ବିନା ଦସ୍ତାବିଜରେ କିପରି ବାସିନ୍ଦାମାନେ ଆଧାରରେ ପଞ୍ଜୀକରଣ କରିପାରିବେ?

  • ପଞ୍ଜୀକରଣ ସମୟରେ ମୁଖ୍ୟ ଜନସାଂଖିକ ତଥ୍ୟ ଠିକ୍ ଭାବେ ଯାଞ୍ଚ ହେବା ଆବଶ୍ୟକ | ବାସିନ୍ଦା ଅନୁମୋଦିତ ବ୍ୟକ୍ତିଗତ ପ୍ରମାଣ(PoI) ଓ ଠିକଣାଗତ ପ୍ରମାଣ(PoA) ଭାବେ ଯେକୌଣସି ଦସ୍ତାବିଜକୁ ଆଣିପାରିବେ |
  • ଯଦି ଜଣେ ବାସିନ୍ଦା ବ୍ୟକ୍ତିଗତ ପ୍ରମାଣ କିମ୍ବା ଠିକଣାଗତ ପ୍ରମାଣ ପ୍ରଦାନ କରିବାରେ ଅକ୍ଷମ ଅଟନ୍ତି, ସେମାନେ ଗୋଟିଏ ପୂର୍ବ-ପଦବି ଧାରୀ “ପରିଚୟକର୍ତ୍ତା(Introducer)”ଙ୍କ ମାଧ୍ୟମରେ ପଞ୍ଜୀକରଣ କରିପାରିବେ ଯିଏ ରେଜିଷ୍ଟ୍ରାର୍ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟ ଦ୍ଵାରା ଚିହ୍ନଟ ଓ ବିଜ୍ଞପିତ ଅଟନ୍ତି |
  • ପରିଚୟକର୍ତ୍ତା ଜଣେ ବ୍ୟକ୍ତି ଯିଏ ରେଜିଷ୍ଟ୍ରାରଙ୍କ ଦ୍ଵାରା, PoA/PoI ନଥିବା ବ୍ୟକ୍ତିଙ୍କୁ ପରିଚିତ କରିବା ପାଇଁ ଅଧିକାର ପ୍ରାପ୍ତ | ଏହି ପରିଚୟ ବାସିନ୍ଦାଙ୍କୁ ଗୋଟିଏ ଚାରିତ୍ରିକ ପ୍ରମାଣ ପତ୍ର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ |