପାରଦର୍ଶୀ ହେବା ଆବଶ୍ୟକ | ଫୋଟୋଗ୍ରାଫ୍ ନେବା ପୂର୍ବରୁ କଳା ଚଷମା / ଟିଣ୍ଟେଡ୍ ଚଷମାକୁ କାଢିଦେବା ଆବଶ୍ୟକ |
  • ଆସବାବ: ଆସବାବର ବ୍ୟବହାର ଯାହା ମୁହଁର କିଛି ଅଂଶକୁ ଢାଙ୍କି ଦେଉଥିବ, ସେଗୁଡିକ ପାଇଁ ଅନୁମତି ଦିଆଯିବ ନାହିଁ | ଉଦାହରଣସ୍ଵରୂପ, ପର୍ଦାରେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ୍ ନେବା ପୂର୍ବରୁ ନିଜର ସମ୍ପୂର୍ଣ୍ଣ ମୁହଁକୁ ପ୍ରଦର୍ଶନ କରିବା ଆବଶ୍ୟକ | ସେହିପରି ଓଢଣା ତଳେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ ନେବା ପୂର୍ବରୁ ସମ୍ପୂର୍ଣ୍ଣ ମୁହଁମଣ୍ଡଳକୁ ପ୍ରଦର୍ଶନ କରିବା ଆବଶ୍ୟକ | ମୁଣ୍ଡକୁ ଢାଙ୍କି ପାରନ୍ତି କିନ୍ତୁ ନିଶ୍ଚିତରୂପେ ଚେହେରା ଦୃଶ୍ୟମାନ ହେବା ଆବଶ୍ୟକ |
  • ଆସବାବ ଯେପରି ପଗଡି/ମୁଣ୍ଡ ବନ୍ଧା ପାଇଁ ଅନୁମତି ଅଛି ଯେହେତୁ ଏହା ଧାର୍ମିକ/ପରମ୍ପରାଗତ ଅଟେ |
  • ଏଥିସହିତ ଆସବାବ ଯେପରି ଆଖି ପ୍ୟାଚକୁ ଅନୁମତି ଅଛି ଯେହେତୁ ଏହା ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅଟେ | ଏହାର ଅର୍ଥ ମଧ୍ୟ ଆଖିଡୋଳା ପାଇଁ ଗୋଟିଏ ବିଶିଷ୍ଟତାକୁ ରେକର୍ଡ କରିବାର ଆବଶ୍ୟକତା ଅଛି କାରଣ କେବଳ ଗୋଟିଏ ଆଖିଡୋଳାକୁ ଗ୍ରହଣ କରାଯିବ |
  • ଆବଶ୍ୟକାତା ଅନୁସାରେ ଯଥା ସମ୍ଭବ ମୁହଁର ଭଲ ଛବି ଗ୍ରହଣ କରିବା ପାଇଁ ଅପରେଟରମାନଙ୍କୁ ତାଲିମ୍ ଦେବା ଆବଶ୍ୟକ | ଗୁଣବତ୍ତା ଫ୍ଲାଗ୍ ସବୁଜ ରହିବା ସତ୍ତ୍ଵେ ଅପରେଟର୍ ଜାଣିପାରିବେ ଯେ ଭଲ ଛବି ଗ୍ରହଣ କରାଯାଇପାରିବ, ତା’ପରେ ତାହାକୁ ଚେଷ୍ଟା କରିବେ | ଯାହାହେଲେ, ଏହା ମନରେ ରହିବା ଆବଶ୍ୟକ ଯେ ପୁନଃ ଗ୍ରହଣ ବାସିନ୍ଦାଙ୍କ ପାଇଁ ଯେପରି ଆପମାନଜନକ ନହୁଏ |
  • ପିଲାମାନଙ୍କ କ୍ଷେତ୍ରରେ, ମାତାପିତାଙ୍କ କୋଳରେ ବସିବା ଗ୍ରହଣୀୟ ଅଟେ, କିନ୍ତୁ ଏହା ସୁନିଶ୍ଚିତ କରନ୍ତୁ ଯେ ଯେପରି ପିଲା ମୁହଁ ସହିତ ମାତାପିତାଙ୍କର ମୁହଁ ଗ୍ରହଣ ନହୁଏ | ସାନ ପିଲାଙ୍କ କ୍ଷେତ୍ରରେ ଧଳା ସ୍କ୍ରୀନ୍ ନଥିବା ହେତୁ ବ୍ୟାକଗ୍ରାଉଣ୍ଡକୁ ଅଗ୍ରାହ୍ୟ କରାଯାଇପାରେ କିନ୍ତୁ ଗୋଟିଏ ଛବିରେ ଦୁଇଟି ମୁହଁ ରହିପାରିବ ନାହିଁ |
  • କାର୍ଯ୍ୟକାରୀ ମତାମତକୁ ଚେକ୍ କରିବା ଆବଶ୍ୟକ ଯଦି ଗ୍ରହଣ ଅସଫଳ ହୁଏ | ସଫ୍ଟୱେରରେ ଥିବା କିଛି କାର୍ଯ୍ୟକାରୀ ମତାମତ:
    • ମୁହଁ ପ୍ରାପ୍ତ ହେଉନାହିଁ
    • ଏନରୋଲୀ ବହୁତ ଦୁରରେ ଅଛନ୍ତି
    • ଏନରୋଲୀ ଅତି ନିକଟରେ ଅଛନ୍ତି (ଇନପୁଟ୍ ଇମେଜରେ ଆଖିର ଦୂରତା ଛବିର ପ୍ରସ୍ଥର ଏକ ତୃତୀୟାଂଶରୁ ଅଧିକ ଅଛି)
    • ଅବସ୍ଥାନ(ସିଧା ଦେଖନ୍ତୁ)
    • କମ୍ ଆଲୋକ
    • ମୁହଁରେ ଆତ୍ମବିଶ୍ଵାସର ନ୍ୟୁନତା(ମୁହଁହୀନତା, ବ୍ୟକ୍ତିଙ୍କର ମୁହଁ ମଣୀଷର ବୋଲି ଚିହ୍ନଟ ହେଉ ନାହିଁ)
    • ବିଶୃଙ୍ଖଳିତ ଆଲୋକ(ଆଉଟପୁଟ୍ ଛବିରେ ମୁହଁ ଦିଶୁ ନାହିଁ)
    • ଭୁଲ୍ ବ୍ୟାକଗ୍ରାଉଣ୍ଡ(ଆଉଟପୁଟ ଛବିରେ)
    • କମ୍ ଆଲୋକ(ଆଉଟପୁଟ୍ ଛବିର ମୁହଁ ଯାଗାରେ ଖରାପ ଧୁସର ଭେଲ୍ୟୁଗୁଡିକ ଅଛି)