UIDAIର ଦସ୍ତାବିଜକୁ ସ୍କାନ୍ କରିବା ପାଇଁ ନିୟମାବଳୀଗୁଡିକ କ’ଣ?

ପଞ୍ଜୀକରଣର ପ୍ରକାର ଉପରେ ନିର୍ଭର କରି ଅପରେଟର୍, ନିମ୍ନଲିଖିତ ପ୍ରତ୍ୟେକ ଦସ୍ତାବିଜର ଅସଲକୁ ସ୍କାନ କରିବେ:

  • ପଞ୍ଜୀକରଣ ଫର୍ମ – ପ୍ରତ୍ୟେକ ପଞ୍ଜୀକରଣ ପାଇଁ
  • PoI, PoA – ଦସ୍ତାବିଜ୍ ଆଧାରିତ ପଞ୍ଜୀକରଣ ପାଇଁ
  • ଜନ୍ମ ତରିଖର ଦସ୍ତାବିଜ୍ – ଜନ୍ମ ତାରିଖକୁ ଯାଞ୍ଚ କରିବା ପାଇଁ
  • PoR – ପରିବାରର ମୁଖ୍ୟଙ୍କୁ ଆଧାର କରି ପଞ୍ଜୀକରଣ କରିବା ପାଇଁ
  • ସ୍ଵୀକୃତିପ୍ରାପ୍ତି ତଥା ସହମତି ଚିରିକୁଟି– ପ୍ରତ୍ୟେକ ପଞ୍ଜୀକରଣ ଅପରେଟର୍ ଓ ବାସିନ୍ଦାଙ୍କ ସ୍ଵାକ୍ଷର
  • କିଛି କ୍ଷେତ୍ରରେ ଯେଉଁଠି ଅସଲ ଦସ୍ତାବିଜ୍ ଉପଲବ୍ଧ ନଥାଏ ସ୍ଵୀକୃତିପ୍ରାପ୍ତ ପବ୍ଲିକ୍ ନୋଟାରୀ/ଗେଜେଟେଡ୍ ଉଚ୍ଚାଧିକାରୀଙ୍କ ଦ୍ଵାରା ଆଟେଷ୍ଟ ହୋଇଥିବା ନକଲଗୁଡିକୁ ଗ୍ରହଣ କରାଯିବ |
  • ଦସ୍ତାବିଜଗୁଡିକ ଗୋଟିଏ କ୍ରମରେ ସ୍କାନ୍ ହେବେ ଏବଂ ସମସ୍ତ ଦସ୍ତାବିଜ୍ ଏକକ(A4) ଆକାରରେ ସ୍କାନ୍ ହେବ |
  • ଦସ୍ତାବିଜର ଆବଶ୍ୟକ ଅଂଶଗୁଡିକ(ଆଧାର ପଞ୍ଜୀକରଣ ସମୟରେ ପ୍ରବେଶ କରାଯାଇଥିବା ତଥ୍ୟ)ସ୍କାନରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବା ଆବଶ୍ୟକ ଏବଂ ଦସ୍ତାବିଜର ପେଜଗୁଡିକ ଉପରକୁ ଉପର ରହିବେ ନାହିଁ |
  • ପ୍ରତ୍ୟେକ ସ୍କାନଡ ପେଜ୍ ଧୂଳି ଏବଂ କ୍ଷତ ହେତୁ କୌଣସି ଚିହ୍ନ ବିନା ଏବଂ ନିଶ୍ଚିତରୂପେ ପଠନଯୋଗ୍ୟ ହେଉଥିବ | ଯେଉଁଠାରେ ଆବଶ୍ୟକ, ପୂର୍ବ ସ୍କାନକୁ ବାହାର କରି ଦସ୍ତାବିଜକୁ ପୁନଃ ସ୍କାନ୍ କରିବେ |
  • ଥରେ ସମସ୍ତ ପେଜଗୁଡିକ ସ୍କାନ୍ ହୋଇସାରିଲା ପରେ ଅପରେଟର୍ ଦେଖିବା ସହ ସର୍ବମୋଟ୍ ସ୍କାନ୍ ହୋଇଥିବା ପେଜକୁ ଯାଞ୍ଚ କରିବେ ଏବଂ ସମସ୍ତ ପେଜ୍ ସ୍କାନ୍ ହୋଇଛି ବୋଲି ସୁନିଶ୍ଚିତ କରିବେ | ବାସିନ୍ଦାଙ୍କୁ ସମସ୍ତ ଅସଲ ଦସ୍ତାବିଜ୍ ଓ ପଞ୍ଜୀକରଣ ଫର୍ମକୁ ଫେରସ୍ତ କରିଦେବେ | ସ୍ଵୀକୃତିପ୍ରାପ୍ତି ତଥା ସହମତି ଚିରିକୁଟିକୁ ମଧ୍ୟ ବାସିନ୍ଦାଙ୍କୁ ପ୍ରଦାନ କରିବେ |