ଯାଞ୍ଚ ପାଇଁ UIDAIର ନିୟମାବଳୀଗୁଡିକ କ’ଣ ଯାହାକୁ ଯାଞ୍ଚକର୍ତ୍ତା ଯାଞ୍ଚ କଲା ସମୟରେ ମନେରଖିବେ?

  • ଯାଞ୍ଚ ପାଇଁ ବାସିନ୍ଦାଙ୍କର ଅସଲ ଦସ୍ତାବିଜଗୁଡିକ ଥିବା ସୁନିଶ୍ଚିତ କରନ୍ତୁ | ଅସଲ ଦସ୍ତାବିଜ୍ ଉପଲବ୍ଧ ନଥିବା କ୍ଷେତ୍ରରେ ଆଟେଷ୍ଟେଡ୍ ନକଲଗୁଡିକ / ଗୋଟିଏ ପବ୍ଲିକ୍ ନୋଟାରୀ / ଗେଯେଟେଡ୍ ଅଧିକାରୀଙ୍କ ଦ୍ଵାରା ସ୍ଵାକ୍ଷରିତ ଦସ୍ତାବିଜକୁ ଗ୍ରହଣ କରାଯିବ |
  • ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବାସିନ୍ଦାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦସ୍ତାବିଜଗୁଡିକ କେବଳ ଗ୍ରହଣୀୟ ଦସ୍ତାବିଜ୍ ତାଲିକାରେ ଥିବା ଆବଶ୍ୟକ ଅଟେ |
  • ବ୍ୟକ୍ତିଗତ ପ୍ରମାଣ ଠିକଣାଗତ ପ୍ରମାଣ ପାଇଁ ଅଧିକାରୀ/ଅନୁଷ୍ଠାନ(କେବଳ ସେଗୁଡିକ ଯାହା UIDAIର ବୈଧ ଦସ୍ତାବିଜର ତାଲିକା ଦ୍ଵାରା ପ୍ରମାଣିତ ହେଉଥିବ) ଦ୍ଵାରା ଜାରି ହେଉଥିବା ପ୍ରମାଣ ପତ୍ରର ଆପେଣ୍ଡିକ୍ସ A/B ଅନୁସାରେ ହେବ |
  • ଯାଞ୍ଚକର୍ତ୍ତା ଯାଞ୍ଚ ପାଇଁ ମନା କରିପାରନ୍ତି ଯଦି ଦସ୍ତାବିଜଗୁଡିକ ଜାଲ୍/ବଦଳ ହେବାର ସେମାନେ ସଂଦେହ କରନ୍ତି | କିଛି କ୍ଷେତ୍ରରେ ଯେଉଁଠି ଯାଞ୍ଚକର୍ତ୍ତା ପ୍ରଦାନ କରାଯାଇଥିବା ଦସ୍ତାବିଜର ଜାଞ୍ଚ ପାଇଁ ମନା କରିବେ, ପଞ୍ଜୀକରଣ ଫର୍ମରେ ଯାଞ୍ଚକର୍ତ୍ତା ସଂକ୍ଷେପରେ କାରଣକୁ ରେକର୍ଡ କରିପାରିବେ |
  • ଯାଞ୍ଚକର୍ତ୍ତା କାରଣ ସହିତ ମନାକରିବା କ୍ଷେତ୍ରରେ କିମ୍ବା କୌଣସି କାରଣକୁ ରେକର୍ଡିଙ୍ଗ ନକରି ବାସିନ୍ଦାଙ୍କୁ ଫେରାଇଦିଅନ୍ତି, ତେବେ ବାସିନ୍ଦା ବ୍ଲକ୍ ସ୍ତରରେ ଅଭିଯୋଗ ଦୁରୀକରଣ ପାଇଁ ରେଜିଷ୍ଟ୍ରାରଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ପଦାଧିକାରୀଙ୍କ ସହଯୋଗ ଲୋଡିପାରିବେ |
  • PoI, DoB, PoA, PoR ବିପକ୍ଷରେ, ନାମ, ଜନ୍ମ ତାରିଖ, ଠିକଣା, ଓ ସମ୍ପର୍କର ବିବରଣୀର କ୍ରମାନୁସାରେ ଯାଞ୍ଚ
    • ନାମ
