ତଥ୍ୟଭଣ୍ଡାର(ଡେଟାବେସ)ରେ ପିଲାମାନଙ୍କୁ କିପରି ଗ୍ରହଣ କରାଯାଇପାରିବ?keyboard_arrow_down
5 ବର୍ଷରୁ କମ୍ ବୟସର ପିଲାମାନଙ୍କର ବାୟୋମେଟ୍ରିକ୍ ଗ୍ରହଣ କରାଯିବ ନାହିଁ | ମାତାପିତାଙ୍କ UID ସହିତ ଲିଙ୍କ କରି ସେମାନଙ୍କ ଜନସାଂଖିକ ଓ ମୁହଁର ଫୋଟୋଗ୍ରାଫକୁ ଆଧାର କରି UID କାର୍ଯ୍ୟକାରୀ ହେବ | ଏହି ପିଲାମାନେ ଯେତେବେଳେ 5 ରୁ 15 ବର୍ଷର ହୋଇଯିବେ, ସେମାନଙ୍କର ଦଶଟି ହାତ ଆଙ୍ଗୁଠି, ଆଇରିସ୍ ଓ ମୁହଁର ଫୋଟୋଗ୍ରାଫ୍ ପ୍ରଦାନ କରି ବାୟୋମେଟ୍ରିକକୁ ନବୀକରଣ କରାଇନେବେ | ଏହାର ପ୍ରମାଣ ଅସଲ ଆଧାର ଲେଟରରେ ଉଲ୍ଲେଖ କରାଯିବ |
ଭିନ୍ନକ୍ଷମ ମାନଙ୍କର ଏବଂ ଆଙ୍ଗୁଠି ଛାପ ନଥିବା କିମ୍ବା ଅସମତଳ ହାତଗୁଡିକ, ଉଦାହରଣ ବିଡି ଶ୍ରମିକ କିମ୍ବା ଆଙ୍ଗୁଳି ନଥିବା ସ୍ଥଳେ ବାୟୋମେଟ୍ରିକ୍ କିପରି ଗ୍ରହଣ କରାଯିବ?keyboard_arrow_down
ଯୋଜନା, ଏହି ବିଶିଷ୍ଟତାକୁ ବିଚାରକୁ ନେବା ସହ ନିର୍ଦ୍ଦେଶିତ ବାୟୋମେଟ୍ରିକ୍ ଏକକ ସୁନିଶ୍ଚିତ ହେବ ଯାହାଦ୍ଵାରା ଏହି ବର୍ଗ ବାଦ୍ ପଡିବେ ନାହିଁ | ହାତ/ଆଙ୍ଗୁଠି ନଥିବା ଲୋକଙ୍କ କ୍ଷେତ୍ରରେ ଚିହ୍ନଟ ପାଇଁ କେବଳ ଫୋଟୋକୁ ବ୍ୟବହାର କରାଯାଇପାରିବ ଏବଂ ବିଶିଷ୍ଟତାକୁ ଜାଣିବା ପାଇଁ ଚିହ୍ନଗୁଡିକ ଅଛି |
ତାଲିମ୍ ବାଧ୍ୟତାମୁଳକ କି?keyboard_arrow_down
ତାଲିମ୍ ବାଧ୍ୟତାମୁଳକ ନୁହେଁ; ଯାହାହେଲେ ଅପରେଟର୍/ସୁପରଭାଇଜର୍ ଏବଂ ଅପରେଟର୍ ଚାଇଲ୍ଡ ଏନରୋଲମେଣ୍ଟ ଲାଇଟ୍ କ୍ଲାଏଣ୍ଟ ଭାବେ ପଞ୍ଜୀକରଣ ଏଜେନ୍ସୀ(EA) ସହିତ କାମ କରିବାକୁ ଚାହୁଁଥିବା ବ୍ୟକ୍ତି ରେଜିଷ୍ଟ୍ରାର୍ ଓ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପରିଚାଳିତ ହେଉଥିବା ତଲିମ୍ କାର୍ଯ୍ୟକ୍ରମରେ ଯୋଗ ଦେବେ |
EA ଅପରେଟର୍/ସୁପରଭାଇଜର୍ ଓ ଅପରେଟର୍ CELCଙ୍କୁ କିଏ ତାଲିମ୍ ଦେବେ?keyboard_arrow_down
ପଞ୍ଜୀକରଣ କର୍ମଚାରୀଙ୍କ ପାଇଁ ତାଲିମ୍ ମୁଖ୍ୟ ଭାବେ ରେଜିଷ୍ଟ୍ରାର୍ ଓ ପଞ୍ଜୀକରଣ ଏଜେନ୍ସୀଙ୍କ ଦ୍ଵାରା ପ୍ରଦାନ କରାଯିବ | EAଗୁଡିକ ସେମାନଙ୍କ ନିଜର ତାଲିମଦାତାମାନଙ୍କ ଦ୍ଵାରା କର୍ମଚାରୀ ମାନଙ୍କୁ କିମ୍ବା UIDAI ଆଞ୍ଚଳିକ କାର୍ଯ୍ୟାଳୟକୁ ଅନୁରୋଧକ୍ରମେ ତାଲିମ୍ ଦେଇପାରିବେ | କର୍ମଚାରୀମାନେ
https://uidai.gov.in/enrolment-update/enrolment/testing-certification.html ଉପଲବ୍ଧ ଥିବା ଟ୍ରେନିଙ୍ଗ ମ୍ୟାଟେରିଆଲ୍ ସାହାଯ୍ୟରେ ଉପକୃତ ହୋଇପାରିବେ |
https://uidai.gov.in/enrolment-update/enrolment/testing-certification.html
UIDAIରେ ଉପଲବ୍ଧ ଥିବା ବିଭିନ୍ନ ପ୍ରକାରର ତାଲିମଗୁଡିକ କ’ଣ ଅଟେ?keyboard_arrow_down
a) ମାଷ୍ଟର୍ ଟ୍ରେନର୍ ସୃଷ୍ଟି କରିବା ସକାଷେ ଆଞ୍ଚଳିକ କାର୍ଯ୍ୟାଳୟ ମାଷ୍ଟର୍ ଟ୍ରେନର୍ ଟ୍ରେନିଙ୍ଗ(TOT)କୁ ପରିଚାଳନା କରିଥାଏ ଯିଏ ବଦଳରେ EA କର୍ମକର୍ତ୍ତାମାନଙ୍କୁ ତାଲିମ୍ ଦେଇପାରିବେ |
b) ROମାନଙ୍କ ଦ୍ଵାରା ସମୟ ସମୟରେ EAର କର୍ମକର୍ତ୍ତାଙ୍କ ଗୁଣବତ୍ତାକୁ ଉନ୍ନତ କରିବା ଓ ସେମାନଙ୍କ ଜ୍ଞାନକୁ ରିଫ୍ରେଶ୍ କରିବା ପାଇଁ ଏବଂ ପଞ୍ଜୀକରଣ କାର୍ଯ୍ୟ ପ୍ରଣାଳିରେ ଯେତେବେଳେ କିଛି ନୁତନ ପରିବର୍ତ୍ତନ ହୁଏ ସେତେବେଳେ Orientation/ Refresher କାର୍ଯ୍ୟକ୍ରମଗୁଡିକ ଅନୁଷ୍ଠିତ କରାଯାଇଥାଏ |
c) PRI/ULB ଓ DLO କାର୍ଯ୍ୟକ୍ରମଗୁଡିକ ଯାଞ୍ଚକର୍ତ୍ତା, ପରିଚୟକର୍ତ୍ତା, ପଞ୍ଚାୟତି ରାଜ୍ ସଭ୍ୟ ସଂସ୍ଥା ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥାରେ ସେମାନଙ୍କର ଭୁମିକା ପାଇଁ ROମାନଙ୍କ ଦ୍ଵାରା ତାଲିମ୍ ପ୍ରଦାନ କରାଯାଏ |
ତାଲିମର ଅବଧି କେତେ?keyboard_arrow_down
ତାଲିମର ଅବଧି ରେଜିଷ୍ଟ୍ରାର୍/EAମାନଙ୍କ ଆବଶ୍ୟକତା ଉପରେ ନିର୍ଭର କରେ | EA ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମ୍ୟାଟେରିଆଲଗୁଡିକୁ କଷ୍ଟମାଇଜ୍ କରିପାରନ୍ତି ଏବଂ ଅତିରିକ୍ତ କଣ୍ଟେଣ୍ଟ ସୃଷ୍ଟି କରିବା ସହିତ ଆବଶ୍ୟକ ଅନୁସାରେ ଏହାକୁ ରେଜିଷ୍ଟ୍ରାର୍ ନିର୍ଦ୍ଦିଷ୍ଟ ରଖିଥା’ନ୍ତି |
ଉପଲବ୍ଧ ଥିବା ଟ୍ରେନିଙ୍ଗ ମ୍ୟାଟେରିଆଲର ବିଭିନ୍ନ ଶ୍ରେଣୀଗୁଡିକ କ’ଣ?keyboard_arrow_down
a) ଟ୍ରେନିଙ୍ଗ ମ୍ୟାଟେରିଆଲ୍ ମଲ୍ଟିପଲ୍ ମୋଡ୍ୟୁଲ୍ ସହିତ, EA କର୍ମକର୍ତ୍ତାଙ୍କୁ ସ୍ଵୀକୃତି ପ୍ରଦାନ ପାଇଁ PPT ଓ CBT ଆବଶ୍ୟକ - ଅପରେଟର୍/ସୁପରଭାଇଜର୍ ଓ ଅପରେଟର୍ CELC ପାଇଁ https://uidai.gov.in/enrolment-update/enrolment/testing-certification.html ରେ ଉପଲବ୍ଧ ଅଛି |
b) ଟ୍ରେନିଙ୍ଗ ମ୍ୟାଟେରିଆଲ୍ ହ୍ୟାଣ୍ଡବୁକ୍ ସହିତ ଓ https://uidai.gov.in/enrolment-update/enrolment.html ରେ PRI/ULB ଓ DLO କାର୍ଯ୍ୟକ୍ରମ ପାଇଁ ସୁଚୀ ଉପଲବ୍ଧ ଅଛି |
ଟ୍ରେନିଙ୍ଗ ମ୍ୟାଟେରିଆଲ କେଉଁଠୁ ପ୍ରାପ୍ତ କରିହେବ?keyboard_arrow_down
UIDAI ଅଧିନରେ ପଞ୍ଜୀକରଣ ଏଜେନ୍ସୀ ଅପରେଟର୍/ସୁପରଭାଇଜର୍ କିମ୍ବା ଅପରେଟର୍ CELC ଭାବେ କାମ କରିବା ପାଇଁ ଟେଷ୍ଟିଙ୍ଗ ବାଧ୍ୟତାମୁଳକ ଅଟେ କି?keyboard_arrow_down
ହଁ | ପଞ୍ଜୀକରଣ ଅପରେଟର୍/ସୁପରଭାଇଜର ଓ ଅପରେଟର୍ CELC ପାଇଁ ପରୀକ୍ଷା ଓ ସ୍ଵିକୃତି ବାଧ୍ୟତାମୁଳକ ଅଟେ | ବୈଧ ପ୍ରମାଣପତ୍ର ବିନା ପଞ୍ଜୀକରଣ କାର୍ଯ୍ୟ କରାଯାଇପାରିବ ନାହିଁ |
ସ୍ଵୀକୃତି ପ୍ରାପ୍ତ ପାଇଁ କିଛି ମୌଳିକ ଯୋଗ୍ୟତା ଅଛି କି?keyboard_arrow_down
ସୁପରଭାଇଜର୍ ଭୁମିକା ତୁଲାଇବା ପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ:
a.ବ୍ୟକ୍ତିଜଣକର ବୟସ 18 ବର୍ଷ କିମ୍ବା ଅଧିକ
b.ସେ 10+2 ପାସ୍ କରିଥିବେ ଏବଂ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ
c.ବ୍ୟକ୍ତି ଜଣକର ଭଲ ବୁଝିବା ଶକ୍ତି ଥିବ ଏବଂ କମ୍ପ୍ୟୁଟର୍ ଚଳାଇବାରେ ଅଭିଜ୍ଞତା ଥିବ |
d.ବ୍ୟକ୍ତି ଜଣକର ଆଧାର ପଞ୍ଜୀକରଣ କାର୍ଯ୍ୟକ୍ରମରେ କାମ କରିବା ପାଇଁ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବ |
ଅପରେଟର୍ ଭୁମିକା ତୁଲାଇବା ପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ:
a.ବ୍ୟକ୍ତିଜଣକର ବୟସ 18 ବର୍ଷ କିମ୍ବା ଅଧିକ
b.ସେ 10+2 ପାସ୍ କରିଥିବେ |
c.ବ୍ୟକ୍ତି ଜଣକର କମ୍ପ୍ୟୁଟର୍ ଚଳାଇବାରେ ଅଭିଜ୍ଞତା ଥିବା ସହିତ ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ପ୍ରତି ସହଜ ଥିବେ |
ଅପରେଟର୍ CELC ଭୁମିକା ତୁଲାଇବା ପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ:
a.ବ୍ୟକ୍ତିଜଣକର ବୟସ 18 ବର୍ଷ କିମ୍ବା ଅଧିକ
b.ବ୍ୟକ୍ତି ଜଣକ ଅନ୍ୟୁନ 10+2 ପାସ୍ କରିଥିବେ | ଅଙ୍ଗନବାଡୀ/ଆଶାକର୍ମୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା 10th ପାସ୍ |
c.ବ୍ୟକ୍ତି ଜଣକର କମ୍ପ୍ୟୁଟର୍ ଚଳାଇବାରେ ଅଭିଜ୍ଞତା ଥିବା ସହିତ ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ପ୍ରତି ସହଜ ଥିବେ |
ସ୍ଵୀକୃତି ପତ୍ର ପାଇଁ ଆଧାର ସଂଖ୍ୟା ବାଧ୍ୟତାମୁଳକ ଅଟେ କି?keyboard_arrow_down
ହଁ | ସ୍ଵୀକୃତି ପରୀକ୍ଷା ପାଇଁ ପଞ୍ଜୀକରଣ ସକାଷେ ପ୍ରାର୍ଥିଙ୍କର ଗୋଟିଏ ବୈଧ ଆଧାର ସଂଖ୍ୟା ଥିବା ଆବଶ୍ୟକ | ପରୀକ୍ଷା ପଞ୍ଜୀକରଣ ବିବରଣୀ ପ୍ରାର୍ଥିଙ୍କର ଆଧାର ପାଇଁ ଉଲ୍ଲେଖ ଥିବା ତଥ୍ୟ ସହିତ ସମ୍ପୂର୍ଣ୍ଣ ସମାନ ଅଟେ |
ପରୀକ୍ଷା କିଏ ସଞ୍ଚାଳନ କରନ୍ତି?keyboard_arrow_down
UIDAI ଦ୍ଵାରା ଚୟନିତ M/S NSEiT ଏଜେନ୍ସୀ (
http://uidai.nseitexams.com)ସମ୍ପୂର୍ଣ୍ଣ ଟେଷ୍ଟିଙ୍ଗ ଓ ସର୍ଟିଫିକେଶନ୍ ପ୍ରଦାନ କରିଥାଏ |
ସର୍ଟିଫିକେଶନ୍ ଟେଷ୍ଟ ପାଇଁ ଫୀର ପରିମାଣ କେତେ?keyboard_arrow_down
ପ୍ରତ୍ୟେକ ଟେଷ୍ଟ ପାଇଁ Rs. 365 ଏବଂ Rs. 200 ପ୍ରତ୍ୟେକ ରିଟେଷ୍ଟ ପାଇଁ ଉଦ୍ଦିଷ୍ଟ ଅଟେ | ଫୀକୁ ସାରା ଭାରତରେ ଥିବା SBI ବ୍ୟାଙ୍କରେ ନଗଦ ଯମା କରିପାରିବେ |
ପରୀକ୍ଷା ଫୀର ବୈଧତା କେତେ?keyboard_arrow_down
UIDAIର ନୁତନ ଟେଷ୍ଟିଙ୍ଗ ଓ ସର୍ତିଫିକେଶନ୍ ନିୟମ ଅନୁସାରେ, ପରୀକ୍ଷାର୍ଥି ଫୀ ଯମା କରିବାର 6 ମାସ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ, ଯଦି ପରୀକ୍ଷା ଦେଇ ନପାରିବା କ୍ଷେତ୍ରରେ ସେମାନଙ୍କ ଫୀ ବାଯ୍ୟାପ୍ତି ହୋଇଯିବ ଏବଂ ସେହି ଫୀରେ ସେ ଟେଷ୍ଟ ଦେଇପାରିବେ ନାହିଁ |
EA ପରୀକ୍ଷାର୍ଥୀଙ୍କ ଟେଷ୍ଟ/ରିଟେଷ୍ଟ ପାଇଁ ମୋଟା ଅର୍ଥ ପ୍ରଦାନ କରିପାରିବ କି?keyboard_arrow_down
ହଁ | ଅର୍ଥ ପ୍ରଦାନ ତାରିଖଠାରୁ 6 ମାସ ଅବଧି ପର୍ଯ୍ୟନ୍ତ ବିକଳ୍ପ ଜର୍ନାଲ୍ ସଂଖ୍ୟା ଜାରି କରିବା ନିମନ୍ତେ ମୋଟା ଅର୍ଥ ବିଷୟରେ EAକୁ NSEiT ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିବା ଉଚିତ |
ମୁଁ ଟେଷ୍ଟ ପାଇଁ କିପରି ପଞ୍ଜୀକୃତ କରିପାରିବି?keyboard_arrow_down
ପଞ୍ଜୀକରଣର ସମସ୍ତ ତଥ୍ୟ NSEiT ପୋର୍ଟାଲରେ ଉପଲବ୍ଧ ଅଛି: http://uidai.nseitexams.com.
ପଞ୍ଜୀକରଣରେ ସମସ୍ୟା ଦେଖାଦେଲେ ମୁଁ କାହାକୁ ସମ୍ପର୍କ କରିବି?keyboard_arrow_down
ଆପଣ NSEiT ହେଲ୍ପଡେସ୍କ, ଟୋଲ୍ ଫ୍ରୀ ନଂ.: 022-42706500ରେ ଯୋଗାଯୋଗ କରିବେ କିମ୍ବା This email address is being protected from spambots. You need JavaScript enabled to view it. କୁ ମେଲ୍ ପଠାଇପାରିବେ |
ଏହି ଟେଷ୍ଟ କିପରି ସଞ୍ଚାଳିତ ହୁଏ?keyboard_arrow_down
ଏହା ଇଣ୍ଟରନେଟ୍ ଆଧାରିତ ଟେଷ୍ଟ ଅଟେ ଯାହା ପ୍ରୋକ୍ଟୋର୍ଡ ପରିବେଶରେ ନିର୍ଦ୍ଦିଷ୍ଟ ଟେଷ୍ଟ କେନ୍ଦ୍ରରେ ଅନୁଷ୍ଠିତ ହୁଏ |
ଟେଷ୍ଟ କେନ୍ଦ୍ର କେଉଁଠି ଅବସ୍ଥିତ ଅଟେ?keyboard_arrow_down
ଟେଷ୍ଟ କେନ୍ଦ୍ରଗୁଡିକ ଭାରତର ବିଭିନ୍ନ ରାଜ୍ୟରେ ଉପଲବ୍ଧ ଅଛି | ଟେଷ୍ଟ କେନ୍ଦ୍ର ସମ୍ପର୍କୀତ ସମସ୍ତ ବିବରଣୀ NSEIT Ltd ପୋର୍ଟାଲରେ
http://uidai.nseitexams.com ରେ ଉପଲବ୍ଧ |
ମୁଁ କେତେ ଥର ଟେଷ୍ଟ ଦେଇପାରିବି?keyboard_arrow_down
ସର୍ଟିଫିକେଶନ୍ ପରୀକ୍ଷା ପାସ୍ କରିବା ପୂର୍ବରୁ ଅନେକ ବାର ଦେଇପାରିବେ |
ଗୋଟିଏ ରିଟେଷ୍ଟ ଦେବା କ୍ଷେତ୍ରରେ ମୋତେ ପୁନର୍ବାର ଫୀ ଦେବାକୁ ପଡିବ କି?keyboard_arrow_down
ହଁ | ରିଟେଷ୍ଟ ପାଇଁ ପ୍ରତ୍ୟେକ ଥର Rs 200 ପ୍ରଦାନ କରିବାକୁ ହେବ |
ଯଦି ମୁଁ ପ୍ରଥମ ଥର କିଛି ମୋଡ୍ୟୁଲରେ ପାସ୍ କରିଥିବା ସତ୍ଵେ, ରିଟେଷ୍ଟରେ ମୋତେ ସବୁ ମୋଡ୍ୟୁଲଗୁଡିକୁ ଆଉଥରେ ଦେବାକୁ ହେବ କି?keyboard_arrow_down
ହଁ | ପରୀକ୍ଷାର୍ଥୀଙ୍କୁ ପ୍ରତ୍ୟେକ ଥର ସମସ୍ତ ମୋଡ୍ୟୁଲ୍ ସହ ସମ୍ପୂର୍ଣ୍ଣ ପରୀକ୍ଷାରେ ପାସ୍ କରିବାକୁ ପଡିବ |
ରିସର୍ଟିଫିକେଶନର ଆବଶ୍ୟକତା ଅଛି କି?keyboard_arrow_down
ନାହିଁ ! UIDAI ଗୋଟିଏ ଭୁମିକା ପାଇଁ ଏକବାର ସର୍ଟିଫିକେଶନର ଆଦେଶନାମା ଜାରୀ କରିଛି ଉଦାହରଣସ୍ଵରୂପ ପଞ୍ଜୀକରଣ ଅପରେଟର୍ /ସୁପରଭାଇଜର୍ କିମ୍ବା CELC ଅପରେଟର୍ | ଯେଉଁଠି ଅପରେଟର୍ ଭୁମିକା ପାଇଁ ସର୍ଟିଫାଏଡ୍ ହୋଇଥିବା ବ୍ୟକ୍ତି ସୁପରଭାଇଜରର ଭୁମିକା ନେଇପାରିବେ ଏବଂ ଅପରେଟର୍ CELC ପଞ୍ଜୀକରଣ ଅପରେଟର୍ / ସୁପରଭାଇଜର୍ ପାଇଁ ପରୀକ୍ଷା ଦେଇପାରିବେ |
ବ୍ଲାକଲିଷ୍ଟ ହୋଇଥିବା ଅପରେଟର୍/ସୁପରଭାଇଜର୍ ରିସର୍ଟିଫାଏଡ୍ ହୋଇପାରିବେ କି?keyboard_arrow_down
ନା ! ସମସ୍ତ ବ୍ଲାକଲିଷ୍ଟେଡ୍ ଅପରେଟର୍/ସୁପରଭାଇଜରଙ୍କ ଆଧାର ସଂଖ୍ୟାକୁ ବ୍ଲକ୍ କରିଦିଆଯାଇଛି | କ୍ୟାଣ୍ଡିଡେଟ୍ ରିସାର୍ଟିଫାଏଡ୍ ହେବା କ୍ଷେତ୍ରରେ ସେମାନଙ୍କୁ UIDAI ଦ୍ଵାରା ଅଗ୍ରାହ୍ୟ କରିଦିଆଯିବ |
ପ୍ରମାଣ ପତ୍ର କିଏ ଜାରି କରନ୍ତି? UIDAI ନା NSEiT?keyboard_arrow_down
ପ୍ରମାଣ ପତ୍ର NSEIT Ltd.ଦ୍ଵାରା ପ୍ରଦାନ କରାଯିବ |
ମୁଁ ଟେଷ୍ଟ ସହିତ କିପରି ପରିଚିତ ହୋଇପାରିବି?keyboard_arrow_down
ଟେଷ୍ଟ ସହିତ ପରିଚିତ ହେବ ପାଇଁ NSEIT Ltd ପୋର୍ଟାଲରେ ମୋଡ୍ୟୁଲଗୁଡିକ ଉପଲବ୍ଧ ଅଛି:
https://uidai.nseitexams.com
ତଥ୍ୟଭଣ୍ଡାର(ଡେଟାବେସ)ରେ କୌଣସି ପ୍ରମାଣ ପତ୍ର ଉପଲବ୍ଧ ନହେବା କ୍ଷେତ୍ରରେ କାହାକୁ ଯୋଗାଯୋଗ କରାଯିବ?keyboard_arrow_down
ଆପଣ UIDAIର Technical Helpdesk on 080-23099400ରେ ଯୋଗାଯୋଗ କରିପାରିବେ କିମ୍ବା This email address is being protected from spambots. You need JavaScript enabled to view it. କୁ ଇମେଲ୍ ପଠାଇପାରିବେ |
ଫ୍ରୀଲାନସର୍ କ୍ଷେତ୍ରରେ ସର୍ଟି୍ଫିକେଶନ ପରେ କ୍ୟାଣ୍ଡିଡେଟ୍ କେଉଁଠାକୁ ଯୋଗାଯୋଗ କରିବେ?keyboard_arrow_down
ଆପଣ ଆଧାର ପଞ୍ଜୀକରଣ ଏଜେନ୍ସୀଗୁଡିକ ସହ କିମ୍ବା UIDAIର ନିକଟସ୍ଥ ଆଞ୍ଚଳିକ କେନ୍ଦ୍ରରେ ଯୋଗାଯୋଗ କରିବା ସହିତ ଆପଣଙ୍କ କ୍ଷେତ୍ରରେ ପଞ୍ଜୀକରଣ କର୍ମକର୍ତ୍ତା ଭାବେ ସେମାନଙ୍କ ସହ କାର୍ଯ୍ୟ ଆରମ୍ଭ କରିପାରିବେ |
ଯଦି ଜଣେ କ୍ୟାଣ୍ଡିଡେଟ୍ ଆଧାର ପଞ୍ଜୀକରଣ ଏଜେନ୍ସୀ ହେବା ପାଇଁ ଇଚ୍ଛୁକ ତେବେ ସେ କାହାକୁ ଯୋଗାଯୋଗ କରିବେ?keyboard_arrow_down
ଆପଣ ଆପଣଙ୍କ ସ୍ଥାନରେ ସକ୍ରିୟ ଥିବା ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କରନ୍ତୁ | ଆପଣଙ୍କ ନିକଟସ୍ଥ UIDAI ଆଞ୍ଚଳିକ କାର୍ଯ୍ୟାଳୟରେ ସକ୍ରିୟ ଥିବା ରେଜିଷ୍ଟ୍ରାରଙ୍କ ତାଲିକା ପାଇପାରିବେ |
ଯଦି ଜଣେ କ୍ୟାଣ୍ଡିଡେଟ୍ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ଇଚ୍ଛୁକ ତେବେ ସେ କାହାକୁ ଯୋଗାଯୋଗ କରିବେ?keyboard_arrow_down
ଆପଣ କ୍ଷେତ୍ରରେ ସକ୍ରିୟ ଥିବା ପଞ୍ଜୀକରଣ ଏଜେନ୍ସୀକୁ ଯୋଗାଯୋଗ କରନ୍ତୁ ଯିଏ ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ଆବଶ୍ୟକ ଅନୁସାରେ ସାହାଯ୍ୟ କରିବେ | ସକ୍ରିୟ ଥିବା ପଞ୍ଜୀକରଣ ଏଜେନ୍ସୀଗୁଡିକର ତାଲିକା ଆପଣଙ୍କ ନିକଟସ୍ଥ UIDAI ଆଞ୍ଚଳିକ କାର୍ଯ୍ୟାଳୟରେ ପ୍ରାପ୍ତ କରିପାରିବେ |
ମୁଁ ସ୍ଥାନୀୟ ଭାଷାରେ କିପରି ତଥ୍ୟ ପ୍ରବେଶ କରିବି?keyboard_arrow_down
ପଞ୍ଜୀକରଣ କ୍ଲାଏଣ୍ଟକୁ ସେଟପ୍ କରିବା ସମୟରେ ଗୋଟିଏ ସ୍ଥାନୀୟ ଭାଷାକୁ ଚୟନ କରିବେ | ପଞ୍ଜୀକରଣ ସେବା କେନ୍ଦ୍ରରେ ଉପଲବ୍ଧ ଥିବା ବିକଳ୍ପଗୁଡିକ ଇନଷ୍ଟଲ୍ ହୋଇଥିବା ଇନପୁଟ୍ ମେଥଡ୍ ଏଡିଟର୍(IMEs)ର ସବସେଟ୍ ଅଟେ | ଏହି କ୍ଷେତ୍ରରେ, ହିନ୍ଦୀ ଇନପୁଟ୍ ପାଇଁ ଅପରେଟର୍ Google IME (କିମ୍ବା ଅନ୍ୟ ସୋର୍ସରେ ଉପଲବ୍ଧ ଥିବା ଗୋଟିଏ IME)କୁ ଇନଷ୍ଟଲ୍ କରିପାରିବେ | ଯେତେବେଳେ ତଥ୍ୟ ଏଣ୍ଟ୍ରୀ କାମ ଇଙ୍ଗଲିଶରେ କରାଯାଏ, ଟେକ୍ସଟ ମଧ୍ୟ IME ମାଧ୍ୟମରେ ଆକ୍ଷରିକ ଅନୁବାଦ ହେବ ଏବଂ ସ୍କ୍ରୀନ୍ ଉପରେ ସ୍ଥାପିତ ହେବ | ତେବେ ଅପରେଟର୍ IMEର ବିଲ୍ଟ ଇନ୍ ଏଡିଟିଙ୍ଗ ଟୂଲ ସହିତ ଗୋଟିଏ ଭର୍ଚୁଆଲ୍ କୀବୋର୍ଡ ବ୍ୟବହାର କରି ଏହି ଟେକ୍ସଟକୁ ସଂଶୋଧନ କରିପାରିବେ | କେତେକ IMEଗୁଡିକ ୟୁଜର୍ ମାନଙ୍କୁ ମାକ୍ରୋସର ଗୋଟିଏ ସେଟକୁ ନିର୍ଦ୍ଦିଷ୍ଟ କରିବା ପାଇଁ ଅନୁମତି ଦେଇଥା’ନ୍ତି ଏବଂ ଅନ୍ୟ ସ୍ମାର୍ଟ ଟୂଲଗୁଡିକ ଥାଏ ଯାହା ସ୍ଥାନୀୟ ଭାଷାରେ ତଥ୍ୟ ଏଣ୍ଟ୍ରୀକୁ ସହଜ କରିଥାଏ |
ଗୋଟିଏ ନିର୍ଦ୍ଦିଷ୍ଟ ଭାଷାକୁ ସପୋର୍ଟ କରୁଛି, ଏହା କହିବାର ଅର୍ଥ କ’ଣ?keyboard_arrow_down
ସ୍ଥାନୀୟ ଭାଷାକୁ ସମର୍ଥନ କରିବାକୁ ସୂଚିତ କରିବା ସହ, ସପୋର୍ଟ ପ୍ରଦାନ କରୁଛି:
ସ୍ଥାନୀୟ ଭାଷାରେ ତଥ୍ୟ ଏଣ୍ଟ୍ରୀ କରିବା
ଇଙ୍ଗଲିଶ୍ ଭାଷାରେ ଥିବା ତଥ୍ୟ ସ୍ଥାନୀୟ ଭାଷାରେ ଆକ୍ଷରିକ ଅନୁବାଦ ହେବା
ସଫ୍ଟୱେରରେ ସ୍ଥାନୀୟ ଭାଷା ପାଇଁ ଥିବା ଲେବଲଗୁଡିକ (ସ୍କ୍ରୀନ୍ ଉପରେ)
ମୁଦ୍ରିତ ରସିଦରେ ସ୍ଥାନୀୟ ଭାଷାରେ ଥିବା ଲେବଲଗୁଡିକ
ସ୍ଥାନୀୟ ଭାଷାରେ ପଞ୍ଜୀକରଣ ପୂର୍ବ ତଥ୍ୟକୁ ଇମ୍ପୋର୍ଟ କରିବା (upcoming)
କେଉଁ ଭାଷାଗୁଡିକୁ ସପୋର୍ଟ କରୁଛି?keyboard_arrow_down
ସାମ୍ପ୍ରତିକ ରିଲିଜ(1.2.1.5)ରେ, ସପୋର୍ଟ ଅଛି
ହିନ୍ଦୀ
କନ୍ନଡ
ତେଲୁଗୁ
ତାମିଲ୍
ମରାଠି
ବେଙ୍ଗଲି
