ପରିଚୟକର୍ତ୍ତାଙ୍କର ଦାୟିତ୍ଵଗୁଡିକ କ’ଣ?

  • ଥରେ ରେଜିଷ୍ଟ୍ରାର ସ୍ଥାନ ଅନୁସାରେ ପରିଚୟକର୍ତ୍ତା୍ମାନଙ୍କୁ ଚିହ୍ନଟ କରିସାରିବା ପରେ (ଜିଲ୍ଲା/ରାଜ୍ୟ ଯେଉଁଠି ପରିଚୟକର୍ତ୍ତା କାମ କରିବା ପାଇଁ ଅଧିକାର ପ୍ରାପ୍ତ), ସେ ପରିଚୟକର୍ତ୍ତାମାନଙ୍କୁ ବିଜ୍ଞପିତ କରିବେ |
  • ପରିଚୟକର୍ତ୍ତାମାନେ ରେଜିଷ୍ଟ୍ରାର୍ ଓ UIDAI ଦ୍ଵାରା ଆୟୋଜିତ ଆଧାର ସଚେତନତା କର୍ମଶାଳାରେ ନିଶ୍ଚିତ ଭାବେ ଯୋଗ ଦେବା ସହ ଆଧାରର କାର୍ଯ୍ୟକ୍ରମ ସହ ପରିଚିତ ହେବେ ଏବଂ ପରିଚୟକର୍ତ୍ତାର ଦାୟିତ୍ଵ ଓ କାର୍ଯ୍ୟକ୍ଷମତାକୁ ବୁଝିପାରିବେ |
  • ଯଦି ଜଣେ ଚିହ୍ନଟ ପରିଚୟକର୍ତ୍ତା ଗୋଟିଏ ପରିଚୟକର୍ତ୍ତା ଭାବେ କାମ କରିବା ପାଇଁ ପ୍ରସ୍ତୁତ ଅଛି, ସେ ଗୋଟିଏ ଲିଖିତ ଆକାରରେ ଦେବେ ଯେ ଆଧାରର ପଞ୍ଜୀକରଣ ପାଇଁ ପରିଚୟକର୍ତ୍ତା ଭାବେ କାମ କରିବେ ଏବଂ ୟୁନିକ୍ ଆଇଡେଣ୍ଟିଫିକେଶନ୍ ଅଥୋରିଟୀ ଅଫ ଇଣ୍ଡିଆ(UIDAI) ଓ ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଣିତ ପରିଚୟକର୍ତ୍ତାଙ୍କ ପାଇଁ ଥିବା ସମସ୍ତ ନିୟମାବଳୀ ଓ କାର୍ଯ୍ୟଧାରାକୁ ଅନୁସରଣ କରିବେ |
  • ପରିଚୟକର୍ତ୍ତା ପଞ୍ଜୀକରଣ କରିବା ସହ ସେମାନଙ୍କ ଆଧାର ସଂଖ୍ୟା ପ୍ରାପ୍ତ କରିବା ଆବଶ୍ୟକ ଏବଂ କାର୍ଯ୍ୟକ୍ଷେତ୍ରରେ ବାସିନ୍ଦାମାନଙ୍କୁ ପରିଚିତ କରିବା ପୂର୍ବରୁ ସମ୍ବନ୍ଧିତ ଫର୍ମରେ ସ୍ଵାକ୍ଷର କରିବା ଆବଶ୍ୟକ |
  • ରେଜିଷ୍ଟ୍ରାର୍ ସେମାନଙ୍କୁ UIDAIରେ ପରିଚୟକର୍ତ୍ତା ଭାବେ ପଞ୍ଜିକୃତ କରିଛନ୍ତି ବୋଲି ସୁନିଶ୍ଚିତ କରିବା ଆବଶ୍ୟକ |
  • ପରିଚୟକର୍ତ୍ତାମାନେ, ସେମାନଙ୍କୁ ପ୍ରଦାନ କରାଯାଇଥିବା କ୍ଷେତ୍ର ମଧ୍ୟରେ ପଞ୍ଜୀକରଣ ସୂଚୀ, ପଞ୍ଜୀକରଣ କେନ୍ଦ୍ରର ଅବସ୍ଥିତି ଏବଂ ପଞ୍ଜୀକରଣ କେନ୍ଦ୍ରଗୁଡିକର କାମ କରିବା ସମୟ ସହିତ ପରିଚିତ ରହିବେ |
  • ସେମାନଙ୍କର ଯୋଗାଯୋଗ ତଥ୍ୟ ଠିକ୍ ଭାବେ ପଞ୍ଜୀକରଣ କେନ୍ଦ୍ରରେ ପ୍ରଦର୍ଶିତ ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ | ପ୍ରଦର୍ଶିତ ନଥିବା/ଭୁଲ୍ ତଥ୍ୟ ଥିବା କ୍ଷେତ୍ରରେ, ପଞ୍ଜୀକରଣ କେନ୍ଦ୍ରର ସୁପଭାଇଜରଙ୍କ ତଥ୍ୟକୁ ପ୍ରଦର୍ଶନ/ସଂଶୋଧନ କରିବା ପାଇଁ କହିପାରିବେ |
