ବ୍ୟକ୍ତିବିଶେଷଙ୍କୁ ଓ ସେମାନଙ୍କ ତଥ୍ୟକୁ UIDAI କିପରି ସୁରକ୍ଷା ଦେଇଥାଏ?

ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଏବଂ ସେମାନଙ୍କ ତଥ୍ୟକୁ ସୁରକ୍ଷିତ ରଖିବା, UID ପ୍ରୋଜେକ୍ଟର ଡିଜାଇନରେ ଅନ୍ତର୍ନିହିତ ଅଛି | ଗୋଟିଏ ରାଣ୍ଡମ୍ ସଂଖ୍ୟାକୁ ପ୍ରାପ୍ତ କରିବା ଠାରୁ ଆରମ୍ଭ କରି ଯାହା ବ୍ୟକ୍ତିବିଶେଷଙ୍କ ବିଷୟରେ କିଛି ବି ପରିପ୍ରକାଶ କରେ ନାହିଁ, ଯେଉଁ ବୈଶିଷ୍ଟ୍ୟତାଗୁଡିକ ନିମ୍ନରେ ଉଲ୍ଲେଖ ଅଛି, UID ପ୍ରୋଜେକ୍ଟର ଉଦ୍ଦେଶ୍ୟ ଓ ଅଭିପ୍ରାୟର ଅନ୍ତକରଣରେ ବାସିନ୍ଦାଙ୍କର ଇଚ୍ଛା ରହିଥାଏ |
  • ସୀମିତ ତଥ୍ୟକୁ ସଂଗ୍ରହ କରିବା
    UIDAI ଦ୍ଵାରା ସଂଗୃହିତ ହୋଇଥିବା ତଥ୍ୟ କେବଳ ଆଧାର ଜାରି କରିବା ପାଇଁ ଅଟେ, ଏବଂ ଆଧାର ଧାରକଙ୍କ ପରିଚୟକୁ ସୁନିଶ୍ଚିତ କରିଥାଏ | ପରିଚୟ ସ୍ଥାପନକୁ ସମ୍ଭବ କରିବା ପାଇଁ, UIDAI ମୌଳିକ ତଥ୍ୟ ଫିଲ୍ଡଗୁଡିକୁ ସଂଗ୍ରହ କରିଥାଏ, ଯେଉଁଥିରେ ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା, ମାତା ପିତା/ ଅଭିଭାବକଙ୍କ ନାମ, ଛୋଟ ପିଲାଙ୍କ ପାଇଁ ଆବଶ୍ୟକ କିନ୍ତୁ ଅନ୍ୟମାନଙ୍କ ପାଇଁ ନୁହେଁ, ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ବାଧ୍ୟତାମୂଳକ ନୁହେଁ | ବିଶିଷ୍ଟତା ପ୍ରତିସ୍ଥାପନ କରିବା ପାଇଁ UIDAI ବାୟୋମେଟ୍ରିକ୍ ତଥ୍ୟକୁ ସଂଗ୍ରହ କରିଥାଏ ଯେପରି ଫୋଟୋ, ଦଶଟି ହାତ ଆଙ୍ଗୁଠି ଛାପ ଏବଂ ଆଇରିସ୍(ଆଖିଡୋଳା) |
  • ଲୋକଲୋଚନକୁ ଆସିବା ଏବଂ ସଂଗୃହିତ ତଥ୍ୟକୁ ଟ୍ରାକ୍ କରିବା
    ଧର୍ମ, ଜାତି, ସଂପ୍ରଦାୟ, ଶ୍ରେଣୀ, ଜାତୀୟତା, ରୋଜଗାର ଓ ସ୍ଵାସ୍ଥ୍ୟଗତ ସମ୍ବେଦନଶୀଳ ବ୍ୟକ୍ତିଗତ ତଥ୍ୟର ସଂଗ୍ରହକୁ UIDAI ନିୟମ ଏହାକୁ ନିବୃତ୍ତ କରିଛି | ତେଣୁ UID ବ୍ୟବସ୍ଥା ଦ୍ଵାରା ଜଣେ ବ୍ୟକ୍ତିବିଶେଷ ଲୋକଲୋଚନକୁ ଆସିବା ସମ୍ଭବ ନୁହେଁ, ଯେହେତୁ ଚିହ୍ନଟ କରିବା ଏବଂ ଚିହ୍ନଟକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ହେଉଥିବା