ଭବିଷ୍ୟତରେ ହେବାକୁ ଥିବ ରିଲିଜରେ, ଗୋଟିଏ ସ୍ଥାନୀୟ ଭାଷାର IMEର ଉପଲବ୍ଧ ହେବ ବୋଲି ଆଶା କରୁଛୁ, ଅତିରିକ୍ତ ଭାରତୀୟ ଭାଷାର ସପୋର୍ଟ ପାଇଁ ଆଶା କରୁଛୁ |
ମୁଁ ତଥ୍ୟ ଏଣ୍ଟ୍ରୀରେ ସ୍ଥାନୀୟ ଭାଷାକୁ ପ୍ରାଥମିକ ସୋର୍ସ କିପରି କରିବି?keyboard_arrow_down
ଏହି ସମୟରେ, ତଥ୍ୟ ଏଣ୍ଟ୍ରୀ ପାଇଁ ପ୍ରାଥମିକ ସୋର୍ସ ହେଉଛି ଇଙ୍ଗଲିଶ୍ | ଯାହାହେଲେ ଦିନୁଦିନ ଟେକ୍ନୋଲୋଜୀ ଉନ୍ନତ ହେଉଛି, ବିପରୀତ ଆକ୍ଷରିକ ଅନୁବାଦକୁ ଆଧାରିତ କରି ପ୍ରଥମିକ ଭାଷାକୁ ସ୍ଥନୀୟ ଭାଷାରେ ପରିବର୍ତ୍ତନ କରିବାକୁ ଚାହୁଁଛି | ଯେହେତୁ ଏହା ଟେକ୍ନୋଲୋଜୀ ଉପରେ ନିର୍ଭଶୀଳ ଅଟେ ଯାହା ବର୍ତ୍ତମାନ ଉପଲବ୍ଧ ନାହିଁ, ଆମେ ଗୋତିଏ ନିର୍ଦ୍ଦିଷ୍ଟ ତାରିଖ ଦେଇପାରିବୁ ନାହିଁ, ତଥାପି – ଭର୍ସନ୍ 3.0ରେ ରିଲିଜକୁ ଅପେକ୍ଷା କରିଛୁ |
ଭାରତୀୟ ଭାଷାର ଇନପୁଟରେ ଦେଖାଯାଉଥିବା ସାଧାରଣ ସମସ୍ୟାଗୁଡିକ କ’ଣ?keyboard_arrow_down
ଅତି ସାଧାରଣ ସମସ୍ୟା ଯାହ UIDAI ଲକ୍ଷ୍ୟ କରିଛି ତାହା ହେଉଛି IMEର ଇନଷ୍ଟଲେଶନ୍ ଏବଂ ଏହାର ଲାଙ୍ଗୁୟେଜ୍ ବାର୍ ସହିତ ହେଉଥିବା ଆଦାନ ପ୍ରଦାନ | ଆଗକୁ, ଏହା ମଧ୍ୟ ସମ୍ଭବ ଯେ ୱିଣ୍ଡୋ ଲାଙ୍ଗୁୟେଜ୍ ଇନପୁଟକୁ କନଫିଗର କରି ଗୋଟିଏ ସ୍ଥାନୀୟ ଭାଷାର କୀବୋର୍ଡ ଭାବେ ଗ୍ରହଣ କରିବା | ଏହା ଆକ୍ଷରିକ ଅନୁବାଦ ପରି ସମାନ ନୁହେଁ କିନ୍ତୁ ଗୋଟିଏ ଅଲଗା କୀବୋର୍ଡ ବ୍ୟବହାର ହେଉଛି ବୋଲି ଧରିନିଅନ୍ତୁ – ଏବଂ ପରିଣାମ ବହୁତ ଅଲଗା ହେବ | ଇଙ୍ଗଲିଶ୍ ଶବ୍ଦକୁ UIDAI ସ୍ଥାନୀୟ ଭାଷାରେ ଠିକ୍ ଭାବେ ଆକ୍ଷରିକ ଅନୁବାଦ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି, ଯେହେତୁ ସେଗୁଡିକ ଲାଙ୍ଗୁୟେଜ୍ ମଡେଲରୁ ଅନେକ ଭିନ୍ନ ଅଟନ୍ତି | ଏହାକୁ IMEରେ ଥିବା ଆଧୁନିକ ସୁବିଧା ସହ ଭଲ ଭାବେ ନିୟନ୍ତ୍ରଣ କରିହେବ(ଉଦାହରଣ, Google IMEରେ ଥିବା ସ୍କିମଗୁଡିକ) | ଲାଙ୍ଗୁୟେଜ୍ ସପୋର୍ଟ ୟୁଜରକୁ ଭିତ୍ତି କରି ହେବ ଏବଂ ତାହା ଦ୍ଵାରା ଏହାକୁ ପରିଚାଳନା କରିବା କଠିନ ହେବ |
ମୁଁ ପଞ୍ଜୀକରଣ ପୂର୍ବର ତଥ୍ୟକୁ ସ୍ଥାନୀୟ ଭାଷାରେ କିପରି ଇମ୍ପୋର୍ଟ କରିବି?keyboard_arrow_down
ଏହି ସମୟରେ, ପୂର୍ବ ପଞ୍ଜୀକରଣ ତଥ୍ୟକୁ ଇଙ୍ଗଲିଶରେ ଇମ୍ପୋର୍ଟ କରିବା ପାଇଁ ସପୋର୍ଟ ପ୍ରଦାନ କରାଯାଉଛି | ପଞ୍ଜୀକରଣ ଚାଲୁଥିବା ସମୟରେ, ତଥ୍ୟଗୁଡିକ ଇଙ୍ଗଲିଶରୁ ସ୍ଥାନୀୟ ଭାଷାକୁ ଆକ୍ଷରିକ ଭାଷାରୂପାନ୍ତର ଇଞ୍ଜିନ୍ ମାଧ୍ୟମରେ କରାଯାଉଛି | ଅପରେଟର୍ ବାସିନ୍ଦାଙ୍କ ଉପସ୍ଥିତିରେ ଏହି ତଥ୍ୟକୁ ସଂଶୋଧନ କରିପାରିବେ | ପୂର୍ବ ପଞ୍ଜୀକରଣ ତଥ୍ୟକୁ ଇଙ୍ଗଲିଶ୍, ସ୍ଥାନୀୟ ଭାଷାରେ କିମ୍ବା ଉଭୟରେ ଇମ୍ପୋର୍ଟ କରିବା ସହ ସପୋର୍ଟ ଦେବା ପାଇଁ ସଫ୍ଟୱେରର ଭବିଷ୍ୟତ ଭର୍ସନ୍ ପାଇଁ ଯୋଜନା କରୁଛି | ସ୍ଥାନୀୟ ଭାଷାରେ ପୂର୍ବ ପଞ୍ଜିକୃତ ତଥ୍ୟକୁ ଇମ୍ପୋର୍ଟ କରିବା ପାଇଁ ଆକ୍ଷରିକ ଭାଷାରୂପାନ୍ତର ଇଞ୍ଜିନ୍ ଓଭର୍-ରିଡେନ୍ ହେବ ନାହିଁ | ଯାହାହେଲେ ଗୋଟିଏ ସୁକ୍ଷ୍ମ କୀପ୍ୟାଡ୍/IME ତଥ୍ୟ ଏଡିଟିଙ୍ଗ ପାଇଁ ଉପଲବ୍ଧ ହେବ |
ତଥ୍ୟଭଣ୍ଡାର(ଡେଟାବେସ) କେଉଁ ଭାଷାରେ ପରିଚାଳିତ ହେବ? ପ୍ରାମାଣିକତା ସେବାଗୁଡିକୁ କେଉଁ ଭାଷାରେ ପ୍ରଦାନ କରାଯିବ? କେଉଁ ଭାଷାରେ UIDAI ଓ ବାସିନ୍ଦାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ ହେବ?keyboard_arrow_down
ତଥ୍ୟଭଣ୍ଡାର(ଡେଟାବେସ) ଇଙ୍ଗଲିଶରେ ପରିଚାଳିତ ହେବ | ବସିନ୍ଦା ଓ UIDAI ମଧ୍ୟରେ ଯୋଗାଯୋଗ ଇଙ୍ଗଲିଶ୍ ଓ ସ୍ଥାନୀୟ ଭାଷାରେ ହେବ |
ରେଜିଷ୍ଟ୍ରାର୍ କିଏ?keyboard_arrow_down
"Registrar" UID ଅଧିକାରୀଙ୍କ ଦ୍ଵାରା, ଯେକୌଣସି ସ୍ଵୀକୃତି କିମ୍ବା ମାନ୍ୟତାପ୍ରାପ୍ତ ଅସ୍ତିତ୍ଵ ଥିବା ଅଧିକାରୀ ହୋଇପାରନ୍ତି, ଯିଏ ବ୍ୟକ୍ତିବିଶେଷଙ୍କୁ UID ନମ୍ବର୍ ପ୍ରାପ୍ତି କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ କରାଇଥା’ନ୍ତି | ରେଜିଷ୍ଟ୍ରାରଗୁଡିକ ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ଅଞ୍ଚଳ, ରାଷ୍ଟ୍ରାୟତ୍ତ ଉଦୌଗ ଅବଂ ଅନ୍ୟାନ୍ୟ ଏଜେନ୍ସୀ ଓ ସଂସ୍ଥାଗୁଡିକର ବିଭାଗ କିମ୍ବା ଏଜେନ୍ସୀ ଅଟନ୍ତି, ଯେଉଁମାନେ, ସାଧାରଣ ସ୍ତରରେ ସେମାନଙ୍କର କିଛି କାର୍ଯ୍ୟକ୍ରମ, ଧନ୍ଦା କିମ୍ବା କାର୍ଯ୍ୟଧାରାକୁ ବାସିନ୍ଦାମାନଙ୍କ ସହିତ ପ୍ରୟୋଗ କରିବା ପାଇଁ ସେମାନଙ୍କ ସମ୍ପର୍କରେ ରହିଥା’ନ୍ତି | ଏହି ଭଳି ରେଜିଷ୍ଟ୍ରାରଗୁଡିକର ଉଦାହରଣଗୁଡିକ ହେଉଛି, ଗ୍ରାମ୍ୟ ଉନ୍ନୟନ ବିଭାଗ(NREGS ପାଇଁ) କିମ୍ବା ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ(TPDS ପାଇଁ), ବୀମା କମ୍ପାନୀଗୁଡିକ ଯେପରି ଜୀବନ ବୀମା ନିଗମ ଓ ବ୍ୟାଙ୍କଗୁଡିକ |
ରେଜିଷ୍ଟ୍ରାରଗୁଡିକ ବାସିନ୍ଦାମାନଙ୍କ ଠାରୁ ସିଧାସଳଖ କିମ୍ବା ପଞ୍ଜୀକରଣ ଏଜେନ୍ସୀମାନଙ୍କ ମାଧ୍ୟମରେ ସେମାନଙ୍କ ଜନାସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ସଂଗ୍ରହ କରିଥା’ନ୍ତି | UIDAI, ରେଜିଷ୍ଟ୍ରାରଗୁଡିକ ଦ୍ଵାରା ସମଗ୍ର ଆଧାର ପଞ୍ଜୀକରଣ ପ୍ରଣାଳିଗୁଡିକୁ ଲାଗୁ କରିବା ପାଇଁ ଏକକ, କାର୍ଯ୍ୟଧାରା ଓ ପ୍ରଣାଳିଗୁଡିକ, ନିୟମାବଳୀ ଓ ବୈଷୟିକ ବ୍ୟବସ୍ଥାଗୁଡିକୁ ବିକଶିତ କରିଛି | ରେଜିଷ୍ଟ୍ରାରଗୁଡିକ ପରସ୍ପର ସହଯୋଗିତାକୁ ପ୍ରୋତ୍ସାହିତ ମଧ୍ୟ କରିପାରନ୍ତି ଯାହା ଏହି କାର୍ଯ୍ୟଧାରାରେ UIDAIକୁ ସହାୟକ ହେବା ସକାଷେ ସେଗୁଡିକୁ ନିର୍ମାଣ କରାଯାଇଛି |
UIDAI ପ୍ରୋଜେକ୍ଟରେ ରେଜିଷ୍ଟ୍ରାରକୁ କିପରି ଆରମ୍ଭ କରାଯାଇଥାଏ?keyboard_arrow_down
TUIDAI ଗୋଟିଏ ସମ୍ପୂର୍ଣ୍ଣ ଅନବୋର୍ଡିଙ୍ଗ ପ୍ରୋସେସ୍ ଓ ଗାଇଡକୁ ପରିଭାଷିତ କରିଛି, ଯାହା ଆଧାରକୁ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ରେଜିଷ୍ଟ୍ରାରଗୁଡିକୁ ପ୍ରତ୍ୟେକ ସୋପାନରେ ସହାୟକ ହେବ | ଏହି ଦସ୍ତାବିଜରେ ଏହାର ଗୋଟିଏ ଉଚ୍ଚମାନର ସାରାଂଶ ଅଛି:
- ସମିତି ଓ ମିଳିତ କାର୍ଯ୍ୟକାରୀ ଗୋଷ୍ଠିଗୁଡିକୁ ସ୍ଥାପନ କରିବା
CM ଙ୍କ ଦ୍ଵାରା ପରିଚାଳିତ, ଆପେକ୍ସ/ସଶକ୍ତ ସମିତି ସ୍ଥାପନ କରିବା ଏବଂ ମୁଖ୍ୟ ସଚୀବଙ୍କ ଦ୍ଵାରା ପରିଚାଳିତ ଗୋଟିଏ ପ୍ରୟୋଗାତ୍ମକ ସମିତି ସ୍ଥାପନ କରିବା | UIDAI ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ରାଜ୍ୟ UIDICs, ନିଜ ନିଜ ରାଜ୍ୟରେ ଥିବା ରାଜ୍ୟ ରେଜିଷ୍ଟ୍ରାର ଓ ଅଣରାଜ୍ୟ ରେଜିଷ୍ଟ୍ରାରଗୁଡିକ ସହିତ ନିଶ୍ଚିତରୂପେ ସହଯୋଗ ରଖିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଷ୍ଟେକହୋଲ୍ଡରମାନଙ୍କ ମଧ୍ୟରେ ଉତ୍ତରଦାୟିତ୍ଵତାକୁ ବୃଦ୍ଧି କରିବା ଏବଂ SRs ସହିତ ପଛକୁ ପଛ ଥିବା NSRs କାର୍ଯ୍ୟଗୁଡିକୁ ସହଜ କରିବ | - ଆଧାର ପାଇଁ ନୋଡାଲ୍ ବିଭାଗକୁ ଚିହ୍ନଟ କରିବା; ବିଭାଗଗୁଡିକୁ ଚିହ୍ନଟ କରିବା ଯାହା ଗୋତିଏ ନୋଡାଲ୍ ଅଧିକାରୀଙ୍କ ସହ ରେଜିଷ୍ଟ୍ରାର୍ ଭାବେ କାର୍ଯ୍ୟ କରିବ | ଅନ୍ୟ ବିଭାଗଗୁଡିକ ଯେଉଁଗୁଡିକୁ ପଞ୍ଜୀକରଣ ସମୟରେ ପ୍ରୋଜେକ୍ଟରେ ରେଜିଷ୍ଟ୍ରାର୍ ଭାବେ ସମ୍ପୃକ୍ତ କରାଯିବ ନାହିଁ, ପରବର୍ତ୍ତୀ ସମୟରେ ସେମାନଙ୍କ ବ୍ୟବସ୍ଥାରେ ‘Aadhaar enabling’ ନାମକ ଗୋତିଏ ବିକଳ୍ପ ରହିବ | ନୋଡାଲ୍ ଓ ରେଜିଷ୍ଟ୍ରାର୍ ବିଭାଗଗୁଡିକ ସମାନ କିମ୍ବା ଅନ୍ୟାନ୍ୟ ବିଭାଗଗୁଡିକ ହୋଇପାରନ୍ତି | MoU ସ୍ଵାକ୍ଷର ହୋଇଛି ବୋଲି ସୁନିଶ୍ଚିତ କରନ୍ତୁ |