  • ପରିଚୟକର୍ତ୍ତା ବାସିନ୍ଦାମାନଙ୍କ ପାଖରେ ସହଜରେ ପହଞ୍ଚିବା ଆବଶ୍ୟକ ଅଟେ |
  • ପରିଚୟକର୍ତ୍ତା ପଞ୍ଜୀକରଣ ଫର୍ମରେ ବାସିନ୍ଦାଙ୍କର ନାମ ଓ ଠିକଣା ଠିକ୍ ଓ ସମ୍ପୂର୍ଣ୍ଣ ଥିବା ଯାଞ୍ଚ କରିବେ | ପରିଚୟକର୍ତ୍ତା ନିଜର ବିବରଣୀକୁ ମଧ୍ୟ ଫର୍ମରେ ଯାଞ୍ଚ କରିବେ ଏବଂ ତା’ପରେ ପଞ୍ଜୀକରଣ ଫର୍ମରେ ଉଦ୍ଦିଷ୍ଟ ଥିବା ସ୍ଥାନରେ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ପ୍ରଦାନ କରିବେ |
  • ପରିଚୟକର୍ତ୍ତାମାନେ ECର କାର୍ଯ୍ୟକାରୀ ସମୟରେ ବାସିନ୍ଦାମାନଙ୍କୁ ପରିଚିତ କରାଇବା ପାଇଁ ଉପଲବ୍ଧ ରହିବେ | ସେମାନେ କାର୍ଯ୍ୟକାରୀ ସମୟରେ ଉପଲବ୍ଧ ନଥିବା ସ୍ଥଳେ, ଦିନର ଶେଷରେ ପଞ୍ଜୀକରଣ କେନ୍ଦ୍ରକୁ ଯାଇ ସେମାନଙ୍କ ପରିଚୟ ହେତୁ ସ୍ଥଗିତ ଥିବା ବାସିନ୍ଦାମାନଙ୍କର ତାଲିକାକୁ ଯାଞ୍ଚ କରିପାରିବେ |
  • ପରିଚୟକର୍ତ୍ତା ଯତ୍ନ ସହକାରେ ବାସିନ୍ଦାଙ୍କର ନାମ ଓ ଠିକଣା ଯାଞ୍ଚ କରନ୍ତୁ ଏବଂ ସେମାନଙ୍କର ଅନୁମୋଦନ/ଅଗ୍ରାହ୍ୟ ପ୍ରଦାନ କରିବେ |
  • ପରିଚୟକର୍ତ୍ତା ଗୋଟିଏ ବାସିନ୍ଦାଙ୍କର ପଞ୍ଜୀକରଣ କରିବା ପାଇଁ ନିଜର ବାୟୋମେଟ୍ରିକକୁ ଆଧାର କ୍ଲାଏଣ୍ଟରେ ପ୍ରଦାନ କରିବେ |
  • ପରିଚୟକର୍ତ୍ତା ତାହାକୁ ପ୍ରିଣ୍ଟ କରିବା ପାଇଁ ଆବଶ୍ୟକ ସ୍ଥଳେ ସ୍ଵାକ୍ଷର/ବୃଦ୍ଧାଙ୍ଗୁଳୀ ଛାପ ମଧ୍ୟ ପ୍ରଦାନ କରିବେ |
  • ପରିଚୟକର୍ତ୍ତା ପରିଚୟ କରାଉଥିବା ବାସିନ୍ଦାଙ୍କର ପରିଚୟ ଓ ଠିକଣାକୁ ସୁନିଶ୍ଚିତ କରିବେ |
  • ପରିଚୟକର୍ତ୍ତା ନିଶ୍ଚିତରୂପେ ବାସିନ୍ଦାମାନଙ୍କୁ ପରିଚିତ କରାଇବେ ଯାହାର ବ୍ୟକ୍ତିଗତ କିମ୍ବା ଠିକଣାଗତ ପ୍ରମାଣ ପତ୍ର ନଥିବ |
  • ଯିଏ ତାଙ୍କ ପାଖକୁ ଆସିବ ପରିଚୟକର୍ତ୍ତା ପ୍ରତ୍ୟେକଙ୍କୁ ପରିଚିତ କରିବା ପାଇଁ ବାଧ୍ୟ ନୁହଁନ୍ତି |
  • ପରିଚୟକର୍ତ୍ତା ବାସିନ୍ଦାଙ୍କୁ ପରିଚିତ କରିବା ଉଦ୍ଦେଶ୍ୟରେ କୌଣସି ଶୁଳ୍କ ଗ୍ରହଣ କରିପାରିବେ ନାହିଁ | ଯାହାହେଲେ, ରେଜିଷ୍ଟ୍ରାର ସେମାନଙ୍କ କାମ ପାଇଁ ସମ୍ମାନୀତ କରିପାରନ୍ତି |