ଆଧାରକୁ PAN ସହିତ ଲିଙ୍କ କରିବା ପାଇଁ, ଉତ୍ତମରୂପେ ଆପଣଙ୍କର ଜନସାଂଖିକ ବିବରଣୀଗୁଡିକ(ଯେପରି ନାମ, ଲିଙ୍ଗ ଓ ଜନ୍ମ ତାରିଖ) ଉଭୟ ଦସ୍ତାବିଜରେ ନିଶ୍ଚିତରୂପେ ମେଳହେବା ଉଚିତ |
କରଦାତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଧାର ନାମକୁ ଆଧାରର ପ୍ରକୃତ ତଥ୍ୟ ସହିତ ତୂଳନା କରିବା ଦ୍ଵାରା, ସାମାନ୍ୟ ଅମେଳ ହେବା କ୍ଷେତ୍ରରେ, ଆଧାର ସହିତ ପଞ୍ଜିକୃତ ହୋଇଥିବା ମୋବାଇଲ୍ ନମ୍ବରକୁ ୱାନ୍ ଟାଇମ୍ ପାସୱର୍ଡ(ଆଧାର OTP) ପ୍ରେରଣ କରାଯିବ | କରଦାତା PAN ଓ ଆଧାରରେ ଥିବା ଜନ୍ମ ତାରିଖ ଓ ଲିଙ୍ଗ ପୁରାପୁରି ସମାନ ବୋଲି ସୁନିଶ୍ଚିତ କରିବେ |
ବହୁତ କମ୍ କ୍ଷେତ୍ରରେ ଯେଉଁଠି ଆଧାରରେ ଥିବା ନାମ PANରେ ଥିବା ନାମ ଠାରୁ ସମ୍ପୂର୍ଣ୍ଣରୂପେ ଭିନ୍ନ ଥାଏ ସେହି କ୍ଷେତ୍ରରେ ଲିଙ୍କ ବିଫଳ ହେବ, ଏବଂ କରଦାତାଙ୍କୁ ଆଧାର କିମ୍ବା PAN ତଥ୍ୟଭଣ୍ଡାର(ଡେଟାବେସ)ରେ ନାମକୁ ପରିବର୍ତ୍ତନ କରିବା ପାଇଁ କୁହାଯାଇଥାଏ |
ଧ୍ୟାନଦିଅନ୍ତୁ :PANର ତଥ୍ୟ ନବୀକରଣ ସମ୍ବନ୍ଧିତ ପ୍ରଶ୍ନ ପାଇଁ ଆପଣ ଯାଇପାରିବେ: https://www.utiitsl.com.
ଆଧାର ନବୀକରଣ ସମ୍ବନ୍ଧିତ ତଥ୍ୟ ପାଇଁ ଆପଣ UIDAIର ଅଫିସିଆଲ୍ ୱେବସାଇଟକୁ ଯାଇପାରିବେ: www.uidai.gov.in.
ଲିଙ୍କିଙ୍ଗ ସମସ୍ୟା ବହୁ ସମୟ ପର୍ଯ୍ୟନ୍ତ ରହିଲେ, ଆପଣ, ଆୟକର ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇପରିବେ କିମ୍ବା IT ବିଭାଗର ହେଲ୍ପଲାଇନକୁ କଲ୍ କରିବାକୁ ଅନୁରୋଧ |