- ପଞ୍ଜୀକରଣ ପାଇଁ ଆର୍ଥିକ ସହଯୋଗ ପ୍ରାପ୍ତି ପାଇଁ ଏଜେନ୍ସୀଗୁଡିକୁ ଚିହ୍ନଟ କରନ୍ତୁ:UID ଅଧିକାରୀ UID ବ୍ୟବସ୍ଥାରେ ପ୍ରତ୍ୟେକ ସଫଳ ପଞ୍ଜୀକରଣ ପାଇଁ କିଛି ଆର୍ଥିକ ସହାୟତା ଉପଲବ୍ଧ କରାଇଥାଏ | ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ, ରେଜିଷ୍ଟ୍ରାରମାନଙ୍କୁ ରେଜିଷ୍ଟ୍ରାରର ସମ୍ପୂର୍ଣ୍ଣ ବିବରଣୀ(ନାମ, ଖାତାର ସମ୍ପୂର୍ଣ୍ଣ ବିବରଣୀ)କୁ ପ୍ରଦାନ କରିବାକୁ ହେବ ଯାହାଦ୍ଵାରା ସେମାନେ ଅର୍ଥ ରାଶି ପ୍ରାପ୍ତ କରିବେ |
- ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନ କରିବା– ଯାହା ନୋଡାଲ/ରେଜିଷ୍ଟ୍ରାର ବିଭାଗର ମୁଖ୍ୟଙ୍କ ଦ୍ଵାରା ପରିଚାଳିତ ହୋଇଥାଏ | ଅନ୍ୟ ସଭ୍ୟମାନେ ଅଧିକାରୀ ହେବା ଆବଶ୍ୟକ ଯେଉଁମାନେ ରେଜିଷ୍ଟ୍ରାରଙ୍କ ତରଫରୁ ବୈଷୟିକ, କାର୍ଯ୍ୟପ୍ରଣାଳି, IEC, ପ୍ରୟୋଗ କରିବା ଦଳକୁ ପଥ ପ୍ରଦର୍ଶନ କରିପାରିବେ | ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ରାଜ୍ୟ ସରକାର/ରେଜିଷ୍ଟ୍ରାରମାନଙ୍କୁ ସହଯୋଗ କରିବା ପାଇଁ UIDAI ଉପଯୁକ୍ତ ପ୍ରତିନିଧିମାନଙ୍କୁ ପ୍ରସ୍ତାବିତ କରିବ | ଶୃଙ୍ଖଳିତ କର୍ଯ୍ୟକାରିତାକୁ ଏବଂ UIDAI – Registrar ସମାନ୍ତରାଳ ଭାବେ କାର୍ଯ୍ୟ କରିବା ସମୟରେ କାର୍ଯ୍ୟକାରୀ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରିଥାଏ |
ପ୍ରଦାନଯୋଗ୍ୟଗୁଡିକୁ / UIDAI ରେଜିଷ୍ଟ୍ରାର୍ ରେଡିନେସ୍ ଚେକଲିଷ୍ଟ(RRC)ରେ ଉଲ୍ଲେଖ ଥିବା କାର୍ଯ୍ୟଗୁଡିକର ନିଷ୍ପାଦନକୁ ସୁନିଶ୍ଚିତ କରିଥାଏ | UIDAI ନୋଡାଲ୍ ଅଧିକାରୀ ଓ EAଙ୍କ ସହିତ RRCକୁ ପ୍ରତ୍ୟେକ ସୋପାନରେ ନବୀକରଣ କରାଯାଇଥାଏ | ସ୍ଵାକ୍ଷରିତ ଚେକଲିଷ୍ଟକୁ ଆଞ୍ଚଳିକ କାର୍ଯ୍ୟାଳୟ/ନୋଡାଲ୍ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଏ |
- ସୂକ୍ଷ୍ମାନୁଭବୀକରଣ କର୍ମଶାଳାଗୁଡିକ : ଆଧାର, ପଞ୍ଜୀକରଣ ଓ IECର ଉଦ୍ୟମ, ଭୂମିକା ଓ ଦାୟିତ୍ଵଗୁଡିକୁ, ରାଜ୍ୟ/ଜିଲ୍ଲା/ଗ୍ରାମ ସ୍ତରରେ ପଞ୍ଜୀକରଣର ପନ୍ଥା ଓ ଉପାୟଗୁଡିକର ଉପରେ ସମ୍ୟକ ଧାରଣା ଦେବା ପାଇଁ, ପର୍ଯ୍ୟାୟକ୍ରମରେ ସୂକ୍ଷ୍ମାନୁଭବୀକରଣ କର୍ମାଶାଳାଗୁଡିକୁ ପରିଚାଳିତ କରାଯାଇଥାଏ | ଏହା ଗୋଟିଏ ଉପଗୋଷ୍ଠୀ କର୍ମଶାଳଗୁଡିକ ଦ୍ଵାରା ଅନୁସରଣ କରାଯାଇଥାଏ ଏବଂ ତାହାକୁ ସମ୍ମିଳିତ ଓ ପ୍ରୟୋଗ କରିବା ପାଇଁ ମୁଖ୍ୟ କ୍ଷେତ୍ରଗୁଡିକୁ ଚିହ୍ନଟ କରିବା ସକାଷେ ପ୍ରଣାଳି, ବୈଷୟିକ, IEC ଓ ପ୍ରୟୋଗର ଦଳଗୁଡିକର ସଭ୍ୟମାନଙ୍କ ସହ ବୈଠକ କରିବାକୁ ପଡିଥାଏ | ବୈଷୟିକ, ପ୍ରଣାଳି ଓ IEC ଚିନ୍ତାଧାରାଗୁଡିକ UIDAI ସହିତ ସମାନ୍ତରାଳ ଭାବେ ରହିଥିବା ସୁନିଶ୍ଚିତ କରନ୍ତୁ |
ପଞ୍ଜୀକରଣଗୁଡିକ ଆରମ୍ଭ କରିବା ପାଇଁ କାର୍ଯ୍ୟକାରୀ ଷ୍ଟେଟସ୍ ପାଇଁ ଆବଶ୍ୟକ ଆଇଟମଗୁଡିକର ଷ୍ଟକର ତାରିଖ ‘go-live’ର ସୂଚୀର 2-3 ସପ୍ତାହ ପୂର୍ବରୁ ଗୋଟିଏ “Go Live readiness Workshop”ର ସୂଚୀକୁ ସ୍ଥିର କରାଯାଇଥାଏ | ରେଜିଷ୍ଟ୍ରାର ନିଶ୍ଚିତରୂପେ କାର୍ଯ୍ୟକ୍ଷେତ୍ର ଉପରେ କର୍ମଶାଳାଗୁଡିକୁ ସ୍ଥାପନ କରିବା ପଛରେ ଥିବା UIDAIର କାର୍ଯ୍ୟଧାରାଗୁଡିକର କେନ୍ଦ୍ର ଉପରେ ଉପଦେଶ ଦେବେ ଏବଂ ଏହା ମଧ୍ୟ ନିଶ୍ଚିତ କରିବେ ଯେ ଆବଶ୍ୟକ ଷ୍ଟେକହୋଲ୍ଡରମାନେ ଏବଂ କାର୍ଯ୍ୟକାରୀ ଗୋଷ୍ଠୀର ସଭ୍ୟମାନେ ଏହି କର୍ମଶାଳାରେ ଯୋଗ ଦେବେ | ପଞ୍ଜୀକରଣ ପ୍ରକ୍ରିୟାରେ ସାଧାରଣ ସାମାଜିକ ସଂସ୍ଥା(CSOs)ଗୁଡିକର ଭୁମିକାକୁ ପରିଭାଷିତ କରିବା ଏବଂ ସ୍ଥାନୀୟ ସ୍ତରରେ CSOର ଗୋଟିଏ ପ୍ୟାନେଲକୁ ବିକଶିତ କରିବା ଯେଉଁମାନେ ତଳୀୟବର୍ଗର ସଂପ୍ରାଦାୟକୁ ପଞ୍ଜୀକରଣ କରିବା ପାଇଁ ସାହାଯ୍ୟ କରିବେ | ସାମାଜିକ ଏକତ୍ରିକରଣ, ରେଜିଷ୍ଟ୍ରାରଗୁଡିକ ପାଇଁ ଗୋଟିଏ ବାଧ୍ୟତାମୁଳକ ଆବଶ୍ୟକତା ଅଟେ | ROମାନଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାରମାନେ ତଳୀୟବର୍ଗ, ବିଭିନ୍ନ ଦୁର୍ବଳ ଗୋଷ୍ଠୀ ଓ ଅକ୍ଷମ ମାନଙ୍କ ପାଇଁ ବିଶିଷ୍ଟ ପଞ୍ଜୀକରଣ ପ୍ରକ୍ରିୟାଗୁଡିକୁ ଅଗ୍ରାଧିକାର ଦେବା ଆବଶ୍ୟକ ଅଟେ |
ଆଧାର ପ୍ରୋଜେକ୍ଟ ଅଧିନରେ ରେଜିଷ୍ଟ୍ରାରଙ୍କର ଦାୟିତ୍ଵଗୁଡିକ କ’ଣ ଅଟେ?keyboard_arrow_down
ରେଜିଷ୍ଟ୍ରାରଙ୍କର ବିଭିନ୍ନ ଭୁମିକା ଓ ଦାୟିତ୍ଵଗୁଡିକ ଉପରେ ଗୋଟିଏ ଉଚ୍ଚ ସ୍ତରୀୟ ସାରାଂଶ ହେଉଛି:
- ପଞ୍ଜୀକରଣ ଯୋଜନା କରିବା :
ପଞ୍ଜୀକରଣ ଯୋଜନା କର୍ମଶାଳାର ଗୋଟିଏ ଅଂଶ ଭାବେ, ଇପ୍ସିତ ପଞ୍ଜୀକରଣ ସଂଖ୍ୟାକୁ ଧାର୍ଯ୍ୟ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ପରାମର୍ଶ, ସ୍ଥାନଗୁଡିକୁ ପରିଦର୍ଶନ କରିବା ଏବଂ ସମାନ ସମୟ ସୀମା ଧାର୍ଯ୍ୟ କରିବା | ଏହି ତଥ୍ୟ ଅନୁସାରେ ଆବଶ୍ୟକ ହେଉଥିବା ପଞ୍ଜୀକରଣ ସ୍ଥାନ, ତାହାର ଅବସ୍ଥିତି, ଆବଶ୍ୟକ ଉପକରଣ, ନିୟୋଯିତ ହେବାକୁ ଥିବା ଅପରେଟର୍ ପ୍ରଭୃତିକୁ ଆକଳନ କରିବାରେ ବ୍ୟବହାର କରାଯାଇପାରିବ | ରେଜିଷ୍ଟ୍ରାର୍ ପଞ୍ଜୀକରଣର ପନ୍ଥାକୁ ମଧ୍ୟ ସ୍ଥିର କରିପାରିବେ (ପର୍ଯ୍ୟାୟକ୍ରମେ, କ୍ଷିପ୍ର ଭାବେ, ପ୍ରଭୃତି) | ଏହା ଦୃଢ ଭାବେ ସୁପାରିଶ୍ କରାଯାଉଛି ଯେ ରେଜିଷ୍ଟ୍ରାରମାନେ ସମସ୍ତ ସ୍ଥାନୀୟ ବାସିନ୍ଦାମାନଙ୍କୁ ପଞ୍ଜିକୃତ କରିବେ ଏବଂ ଏହାକୁ ସେମାନଙ୍କ ହିତାଧିକାରୀମାନଙ୍କ/ଉପଭୋକ୍ତାଙ୍କ ମଧ୍ୟରେ ସୀମିତ ରଖିବେ ନାହିଁ | ସମଗ୍ର ବାସିନ୍ଦାମାନଙ୍କୁ ‘Sweeping’ କରିବା ରେଜିଷ୍ଟ୍ରାରମାନଙ୍କୁ ଅର୍ଥନୈତିକ ମାପଦଣ୍ଡ ଏବଂ ବାସିନ୍ଦା ପିଛା ହେଉଥିବା ପଞ୍ଜୀକରଣ ଖର୍ଚ୍ଚକୁ ଆକଳନ କରିବାରେ ସହାଯ୍ୟକାରୀ ହେବ |
ତଳୀୟବର୍ଗ/ଦୁର୍ବଳ ଗୋଷ୍ଠୀମାନଙ୍କୁ ଏବଂ CSO ସମ୍ପୃକ୍ତ ଥିବା କ୍ଷେତ୍ରଗୁଡିକୁ ସଂଯୁକ୍ତ କରି ଯୋଜନାକୁ ସମାପନ କରନ୍ତୁ | ROମାନଙ୍କ ସହ ପରାମର୍ଶ କରି ରେଜିଷ୍ଟ୍ରାରମାନେ ତଳୀୟବର୍ଗ, ବିଭିନ୍ନ ଦୁର୍ବଳ ଗୋଷ୍ଠୀ ଓ ଅକ୍ଷମ ମାନଙ୍କ ପାଇଁ ବିଶିଷ୍ଟ ପଞ୍ଜୀକରଣ ପ୍ରକ୍ରିୟାଗୁଡିକୁ ଅଗ୍ରାଧିକାର ଦେବା ଆବଶ୍ୟକ ଅଟେ |
ଆଧାର-ସକ୍ଷମ ପ୍ରୟୋଗଗୁଡିକ ପାଇଁ ଆଗ୍ରହର କ୍ଷେତ୍ରକୁ ଚିହ୍ନଟ କରନ୍ତୁ | ଆଧାର-ସକ୍ଷମ ବ୍ୟାଙ୍କ ଖାତାଗୁଡିକ ମାଧ୍ୟମରେ ସରାକାରଙ୍କ ଦ୍ଵାରା ପ୍ରାପ୍ତିଗୁଡିକୁ ଚିହ୍ନଟ କରନ୍ତୁ | ପଞ୍ଜୀକରଣ ଆରମ୍ଭ କରିବା ପାଇଁ, ରେଜିଷ୍ଟ୍ରାରଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକୁ ସମ୍ପୂର୍ଣ୍ଣ କରିବାକୁ ହେବ
- ପଞ୍ଜୀକରଣ ଏଜେନ୍ସୀ ଚୟନ ଏବଂ ପରିଚାଳକ ଗୋଷ୍ଠୀର ସମ୍ପୃକ୍ତି:
ପଞ୍ଜୀକରଣ ଏଜେନ୍ସୀଗୁଡିକୁ ଚିହ୍ନଟ କରିବା(EA)
