ଅପରେଟର୍ ବାସିନ୍ଦାଙ୍କ ତଥ୍ୟରେ କିପରି ସଂଶୋଧନ କାର୍ଯ୍ୟ କରିଥା’ନ୍ତି?

  • ବାସିନ୍ଦାଙ୍କର ଉପରୋକ୍ତ କୌଣସି ତଥ୍ୟର ସଂଶୋଧନ ପାଇଁ ଅପରେଟର୍ ପଞ୍ଜୀକରଣ କ୍ଲାଏଣ୍ଟ(ଥରକ ପାଇଁ) ଉପରେ ଥିବା ସଂଶୋଧନ ମେନୁକୁ ବ୍ୟବହାର କରିପାରିବେ | ବାସିନ୍ଦାଙ୍କ ଡେଟା୍କୁ ବାସିନ୍ଦାଙ୍କ ପଞ୍ଜୀକରଣର 96 ଘଣ୍ଟା ମଧ୍ୟରେ ଏବଂ ବାସିନ୍ଦାଙ୍କ ଉପସ୍ଥିତିରେ ସଂଶୋଧନ କରିପାରିବେ |
  • ସଂଶୋଧନ ପ୍ରକ୍ରିୟାରେ ପରିବର୍ତ୍ତନ ପାଇଁ ନିମ୍ନଲିଖିତ ଅନୁରୋଧ କରାଯାଇପାରିବ:
    • ସମସ୍ତ ଜନସାଂଖିକ କ୍ଷେତ୍ରଗୁଡିକ ଯେପରି ନାମ, ଠିକଣା, ଲିଙ୍ଗ, ଜନ୍ମ ତାରିଖ / ବୟସ*
    • ବାସିନ୍ଦଙ୍କ ସହ ସମ୍ପର୍କ
    • ମୋବାଇଲ୍ ନମ୍ବର୍
    • ଇମେଲ୍ ଆଡ୍ରେସ୍
    • ସମ୍ପର୍କର ବିବରଣୀ(ସମ୍ପର୍କର ପ୍ରକାର, ନାମ ଓ ଆଧାର ସଂଖ୍ୟା)
    • ପରିଚୟକର୍ତ୍ତାଙ୍କ ନାମ ଓ ଆଧାର ସଂଖ୍ୟା
  • ଯଦି ଅସଲରେ ବାସିନ୍ଦା 5 ବର୍ଷରୁ କମ୍ ବୟସରେ ଛୋଟପିଲା ଭାବେ ପଞ୍ଜୀକରଣ କରିଥିବେ ତେବେ ବାସିନ୍ଦାଙ୍କ ବୟସକୁ ସଂଶୋଧନ କରି 5 ବର୍ଷରୁ ଅଧିକ ବୟସ କରିବା ଅବୈଧ ଅଟେ କାରଣ ପଞ୍ଜୀକରଣ ସମୟରେ ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରାଯାଇ ନଥିବ |
  • ବାସିନ୍ଦାଙ୍କର ପୁରୁଣା ତଥ୍ୟକୁ ସଂଶୋଧନ କରିବା ପାଇଁ ତା’ଙ୍କର ପୂର୍ବ ପଞ୍ଜୀକରଣ IDକୁ ପ୍ରବେଶ କରିବାକୁ ହେବ | ପଞ୍ଜୀକରଣକୁ ସଂଶୋଧନ କରିବା ପାଇଁ ବାସିନ୍ଦାଙ୍କର ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟକୁ ସ୍ଵୀକୃତିପ୍ରାପ୍ତ ପତ୍ରରେ ଯାଞ୍ଚ କରନ୍ତୁ |
  • ସଂଶୋଧନର ପ୍ରକାରକୁ ଆଧାର କରି ସଂଶୋଧନ ସମୟରେ PoI, PoA ଓ ପିତାମାତା/ଅଭିଭାବକଙ୍କର ସ୍ଵୀକୃତିପ୍ରାପ୍ତ ପତ୍ର ଆବଶ୍ୟକ ହୋଇପାରେ |
  • ନାମରେ ପରିବର୍ତ୍ତନ ସକାଷେ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଓ PoI ଦସ୍ତାବିଜ୍ କିମ୍ବା ଗୋଟିଏ ପରିଚୟକର୍ତ୍ତାଙ୍କ ନାମ ଓ UID ଆବଶ୍ୟକ ହୋଇପାରେ | ଠିକଣାରେ ପରିବର୍ତ୍ତନ ପାଇଁ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଓ PoA ଦସ୍ତାବିଜ୍ କିମ୍ବା ଗୋଟିଏ ପରିଚୟକର୍ତ୍ତାଙ୍କ ନାମ ଓ ଆଧାର ସଂଖ୍ୟା ଆବଶ୍ୟକ ହୋଇପାରେ | ଯାଞ୍ଚ ହୋଇଥିବା ଜନ୍ମ ତାରିଖ ପାଇଁ ଗୋଟିଏ ଯାଞ୍ଚ ହୋଇଥିବା ପଞ୍ଜୀକରଣ ଫର୍ମ ଏବଂ ଜନ୍ମ ପ୍ରମାଣ ପତ୍ର ଆବଶ୍ୟକ ହୋଇପାରେ | ଯଦି 5 ବର୍ଷରୁ କମ୍ ବୟସ ପିଲାର ତଥ୍ୟରେ ସଂଶୋଧନ ଆବଶ୍ୟକ ହୁଏ ତେବେ ସମ୍ପର୍କର ପ୍ରକାରରେ ମାତାପିତାଙ୍କର ବିବରଣୀ, ସମ୍ପର୍କୀୟଙ୍କ ନାମ ଓ ମାତାପିତା/ଅଭିଭାବକଙ୍କ ଆଧାର ସଂଖ୍ୟା ବାଧ୍ୟତାମୁଳକ ଅଟେ |
  • ସଫ୍ଟୱେରର ସଂଶୋଧନ ମେନୁରେ କେବଳ ସଂଶୋଧନ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ପ୍ରବେଶ କରନ୍ତୁ | ସଂଶୋଧନ ସମୟରେ ଅସଲ ପଞ୍ଜୀକରଣରେ ଠିକ୍ ଥିବା କ୍ଷେତ୍ରଗୁଡିକୁ ପୁନଃ ଟାଇପ୍ କରିବାର ଆବଶ୍ୟକତା ନାହିଁ |
  • ତଥ୍ୟରେ କରୁଥିବା ସଂଶୋଧନକୁ ବାସିନ୍ଦାଙ୍କ ସହ ପର୍ଯ୍ୟବେକ୍ଷଣ କରନ୍ତୁ ଏବଂ ବାସିନ୍ଦା ସଂଶୋଧନରେ ସନ୍ତୁଷ୍ଟ ବୋଲି ସୁନିଶ୍ଚିତ କରିବା ପାଇଁ ତା’ଙ୍କର(କ୍ଲାଏଣ୍ଟର ଡ୍ରପ୍ ଡାଉନ୍ ମେନୁରେ ପ୍ରଦାନ କରାଯାଇଛି) ଯେକୌଣସି ବାୟୋମେଟ୍ରିକକୁ ଗ୍ରହଣ କରିପାରିବେ |
  • ବାସିନ୍ଦା 5 ବର୍ଷରୁ କମ୍ ବୟସର ପିଲା ଥିବା କ୍ଷେତ୍ରରେ, ସମ୍ପର୍କ କ୍ଷେତ୍ରଗୁଡିକରେ ପ୍ରବେଶ ହୋଇଥିବା ମାତାପିତା/ଅଭିଭାବକଙ୍କ ବିବରଣୀଗୁଡିକ ଯାହାର ବାୟୋମେଟ୍ରିକକୁ ଗ୍ରହଣ କରାଯିବ | ପଞ୍ଜୀକରଣରୁ ଅପରେଟର୍ ସାଇନ୍ ଅଫ୍ କରିବେ ଏବଂ ବିଶିଷ୍ଟ ବାୟୋମେଟ୍ରିକ୍ କ୍ଷେତ୍ରରେ ସୁପରଭାଇଜର୍, ପରିଚୟକର୍ତ୍ତା ଏବଂ କ୍ରମାନୁସାରେ ପରିଚୟକର୍ତ୍ତା ଆଧାରିତ ଯାଞ୍ଚରୁ ସାଇନ୍ ଅଫ କରିବେ |
  • ସଂଶୋଧନ ପ୍ରକ୍ରିୟାର ଶେଷରେ ବାସିନ୍ଦାଙ୍କ ଫୋଟୋ ସହିତ ଗୋଟିଏ ସଂଶୋଧନ ସ୍ଵୀକୃତିପ୍ରାପ୍ତ ମୁଦ୍ରିତ ହେବ | ସଂଶୋଧନ ସ୍ଵୀକୃତିପ୍ରାପ୍ତ ଅପରେଟରଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଏବଂ ବାସିନ୍ଦାଙ୍କୁ ପ୍ରଦାନ କରାଯିବ | ସମାନ ପତ୍ର ବାସିନ୍ଦାଙ୍କ ଦ୍ଵାରା ସ୍ଵାକ୍ଷରିତ ହେବା ସହ ବାସିନ୍ଦାଙ୍କର ଅନ୍ୟାନ୍ୟ ଦସ୍ତାବିଜ ସହ ଅପରେଟର୍ ଏହାକୁ ଫାଇଲ୍ କରିବେ |