ଜଣେ EA ସୁପରଭାଇଜରଙ୍କର ଦାୟିତ୍ଵଗୁଡିକ କ’ଣ ?

ପଞ୍ଜୀକରଣ କେନ୍ଦ୍ରରେ, ସୁପରଭାଇଜରର ଭୁମିକା ହେଉଛି ଯୋଜନାବଦ୍ଧ ଭାବେ ପରିବହନ ବ୍ୟବସ୍ଥା ଏବଂ ପଞ୍ଜୀକରଣ କେନ୍ଦ୍ରରେ ଅନ୍ୟାନ୍ୟ ଆବଶ୍ୟକତାକୁ ଉପଯୋଗ କରିବା, ପଞ୍ଜୀକରଣ କେନ୍ଦ୍ରରେ UIDAIର ନିୟମାବଳୀ ଅନୁସାରେ ଓ ପଞ୍ଜୀକରଣ କେନ୍ଦ୍ର ସ୍ଥାପନ ଚେକଲିଷ୍ଟ ଅନୁସାରେ ପଞ୍ଜୀକରଣ ସେବା କେନ୍ଦ୍ରକୁ ସ୍ଥାପନ କରିବା | ଆଧାର ପଞ୍ଜୀକରଣ କେନ୍ଦ୍ରରେ ସୁପରଭାଇଜରର ଭୁମିକାକୁ ନିର୍ବାହ କରିବା ସମୟରେ, ନିମ୍ନଲିଖିତଗୁଡିକୁ ସୁନିଶ୍ଚିତ କରନ୍ତି:

  • ସ୍ଥାନର ପ୍ରସ୍ତୁତି
    • ପଞ୍ଜୀକରଣ ଏଜେନ୍ସୀକୁ ପଞ୍ଜୀକରଣ ସେବା କେନ୍ଦ୍ର ଓ କେନ୍ଦ୍ରଗୁଡିକୁ ସ୍ଥାପନ କରିବା ସକାଷେ ଉତ୍ସାହିତ କରିବା ପାଇଁ UIDAI, ପଞ୍ଜୀକରଣ କେନ୍ଦ୍ର ଚେକଲିଷ୍ଟ ବିକଶିତ କରିଛି | ସୁପର୍ଭାଇଜର୍ ଏଇ ଚେକଲିଷ୍ଟକୁ ବ୍ୟବହାର କରିବେ ଏବଂ ତା’ଙ୍କ ଦାୟିତ୍ଵରେ ଥିବା କେନ୍ଦ୍ର ସମସ୍ତ ଆବଶ୍ୟକତାକୁ ପୂରଣ କରୁଛି ବୋଲି ସୁନିଶ୍ଚିତ କରିବେ | ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ର ଆରମ୍ଭ ହେବା ପୂର୍ବରୁ ସେ ଚେକଲିଷ୍ଟକୁ ପ୍ରତ୍ୟେକ ସପ୍ତାହ(ଯେଉଁଟି ଆଗ ହେବ)ରେ ଥରେ ପୂରଣ ଓ ସ୍ଵାକ୍ଷର କରିବେ | ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ରରେ ପରବର୍ତ୍ତୀ ପର୍ଯ୍ୟବେକ୍ଷଣ/ଅଡିଟ୍ ସକାଷେ ଏହି ଚେକଲିଷ୍ଟକୁ ରେଜିଷ୍ଟ୍ରାର/UIDAI ଏବଂ ସେମାନଙ୍କ ଦ୍ଵାରା ଘୋଷିତ ପ୍ରଦର୍ଶନ ନିରିକ୍ଷକ/ଏଜେନ୍ସୀ ଦ୍ଵାରା ପରିଚାଳନା କରିବା ଆବଶ୍ୟକ |
    • ଆଧାର ପଞ୍ଜୀକରଣ/ନବୀକରଣ ଆରମ୍ଭ କରିବା ପାଇଁ ସୁପରଭାଇଜର୍ ଆଧାର କ୍ଲାଏଣ୍ଟକୁ ଲାପଟପ୍/ଡେସ୍କଟପରେ ଇନଷ୍ଟଲ୍ ଓ ପରୀକ୍ଷା କରିବା, ସମସ୍ତ ଉପକରଣ ଏବଂ ପ୍ରିଣ୍ଟର୍ ତଥା ସ୍କାନର୍ ସଂଯୋଗ ହେବା ସହିତ ସେଗୁଡିକ ଭଲ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସୁନିଶ୍ଚିତ କରିବା, ସମସ୍ତ ଦାୟିତ୍ଵ ଥାଏ |
    • ନବୀକରଣ ଆଧାର ପଞ୍ଜୀକରଣ କ୍ଲାଏଣ୍ଟ/ନବୀକରଣ ଇନଷ୍ଟଲ୍ ହୋଇଛି ବୋଲି ସୁନିଶ୍ଚିତ କରିବେ |
