ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କଲା ପରେ ଅପରେଟର୍ କ’ଣ କରନ୍ତି?

  • ତା’ପରେ ଅପରେଟର୍ ନିଜକୁ ସ୍ଵୀକୃତି ପ୍ରଦାନ ପୂର୍ବକ ବସିନ୍ଦାଙ୍କ ପାଇଁ ଗ୍ରହଣ କରାଯାଇଥିବା ତଥ୍ୟକୁ ସାଇନ୍ ଅଫ୍ କରିବେ |
  • ଆପଣ କରିଥିବା ପଞ୍ଜୀକରଣରେ ଅନ୍ୟ କାହାକୁ ସ୍ଵାକ୍ଷର କରିବା ପାଇଁ ଅନୁମତି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଦ୍ଵାରା କରାଯାଇଥିବା ପଞ୍ଜୀକରଣରେ ସ୍ଵାକ୍ଷର କରନ୍ତୁ ନାହିଁ |
  • ଏନରୋଲୀଙ୍କ ବାୟୋମେଟ୍ରିକ୍ ବିଶିଷ୍ଟତା ଥିବା ସ୍ଥଳେ ଅପରେଟର୍ ସୁପରଭାଇଜରଙ୍କୁ ସାଇନ୍ ଅଫ୍ କରାଇବେ |
  • ଯାଞ୍ଚର ପ୍ରକାର ପରିଚୟାକର୍ତ୍ତା/HOF ଭାବେ ଚୟନ ହେବା କ୍ଷେତ୍ରରେ, ପ୍ରଯ୍ୟବେକ୍ଷଣ ସ୍କ୍ରୀନରେ ପରିଚୟକର୍ତ୍ତା/HOF ସାଇନ୍ ଅଫ୍ କରିବେ |
  • ପଞ୍ଜୀକରଣ ସମୟରେ ଯଦି ପରିଚୟକର୍ତ୍ତା ନିଜେ ଅନୁପସ୍ଥିତ ରୁହନ୍ତି, ତେବେ “ପରେ ସଂଲଗ୍ନ କରନ୍ତୁ (Attach later)” ଚେକ୍ ବକ୍ସକୁ ଚୟନ କରନ୍ତୁ, ଯାହାଦ୍ଵାରା ଦିନର ଶେଷସୁଦ୍ଧା ପରିଚୟକର୍ତ୍ତାଙ୍କ ଦ୍ଵାରା ପଞ୍ଜୀକରଣକୁ ଯାଞ୍ଚ କରାଯାଇପାରିବ |
  • ଅପରେଟର୍ ଭାଷାକୁ ଚୟନ କରିପାରିବେ ଯେଉଁଥିରେ ବୈଧ/ଘୋଷଣାର ଟେକ୍ସଟକୁ ବାସିନ୍ଦାଙ୍କ ଉପସ୍ଥିତିରେ ରସିଦ୍ ଉପରେ ମୁଦ୍ରିତ କରାଯିବ |
  • ଅପରେଟର୍ ବାସିନ୍ଦାଙ୍କୁ ସେମାନଙ୍କ ଭାଷାକୁ ଚୟନ କରିବା ପାଇଁ କୁହନ୍ତି ଯେଉଁଥିରେ ରସିଦ୍ ମୁଦ୍ରିତ ହେବ | ଯେକୌଣସି ଘୋଷିତ ଭାଷାର ବିକଳ୍ପକୁ ଚୟନ କଲାପରେ, ନିଶ୍ଚିତରୂପେ ଚୟନୀତ ଭାଷାରେ ରସିଦ୍ ମୁଦ୍ରିତ ହେବ ଯାହା ଇଙ୍ଗଲିଶ କିମ୍ବା ଯେକୌଣସି ସ୍ଥାନିୟ ଭାଷା ହୋଇପାରେ ଯାହା୍କୁ କନଫିଗୁରେଶନ୍ ସ୍କ୍ରୀନ୍ ଉପରେ ସେଟ୍ କରାଯାଇଥିବ |
  • ସମାନ ଦସ୍ତାବିଜ୍ ଉପରେ ବାସିନ୍ଦାଙ୍କର ସ୍ଵାକ୍ଷରକୁ ଗ୍ରହଣ କରନ୍ତୁ ଏବଂ ବାସିନ୍ଦାଙ୍କର ଅନ୍ୟାନ୍ୟ ଦସ୍ତାବି୍ଜଗୁଡିକ ସହିତ ଏହାକୁ ଫାଇଲ୍ କରନ୍ତୁ | ବାସିନ୍ଦାଙ୍କର ଦସ୍ତାବିଜଗୁଡିକ ଜରୁରୀ ଅଟେ ଯେହେତୁ ସେଗୁଡିକ ଦ୍ଵାରା ବାସିନ୍ଦାଙ୍କୁ UIDAIରେ ଗ୍ରହଣ/ଅଗ୍ରାହ୍ୟ କରାଯିବ |