    • PoI, ବାସିନ୍ଦାଙ୍କ ନାମ ଓ ଫୋଟୋଗ୍ରାଫ ଥିବା ଗୋଟିଏ ଦସ୍ତାବିଜ୍ ଆବଶ୍ୟକ | ଉଭୟ ଥିବା ସହାୟକ ଦସ୍ତାବିଜ୍ ସହ ଯାଞ୍ଚ କରନ୍ତୁ |
    • ଯଦି ଦାଖଲ ହୋଇଥିବା କୌଣସି PoI ଦସ୍ତାବିଜରେ ବାସିନ୍ଦାଙ୍କ ଫୋଟୋଗ୍ରାଫ୍ ନଥାଏ ତେବେ ଏହାକୁ ଗୋଟିଏ ବୈଧ PoI ଭବେ ଗ୍ରହଣ କରାଯିବ ନାହିଁ | ଅନ୍ତର୍ଭୁକ୍ତ ହେବା ସହ ଅପମାନରୁ ବଞ୍ଚିବା ପାଇଁ ପୁରୁଣା ଫୋଟୋଗ୍ରାଫ୍ ଥିବା ଦସ୍ତାବିଜକୁ ଗ୍ରହଣ କରାଯିବ |
    • ଦସ୍ତାବିଜରେ ଥିବା ନାମକୁ ବାସିନ୍ଦାଙ୍କୁ ତା’ଙ୍କ ନାମ ପଚାରି ସୁନିଶ୍ଚିତ କରନ୍ତୁ | ଏହା ବାସିନ୍ଦା ନିଜର ଦସ୍ତାବିଜ୍ ପ୍ରଦାନ କରିଛନ୍ତି ବୋଲି ସୁନିଶ୍ଚିତ ହେବ |
    • ବ୍ୟକ୍ତିଙ୍କ ନାମ ସମ୍ପୂର୍ଣ୍ଣ ରୂପେ ପ୍ରବେଶ କରନ୍ତୁ | ଏଥିରେ ଉପନାମ କିମ୍ବା ଅଭିବାଦକ ଶବ୍ଦ ଯେପରି Mr., Miss, Mrs., Major, Retd., Dr. ପ୍ରଭୃତି ରହିବ ନାହିଁ |
  • ବ୍ୟକ୍ତିଙ୍କର ନାମକୁ ଯତ୍ନ ଓ ସଠିକତାର ସହ ଲେଖିବା ଅତ୍ୟନ୍ତ ଜରୁରୀ ଅଟେ | ଉଦାହରଣସ୍ଵରୂ, ବାସିନ୍ଦା ତାଙ୍କ ନାମ V. Vijayan ବୋଲି କହିପାରନ୍ତି କିନ୍ତୁ ତାଙ୍କ ପୁରା ନାମ VenkatramanVijayan ହୋଇପାରେ ଏବଂ ସେହିପରି R. K. Srivastava ଙ୍କ ପୁରାନାମ ପ୍ରକୃତରେ Ramesh Kumar Srivastava ହୋଇପାରେ | ସେହିପରି ଜଣେ ମହିଳା ଏନରୋଲୀ ତାଙ୍କ ନାମ K. S. K. Durga ବୋଲି କହିପାରନ୍ତି ଯେତେବେଳେ କି ତାଙ୍କର ପୁରା ନାମ Kalluri Surya Kanaka Durga ହୋ ଇପାରେ | ସେମାନଙ୍କ ସଂକ୍ଷିପ୍ତ ସ୍ଵାକ୍ଷରରୁ ପ୍ରସାରିତ କରିବା ସହ ପ୍ରଦାନ କରିଥିବା ପ୍ରାମାଣୀକ ଦସ୍ତାବିଜରେ ତାହାକୁ ଯାଞ୍ଚ କରିବେ |
  • ଘୋଷିତ ନାମ ଏବଂ ଦସ୍ତାବିଜ(PoI) ରେ ଥିବା ନାମରେ ଭିନ୍ନତା ଥିବା କ୍ଷେତ୍ରରେ ଏବଂ ଗୋଟିଏର ଦସ୍ତାବିଜରେ ବନାନ୍ କିମ୍ବା/ଏବଂ ପ୍ରଥମ ନାମ , ମଝି ନାମ ଓ ଶେଷ ନାମର କ୍ରମରେ ଭିନ୍ନତା ଥିବା କ୍ଷେତ୍ରରେ, ବାସିନ୍ଦା ଘୋଷିତ କରିଥିବା ନାମକୁ ରେକର୍ଡ କରାଯାଇପାରେ |
