ଯଦି PoA ଦସ୍ତାବିଜ ଉପରେ ସୂଚିତ ଥିବା ଠିକଣା, ଡାକ ଦ୍ଵାରା ପ୍ରେରଣ କରିବା ପାଇଁ ପର୍ଯ୍ୟାପ୍ତ ନହୁଏ ତେବେ ବିକଳ୍ପ କ’ଣ ଅଛି?ବାସିନ୍ଦାଙ୍କ ଦ୍ଵାରା ପ୍ରଦତ୍ତ ଅତିରିକ୍ତ ତଥ୍ୟକୁ ଗ୍ରହଣ କରାଯାଇପାରିବ କି?

ହଁ | ବାସିନ୍ଦାଙ୍କୁ ସହଜ ଫିଲ୍ଡଗୁଡିକୁ ଯେପରି, ଘର ନମ୍ବର୍, ଲେନ୍ ନମ୍ବର୍, ଗଳି ନାମକୁ ସଂଯୋଗ କରିବା, ଟାଇପିଙ୍ଗ ତୃଟିଗୁଡିକୁ ସଂଶୋଧନ କରିବାପୂର୍ବକ, ସହଜ ପରିବର୍ତ୍ତନଗୁଡିକ/ପିନ୍ କୋଡକୁ ସଂଶୋଧନ କରିବା ପ୍ରଭୃତି, ପାଇଁ ଅନୁମତି ପ୍ରଦାନ କରାଯାଇଛି ଯେପର୍ଯ୍ୟନ୍ତ PoA ଦସ୍ତାବିଜରେ ଥିବା ଠିକଣାରେ ଏହି ସଂଯୋଗ/ରୂପାନ୍ତର ଦ୍ଵାରା, ମୂଳ PoA ଦସ୍ତାବିଜରେ ଥିବା ଠିକଣାରେ କୌଣସି ପରିବର୍ତ୍ତନ ହେବ ନାହିଁ | ଯଦି ଅନୁରୋଧ କରାଯାଇଥିବା ଠିକଣା ଗୁରୁତ୍ଵପୂର୍ଣ୍ଣ ଥାଏ ଏବଂ PoAରେ ଥିବା ମୂଳ ଠିକଣାକୁ ପରିବର୍ତ୍ତନ କରିବାକୁ ହୁଏ ତେବେ ବାସିନ୍ଦାଙ୍କୁ ଗୋଟିଏ PoAର ବିକଳ୍ପ ଦେବାକୁ ହେବ କିମ୍ବା ଏକ ପରିଚୟକର୍ତ୍ତାଙ୍କ ମାଧ୍ୟମରେ ପଞ୍ଜୀକରଣ କରିବାକୁ ହେବ |