- ରେଜିଷ୍ଟ୍ରାରମାନେ ବାସିନ୍ଦାମାନଙ୍କୁ ଆଧାରରେ ପଞ୍ଜୀକରଣ କରିବା ଉଦ୍ଦେଶ୍ୟରେ ପଞ୍ଜୀକରଣ ଏଜେନ୍ସୀଗୁଡିକୁ ନିୟୋଜିତ କରିପାରିବେ | ରେଜିଷ୍ଟ୍ରାରମାନେ ଭଡା ଆକାରରେ ନିଆଯାଇଥିବା ପଞ୍ଜୀକରଣ ଏଜେନ୍ସୀଗୁଡିକର ବିବରଣୀକୁ UIDAI ସହିତ ବାଣ୍ଟି ପାରିବେ |
- ରେଜିଷ୍ଟ୍ରାରମାନେ କେବଳ ତାଲିକାଭୁକ୍ତ ପଞ୍ଜୀକରଣ ଏଜେନ୍ସୀଗୁଡିକୁ ନିୟୋଜିତ କରିବା ପାଇଁ ଉପଦେଶ ଦିଆଯାଉଛି | ଯଦି ଅଣ-ତାଲିକାଭୁକ୍ତ ଏଜେନ୍ସୀଗୁଡିକ ନିୟୋଜିତ ହୁଅନ୍ତି, ତେବେ ସେମାନେ ତାଲିକାଭୁକ୍ତ ଏଜେନ୍ସୀଗୁଡିକ ଭଳି ସମାନ ନିୟମାବଳୀଗୁଡିକର ପାଳନ କରିବେ
- ନୁତନ ଚୁକ୍ତିପତ୍ରରେ ଗୋଟିଏ ସଂଯୁକ୍ତ ଧାରା ଅନୁସାରେ ତାଲିକାଭୁକ୍ତ ଭାବେ କାର୍ଯ୍ୟକୁ ଜାରି ରଖିବା ବାଧ୍ୟତାମୁଳକ ହେବ | RFPର ନମୂନା/Q ଟେମ୍ପ୍ଲେଟଗୁଡିକ ଏବଂ ତାଲିକାଭୁକ୍ତ ଏଜେନ୍ସୀଗୁଡିକ UIDAI ୱେବସାଇଟରେ ପ୍ରକାଶିତ ହୋଇଛି |
- ଆଂଶିକ ଚୁକ୍ତି ନୁହେଁ –ଆଂଶିକ ଚୁକ୍ତି ଦ୍ଵାରା ତଥ୍ୟର ଗୁଣବତ୍ତା ଓ ସୁରକ୍ଷା ଉପରେ ବହୁଳ ପ୍ରଭାବ ପଡିଥାଏ | ପଞ୍ଜୀକରଣ ଏଜେନ୍ସୀଗୁଡିକ ସହ ଚୁକ୍ତି ସ୍ଵାକ୍ଷର କରିବା ସମୟରେ ଆଂଶିକ ଚୁକ୍ତିକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ | ଯାହାହେଲେ କ୍ଷେତ୍ର ସ୍ତରୀୟ ଲୋକଶକ୍ତି ଯେପରି ପଞ୍ଜୀକରଣ ଅପରେଟର୍ ଓ ପର୍ଯ୍ୟବେକ୍ଷକ ପାଇଁ ତୃତୀୟ ପକ୍ଷ ମାଧ୍ୟମରେ ଭଡାରେ ନେଇପାରିବେ | ଏହି ଲୋକଶକ୍ତିକୁ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ, EAମାନେ ପ୍ରଦାନ କରିବେ |
- ପରିଚାଳକ EA – EA ପ୍ରୋଜେକ୍ଟ ଓ ବୈଷୟିକ ପରିଚାଳକମାନେ, JWGରେ ସଂଯୁକ୍ତ ଓ ଚିହ୍ନଟ ହେବା ଆବଶ୍ୟକ | EA ପାଇଁ ପ୍ରାରମ୍ଭିକ କାର୍ଯ୍ୟଶାଳା ରେଜିଷ୍ଟ୍ରାର୍ ଦ୍ଵାରା ଅନୁଷ୍ଠିତ ହେବା ଆବଶ୍ୟକ ଏବଂ ପଞ୍ଜୀକରଣ ପ୍ରଣାଳିର ସମ୍ପୂର୍ଣ୍ଣ ତଥ୍ୟ ଏବଂ ପ୍ରୟୋଗର ସଂକ୍ଷିପ୍ତ ବିବରଣୀ UIDAI ଉପଲବ୍ଧ କରାଇବ |
- ପଞ୍ଜୀକରଣ ଏଜେନ୍ସୀ ସମ୍ବନ୍ଧିତ ଆବଶ୍ୟକତାଗୁଡିକୁ ଚିହ୍ନଟ କରିବା ଯେପରି EAଙ୍କର ତାଲିମ୍, ଉପକରଣ/ରିସୋର୍ସ କ୍ଷମତାର ଆକଳନ |
- UIDAI ଦ୍ଵାରା ପରିଭାଷିତ ଏକକକୁ ଭିତ୍ତି କରି, ସମ୍ମାନିତ ପଞ୍ଜୀକରଣ ଏଜେନ୍ସୀମାନଙ୍କ ମାଧ୍ୟମରେ ସ୍ଵୀକୃତି ପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣଗୁଡିକ ସହ ସଂସ୍ଥାନକୁ ସଂଗ୍ରହ କରିବା |
- ଏହା ପରାମର୍ଶ ଦିଆଯାଉଛି ଯେ ରେଜିଷ୍ଟ୍ରାରମାନେ ପଞ୍ଜୀକରଣ ଏଜେନ୍ସୀମାନଙ୍କୁ କେବଳ ତାଲିମପ୍ରାପ୍ତ ଅପରେଟର/ପର୍ଯ୍ୟବେକ୍ଷକମାନଙ୍କୁ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବେ |
- ପଞ୍ଜୀକରଣ କେନ୍ଦ୍ର ଓ ବିଶେଷ ସେବା କେନ୍ଦ୍ରଗୁଡିକ:
ପଞ୍ଜୀକରଣ କେନ୍ଦ୍ରଗୁଡିକ ଓ ସେମାନଙ୍କର ଅବସ୍ଥିତି
- ରେଜିଷ୍ଟ୍ରାର୍ ଉପଯୁକ୍ତ ସ୍ଥାନକୁ ଚିହ୍ନଟ ଓ ସୁପରିଚାଳନା କରିବେ ଯେଉଁଠି, ନିୟମ ଓ କାନୁନ୍, ପ୍ରାକୃତିକ ବୈଶିଷ୍ଟ୍ୟତା, ସ୍ଥାନୀୟ ପାଣିପାଗ ଅବସ୍ଥା, ସୁରକ୍ଷା, ବିଜୁଳିର ଉପଲବ୍ଧତା, କ୍ଷେତ୍ରକୁ ଯିବା ଆସିବା ପାଇଁ ଥିବା ସୁବିଧା ଏବଂ ଉଜ୍ଜ୍ଵଳତାକୁ ନଜରରେ ରଖି ପଞ୍ଜୀକରଣ କେନ୍ଦ୍ରଗୁଡିକୁ ସ୍ଥାପିତ କରିବେ | କେନ୍ଦ୍ରର ଚୟନ କରିବା ପାଇଁ ନିୟମାବଳୀଗୁଡିକ ପାଇଁ ରେସିଡେଣ୍ଟ ଏନରୋଲମେଣ୍ଟ ପ୍ରୋସେସ୍ ଦସ୍ତାବିଜକୁ ରେଫର୍ କରନ୍ତୁ |
- ଅଣ-ରାଜ୍ୟ ରେଜିଷ୍ଟ୍ରାରଗୁଡିକ, RO ଓ ରାଜ୍ୟ ନୋଡାଲ୍ ବିଭାଗଗୁଡିକ ସହିତ ସହଯୋଗ ପୂର୍ବକ କାମ କରିବା ଆବଶ୍ୟକ | NSRଗୁଡିକ ମଧ୍ୟ ନିକଟରୁ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ପରିସର ମଧ୍ୟରେ ପଞ୍ଜୀକରଣ କେନ୍ଦ୍ରଗୁଡିକୁ ସ୍ଥାପନ କରିବା ଆବଶ୍ୟକ | ବ୍ୟାଙ୍କ NSRଗୁଡିକୁ ମଧ୍ୟ ବିଶେଷ କ୍ୟାମ୍ପ ମାଧ୍ୟମରେ ପଞ୍ଜୀକରଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଇପାରେ ଯଦି ସେମାନେ ଏହି ପଞ୍ଜୀକରଣ ଯୋଜନାଗୁଡିକୁ ରାଜ୍ୟ UIDIC ଓ/କିମ୍ବା ରାଜ୍ୟ ନୋଡାଲ୍ ଅଧିକାରୀଙ୍କ ଠାରୁ ସ୍ଵୀକୃତି ପ୍ରାପ୍ତ କରିଥିବେ |
- ରେଜିଷ୍ଟ୍ରାରଗୁଡିକ ସ୍ଥାୟୀ ପଞ୍ଜୀକରଣ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା କରିବା ଆବଶ୍ୟକ | ରେଜିଷ୍ଟ୍ରାରଗୁଡିକ ସେମାନଙ୍କ ସ୍ଥାନରେ, ‘enrolment sweeps’ ସମ୍ପୂର୍ଣ୍ଣ ହେଲାପରେ ପଞ୍ଜୀକରଣ ଓ ଅଦ୍ୟତନର ପ୍ରକ୍ରିୟାକୁ ଜାରି ରଖିବା ପାଇଁ, ଅନ୍ୟୁନ ଗୋଟିଏ ପଞ୍ଜୀକରଣ ସାରଣୀର ନକ୍ସାକୁ ପରିଚାଳନା କରିବା ଆବଶ୍ୟକ ଅଟେ |
- ପ୍ରତ୍ୟେକ କେନ୍ଦ୍ର ପାଇଁ ବିଶେଷ ସେବା କେନ୍ଦ୍ରଗୁଡିକର ସଂଖ୍ୟାକୁ ସ୍ଥିର କରନ୍ତୁ
- ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ର କିମ
ପଞ୍ଜୀକରଣ ଏଜେନ୍ସୀ (EA) କିଏ?keyboard_arrow_down
ପଞ୍ଜୀକରଣ ଏଜେନ୍ସୀଗୁଡିକ ହେଲେ ସଂସ୍ଥା, ଯେଉଁମାନଙ୍କୁ ରେଜିଷ୍ଟ୍ରାରମାନେ, UID ପଞ୍ଜୀକରଣ ସକାଷେ ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ ପାଇଁ ଭଡାରେ ନେଇଥା’ନ୍ତି | ରେଜିଷ୍ଟ୍ରାରମାନଙ୍କ ଦ୍ଵାରା ନିଯୁକ୍ତିକୁ ଜାରି ରଖିବା ପାଇଁ ପଞ୍ଜୀକରଣ ଏଜେନ୍ସୀଗୁଡିକ UIDAI ଦ୍ଵାରା ସୁଚୀଭୁକ୍ତ ହେବା ପାଇଁ ଜାରିରଖନ୍ତି | ଯଦି ରେଜିଷ୍ଟ୍ରାରଙ୍କ ଦ୍ଵାରା ଅଣସୁଚୀଭୁକ୍ତ ଏଜେନ୍ସୀଗୁଡିକ ନିଯୁକ୍ତ ହୁଅନ୍ତି ତେବେ ସେମାନେ ତାଲିକାଭୁକ୍ତ ଏଜେନ୍ସୀଗୁଡିକ ଭଳି ସମାନ ନିୟମାବଳୀଗୁଡିକର ପାଳନ କରିବେ |
EA ଗୁଡିକୁ ଉପ-ଠିକାଦାରୀ ଭାବେ ପଞ୍ଜୀକରଣ କାର୍ଯ୍ୟକୁ କରିବା ପାଇଁ ଅନୁମତି ଅଛି କି?keyboard_arrow_down
ଘରୋଇ/ ବାଣିଜ୍ୟ ସଂସ୍ଥା/PSUs / ସରକାରୀ କମ୍ପାନୀଗୁଡିକ / ସ୍ଵୟଂଶାସିତ ବିଶେଷମାନଙ୍କୁ ପଞ୍ଜୀକରଣ କାର୍ଯ୍ୟ ପାଇଁ ଉପ-ଠିକାଦାରୀକୁ ଅନୁମତି ଦିଆଯାଏ ନାହିଁ | ଯାହାହେଲେ, କ୍ଷେତ୍ର ସ୍ତରୀୟ ଲୋକଶକ୍ତି ଯେପରି ପଞ୍ଜୀକରଣ ଅପରେଟର୍ ଓ ପର୍ଯ୍ୟବେକ୍ଷକଙ୍କୁ ତୃତୀୟ ପକ୍ଷ ମାଧ୍ୟମରେ ଭଡାରେ ନେଇପାରିବେ | ଏହି ଲୋକଶକ୍ତିକୁ ଉପଲବ୍ଧ କରାଉଥିବା କମ୍ପାନୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ, EAମାନେ ପ୍ରଦାନ କରିବେ | ଯାହାହେଲେ, ସରକାରୀ ସଂସ୍ଥାଗୁଡିକ, CSC/ ସ୍ଥାନୀୟ ସରକାରୀ ସଂସ୍ଥାଗୁଡିକୁ ପଞ୍ଜୀକରଣ କାର୍ଯ୍ୟ କରିବା ପାଇଁ ଅନୁମତି ଦେଇପାରିବେ |
ପଞ୍ଜୀକରଣ ଆରମ୍ଭ କରିବା ପାଇଁ EA ପ୍ରସ୍ତୁତି କାର୍ଯ୍ୟଭାବେ କ’ଣସବୁ ନିଶ୍ଚିତରୂପେ କରିବେ?keyboard_arrow_down
ଗୋଟିଏ EA ପାଇଁ ପ୍ରସ୍ତୁତି କାର୍ଯ୍ୟ