  • ଯଦି ଏନରୋଲୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଦୁଇଟି ଦସ୍ତାବିଜରେ ସମାନ ନାମରେ ଭିନ୍ନତା ଥାଏ (ଯେପରି ସଂକ୍ଷିପ୍ତ ସ୍ଵାକ୍ଷର ଏବଂ ପୁରା ନାମ ସହିତ), ଏନରୋଲୀଙ୍କ ପୁରାନାମକୁ ରେକର୍ଡ କରାଯିବ |
  • ବେଳେବେଳେ ନବଜାତ ଓ ପିଲାମାନଙ୍କର ନାମକରଣ ହୋଇନଥାଏ | ପିଲା ପାଇଁ ଚାହୁଁଥିବା ନାମକୁ ପ୍ରଦାନ କରିବା ପାଇଁ ଏନରୋଲୀଙ୍କୁ ଅନୁରୋଧ କରନ୍ତୁ ଏବଂ UID ପ୍ରଦାନ କରିବା କ୍ଷେତ୍ରରେ ନାମକୁ ଗ୍ରହଣ କରିବା କେତେ ଜରୁରୀ ତାହା ବର୍ଣ୍ଣନା କରନ୍ତୁ | PoI ପାଇଁ ସହାୟକ ଦସ୍ତାବିଜ୍ ଉପଲବ୍ଧ ନଥିବା କ୍ଷେତ୍ରରେ ପରିଚୟକର୍ତ୍ତାଙ୍କ ସହାୟତାରେ ନାମକୁ ରେକର୍ଡ କରିପାରିବେ |
  • ଜନ୍ମ ତାରିଖ(DOB):
    • ବାସିନ୍ଦାଙ୍କ ଜନ୍ମ ତାରିଖ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ନିଶ୍ଚିତରୂପେ ଦିନ, ମାସ ଓ ବର୍ଷକୁ ସୂଚିତ କରିବ |
    • ଯଦି ବାସିନ୍ଦା ଜନ୍ମ ତାରିଖ ସମ୍ବନ୍ଧିତ ପ୍ରାମାଣିକ ଦସ୍ତାବିଜ୍ ପ୍ରଦାନ କରନ୍ତି ତେବେ ଜନ୍ମ ତାରିଖ “Verified” ବୋଲି ଗ୍ରହଣ କରାଯିବ | ଯେତେବେଳେ ବସିନ୍ଦା କୌଣସି ଦସ୍ତାବିଜ୍ ବିନା DoBକୁ ଘୋଷଣ କରନ୍ତି ସେତେବେଳେ ଜନ୍ମ ତାରିଖକୁ “Declared” ଭାବେ ଗ୍ରହଣ କରାଯାଏ |
    • ଯେତେବେଳେ ବାସିନ୍ଦା ପ୍ରକୃତ ଜନ୍ମ ତାରିଖ ପ୍ରଦାନ କରିବା ପାଇଁ ଅକ୍ଷମ ହୁଅନ୍ତି ଏବଂ ବାସିନ୍ଦାଙ୍କ ଦ୍ଵାରା କେବଳ ବୟସ ପ୍ରଦାନ କରାଯାଇଥାଏ କିମ୍ବା ଯାଞ୍ଚକର୍ତ୍ତାଙ୍କ ଦ୍ଵାରା ଆନୁମାନିକ ଭାବେ ପ୍ରଦାନ କରାଯାଏ ତେବେ କେବଳ ବୟସକୁ ରେକର୍ଡ କରାଯାଏ | ଏହି କ୍ଷେତ୍ରରେ ସଫ୍ଟୱେର୍ ଅଟୋମାଟିକାଲୀ ଜନ୍ମ ବର୍ଷକୁ ଗଣନା କରିଥାଏ |