ସଂଗୃହିତ ତଥ୍ୟ ସୀମିତ ଅଟେ | ପ୍ରକୃତରେ UIDAI, ଆରମ୍ଭ ତାଲିକାରେ ଅଂଶ ଭାବେ, ଜନ୍ମ ସ୍ଥାନର ତଥ୍ୟ ଫିଲ୍ଡର ସ୍ଥାନକୁ ବାଦ୍ ଦେଇଛି, ଏହା CSOର ଟିପ୍ପଣୀକୁ ଭିତ୍ତି କରି ସଂଗ୍ରହ କରିବାକୁ ଯୋଜନା ରଖିଛି ଯାହା ଲୋକଲୋଚନକୁ ଆସିବାରେ ସହାୟକ ହେବ | UIDAI ବ୍ୟକ୍ତିବିଶେଷଙ୍କର କୌଣସି କାରାବାରର ରେକର୍ଡକୁ ମଧ୍ୟ ସଂଗ୍ରହ କରେ ନାହିଁ | ଜଣେ ବ୍ୟକ୍ତିବିଶେଷଙ୍କର ରେକର୍ଡଗୁଡିକ ମାଧ୍ୟମରେ ତା’ଙ୍କର ବିଶିଷ୍ଟତା ସୁନିଶ୍ଚିତ ହୋଇଥାଏ, ଆଧାର କେବଳ ଏହି ପ୍ରକ୍ରିୟାର ସଂଘଠନର ପ୍ରତିଫଳନ ଅଟେ | ଏହି ସୀମିତ ତଥ୍ୟ, କୌଣସି ସମସ୍ୟାକୁ ସମାଧାନ କରିବା ପାଇଁ ବାସିନ୍ଦାଙ୍କ ଇଚ୍ଛାନୁସାରେ, ସ୍ଵଳ୍ପ ସମୟ ପାଇଁ ଉପଲବ୍ଧ ହୋଇଥାଏ |
  • ତଥ୍ୟର ନିଷ୍କାସନ – ହଁ କିମ୍ବା ନାହିଁରେ ଉତ୍ତର ଆଧାର ତଥ୍ୟଭଣ୍ଡାର(ଡେଟାବେସ)ରେ ଥିବା ବ୍ୟକ୍ତିଗତ ତଥ୍ୟକୁ ପରିପ୍ରକାଶ କରିବା ପାଇଁ UIDAIକୁ ନିବୃତ୍ତ କରାଯାଇଛି, ପରିଚୟର ଯାଞ୍ଚ ଅନୁରୋଧକୁ କେବଳ ହଁ କିମ୍ବା ନାହିଁରେ ଉତ୍ତର ଦେବା ପାଇଁ ଅନୁମତି ଅଛି | ଜାତୀୟ ସୁରକ୍ଷା କ୍ଷେତ୍ରରେ, ଗୋଟିଏ ଅଦାଲତର ଆଦେଶ କିମ୍ବା ଗୋଟିଏ ମିଳିତ ସଚିବଙ୍କର ଆଦେଶରେ କେବଳ ବ୍ୟତିକ୍ରମ ହୋଇଥାଏ | ଏହା ଗୋଟିଏ ଯଥାର୍ଥ ଏବଂ ସ୍ଵଚ୍ଛ ଓ ନିର୍ଭୁଲ୍ ବ୍ୟତିକ୍ରମ ଅଟେ | ଏହି ପଦକ୍ଷେପ ସୁରକ୍ଷା ପ୍ରତି ଥିବା ବିପଦ କ୍ଷେତ୍ରରେ ତଥ୍ୟକୁ ଆକ୍ସେସ୍ କରିବା, US ଓ ୟୁରୋପରେ ଥିବା ସୁରକ୍ଷା ନିୟମ ସହ ମଧ୍ୟ ସମକକ୍ଷ ଅଟେ |
  • ତଥ୍ୟର ସୁରକ୍ଷା ଓ ଗୋପନୀୟତାସଂଗୃହିତ ତଥ୍ୟର ସୁରକ୍ଷା ଓ ଗୋପନୀୟତାକୁ ସୁନିଶ୍ଚିତ କରିବା UIDAIର କର୍ତ୍ତବ୍ୟ | UIDAI ଦ୍ଵାରା ପ୍ରଦାନ କରାଯାଇଥିବା ସଫ୍ଟୱେର୍ ସାହାଯ୍ୟରେ ତଥ୍ୟକୁ ସଂଗ୍ରହ କରାଯାଏ ଏବଂ ପରିବହନ କରିବା ସମୟରେ ସମୟରେ ତଥ୍ୟ ଲିକକୁ ପ୍ରତିହତ କରିବା ପାଇଁ ଏହାକୁ ଗୋପନୀୟ ଭାବେ ରଖାଯାଇଥାଏ | ତାଲିମ ଓ ପ୍ରମାଣୀକୃତ ପଞ୍ଜୀକରଣକାରୀମାନେ, ଯେଉଁମାନଙ୍କର ସଂଗୃହିତ ହେଉଥିବା ତଥ୍ୟକୁ ଆକ୍ସେସ୍ ନଥାଏ, ସେମାନେ ତଥ୍ୟ ସଂଗ୍ରହ କରିଥା’ନ୍ତି |