EA ନିଶ୍ଚିତରୁପେ ସେମାନଙ୍କ ପ୍ରୋଜେକ୍ଟ ଓ ବୈଷୟିକ ପରିଚାଳକଙ୍କୁ ଚିହ୍ନଟ କରିବା ଆବଶ୍ୟକ ଯିଏ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଅଂଶ ହେବେ ଯାହା ନୋଡାଲ୍/ପଞ୍ଜିକୃତ ବିଭାଗ ଦ୍ଵାରା ପରିଚାଳିତ ହେଉଥିବ | EA ପାଇଁ ପ୍ରାରମ୍ଭ ଓ ସଭ୍ୟମାନଙ୍କର କର୍ମଶାଳା ନିଶ୍ଚିତରୂପେ ରେଜିଷ୍ଟ୍ରାରଙ୍କ ଦ୍ଵାରା ପରିଚଳିତ ହେବା ଆବଶ୍ୟକ ଏବଂ UIDAI ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଓ କାର୍ଯ୍ୟକାରୀତା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିବ | EA ନିଶ୍ଚିତରୂପେ ନିଜକୁ ପଞ୍ଜୀକରଣ ପ୍ରକ୍ରିୟା ଓ ନିୟମଗୁଡିକ ତଥା ସମୟକ୍ରମେ ହେଉଥିବା ସଂଶୋଧନ/ନବୀକରଣଗୁଡିକ ସହ ମଧ୍ୟ ପରିଚିତ ହେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀ(EA)ର କାମ ନିମ୍ନରେ ଥିବା କାର୍ଯ୍ୟକ୍ରମଗୁଡିକୁ ନେଇ ହୋଇଥାଏ:
- ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ଯେଉଁଥିରେ UIDAIର ବୈଶିଷ୍ଟ୍ୟତାନୁସାରେ ଥିବା ବାୟୋମେଟ୍ରିକ୍ ଉପକରଣକୁ ସଂଗ୍ରହ କରିବା
ପଞ୍ଜୀକରଣ ଏଜେନ୍ସୀ, ପଞ୍ଜୀକରଣ ହାର୍ଡୱେର୍, ସଫ୍ଟୱେର୍ ସହିତ ସ୍ଵୀକୃତି ପ୍ରାପ୍ତ ବାୟୋମେଟ୍ରିକ୍ ଉପକରଣଗୁଡିକ(ହାତଆଙ୍ଗୁଠି ଛାପ ଓ ଆଇରିସ୍(ଆଖିଡୋଳା) ଗ୍ରହଣ କରିବା ପାଇଁ), ଯାହା ପଞ୍ଜୀକରଣ ସେବା କେନ୍ଦ୍ରରେ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା ବ୍ୟବହୃତ ହେବ ଏବଂ ସେଗୁଡିକ UIDAIର ବୈଶିଷ୍ଟ୍ୟତାନୁସାରେ ଥିବ, ସେଗୁଡିକୁ ସଂଗ୍ରହ କରନ୍ତୁ | EA ନିଶ୍ଚିତରୂପେ କେବଳ ସେହି ବାୟୋମେଟ୍ରିକ୍ ଉପକରଣଗୁଡିକୁ ସଂଗ୍ରହ କରିବେ ଯାହା UIDAI ଦ୍ଵାରା କିମ୍ବା ଏହାର ଭରସାଯୋଗ୍ୟ ଏଜେନ୍ସୀ ଦ୍ଵାରା ସ୍ଵୀକୃତିପ୍ରାପ୍ତ ହୋଇଥିବ | EAଗୁଡିକ ହାର୍ଡୱେର୍ ଯୋଗାଣକାରୀଙ୍କ ଦ୍ଵାରା ନିରନ୍ତର ସହଯୋଗ ପ୍ରାପ୍ତ କରିବ ବୋଲି ମଧ୍ୟ ସୁନିଶ୍ଚିତ କରିବା ବାଧ୍ୟତାମୁଳକ ଅଟେ |
- ପଞ୍ଜୀକରଣ ପାଇଁ ତାଲିମପ୍ରାପ୍ତ ଲୋକଶକ୍ତିକୁ ଭଡାରେ ନିଅନ୍ତୁ
UIDAI ନିର୍ଦ୍ଦେଶିତ ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ନାମଙ୍କନ କେନ୍ଦ୍ର/ସେବାକେନ୍ଦ୍ରକୁ ପରିଚାଳନା କରିବା ପାଇଁ ଲୋକଶକ୍ତି ଯେପରି ଅପରେଟର ଓ ସୁପରଭାଇଜରମାନଙ୍କୁ ଭଡାରେ ନେବା ଆବଶ୍ୟକ | ପଞ୍ଜୀକରଣ ଏଜେନ୍ସୀଗୁଡିକ, ପଞ୍ଜୀକରଣ ସମୟରେ, ପଞ୍ଜୀକରଣ କେନ୍ଦ୍ରଗୁଡିକରେ ବୈଷୟିକ ସହାୟତା ଦେବା ପାଇଁ ନିଶ୍ଚିତରୂପେ ବୈଷୟିକ କର୍ମକର୍ତ୍ତାଙ୍କୁ ରଖିବା ଆବଶ୍ୟକ | ବୈଷୟିକ କର୍ମକର୍ତ୍ତା ଜଣକ ଶକ୍ତି/ସିଷ୍ଟମ୍/ବାୟୋମେଟ୍ରିକ୍ ଉପକରଣ ସମ୍ବନ୍ଧିତ ପରିଚାଳନାଗତ ସମସ୍ୟା ପାଇଁ ଫୋନ କରିବା ମାତ୍ରେ ଉପସ୍ଥିତ ହେବା ସକାଷେ ସର୍ବଦା ଅନ୍ୟୁନ ଛ’ଟି କେନ୍ଦ୍ରର ମଝାମଝି ସ୍ଥାନରେ ରହିବେ ଯାହାଦ୍ଵାରା ଉପସ୍ଥିତ ହେବା ସମୟକୁ କମ୍ କରାଯାଇପାରିବ | EA ସୁନିଶ୍ଚିତ କରିବେ ଯେ ଅପରେଟର୍ ଓ ସୁପରଭାଇଜରମାନଙ୍କର ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ | ଅପରେଟର୍ ନିଶ୍ଚିତଭାବେ ଅନ୍ୟୁନ 10+2 ଉତ୍ତିର୍ଣ୍ଣ ହୋଇଥିବେ ଏବଂ ସହଜ ଭାବେ କମ୍ପ୍ୟୁଟର୍ ବ୍ୟବହାର କରିପାରୁଥିବେ | ସୁପରଭାଇଜର୍ ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ କମ୍ପ୍ୟୁଟରକୁ ଭଲଭାବେ ବୁଝିପାରୁଥିବେ ଏବଂ କମ୍ପ୍ୟୁଟର ବ୍ୟବହାରରେ ଅଭିଜ୍ଞତା ଥିବ |
PF, ESI, ଔଦ୍ୟଗିକ ବିବାଦ ଅଧିନିୟମ, ଠିକା ଶ୍ରମିକ ଅଧିନିୟମ ଏବଂ ନ୍ୟୁନତମ ମଜୁରି ଅଧିନିୟମ ଭଳି ବିଭିନ୍ନ ଶ୍ରମ ବିନିୟମଗୁଡିକରେ ଥିବା ଶ୍ରମ ଆଇନ୍ ଓ ସମସ୍ତ ବୈଧାନିକ ପ୍ରାବଧାନଗୁଡିକର ଅନୁପାଳନକୁ EA ସୁନିଶ୍ଚିତ କରିବା ଆବଶ୍ୟକ |
କର୍ମକର୍ତ୍ତାଙ୍କୁ ନିଶ୍ଚିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଓ ଉପକରଣ ଏବଂ ପଞ୍ଜୀକରଣରେ ସାମିଲ୍/ବ୍ୟବହୃତ ଉପକରଣ ପାଇଁ ଅଧିଷ୍ଠାପନ(ଇଣ୍ଡକ୍ସନ୍)ତାଲିମ ପ୍ରଦାନ କରିବା ବାଧ୍ୟତାମୁଳକ ଅଟେ ଏବଂ ବାସିନ୍ଦାଙ୍କ ପଞ୍ଜୀକରଣ, ସ୍ଥାନୀୟ ଭାଷାର ଆକ୍ଷରିକ ଅନୁବାଦ ଦକ୍ଷତା ପ୍ରଦାନ କରିବା ଆବଶ୍ୟକ ଯାହା ସେମାନଙ୍କୁ ସ୍ଥାନୀୟ ପରିସ୍ଥିତିକୁ ବୁଝିବା ଓ ଅନୁକୁଳିତ କରିବାରେ ସକ୍ଷମ କରିଥାଏ | କର୍ମକର୍ତ୍ତାମାନଙ୍କୁ ନିଯୁକ୍ତି ଦେବା ପୂର୍ବରୁ ଅଧିଷ୍ଠାପନ(ଇଣ୍ଡକ୍ସନ୍) ତାଲିମ୍ ବାଧ୍ୟତାମୁଳକ ହେବ | EA, UIDAIର ସମ୍ପୃକ୍ତ RO ଆଞ୍ଚଳିକ ଅଧିକାରୀଙ୍କୁ ତାଲିମର ସୁଚୀକୁ ଏବଂ ଗୋଟିଏ ଫୋଲୋ-ଅପ୍ ରିପୋର୍ଟ ମଧ୍ୟ ପ୍ରଦାନ କରିବେ | UIDAI ନିୟମାବଳୀ ଅନୁସାରେ ପଞ୍ଜୀକରଣ ଏଜେନ୍ସୀ ତାଲିମ୍ ପ୍ରଦାନ ପାଇଁ ଆବଶ୍ୟକ ସଂସ୍ଥାନକୁ ସୁନିଶ୍ଚିତ କରିବେ | ଅପରେଟର ଓ ସୁପରଭାଇଜରମାନେ UIDAI ସ୍ଵୀକୃତି ପ୍ରାପ୍ତ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ ସ୍ଵୀକୃତି ପତ୍ର ପ୍ରାପ୍ତ କରିଥିବା ଆବଶ୍ୟକ | ନିର୍ଦ୍ଦିଷ୍ଟ ଭୁମିକା ପାଇଁ ସଠିକ୍ ସ୍ଵୀକୃତିକୁ ସୁନିଶ୍ଚିତ କରନ୍ତୁ | ଗୋଟିଏ ସ୍ଵୀକୃତି ପ୍ରାପ୍ତ ଅପରେଟର୍ ସୁପରଭାଇଜର୍ ଭାବେ କାମ କରିପାରିବେ ନାହିଁ |
ଅପରେଟର୍ ଓ ସୁପରଭାଇଜରମାନଙ୍କୁ ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ପ୍ରଦାନ କରିବା ଆବଶ୍ୟକ ଅଟେ |
- ପଞ୍ଜିକୃତ ଅପରେଟର୍/ସୁପରଭାଇଜରମାନଙ୍କୁ UIDAIରେ ପଞ୍ଜିକୃତ ଓ କାର୍ଯ୍ୟକ୍ଷମ କରିବା:<
- UIDAIରେ ଗୋଟିଏ ପଞ୍ଜୀକରଣ ଏଜେନ୍ସୀ ଭାବେ ପ୍ରତିଷ୍ଠିତ ହେବା:
- EA ନିଶ୍ଚିତରୂପେ ସେମାନଙ୍କର EA କୋଡକୁ UIDAI ଠାରୁ ପ୍ରାପ୍ତ କରିବେ
- EA (ସଂଯୁକ୍ତ EA) ସେମାନଙ୍କ ମଧ୍ୟରେ ଲିଙ୍କକୁ ସ୍ଥାପନ କରିବା ପାଇଁ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିବେ
- ପୋର୍ଟାଲ୍ ପାଇଁ ଆଡମିନ୍ ପାସୱର୍ଡକୁ ପ୍ରାପ୍ତ କରିବା ସହ UIDAIରୁ କ୍ଲାଏଣ୍ଟ ପଞ୍ଜୀକରଣ ପାଇଁ ସ୍ଵୀକୃତି କୋଡ୍ ପ୍ରାପ୍ତ କରି
- SFTP ଖାତା ସେଟପ୍ ଓ ପାସୱର୍ଡ୍ ପ୍ରାପ୍ତ କର
ଆଧାର ସଫ୍ଟୱେରର ଯୋଜନାବଦ୍ଧ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ପିନ୍ କୋଡ୍ ତଥ୍ୟ ପାଇଁ ପିନ୍ ମାଷ୍ଟର୍ ଯାଞ୍ଚ ହୋଇଛି ବୋଲି ସୁନିଶ୍ଚିତ କରିବା ସହ ଠିକ୍ ଓ ସମ୍ପୂର୍ଣ୍ଣ ଅଛି | ଛାଡିଯାଇଥିବା/ଭୁଲ୍ ପିନକୋଡଗୁଡିକୁ ପର୍ଯ୍ୟାଲୋଚନା ଓ ସୂଚିତ କରିବା ସହ ପିନ୍ ନମ୍ବରଗୁଡିକୁ ସଂଶୋଧନ କରିବା ପାଇଁ ପିନକୋଡ୍ ସଂଶୋଧନ କାର୍ଯ୍ୟଧାରାକୁ ବ୍ୟବହାର କରିବେ |
- ସଫ୍ଟୱେର୍ ଇନଷ୍ଟଲେଶନ୍, କନଫିଗୁରେଶନ୍ ଓ ରେଜିଷ୍ଟ୍ରେଶନ୍:
- ଆଧାର ପଞ୍ଜୀକରଣ ସଫ୍ଟୱେରର ନବୀକରଣ ଭର୍ସନକୁ କ୍ଲାଏଣ୍ଟ CIDR ସହିତ ଇନଷ୍ଟଲ୍, କନଫିଗର୍ ଓ ରେଜିଷ୍ଟର୍ କରିବେ | ପଞ୍ଜୀକରଣ ଏଜେନ୍ସୀ ଏହାର କ୍ଲାଏଣ୍ଟମାନଙ୍କୁ ପଞ୍ଜିକୃତ କରିବା ପାଇଁ UIDAIର ବୈଷୟିକ ଦଳଙ୍କ ଠରୁ ସ୍ଵୀକୃତିପ୍ରାପ୍ତ ୟୁଜର୍ ଓ ସ୍ଵୀକୃତିପ୍ରାପ୍ତ ୟୁଜର୍ କୋଡ୍ ଆବଶ୍ୟକ କରିବେ |
- ସିଷ୍ଟମକୁ କନଫିଗର୍ କରୁଥିବା ବ୍ୟକ୍ତି ପ୍ରକୃତରେ ରେଜିଷ୍ଟ୍ରାରଙ୍କର ଜଣେ ପ୍ରତିନିଧି ଅଟନ୍ତି | ସାଧାରଣତଃ ରେଜିଷ୍ଟ୍ରାର୍ ଇନଷ୍ଟଲେଶନ୍ ଓ କନଫିଗୁରେଶନ୍ କାର୍ଯ୍ୟ କରିବା ପାଇଁ EAକୁ ପଚାରିପାରନ୍ତି | ଏହି କ୍ଷେତ୍ରରେ, ରେଜିଷ୍ଟ୍ରେଶନ୍ ଓ କନଫିଗୁରେଶନ୍ ରେଜିଷ୍ଟ୍ରାରଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କରାଯାଇପାରେ |
