ଯାଞ୍ଚକର୍ତ୍ତାଙ୍କର ଦାୟିତ୍ଵଗୁଡିକ କ’ଣ?

ପଞ୍ଜୀକରଣ ପାଇଁ ବାସିନ୍ଦା ନିଜର ଅସଲ ଦସ୍ତାବିଜଗୁଡିକ/ଆଟେଷ୍ଟେଡ୍ ଫୋଟୋନକଲଗୁଡିକ ସହିତ ପୂରଣ ହୋଇଥିବା ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ସହିତ ଉପସ୍ଥିତ ହେବେ | ଯାଞ୍ଚକର୍ତ୍ତା ନିଶ୍ଚିତ ଭାବେ ସହାୟକ ଦସ୍ତାବିଜରେ ଉଲ୍ଲେଖ ଥିବା ତଥ୍ୟ ସହିତ ଆଧାର ପଞ୍ଜୀକରଣ/ନବୀକରଣ ଫର୍ମରେ ଉଲ୍ଲେଖ ଥିବା ତଥ୍ୟ ସହିତ ଯାଞ୍ଚ କରିବେ | ଯାଞ୍ଚକର୍ତ୍ତା ଏହା ମଧ୍ୟ ଯାଞ୍ଚ କରିବେ ଯେ ପଞ୍ଜୀକରଣ ଫର୍ମରେ ଦିଆଯାଇଥିବା ଦସ୍ତାବିଜର ନାମ ଏବଂ ବାସିନ୍ଦାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦସ୍ତାବିଜର ନାମ ସମାନ ଅଟେ |

  • ଯାଞ୍ଚକର୍ତ୍ତା ପଞ୍ଜୀକରଣ କେନ୍ଦ୍ରର କାର୍ଯ୍ୟକାରୀ ସମୟରେ ସର୍ବଦା ଉପଲବ୍ଧ ରହିବା ଆବଶ୍ୟକ ଅଟେ | ରେଜିଷ୍ଟ୍ରାରମାନେ ପଞ୍ଜୀକରଣ ସମୟରେ ଯାଞ୍ଚକର୍ତ୍ତାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବେ |
  • UIDAI ପଞ୍ଜୀକରଣ ପ୍ରକ୍ରିୟା ଅନୁଯାୟି ପଞ୍ଜୀକରଣ/ନବୀକରଣ ଫର୍ମ ସମ୍ପୂର୍ଣ୍ଣ ଓ ଠିକ୍ ଭାବେ ପୂରଣ ହୋଇଛି ବୋଲି ସୁନିଶ୍ଚିତ କରିବା ଯାଞ୍ଚକର୍ତ୍ତାଙ୍କର ଦାୟିତ୍ଵ ଅଟେ | ବାଧ୍ୟତାମୁଳକ କ୍ଷେତ୍ରଗୁଡିକୁ ଶୁନ୍ୟ ଛାଡି ପାରିବେ ନାହିଁ ଏବଂ ବାସିନ୍ଦା ମାନଙ୍କୁ ବାଧ୍ୟ ନଥିବା କ୍ଷେତ୍ର ଯେପରି ମୋବାଇଲ୍ ନମ୍ବର୍ ଓ ଏମେଲ୍ ଆଡ୍ରେସ୍ କ୍ଷେତ୍ରକୁ ପୂରଣ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ |
  • ଯାଞ୍ଚକର୍ତ୍ତା ଯାଞ୍ଚ ପରେ ପଞ୍ଜୀକରଣ/ନବୀକରଣ ଫର୍ମରେ ସ୍ଵାକ୍ଷର କରିବା ସହ ମୋହର ମଧ୍ୟ ଦେବେ | ଯଦି ମୋହର ଉପଲବ୍ଧ ନଥାଏ ତେବେ ଯାଞ୍ଚକର୍ତ୍ତା ସ୍ଵାକ୍ଷର କରିବା ସହ ନିଜ ନାମକୁ ଲେଖିବେ | ବାସିନ୍ଦା ତା’ପରେ ପଞ୍ଜୀକରଣ ପାଇଁ ପଞ୍ଜୀକରଣ ଏଜେନ୍ସୀ ଅପରେଟରଙ୍କ ପାଖକୁ ଯିବେ |
  • ଯାହାହେଲେ, ଯଦି ବାସିନ୍ଦା ପଞ୍ଜିକୃତ ହୋଇଛନ୍ତି ଏବଂ ଗୋଟିଏ ନିର୍ଦ୍ଦିଷ୍ଟ ଜନସାଂଖିକ କ୍ଷେତ୍ରର ସଂଶୋଧନ ପାଇଁ ଆସିଥା’ନ୍ତି, ବାସିନ୍ଦାଙ୍କୁ ଫର୍ମରେ ସମ୍ପୂର୍ଣ୍ଣ ବିବରଣୀକୁ ପୂରଣ କରିବା ଆବଶ୍ୟକତା ନାହିଁ | ବାସିନ୍ଦା ନିଶ୍ଚିତରୂପେ ତା’ଙ୍କର ଅସଲ ପଞ୍ଜୀକରଣ ସଂଖ୍ୟା, ତାରିଖ ଓ ସମୟ(ଉଭୟ EID ଅଟନ୍ତି), ନିଜ ନାମ ଏବଂ ସଂଶୋଧନ ଆବଶ୍ୟକ ଥିବା କ୍ଷେତ୍ରକୁ ପୂରଣ କରିବେ |
  • ଯାଞ୍ଚକର୍ତ୍ତା, ଏହା ଯଦି ଦସ୍ତାବିଜଗୁଡିକରୁ ଗୋଟିଏକୁ ସଂଶୋଧନ କରିବାର ଥାଏ ତେବେ ସେ ଯାଞ୍ଚ କରିବେ | ଯାଞ୍ଚକର୍ତ୍ତା ବାସିନ୍ଦାଙ୍କର ପଞ୍ଜୀକରଣ ହେବା ସମୟରେ ବ୍ୟବହାର ହେଉଥିବା ସମାନ UIDAI ନିୟମାବଳୀଗୁଡିକୁ ବ୍ୟବହାର କରିବେ |
  • ଯେଉଁଠି ଆଟେଷ୍ଟେଡ୍ / ପବ୍ଲିକ୍ ନୋଟାରୀ/ଗେଯେଟେଡଙ୍କ ଦ୍ଵାରା ସ୍ଵାକ୍ଷରୀତ ନକଲ ନଥିବା କ୍ଷେତ୍ରରେ ଯାଞ୍ଚକର୍ତ୍ତାଙ୍କ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ନାମ ସହିତ ଦାଖଲ ହୋଇଥାଏ |
  • ଯାଞ୍ଚକର୍ତ୍ତା ନିଶ୍ଚିତରୂପେ ପ୍ରତିଦିନ ପଞ୍ଜୀକରଣ କେନ୍ଦ୍ରରେ ଉପସ୍ଥିତ ରହିବା ସହିତ ପଞ୍ଜୀକରଣ କେନ୍ଦ୍ରର ପ୍ରଦର୍ଶନକୁ ନିରିକ୍ଷଣ କରିପାରିବେ ଏବଂ ପଞ୍ଜୀକରଣ କେନ୍ଦ୍ରରେ ହେଉଥିବା ବ୍ୟତିକ୍ରମ ଓ ଅବୈଧ କର୍ମ ବିଷୟରେ ଯଥାଶୀଘ୍ର UIDAI ଓ ରେଜିଷ୍ଟ୍ରାରଙ୍କୁ ଅବଗତ କରାଇବେ |