    • ପଞ୍ଜୀକରଣ କେନ୍ଦ୍ରର ପରିସର ପରିଷ୍କାର ପରିଚ୍ଛନ୍ନ, ସୁସ୍ଥ, ସୁପରିଚାଳିତ ଏବଂ ବିଦ୍ୟୁତ୍/ନିଆଁର ବିପଦରୁ ସୁରକ୍ଷିତ ବୋଲି ସୁନିଶ୍ଚିତ କରିବେ |
    • ନିମ୍ନରେ ପ୍ରଦତ୍ତ ପଞ୍ଜୀକରଣ କେନ୍ଦ୍ରର ମୌଳିକ ତଥ୍ୟ ପ୍ରତ୍ୟେକ ପଞ୍ଜୀକରଣ କେନ୍ଦ୍ରରେ ପ୍ରଦର୍ଶିତ ହୋଇଛି ବୋଲି ସୁନିଶ୍ଚିତ କରିବେ(ସ୍ଥାନୀୟ ଭାଷା ଓ ଇଙ୍ଗଲିଶରେ):
      • ରେଜିଷ୍ଟ୍ରାରଙ୍କ ନାମ ଓ ଯୋଗାଯୋଗ ନମ୍ବର୍
      • ପଞ୍ଜୀକରଣ ଏଜେନ୍ସୀଙ୍କ ନାମ ଓ ଯୋଗାଯୋଗ ନମ୍ବର୍
      • ପଞ୍ଜୀକରଣ କେନ୍ଦ୍ରଗୁଡିକରେ EA ସୁପରଭାଇଜରଙ୍କ ନାମ, କୋଡ୍ ଓ ଯୋଗାଯୋଗ ନମ୍ବର୍
      • ସୁପରଭାଇଜରଙ୍କ ବିପକ୍ଷରେ ଅଭିଯୋଗ ଆଣିବା ପାଇଁ ଏସ୍କାଲେଶନ୍ ମେଟ୍ରିକ୍ସ
      • ପଞ୍ଜୀକରଣ କେନ୍ଦ୍ରର କାର୍ଯ୍ୟ ଦିବସ ଓ ଛୁଟିଦିନ
      • UIDAIର ହେଲ୍ପଲାଇନ୍ ନମ୍ବର୍: 1947 ଓ ଇମେଲ୍ ଆଇଡି: This email address is being protected from spambots. You need JavaScript enabled to view it.
      • ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ଆବଶ୍ୟକ ଦସ୍ତାବିଜଗୁଡିକର ତାଲିକା
      • ଆଧାର ସମ୍ପର୍କୀତ ସେବାଗୁଡିକ ପାଇଁ ଥିବା ମୂଲ୍ୟ ସୁଚୀ
    • UIDAI ନିୟମାବଳୀ ଅନୁସାରେ ରେଜିଷ୍ଟ୍ରାର୍/UIDAI ଦ୍ଵାରା ପ୍ରଦାନ କରାଯାଇଥିବା ଆଧାର IEC ମ୍ୟାଟେରିଆଲଗୁଡିକ ଠିକ୍ ଭାବେ ପ୍ରଦର୍ଶିତ ହୋଇଛି ବୋଲି ସୁପରଭାଇଜର୍ ମଧ୍ୟ ସୁନିଶ୍ଚିତ କରିବେ |
    • ବାସିନ୍ଦାମାନଙ୍କ ପ୍ରତି ଅପରେଟର୍ ଓ ଅନ୍ୟ କର୍ମଚାରୀମାନଙ୍କର ବ୍ୟବହାର ଭଦ୍ରୋଚିତ ବୋଲି ସୁନିଶ୍ଚିତ କରିବେ |
    • ଅସନ୍ତୁଷ୍ଟ ବାସିନ୍ଦାଙ୍କୁ ଅପରେଟର୍ ପରିଚାଳନା କରିବାକୁ ଅକ୍ଷମ ହେବା କ୍ଷେତ୍ରରେ ଏବଂ ଅଶାନ୍ତ ପରିସ୍ଥିତିକୁ ପ୍ରତିହତ କରିବା ପାଇଁ ଆଗଭର ହେବା
    • ଯେଉଁ ପଞ୍ଜୀକରଣ କେନ୍ଦ୍ରରେ ୟୁନିଫର୍ମ ପ୍ରଦାନ କରାଯାଇଛି ସେଠାରେ କର୍ମଚାରୀମାନେ ୟୁନିଫର୍ମ ପିନ୍ଧିଥିବା ସୁନିଶ୍ଚିତ କରନ୍ତୁ ଯାହାଦ୍ଵାରା ଯଦି ବାସିନ୍ଦାମାନେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ପରିଚ୍ଛଦରୁ କର୍ମଚାରୀମାନଙ୍କୁ ଚିହ୍ନଟ କରିପାରିବେ |
