ନିଜର ପଞ୍ଜୀକରଣ ଅଗ୍ରାହ୍ୟ ହୋଇନାହିଁ ବୋଲି ସୁନିଶ୍ଚିତ କରିବା ପାଇଁ ବାସିନ୍ଦାମାନଙ୍କର କ’ଣ ସବୁ ଦାୟିତ୍ଵ ରହିଛି?

ନିଜ ସମ୍ମୁଖରେ ଉପଲବ୍ଧ ଥିବା ରେସିଡେଣ୍ଟ ସ୍କ୍ରୀନକୁ ଦେଖି, ଜଣେ ବାସିନ୍ଦା ନିଜର ସମ୍ପୂର୍ଣ୍ଣ ବିବରଣୀକୁ ଇଙ୍ଗଲିଶରେ କିମ୍ବା ସ୍ଥାନୀୟ ଭାଷାରେ ନିଶ୍ଚିତ ଭାବେ ପୁନଃ ଅବଲୋକନ କରିବା ଉଚିତ | ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା ପ୍ରଭୃତି ସଠିକ ଅଛି ବୋଲି ସୁନିଶ୍ଚିତ କରନ୍ତୁ | ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଉପନାମ/Mr./ Mrs./ Col./ Dr. ପ୍ରଭୃତି ନାମ ସହିତ ପ୍ରୀଫିକ୍ସ କିମ୍ବା ସଫିକ୍ସ ହେବ ନାହିଁ | ନାମକୁ ସଂକ୍ଷିପ୍ତରେ ପ୍ରକାଶ ନକରି ପୁରାନାମ, ଉଦାହରଣସ୍ଵରୂପ B.K Sharmaକୁ Brij Kumar Sharma ଭାବେ ଲେଖନ୍ତୁ | ଏହା ମଧ୍ୟ ସୁନିଶ୍ଚିତ କରନ୍ତୁ ଯେ ଅପରେଟର୍ ଦ୍ଵାରା ଗ୍ରହଣ କରାଯାଇଥିବା ଫୋଟୋଗ୍ରାଫ୍ ସଠିକ୍ ଓ ଚିହ୍ନି ହେଉଥିବା ଆବଶ୍ୟକ ଅଟେ |