ଯଦି ମୋର ପ୍ରମାଣୀକରଣ ଅନୁରୋଧ ଅଗ୍ରହ୍ୟ ହୁଏ ମୁଁ ମୋର ହକଦାରୀ(ration, NREGA job etc.) ଗୁଡିକୁ ହରାଇବି କି?

UIDAI ଓ ଆଧାର ପ୍ରମାଣୀକରଣକୁ ଉପଯୋଗ କରୁଥିବା ସେବା ପ୍ରଦାନକାରୀ କିଛି ସତ୍ୟତାକୁ ଚିହ୍ନଟ କରିଛନ୍ତି ଯେପରି ଆଧାର ପ୍ରମାଣୀକରଣ କିଛି ଟେକ୍ନୋଲୋଜିକାଲ୍ ଓ ବାୟୋମେଟ୍ରିକ୍ ଅକ୍ଷମତା ଦ୍ଵାରା ନିୟନ୍ତ୍ରିତ ଯେପରି ଆଙ୍ଗୁଠି ଛାପର ଦୁର୍ବଳ ଗୁଣବତ୍ତା, ନେଟୱର୍କ ଉପଲବ୍ଧତା ପ୍ରଭୃତି | ତେଣୁ ସେବା ପ୍ରଦାନକାରୀ ସେମାନଙ୍କ ହିତାଧିକାରୀ/ଉପଭୋକ୍ତାଙ୍କୁ ଚିହ୍ନଟ/ପ୍ରମାଣୀକରଣ କରିବା ସହିତ ନିଜସ୍ଥାନରେ ସମସ୍ୟାକୁ ସମାଧାନ କରିବା ପାଇଁ ବିକଳ୍ପ ପନ୍ଥା ଓ କୌଶଳ ରଖିଛନ୍ତି | ଯାହାଦ୍ଵାରା ବାସିନ୍ଦା ମାନେ ଟେକ୍ନୋଲୋଜିକାଲ୍ କିମ୍ବା ବାୟୋମେଟ୍ରିକ୍ ଅକ୍ଷମତା ହେତୁରୁ ଅଧିକାରରୁ ବଞ୍ଚିତ ହେବେ ନାହିଁ |