  • ବାସିନ୍ଦାଙ୍କୁ ସ୍ଵାକ୍ଷର କରି ସ୍ଵୀକୃତିପ୍ରାପ୍ତ ପ୍ରଦାନ କରନ୍ତୁ | ପଞ୍ଜୀକରଣ ହୋଇଛି ବୋଲି ବାସିନ୍ଦାଙ୍କ ପାଇଁ ସ୍ଵୀକୃତିପ୍ରାପ୍ତ ଗୋଟିଏ ଲିଖିତ ପ୍ରମାଣ ଅଟେ | ଏହା ବାସିନ୍ଦାଙ୍କ ପାଇଁ ଜରୁରୀ ଅଟେ ଯେହେତୁ ଏହା ପଞ୍ଜୀକରଣ ସଂଖ୍ୟା ସହିତ, ତାରିଖ ଓ ସମୟକୁ ମଧ୍ୟ ଧାରଣ କରିଥାଏ ଯାହାକୁ UIDAI ସହିତ ଯୋଗାଯୋଗ କରିବା ସମୟରେ ଏବଂ ଯୋଗାଯୋଗ କେନ୍ଦ୍ର (1947)ରେ ଆଧାରର ଷ୍ଟେଟସକୁ ଜାଣିବା ପାଇଁ ବ୍ୟବହାର କରାଯାଇଥାଏ |
  • ସଂଶୋଧନ ପ୍ରକ୍ରିୟାକୁ ବ୍ୟବହାର କରି ବାସିନ୍ଦାଙ୍କ ତଥ୍ୟଭାଣ୍ଡାର(ଡେଟାବେସ)ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମଧ୍ୟ ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟ ଆବଶ୍ୟକ ହୋଇଥାଏ | ତେଣୁ ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ଓ ପଠନଯୋଗ୍ୟ ହେବାକୁ ଅପରେଟର୍ ସୁନିଶ୍ଚିତ କରିବେ |
  • ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସମୟରେ ଅପରେଟର୍ ନିମ୍ନଲିଖିତ ସବୁକୁ ନିଶ୍ଚିତରୂପେ ସୂଚିତ କରିବେ
    • ମୁଦ୍ରିତ ହୋଇଥିବା ସ୍ଵୀକୃତିପ୍ରାପ୍ତ ସଂଖ୍ୟା ଆଧାର ସଂଖ୍ୟା ନୁହେଁ ଏବଂ ବାସିନ୍ଦାଙ୍କର ଆଧାର ସଂଖ୍ୟାକୁ ପତ୍ର ମାଧ୍ୟମରେ ପ୍ରେରଣ କରାଯିବ | ସ୍ଵୀକୃତିପ୍ରାପ୍ତ ଉପରେ ମଧ୍ୟ ଏହି ବାର୍ତ୍ତାକୁ ମୁଦ୍ରଣ କରାଯାଇଛି |
    • ବାସିନ୍ଦା ନିଜର ତଥା ନିଜ ପିଲାମାନଙ୍କର ପଞ୍ଜୀକରଣ ସ୍ଵୀକୃତିପ୍ରାପ୍ତ ଚିରିକୁଟିକୁ ଭବିଷ୍ୟତରେ ସନ୍ଦର୍ଭିତ ପାଇଁ ସାଇତି ରଖିବେ |
    • ପରିଚୟକର୍ତ୍ତା ଭିତ୍ତିକ ପଞ୍ଜୀକରଣ ହେବା କ୍ଷେତ୍ରରେ, ପରିଚୟକର୍ତ୍ତା ନିର୍ଦ୍ଦିଷ୍ଟ ସମୟ ସୀମାରେ ଠିକ୍ ଭାବେ ସାଇନ୍ ଅଫ୍ କରିବା ଆବଶ୍ୟକ ଅଟେ ଏବଂ ବାସିନ୍ଦାଙ୍କର ଆଧାର ଗୋଟିଏ ବୈଧ ପରିଚୟକର୍ତ୍ତାଙ୍କ ସମର୍ଥନ ଦ୍ଵାରା ପ୍ରାପ୍ତ ହେବ |
    • ଏଠାରେ 96 ଘଣ୍ଟାର ଅବଧି ଅଛି ଯେଉଁ ସମୟ ମଧ୍ୟରେ ବାସିନ୍ଦାଙ୍କର ତଥ୍ୟ ସଂଶୋଧନ କରିହେବ, ତେଣୁ କୌଣସି ଏକ ତୃଟି ଥିବା କ୍ଷେତ୍ରରେ ସେମାନେ ଏହି ସୁବିଧାର ଉପଯୋଗ କରିପାରିବେ |
    • ଆଧାର ସୃଷ୍ଟି ଷ୍ଟେଟସକୁ ଜାଣିବା ପାଇଁ ସେମାନେ କଲ୍ ସେଣ୍ଟରକୁ କଲ୍ କରିପାରିବେ କିମ୍ବା ଇ-ଆଧାର ପୋର୍ଟାଲ୍/ଆଧାର୍ ପୋର୍ଟାଲ୍/ୱେବସାଇଟରେ ଲଗ ଅନ୍ କରିପାରିବେ |
    • ଆଧାର ସଂଖ୍ୟା ସ୍ଥାନୀୟ ପୋଷ୍ଟ ଅଫିସ୍ କିମ୍ବା ଅନ୍ୟ ସ୍ଵୀକୃତି ପ୍ରାପ୍ତ ଏଜେନ୍ସୀ ଦ୍ଵାରା ପଞ୍ଜୀକରଣ ସମୟରେ ପ୍ରଦାନ କରାଯାଇଥିବା ଠିକଣାରେ ପ୍ରେରଣ କରାଯିବ |