    • ରେଜିଷ୍ଟ୍ରାରଙ୍କ ସହ ବୈଧ ଚୁକ୍ତି ନଥାଇ କୌଣସି ସ୍ଥାନରେ ପଞ୍ଜୀକରଣ କାର୍ଯ୍ୟ ହାତକୁ ନେବେ ନାହିଁ |
  • ନିଜକୁ ଓ ଅନ୍ୟମାନଙ୍କୁ ନେଇ ସମିତିର ସଭ୍ୟ ହେବା
    • ସୁପରଭାଇଜର୍ ନିଶ୍ଚିତରୂପେ ଆବଶ୍ୟକ ଦସ୍ତାବିଜ୍ ସହିତ ନିଜର “ସଭ୍ୟ ପାଇଁ ଫର୍ମ(On boarding Form)”କୁ ଦାଖଲ କରିବେ ଯାହାର ବଦଳରେ ଫର୍ମ ଯାଞ୍ଚ ପାଇଁ ସମ୍ପର୍କୀତ “UIDAI ଆଞ୍ଚଳିକ କାର୍ଯ୍ୟାଳୟରେ” ଦାଖଲ ହେବ |
    • ଯାଞ୍ଚ ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ସମ୍ବନ୍ଧୀତ ପଞ୍ଜୀକରଣ ଏଜେନ୍ସୀର ସମିତିରେ ସଭ୍ୟ ପାଇଁ ଗ୍ରହଣ/ଅଗ୍ରାହ୍ୟ କରିବେ |
    • ତା’ପରେ ପଞ୍ଜୀକରଣ ଏଜେନ୍ସୀ ଆଧାର କ୍ଲାଏଣ୍ଟ ସଫ୍ଟୱେରରେ ବାୟୋମେଟ୍ରିକ୍ ନେବା ସହିତ ସୁପରଭାଇଜରଙ୍କୁ ସଂଯୁକ୍ତ କରିବେ ଏବଂ ପଞ୍ଜୀକରଣ ମେସିନକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ୟୁଜର୍ ନେମ୍ ଓ ପାସୱର୍ଡ ପ୍ରଦାନ କରିବେ |
    • ପଞ୍ଜିକୃତ ୟୁଜର୍ ଅର୍ଥ, ୟୁଜରଙ୍କର ବାୟୋମେଟ୍ରିକ୍ ବିବରଣୀର ଯାଞ୍ଚ UIDAIରେ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ପଞ୍ଜୀକରଣ ସେବା କେନ୍ଦ୍ରର ସ୍ଥାନୀୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଗ଼ଚ୍ଛିତ କରାଯାଇଛି |
    • ସୁପରଭାଇଜର୍ ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସମସ୍ତ ଅପରେଟର୍ ମଧ୍ୟ ସ୍ଥାନୀୟ ପ୍ରମାଣୀକରଣ ପାଇଁ ସେବା କେନ୍ଦ୍ରରେ ସମିତିର ସଭ୍ୟ ହେବେ |
  • କେନ୍ଦ୍ରରେ କାର୍ଯ୍ୟଗୁଡିକୁ ପରିଚାଳନା କରିବା
    • ଅବଶ୍ୟକସ୍ଥଳେ ସୁପରଭାଇଜରମାନେ ମଧ୍ୟ ଗୋଟିଏ ଅପରେଟର୍ ଭଳି କାର୍ଯ୍ୟ କରିବେ |
    • ସମୟ ସମୟରେ UIDAI ଦ୍ଵାରା ପ୍ରଣିତ ହେଉଥିବା ପଞ୍ଜୀକରଣ ଓ ନବୀକରଣ ସମ୍ବନ୍ଧିତ ନବୀକରଣ ନିୟମାବଳୀଗୁଡିକ ଓ ଯୋଜନାଗୁଡିକ ସହ ସୁପରଭାଇଜର୍ ନିଶ୍ଚିତରୂପେ ସୁପରିଚିତ ଥିବେ |
    • ସୁପରଭାଇଜର୍ ନିଜ ପଞ୍ଜୀକରଣ କେନ୍ଦ୍ରରେ ପଞ୍ଜୀକରଣ କାର୍ଯ୍ୟକୁ ତଦାରଖ କର