- ସମସ୍ତ ନବୀକରଣ ମାଷ୍ଟର୍ ତଥ୍ୟ ଯେପରି ପିନ୍ କୋଡ୍, ଅପରେଟର୍ କ୍ରେଡେନଶିଆଲସ, ଦସ୍ତାବିଜଗୁଡିକର ତାଲିକା ପ୍ରଭୃତି କ୍ଲାଏଣ୍ଟରେ ଲୋଡ୍ ହେବେ |
- ଆଧାର କ୍ଲାଏଣ୍ଟର କାର୍ଯ୍ୟକାରୀତାକୁ ସ୍ଥାନୀୟ ଭାଷା ସହାୟକ, ପିନ୍ କୋଡ୍ ଓ ଉପଲବ୍ଧ ଥିବା ମାଷ୍ଟର୍ ତଥ୍ୟ ସହ ଏକତ୍ର କରି ଭଲ ଭାବେ ପରୀକ୍ଷା କରିବେ
- UIDAIରେ ସମସ୍ତ ପଞ୍ଜିକୃତ ସେବା କେନ୍ଦ୍ରଗୁଡିକ ସକ୍ରିୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
- ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ଅପରେଟର୍/ସୁପରଭାଇଜର୍/ପରିଚୟକର୍ତ୍ତାମାନେ(OSI) ସଭ୍ୟ ଅଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
EA ରେଜିଷ୍ଟ୍ରାରଙ୍କ ସହ ସୁନିଶ୍ଚିତ କରିବେ ଯେ ଆଧାର ପଞ୍ଜୀକରଣ ଫର୍ମଗୁଡିକ ମୁଦ୍ରିତ ହୋଇଛି, ବଣ୍ଟନ ପାଇଁ ପ୍ରସ୍ତୁତ/ବାସିନ୍ଦାମାନଙ୍କୁ ବଣ୍ଟନ କରାଯାଇଛି | ଯଦି ଆଗୁଆଭାବେ ପଞ୍ଜୀକରଣ ଫର୍ମଗୁଡିକ ବଣ୍ଟନ ଓ ପୂରଣ କରାଯାଇଥାଏ, ତେବେ ଏହା କେନ୍ଦ୍ରରେ ପଞ୍ଜୀକରଣକୁ ଦୃତ କରିବାରେ ସାହାଯ୍ୟ କରିବ | ପଞ୍ଜୀକରଣ ଫର୍ମଗୁଡିକୁ ନିୟନ୍ତ୍ରିତ ବଣ୍ଟନ ଦ୍ଵାରା ଜନଗହଳିକୁ ପରିଚାଳନା କରିବା ପାଇଁ ବ୍ୟବହାର କରାଯାଇପାରିବ |
- ପଞ୍ଜୀକରଣ କେନ୍ଦ୍ର(EC) ଓ ପଞ୍ଜୀକରଣ ସେବା କେନ୍ଦ୍ର ସ୍ଥାପନ କରିବା :
- ପଞ୍ଜୀକରଣ ସୁଚୀଗୁଡିକୁ ବିକଶିତ କରିବାରେ EA ରେଜିଷ୍ଟ୍ରାରଙ୍କୁ ସହଯୋଗ କରିବେ | ନିର୍ଦ୍ଧାରିତ ସ୍ଥାନଗୁଡିକରେ ଉପଯୁକ୍ତ ପଞ୍ଜୀକରଣ କେନ୍ଦ୍ରଗୁଡିକୁ ଚିହ୍ନଟ କରିବା ସକାଷେ EA ରେଜିଷ୍ଟ୍ରାରଙ୍କ ସହ କାର୍ଯ୍ୟ କରିବେ | ଥରେ ECଗୁଡିକ ଚିହ୍ନଟ ହୋଇଗଲେ, ନବୀକରଣ ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ଅନୁସାରେ EA, ECର ପ୍ରସ୍ତୁତିକୁ ସୁନିଶ୍ଚିତ କରିବେ | UIDAI ଦ୍ଵାରା ପଞ୍ଜୀକରଣ କେନ୍ଦ୍ରର ସେଟପ୍ ଚେକଲିଷ୍ଟ ପଞ୍ଜୀକରଣ କେନ୍ଦ୍ର ଓ ସେବା କେନ୍ଦ୍ର ସ୍ତରରେ ବିଭିନ୍ନ ଆବଶ୍ୟକତାକୁ ତାଲିକାଭୁକ୍ତ କରିଥାଏ ଏବଂ ଯୋଜନାରେ EAକୁ ପ୍ରୋତ୍ସାହିତ କରିଥାଏ |
- ପର୍ଯ୍ୟାପ୍ତ ଆସବାବ ଯେପରି ମୁଦ୍ରଣ ପାଇଁ କାଗଜ ଓ କେନ୍ଦ୍ରରେ ଉପଲବ୍ଧ ଥିବା ଅନ୍ୟାନ୍ୟ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା | ପର୍ଯ୍ୟାପ୍ତ ଶକ୍ତି ଓ ଅନ୍ୟାନ୍ୟ ସହଯୋଗୀ ବ୍ୟବସ୍ଥାକୁ ପଞ୍ଜୀକରଣ କେନ୍ଦ୍ରରେ ସୁନିଶ୍ଚିତ କରିବା | ପଞ୍ଜୀକରଣ ପାଇଁ ହାର୍ଡୱେର୍ ଓ ସଫ୍ଟୱେରକୁ ବିନିଯୋଗ କରିବା | ପ୍ରତ୍ୟେକ ସେବା କେନ୍ଦ୍ରରେ ସମସ୍ତ ଉପକରଣ ଓ ଆପ୍ଲିକେଶନର କାର୍ଯ୍ୟକାରୀତାକୁ ପରୀକ୍ଷା କରିବା |
- EA ରେଜିଷ୍ଟ୍ରାରଙ୍କ ସହିତ ବୈଧ ଚୁକ୍ତି ନକରି କ୍ଷେତ୍ରଗୁଡିକରେ ପଞ୍ଜୀକରଣ କାର୍ଯ୍ୟକୁ କଦାପି କରିବେ ନାହିଁ | ପଞ୍ଜୀକରଣ ଏଜେନ୍ସୀଗୁଡିକ ମଧ୍ୟ UIDAI ପୋର୍ଟାଲରେ ଥିବା ପଞ୍ଜୀକରଣ କେନ୍ଦ୍ରର ସମସ୍ତ ବିବରଣୀକୁ ପୂରଣ କରିବା ଆବଶ୍ୟକ ଅଟେ |
- EA ନିଶ୍ଚିତରୂପେ ସୁରକ୍ଷା କାର୍ଯ୍ୟଧାରାଗୁଡିକୁ, ଆଇନ୍ ଓ କଟକଣାଗୁଡିକୁ ମାନିବେ ଏବଂ ସମସ୍ତ ନିୟମ ବ୍ୟବସ୍ଥାକୁ ମାନିବା ସହିତ ସୁରକ୍ଷା ଓ ଶ୍ରମ ଆଇନ୍, ନିୟମ, ସେଠାରେ ସମୟ ସମୟରେ ଜାରି ହେଉଥିବା ଆଇନ୍ ଓ ବିଜ୍ଞପ୍ତିକୁ ମାନିବେ | କର୍ମକର୍ତ୍ତାଙ୍କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ EA ସମସ୍ତ ଜରୁରୀ କିମ୍ବା ଉପଯୁକ୍ତ ପଦକ୍ଷେପଗୁଡିକୁ ଗ୍ରହଣ କରିବେ ଏବଂ ସମସ୍ତ ଉପଯୋଗୀ ସୁରକ୍ଷା ନିୟମ ଓ ନିର୍ଦ୍ଦେଷାବଳୀଗୁଡିକୁ ପାଳନ କରିବେ |
- ଯୋଗାଯୋଗ କେନ୍ଦ୍ରର ତଥ୍ୟକୁ ପୂରଣ କରିବା:
UIDAI ଯୋଗାଯୋଗ କେନ୍ଦ୍ର ଦ୍ଵାରା ଆବଶ୍ୟକ ହେଉଥିବା ତଥ୍ୟ ସହ ଫର୍ମଗୁଡିକୁ EA ନିଶ୍ଚିତରୂପେ ପୂରଣ କରିବେ ଓ ଦାଖଲ କରିବେ | ଏହି ତଥ୍ୟ ଦ୍ଵାରା, EAଙ୍କୁ ECଙ୍କ ସହ ଯୋଗାଯୋଗ, ପଞ୍ଜୀକରଣ କେନ୍ଦ୍ରର ଠିକଣା ଓ କାର୍ଯ୍ୟକାରୀ ସମୟକୁ ପ୍ରଭୃତିକୁ ଜାଣିବାରେ ସହାୟକ ହେବ |
- ସାହାଯ୍ୟରେ ସଚେତନତାର ସୃଷ୍ଟି:
ପଞ୍ଜୀକରଣ ଏଜେନ୍ସୀ ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବା ଆବଶ୍ୟକ ଏବଂ ନିମ୍ନସ୍ତରରୁ ବାସିନ୍ଦାଙ୍କୁ ସଚେତନ କରାଇବେ | ପଞ୍ଜୀକରଣ କାର୍ଯ୍ୟର ଆରମ୍ଭକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଏଜେନ୍ସୀ ସ୍ଥାନୀୟ ପରିଚାଳନା ସମିତି ସହ ନିକଟତର ହୋଇ କାର୍ଯ୍ୟ କରିବେ, ମୂଳ ପରିଚାୟକର୍ତ୍ତାମାନେ ଆଧାରକୁ ଲୋକଲୋଚନକୁ ଆଣିବା ସହ, ଏହାର ପ୍ରାଧାନ୍ୟତା, ଓ ସେହି ସ୍ଥାନରେ ଆଧାର ପଞ୍ଜୀକରଣର ସୁଚୀକୁ ଅବଗତ କରାଇବେ | EA ପ୍ରାଞ୍ଜଳ ଭାବେ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ସମ୍ମତି ସମ୍ବନ୍ଧିତ ଜରୁରୀ ତଥ୍ୟ ଏବଂ ଅପରେଟରଙ୍କ ଦାୟିତ୍ଵଗୁଡିକୁ ପ୍ରଦର୍ଶନ କରିବା ଆବଶ୍ୟକ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ ପ୍ରକାଶ କରିବାରେ ପଞ୍ଜୀକରଣ ଏଜେନ୍ସୀର ଭୁମିକା ସୀମିତ ଅଟେ | UIDAI/ରେଜିଷ୍ଟ୍ରାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବିଷୟକୁ EA ସଂଯୁକ୍ତ / ରୂପାନ୍ତର / ଡିଲିଟ୍ କରିବେ ନାହିଁ |
ଅପରେଟର୍ କିଏ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା କ’ଣ?keyboard_arrow_down
ପଞ୍ଜୀକରଣ ସେବା କେନ୍ଦ୍ରଗୁଡିକରେ ନାମଙ୍କନକୁ ନିଷ୍ପାଦନ କରିବା ପାଇଁ ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ଜଣେ ଅପରେଟରଙ୍କୁ ନିଯୁକ୍ତି ଦିଆଯାଇଥାଏ | ଏହି ଭୁମିକାକୁ ପାଇଁ ଯୋଗ୍ୟ ବିବେଚିତ ହବା ନିମନ୍ତେ ବ୍ୟକ୍ତିଜଣଙ୍କ ନିମ୍ନଲିଖିତ ମାନଦଣ୍ଡ ପୂରଣ କରିଥିବା ଆବଶ୍ୟକ:
- ବୟସ 18 କିମ୍ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ |
- ଅନ୍ୟୁନ 10+2 ପାସ୍ କିମ୍ବା ଜଣେ ଗ୍ରାଜୁଏଟଙ୍କୁ ଅଗ୍ରାଧିକାର ଦିଆଯିବ |
- ବ୍ୟକ୍ତି ଜଣକ ଆଧାର ପାଇଁ ପଞ୍ଜୀକରଣ କରିଥିବେ ଏବଂ ତାଙ୍କର ଆଧାର ସଂଖ୍ୟା ସୃଷ୍ଟି ହୋଇଥିବ |
- ବ୍ୟକ୍ତିଙ୍କର କମ୍ପ୍ୟୁଟର୍ ଚାଳନା ଉପରେ ମୌଳିକ ଜ୍ଞାନ ଥିବ ଏବଂ ସ୍ଥାନୀୟ ଭାଷା, କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବେ |
- UIDAI ଦ୍ଵାରା ନିଯୁକ୍ତ ଗୋଟିଏ ପରୀକ୍ଷଣ ଓ ସ୍ଵୀକୃତି ପ୍ରଦାନକାରୀ ଏଜେନ୍ସୀରୁ “ଅପରେଟର୍ ପ୍ରମାଣପତ୍ର (Operator Certificate)” ପ୍ରାପ୍ତ କରିଥିବେ |
ଗୋଟିଏ ଅପରେଟର୍ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ:
- UIDAI ନିୟମାବଳୀ ଅନୁରୂପ ପଞ୍ଜୀକରଣଗୁଡିକୁ ଅଗ୍ରାଧିକାର ଦେବା ସହ, ବ୍ୟକ୍ତି ଜଣକ ଯେକୌଣସି ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ନିଯୁକ୍ତ ଓ ସକ୍ରିୟ ରହିଥିବେ |
