ମୁଁ ଅନେକ ଥର ଆଧାର ପାଇଁ ପଞ୍ଜୀକରଣ କରିଛି କିନ୍ତୁ ମୋ ଆଧାର ପତ୍ର ପାଇନାହିଁ। ଏ କ୍ଷେତ୍ରରେ ମୁଁ କ'ଣ କରିବି?

ଆପଣଙ୍କ ଆଧାର ଜେନେରେଟ୍ ହେବାର ସମ୍ଭାବନା ରହିଛି କିନ୍ତୁ ଆପଣ ଡାକ ଯୋଗେ ଆଧାର ପତ୍ର ପାଇନାହାନ୍ତି। ଏହି କ୍ଷେତ୍ରରେ, ଆପଣଙ୍କର ସମସ୍ତ EID ପାଇଁ, ଚେକ୍ ଏନରୋଲମେଣ୍ଟ ଆଣ୍ଡ ଅପଡେଟ୍ ଷ୍ଟାଟସ କିମ୍ବା https://myaadhaar.uidai.gov.in/CheckAadhaarStatus ଉପରେ କ୍ଲିକ୍ କରି କିମ୍ବା ନିକଟସ୍ଥ ଆଧାର ଏନରୋଲମେଣ୍ଟ କେନ୍ଦ୍ରକୁ ଯାଇ ଆପଣଙ୍କର ଆଧାର ସ୍ଥିତି ଯାଞ୍ଚ କରିବାକୁ ସୁପାରିଶ କରାୟାଇଛି।
ଯଦି ଆପଣଙ୍କର ଆଧାର ପୂର୍ବରୁ ପ୍ରସ୍ତୁତ ହୋଇସାରିଛି ତେବେ ଆପଣ https://myaadhaar.uidai.gov.in/genricDownloadAadhaar.ରେ ଯାଇ eAadhaar ଡାଉନଲୋଡ୍ କରିପାରିବେ