    ଏହାର ତଥ୍ୟର ସୁରକ୍ଷତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ UIDAIର ଗୋଟିଏ ବ୍ୟାପକ ସୁରକ୍ଷା ନିୟମ ରହିଛି | ଏହା, ଇନଫର୍ମେଶନ୍ ସିକ୍ୟୁରିଟୀ ପ୍ଲାନ୍, CIDR ପାଇଁ ଥିବା ନିୟମଗୁଡିକ ଏବଂ UIDAIର ଅନୁପାଳନ ଓ ଏହାର ଠିକା ଏଜେନ୍ସିଗୁଡିକର ଅଡିଟିଙ୍ଗ ପାଇଁ ଥିବା ତନ୍ତ୍ର ଉପରେ ଅଧିକ ବିବରଣୀକୁ ପ୍ରକାଶ କରିବ | ଏହା ସହିତ, କଡାକଡି ସୁରକ୍ଷା ଓ ଷ୍ଟୋରେଜ୍ ପ୍ରୋଟୋକଲଗୁଡିକ ସ୍ଥାନେ ସ୍ଥାନେ ରହିବ | ଯେକୌଣସି ସୁରକ୍ଷା ନିୟମ ଭଙ୍ଗ ପାଇଁ ଭିଷଣ ଜୋରିମାନା ହେବା ସହିତ ଚିହ୍ନଟ ତଥ୍ୟକୁ ପ୍ରକାଶ କରିବା ପାଇଁ ମଧ୍ୟ ଜୋରିମାନା ରହିଛି | CIDRରେ ଅନଧିକାର ପ୍ରବେଶ ମଧ୍ୟ ଦଣ୍ଡନୀୟ କାର୍ଯ୍ୟ ଅଟେ, ଯେପରି ହ୍ୟାକିଙ୍ଗ କରିବା ଏବଂ CIDRରେ ଥିବା ତଥ୍ୟରେ ହେରଫେର କରିବା ପାଇଁ ଜୋରିମାନା ଅଛି |
  • UIDAIରେ ଥିବା ତଥ୍ୟକୁ ଅନ୍ୟ ତଥ୍ୟଭଣ୍ଡାର(ଡେଟାବେସ)ସହିତ ସଂଯୁକ୍ତ ଓ ଲିଙ୍କ କରିବାUID ତଥ୍ୟଭଣ୍ଡାର(ଡେଟାବେସ) ଅନ୍ୟ କୌଣସି ତଥ୍ୟଭଣ୍ଡାର(ଡେଟାବେସ) ସହିତ କିମ୍ବା ଅନ୍ୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଥିବା ତଥ୍ୟଗୁଡିକ ସହିତ ଲିଙ୍କ ହୋଇନାହିଁ | ଏହାର କେବଳ ଗୋଟିଏ ଉଦ୍ଦେଶ୍ୟ ହେଉଛି ଯେ ଏକ ସେବା ପ୍ରାପ୍ତ କଲା ସମୟରେ, ଏହା ବ୍ୟକ୍ତିଜଣଙ୍କର ପରିଚୟକୁ ଯାଞ୍ଚ କରିବ ଏବଂ ଏହା ମଧ୍ୟ ଆଧାର ଧାରକଙ୍କ ଜ୍ଞାତରେ ହେବ | UID ତଥ୍ୟଭଣ୍ଡାର(ଡେଟାବେସ)କୁ କିଛି ଚୟନିତ ଉଚ୍ଚମାନର ସ୍ଵଚ୍ଛତାବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ଵାରା, ଉଭୟ ଭୌତିକ ଓ ବୈଦୁତିକ ଭାବେ ସୁରକ୍ଷା ପ୍ରଦାନ କରିଥା’ନ୍ତି | ସବୁଠୁ ଉତ୍କୃଷ୍ଟମାନର ଏନକ୍ରିପଶନ୍ ଓ ଗୋଟିଏ ଉଚ୍ଚମାନର ସୁରକ୍ଷା ଭଲ୍ଟରେ ଏହାକୁ ସୁରକ୍ଷିତ ରଖାଯାଇଥାଏ | ଆକ୍ସେସ୍ କରିବାର ସମଗ୍ର ବିବରଣୀକୁ ସଠିକତାର ସହ ଲଗ୍ କରାଯାଇଥାଏ |