Archived Aadhaar Logo
ପ୍ରତିଯୋଗୀତା
ୟୁ.ଆଇ.ଡି.ଏ.ଆଇ. ୨୦୧୦ ମସିହା ଫେବୃୟାରୀ ମାସରେ ଆଧାରର ଲୋଗୋ ବା ପ୍ରତୀକ ଚିହ୍ନ ପାଇଁ ଏକ ସର୍ବଭାରତୀୟ ପ୍ରତିଯୋଗୀତା ଆରମ୍ଭ କରିଥିଲା । ତାହାର ପରବର୍ତ୍ତୀ ସପ୍ତାହମାନଙ୍କରେ ଭାରତର ବିଭିନ୍ନ ସ୍ଥାନରୁ ୨୦୦୦ରୁ ଅଧିକ ପ୍ରତିସ୍ପର୍ଦ୍ଧୀଙ୍କ ନାମାଙ୍କନ ମିଳିଥିଲା
ବିଜେତା ପ୍ରତିସ୍ପର୍ଦ୍ଧୀଙ୍କୁ ଚୟନ କରିବା ପାଇଁ ଗ୍ରହଣ କରାଯାଇଥିବା ମାନଦଣ୍ଡ ହେଲା:
- ଲୋଗୋ ବା ପ୍ରତୀକ ଚିହ୍ନ ୟୁ.ଆଇ.ଡି.ଏ.ଆଇ.ର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଦର୍ଶାଇ ପାରୁଥିବ ।
- ଲୋଗୋ ଏହା ଦର୍ଶାଉଥିବ ଯେ ଆଧାର ଭାରତର ବାସିନ୍ଦାଙ୍କୁ ଏକ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିଦେବ ଏବଂ ଏହା ଗରିବଙ୍କ ପାଇଁ ସେବା ଓ ସାଧନ ହାସଲ କରିବାରେ ସମାନତା ଆଣିବ ।
- ଲୋଗୋ ବା ପ୍ରତୀକ ଚିହ୍ନ ଏମିତି ହୋଇଥିବା ଯାହାକୁ ସହଜରେ ବୁଝି ହେଉଥିବ ଏବଂ ଭାରତର ସବୁଆଡେ ପହଞ୍ଚାଇ ହେବ ।
ପ୍ରାପ୍ତ ହୋଇଥିବା ଲୋଗୋ ଡିଜାଇନ୍ ମଧ୍ୟରୁ ଅଧିକାଂଶ ଅତ୍ୟନ୍ତ ସୃଜନଶୀଳ ଓ ଅତି ଉଚ୍ଚ ମାନର ଥିଲା । ପ୍ରାପ୍ତ ହୋଇଥିବା ଡିଜାଇନ ଗୁଡ଼ିକୁ ସଚେତନତା ଓ ଯୋଗାଯୋଗ କୌଶଳ ପରିଷଦ (ଏ.ସି.ଏସ.ଏ.ସି.) ମୂଲ୍ୟାୟନ କରିଥିଲା । ପ୍ରଖ୍ୟାତ ଯୋଗାଯୋଗ ବିଶାରଦଙ୍କୁ ଗଠିତ ଏହି ପରିଷଦ ୟୁ.ଆଇ.ଡି.ଏ.ଆଇ.କୁ ଉପଯୁକ୍ତ ପରାମର୍ଶ ଦେବା ପାଇଁ ଗଠିତ ହୋଇଛି ।
ସ୍ଥିର ହୋଇଥିବା ମାନଦଣ୍ଡକୁ ଭିତ୍ତି କରି ପରିଷଦ ଏକ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରିଥିଲେ । “ଆମେ ଚୁଡ଼ାନ୍ତ ତାଲିକା ପ୍ରସ୍ତୁତ କରିବାରେ ତଥା ବିଜୟୀଙ୍କୁ ଚୟନ କରିବାରେ ଖୁବ୍ ଅସୁବିଧାର ସମ୍ମୁଖୀନ ହୋଇଥିଲୁ,” କହନ୍ତି ପରିଷଦର ସଦସ୍ୟ ଶ୍ରୀ କିରଣ ଖଲପ । ଶ୍ରୀ ଖଲପ ପୁଣି କହନ୍ତି ଯେ, “ଅତି ତୃପ୍ତିର ବିଷୟ ଏହା ଥିଲା ଯେ ଚୟନ ବେଳେ ନିଜସ୍ୱ ବିଚାର ଓ ପକ୍ଷପାତକୁ ଏଡ଼ାଇବା ପାଇଁ ଆମେ ସହମତିରେ ଏକ ମାନଦଣ୍ଡ ସ୍ଥିର କରିପାରିଥିଲୁ ।”
ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରତିଯୋଗୀମାନେ ହେଲେ:
- ମାଇକେଲ ଫଲି
- ସାଫ୍ରନ ବ୍ରାଣ୍ଡ କନସଲଟାଣ୍ଟ
- ସୁଧୀର ଜନ୍ ହୋରୋ
- ଜୟନ୍ଥ ଜୈନ ଓ ମହେନ୍ଦ୍ର କୁମାର
- ଅତୁଲ ଏସ୍. ପାଣ୍ଡେ
ଏଠାରେ ଦେଖାଯାଇଥିବା ବିଜୟୀ ଡିଜାଇନକୁ ପୁଣେ ନିବାସୀ ଶ୍ରୀ ଅତୁଲ ଏସ. ପାଣ୍ଡେ ଦାଖଲ କରିଥିଲେ ।


“ୟୁ.ଆଇ.ଡି.ଏ.ଆଇ. ପ୍ରକଳ୍ପରେ ନିଜସ୍ୱ କିଛି ଯୋଗଦାନ ଦେବା ମୋ ପାଇଁ ଖୁବ୍ ଗୌରବର ବିଷୟ ଥିଲା । ମୁଁ ବିଶ୍ୱାସ କରେ ଯେ ଏହି ପ୍ରତିସ୍ପର୍ଦ୍ଧା ବା ପ୍ରତିଯୋଗୀତା ସମସ୍ତଙ୍କ ପାଇଁ ସମାନତା ଆଣିବାର ୟୁ.ଆଇ.ଡି.ଏ.ଆଇ.ର ପ୍ରତିଶ୍ରୁତିକୁ ଆହୁରି ଦୃଢୀଭୂତ କରିଛି, କାରଣ ଏହା ଆମ ସମସ୍ତଙ୍କୁ ଏକ ପ୍ରକୃତ ପରିବର୍ତ୍ତନାଭୀମୂଖୀ ପ୍ରକଳ୍ପ ପାଇଁ ଡିଜାଇନ ପ୍ରସ୍ତୁତ କରିବାର ଓ ତହିଁରେ ଭାଗିଦାର ହେବାର ସୁଯୋଗ ପ୍ରଦାନ କରିଥିଲା,” କହନ୍ତି ଶ୍ରୀ ପାଣ୍ଡେ।.
Logo Launch



ଆଧାର ଲୋଗୋ ବା ପ୍ରତୀକ ଚିହ୍ନକୁ ୨୦୧୦ ମସିହା ଏପ୍ରିଲ ମାସ ୨୬ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇଥିବା ୟୁ.ଆଇ.ଡି.ଏ.ଆଇ. ପରିସଂସ୍ଥା କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଥିଲା । ଲୋଗୋ ପ୍ରତିଯୋଗୀତାର ବିଜୟୀ ଶ୍ରୀ ଅତୁଲ ଏସ. ପାଣ୍ଡେ ୧,୦୦,୦୦୦ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ । ଅନ୍ୟ ଚାରି ଜଣ ଚୁଡ଼ାନ୍ତ ପ୍ରତିଯୋଗୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।