    • ଯାଞ୍ଚକର୍ତ୍ତା ପଞ୍ଜୀକରଣ/ନବୀକରଣ ଫର୍ମରେ ପ୍ରବେଶକୁ ଯାଞ୍ଚ କରିବେ ଏବଂ ସୁନିଶ୍ଚିତ କରିବେ ଯେ ବାସିନ୍ଦା ଠିକ୍ ଭାବେ ଜନ୍ମ ତାରିଖକୁ “verified”/”declared” ସୂଚିତ କରିଛନ୍ତି କିମ୍ବା ନିଜର ବୟସକୁ ପୂରଣ କରିଛନ୍ତି |
  • ବାସସ୍ଥାନ ଠିକଣା:
    • PoA ନାମ ଓ ଠିକଣାକୁ ଧାରଣ କରିଛି ବୋଲି ଯାଞ୍ଚ କରନ୍ତୁ | ଯାଞ୍ଚକର୍ତ୍ତା ସୁନିଶ୍ଚିତ କରିବେ ଯେ PoA ଦସ୍ତାବିଜରେ ଥିବା ନାମ PoI ଦସ୍ତାବିଜରେ ଥିବା ନାମ ସହିତ ମେଳ ହେଉଥିବ | PoI ଓ PoA ଦସ୍ତାବିଜରେ ଥିବା ନାମର ଭିନ୍ନତାକୁ ଗ୍ରହଣ କରାଯିବ ଯଦି ବନାନରେ କିମ୍ବା/ଏବଂ ପ୍ରଥମ, ମଝି ଓ ଶେଷ ନାମର କ୍ରମରେ ଭିନ୍ନତା ଥାଏ |
    • ଛୋଟ ପିଲା ଏବଂ ବୃଦ୍ଧ ଲୋକଙ୍କ ପାଇଁ “care of” ବ୍ୟବହାର କରାଯାଏ ଯଦି କେହି କ୍ରମାନୁସାରେ ମାତାପିତା ଏବଂ ସନ୍ତାନ ମାନଙ୍କ ସହ ରହୁଥିବେ | ଯଦି ଉପଲବ୍ଧ ନଥିବ ତେବେ ଏହି ଆଡ୍ରେସ୍ ଲାଇନକୁ ଖାଲି ଛାଡିଦେବେ |
    • ଠିକଣାକୁ ବୃଦ୍ଧି କରିବା ପାଇଁ ଅନୁମତି ଅଛି | ବାସିନ୍ଦା ଛୋଟ ଫିଲ୍ଡଗୁଡିକ ସଂଯୋଗ କରିବା ପାଇଁ ଅନୁମତି ଅଛି ଯେପରି ଘର ନଂ., ଲେନ୍ ନଂ., ଗଳି ନାମ, ଟାଇପୋଗ୍ରାଫିକ୍ ତୃଟିକୁ ସଂଶୋଧନ କରିବେ, ଛୋଟ ପରିବର୍ତ୍ତନ/ ପିନକୋଡ୍ ସଂଶୋଧନ ପ୍ରଭୃତିକୁ PoAରେ ଥିବା ଠିକଣାରେ କରିପାରିବେ ଯେପର୍ଯ୍ୟନ୍ତ ଏହି ସଂଯୋଗ/ରୂପାନ୍ତର PoA ଦସ୍ତାବିଜରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବ ନାହିଁ |
    • ଯଦି ଅନୁରୋଧ କରାଯାଇଥିବା ଠିକଣା ଗୁରୁତ୍ଵପୂର୍ଣ୍ଣ ଥାଏ ଏବଂ PoAରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବାକୁ ହୁଏ ତେବେ ବାସିନ୍ଦାଙ୍କୁ ଗୋଟିଏ PoAର ବିକଳ୍ପ ଦେବାକୁ ହେବ କିମ୍ବା ଏକ ପରିଚୟକର୍ତ୍ତାଙ୍କ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ |
  • ସମ୍ପର୍କର ବିବରଣୀ:
    • 5 ବର୍ଷରୁ କମ୍ ବୟସ ପିଲାମାନଙ୍କ ପାଇଁ ମାତାପିତାଙ୍କ ମଧ୍ୟରୁ ଜଣଙ୍କର କିମ୍ବା ଅଭିଭାବକଙ୍କ “Name” ଓ “Aadhaar Number” ବାଧ୍ୟତାମୁଳକ ଅଟେ | ପିଲାମାନଙ୍କୁ(କିମ୍ବା ସେମାନେ ଏକାସଂଗେ ପଞ୍ଜୀକରଣ କରିପାରିବେ) ପଞ୍ଜୀକରଣ କରିବା ସମୟରେ ମାତାପିତା/ଅଭିଭାବକ ସେମାନଙ୍କ ଆଧାର ପ୍ରଦାନ କରିବା ଆବଶ୍ୟକ ଅଟେ |
    • ସାବାଳକଙ୍କ କ୍ଷେତ୍ରରେ ମାତାପିତା କିମ୍ବା ସାଥୀଙ୍କର ତଥ୍ୟର ଯାଞ୍ଚ ଆବଶ୍ୟକତା ନାହିଁ | ସେଗୁଡିକୁ କେବଳ ଆଭ୍ୟନ୍ତରୀଣ ଉଦ୍ଦେଶ୍ୟରେ ରେକର୍ଡ କରାଯାଏ |
  • ପରିବାର ମୁଖ୍ୟ(HoF):
    • PoR ଦସ୍ତାବିଜ୍ ପରିବାରର ମୁଖ୍ୟ ଓ ପରିବାରର ସଦସ୍ୟଙ୍କ ମଧ୍ୟରେ ସମ୍ବନ୍ଧ ସ୍ଥାପନକୁ ଯାଞ୍ଚ କରିବ | ସମ୍ପର୍କ ଦସ୍ତାବିଜ(PoR)କୁ ଆଧାର କରି, କେବଳ ସେହି ସଦସ୍ୟମାନେ ପଞ୍ଜୀକରଣ କରିପାରିବେ ଯାହାର ନାମ ସମ୍ପର୍କ ଦସ୍ତାବିଜରେ ରେକର୍ଡ ଅଛି |
    • ପରିବାରର ସଦସ୍ୟ ପଞ୍ଜୀକରଣ ପାଇଁ ଗଲା ସମୟରେ ପରିବାରର ମୁଖ୍ୟ ସର୍ବଦା ତା’ଙ୍କ ସହିତ ଯିବେ |
    • HoF ଆଧାରିତ ଯାଞ୍ଚରେ ଯାଞ୍ଚକର୍ତ୍ତା ନିଶ୍ଚିତରୂପେ ପଞ୍ଜୀକରଣ/ନବୀକରଣ ଫର୍ମରେ HoF ବିବରଣୀକୁ ଯାଞ୍ଚ କରିବେ | ଫର୍ମରେ ଥିବା HoFଙ୍କ ନାମ ଓ ଆଧାର ଅଂଖ୍ୟାକୁ ଆଧାର ପତ୍ର ସହିତ ଯାଞ୍ଚ କରିବେ |
    • HoF ଆଧାରିତ ପଞ୍ଜୀକରଣରେ ଫର୍ମରେ ଉଲ୍ଲେଖ ଥିବା ସମ୍ପର୍କର ବିବରଣୀ କେବଳ HoFଙ୍କର ବୋଲି ସୁନିଶ୍ଚିତ କରନ୍ତୁ |
  • ମୋବାଇଲ୍ ନମ୍ବର୍, ଇମେଲ୍ ଆଡ୍ରେସ୍:

    ଯଦି ଏନରୋଲୀଙ୍କର ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଡ୍ରେସ୍ ଥାଏ ଏବଂ ତାହା ପ୍ରଦାନ କରିବା ପାଇଁ ଇଚ୍ଛୁକ ଥା’ନ୍ତି, ତେବେ ଏହି ଅପଶନାଲ୍ ଫିଲ୍ଡଗୁଡିକୁ ପୂରଣ କରିପାରିବେ | ଯାଞ୍ଚକର୍ତ୍ତା ବାସିନ୍ଦାଙ୍କୁ ଏହି ଫିଲ୍ଡଗୁଡିକର ଗୁରୁତ୍ଵ ଉପରେ ବର୍ଣ୍ଣନା କରିବେ | UIDAI, ଏହି ତଥ୍ୟକୁ ଯଦି ଆବଶ୍ୟକ ହୁଏ ଯେପରି ଫେରସ୍ତ ହୋଇଥିବା ପତ୍ର, ବ୍ୟବହାର କରି ବାସିନ୍ଦାଙ୍କ ସହ ଯୋଗାଯୋଗରେ ରହିବ |