- ବ୍ୟକ୍ତି ଜଣକ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ/ପଞ୍ଜୀକରଣ ଏଜେନ୍ସୀ ଦ୍ଵାରା ପରିଚାଳିତ, ଆଧାର ପଞ୍ଜୀକରଣ ସମୟରେ ଆଧାର ପଞ୍ଜୀକରଣ/ନବୀକରଣ ପ୍ରକ୍ରିୟାଗୁଡିକର ଏବଂ ବିଭିନ୍ନ ଉପକରଣଗୁଡିକର ବ୍ୟବହାର ଉପରେ ଅନୁଷ୍ଠିତ ଅଧିବେଶନରେ ତାଲିମ୍ ନେଇଥିବେ |
- ସ୍ଵୀକୃତି ପାଇଁ ପରୀକ୍ଷା ଦେବା ପୂର୍ବରୁ ବ୍ୟକ୍ତି ଜଣକ UIDAI ୱେବସାଇଟରେ ଥିବା ତାଲିମ୍ ପାଇଁ ଥିବା ସମ୍ପୂର୍ଣ୍ଣ ମ୍ୟାଟେରିଆଲକୁ ପଢିଥିବା ଆବଶ୍ୟକ |
- ସ୍ଥାନୀୟ ଭାଷାର କୀବୋର୍ଡ ଓ ଆକ୍ଷରିକ ଅନୁବାଦ ସହିତ ସହଜ ଥିବା ଆବଶ୍ୟକ |
- ଅପରେଟର୍ ନିଶ୍ଚିତରୂପେ ତା’ଙ୍କର ଆବଶ୍ୟକ ଦସ୍ତାବିଜଗୁଡିକ ସହ “On boarding Form”କୁ ପଞ୍ଜୀକରଣ ଏଜେନ୍ସୀଙ୍କ ନିକଟରେ ଦାଖଲ କରିବେ ଯାହାକୁ ସମ୍ପର୍କୀତ “UIDAI ଆଞ୍ଚଳିକ କାର୍ଯ୍ୟାଳୟ”ରେ ଯାଞ୍ଚ ପାଇଁ ଦାଖଲ କରାଯିବ |
- ଯାଞ୍ଚ ପରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ ସଭ୍ୟମାନଙ୍କ ସହିତ ଗ୍ରହଣ/ଅଗ୍ରାହ୍ୟ ଅନୁରୂପ ପଞ୍ଜୀକରଣ ଏଜେନ୍ସୀକୁ ଅବଗତ କରିବେ |
- ତା’ପରେ ପଞ୍ଜୀକରଣ ଏଜେନ୍ସୀ ଆଧାର କ୍ଲାଏଣ୍ଟ ସଫ୍ଟୱେରରେ ତା’ଙ୍କର ବାୟୋମେଟ୍ରିକଗୁଡିକୁ ନେଇ ଅପରେଟର୍ ଭାବେ ସଂଯୁକ୍ତ କରିବେ ଏବଂ ପଞ୍ଜୀକରଣ ମେସିନକୁ ପରିଚାଳନା କରିବା ପାଇଁ ଗୋଟିଏ ୟୁଜର୍ ନେମ୍ ଓ ପାସୱର୍ଡ୍ ପ୍ରଦାନ କରିବେ |
- ପଞ୍ଜିକୃତ ୟୁଜର୍ ଅର୍ଥ, UIDAIରେ ୟୁଜରଙ୍କର ବାୟୋମେଟ୍ରିକ୍ ସଫଳତାର ସହ ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି ଏବଂ ପଞ୍ଜୀକରଣ ସେବା କେନ୍ଦ୍ରର ସ୍ଥାନୀୟ ତଥ୍ୟଭଣ୍ଡାର(ଡେଟାବେସ)ରେ ଗଚ୍ଛିତ ହୋଇଛି |
ବାସିନ୍ଦାଙ୍କ ପଞ୍ଜୀକରଣ ସମୟରେ ଅପରେଟର୍ ନିଶ୍ଚିତରୂପେ ମନେରଖିବା ପନ୍ଦରଟି ଧର୍ମାଦେଶଗୁଡିକ କ’ଣkeyboard_arrow_down
- ପଞ୍ଜୀକରଣ କେନ୍ଦ୍ରରେ ଅପରେଟରଙ୍କ କାମ ହେଲା UIDAI ନିୟମାବଳୀଅନୁସାରେ ପଞ୍ଜିକୃତ ହେବାକୁ ଥିବା ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ ଗ୍ରହଣ କରିବା | ଗୋଟିଏ ଆଧାର ପଞ୍ଜୀକରଣ କେନ୍ଦ୍ରରେ ଅପରେଟର୍ ଭାବେ କାମ କଲାବେଳେ ନିମ୍ନଲିଖିତ “ପନ୍ଦରଟି ଧର୍ମାଦେଶକୁ” ସୁନିଶ୍ଚିତ କରିବେ:
- ପଞ୍ଜୀକରଣଗୁଡିକୁ କରିବା ପାଇଁ ଆଧାର କ୍ଲାଏଣ୍ଟରେ ନିଜର ଅପରେଟର୍ IDରେ ଲଗିନ୍ କରନ୍ତୁ ଏବଂ ଯାଗା ଛାଡି ଯିବା ପୂର୍ବରୁ ଲଗ-ଅଫ୍ କରିବାକୁ ଭୁଲନ୍ତୁ ନାହିଁ ଯାହାଦ୍ଵାରା ପଞ୍ଜୀକରଣ ପାଇଁ ଅନ୍ୟ କେହି ଆପଣଙ୍କ ଲଗିନକୁ ବ୍ୟବହାର କରିପାରିବେ ନାହିଁ |
- ପ୍ରତ୍ୟେକ ଦିନ ପଞ୍ଜୀକରଣ ଆରମ୍ଭ କରିବା ପୂର୍ବରୁ GPS କୋଅର୍ଡିନେଟଗୁଡିକୁ ଗ୍ରହଣ କରନ୍ତୁ |
- ପ୍ରତ୍ୟେକ ଲଗିନରେ ଆପଣଙ୍କ କମ୍ପ୍ୟୁଟରରେ ସାମ୍ପ୍ରତିକ ସମୟ ଓ ତାରିଖ ଥିବା ସୁନିଶ୍ଚିତ କରନ୍ତୁ |
- ସେବା କେନ୍ଦ୍ରର ନକ୍ସା UIDAI ନିୟମାବଳୀ ଅନୁସାରେ ଥିବା ସୁନିଶ୍ଚିତ କରନ୍ତୁ |
- ବାସିନ୍ଦାଙ୍କୁ ପୂର୍ବରୁ ପଞ୍ଜୀକରଣ/ନବୀକରଣ ବିଷୟରେ ସଂକ୍ଷେପରେ କୁହନ୍ତୁ ଏବଂ କାର୍ଯ୍ୟ ମଧ୍ୟରେ ବାସିନ୍ଦାଙ୍କୁ ସହଜ କରିବା ସହ ତଥ୍ୟକୁ ଗ୍ରହଣ କରନ୍ତୁ |
- ପ୍ରଦତ୍ତ “Find Aadhaar Facility”କୁ ବ୍ୟବହାର କରି ବାସିନ୍ଦାଙ୍କ ସଦ୍ୟ ପଞ୍ଜୀକରଣ କରିବା ପୂର୍ବରୁ ସେ କେବେ ମଧ୍ୟ ଆଧାର ପାଇଁ ପଞ୍ଜୀକରଣ କରି ନଥିବା ସୁନିଶ୍ଚିତ କରନ୍ତୁ |
- ସମସ୍ତ ଅସଲ ଦସ୍ତାବିଜଗୁଡିକ ଉପଲବ୍ଧ ଥିବା ସୁନିଶ୍ଚିତ କରନ୍ତୁ ଯାହା ବାସିନ୍ଦାଙ୍କ ଅନୁରୋଧ କ୍ରମେ ପଞ୍ଜୀକରଣ/ନବୀକରଣ ହେବ ଏବଂ ଏଗୁଡିକ ପଞ୍ଜୀକରଣ/ନବୀକରଣ ହେବାକୁ ଥିବା ବସିନ୍ଦାଙ୍କର ନିଜସ୍ଵ ଅଟେ |
- ବାସିନ୍ଦାଙ୍କ ସହ ଯୋଗାଯୋଗ କରିବା ପାଇଁ ସେମାନଙ୍କ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡି ଦେବା ପାଇଁ ବସିନ୍ଦାଙ୍କୁ ଉତ୍ସାହିତ କରନ୍ତୁ ଏବଂ ଅନ୍ୟାନ୍ୟ ବ୍ୟବହର ଯେପରି OTP ଆଧାରିତ ପ୍ରମାଣୀକରଣ ଏବଂ ଅନଲାଇନରେ ଆଧାର ନବୀକରଣ କରିବା ସୁବିଧା |
- ବସିନ୍ଦାଙ୍କର ଆଧାର ପଞ୍ଜୀକରଣ/ନବୀକରଣ ଫର୍ମ ଏବଂ ସେଥିରେ ଯାଞ୍ଚକର୍ତ୍ତାଙ୍କର ସ୍ଵାକ୍ଷର/ବୃଦ୍ଧାଙ୍ଗୁଳି ଛାପ ଏବଂ ମୋହର/ସ୍ଵାକ୍ଷର ଥିବା ଚେକ୍ କରନ୍ତୁ | ଫର୍ମରେ ବାସିନ୍ଦାଙ୍କର ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ନିଶ୍ଚିତରୂପେ ରହିବା ଆବଶ୍ୟକ |
- ବାସିନ୍ଦାଙ୍କୁ ସୁନିଶ୍ଚିତ କରାନ୍ତୁ ଯେ ତା’ଙ୍କର ବାୟୋମେଟ୍ରିକ୍ କେବଳ ଆଧାର ପଞ୍ଜୀକରଣ/ନବୀକରଣ ପାଇଁ ବ୍ୟବହାର ହେବ ଅନ୍ୟ କିଛି ଉଦ୍ଦେଶ୍ୟରେ ନୁହେଁ |
- ପରିଚୟକର୍ତ୍ତା/HoF ଆଧାରିତ ପଞ୍ଜୀକରଣ କ୍ଷେତ୍ରରେ, ଫର୍ମରେ ଯଥାକ୍ରମେ ପରିଚୟକର୍ତ୍ତା ଓ HoFମାନଙ୍କ ପାଇଁ ପ୍ରଦାନ କରାଯାଇଥିବା କ୍ଷେତ୍ରକୁ ପୂରଣ କରିବା ସହିତ ପରିଚୟକର୍ତ୍ତା/HoFଙ୍କ ସ୍ଵାକ୍ଷର/ ବୃଦ୍ଧାଙ୍ଗୁଳି ଛାପ ମଧ୍ୟ ରହିବା ଆବଶ୍ୟକ |
- ଆଧାର କ୍ଲାଏଣ୍ଟ ସଫ୍ଟୱେର(ECMP/UCL)ରେ ବାସିନ୍ଦାଙ୍କର ଜନସାଂଖିକ ଓ ବାୟୋମେଟ୍ରିକ୍ ତଥ୍ୟକୁ କ୍ଲାଏଣ୍ଟ ସଫ୍ଟୱେରରେ ପ୍ରଦାନ କରାଯାଇଥିବା ସ୍କ୍ରୀନରେ ଥିବା କ୍ରମାନୁସାରେ ଗ୍ରହଣ କରନ୍ତୁ |
- ପଞ୍ଜୀକରଣ/ନବୀକରଣ କରିବା ସମୟରେ ସୁନିଶ୍ଚିତ କରନ୍ତୁ ଯେ ବାସିନ୍ଦାଙ୍କ ସ୍କ୍ରୀନ୍ ସର୍ବଦା ଖୋଲା ଅଛି ଏବଂ ପ୍ରବେଶ ହୋଇଥିବା ତଥ୍ୟର ସଠିକତାକୁ ଯାଞ୍ଚ କରିବା ପାଇଁ ବାସିନ୍ଦାଙ୍କୁ ପ୍ରଶ୍ନ ପଚାରନ୍ତୁ ଏବଂ ସାଇନ୍ ଅଫ୍ କରିବା ପୂର୍ବରୁ ବସିନ୍ଦାଙ୍କର ଜନସାଂଖିକ ତଥ୍ୟକୁ ସଂକ୍ଷିପ୍ତ ଆଲୋଚନା କରନ୍ତୁ |
- ମୁଦ୍ରଣ ଓ ସ୍ଵାକ୍ଷର କରି ବାସିନ୍ଦାଙ୍କୁ ସ୍ଵୀକୃତିପ୍ରାପ୍ତ ପ୍ରଦାନ କରିବା ସହ ସମ୍ମତିକ୍ରମେ ନାମଙ୍କନର ଶେଷରେ ବାସିନ୍ଦାଙ୍କର ସ୍ଵାକ୍ଷର ନେବେ |
- ପଞ୍ଜୀକରଣ/ନବୀକରଣ ଫର୍ମ, ଅସଲ ସହାୟକ ଦସ୍ତାବିଜଗୁଡିକ ଓ ସ୍ଵାକ୍ଷରିତ ସମ୍ମତି ଚିରିକୁଟି ପଞ୍ଜୀକରଣ/ନବୀକରଣ କ୍ଲାଏଣ୍ଟରେ ଅପଲୋଡ୍ ହେବା ଏବଂ ସମସ୍ତ ଦସ୍ତାବିଜଗୁଡିକ ବାସିନ୍ଦଙ୍କୁ ଫେରସ୍ତ ହୋଇଥିବା ସୁନିଶ୍ଚିତ କରନ୍ତୁ |
ଜନସାଂଖିକ ତଥ୍ୟକୁ ଗ୍ରହଣ କରିବା ପାଇଁ UIDAIର ନିୟମାବଳୀଗୁଡିକ କ’ଣ?keyboard_arrow_down
ଜନସାଂଖିକ ତଥ୍ୟ ଗ୍ରହଣ ନିୟମାବଳୀଗୁଡିକ:
- ଯାଞ୍ଚ ହୋଇଥିବା ପଞ୍ଜୀକରଣ/ନବୀକରଣ ଫର୍ମରୁ ବାସିନ୍ଦାଙ୍କର ଜନସାଂଖିକ ବିବରଣୀକୁ ପ୍ରବେଶ କରନ୍ତୁ |
- ଆଧାର ନବୀକରଣ ହେବାକ୍ଷେତ୍ରରେ, କେବଳ ନବୀକରଣ ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକୁ ଚିହ୍ନଟ ଓ ପୂରଣ କରନ୍ତୁ |
- ବାସିନ୍ଦାମାନଙ୍କୁ ମୋବାଇଲ୍ ନମ୍ବର୍ ଓ ଇମେଲ୍ ଆଇଡିକୁ ସଂଯୁକ୍ତ କରିବା ପାଇଁ ଉତ୍ସାହିତ କରନ୍ତୁ, ଏହି ବିବରଣୀକୁ ବ୍ୟବହାର କରି, UIDAI, ବାସିନ୍ଦାଙ୍କ ସମ୍ପର୍କରେ ରହିବ |
- ଜନସାଂଖିକ ତଥ୍ୟ ଗ୍ରହଣ କରିବା ସମୟରେ ତଥ୍ୟ ଆସ୍ଥେଟିକ୍ସ ଉପରେ ନଜର ରଖନ୍ତୁ | ତଥ୍ୟ ଗ୍ରହଣ କରିବା ସମୟରେ ସ୍ପେସଗୁଡିକର ଅନୁପଯୁକ୍ତ ବ୍ୟବହାର, ପଙ୍କଚୁଏସନ୍ ଚିହ୍ନଗୁଡିକ, କ୍ୟାପିଟାଲ୍ ଓ ସ୍ମଲ୍ ଅକ୍ଷରର ବ୍ୟବହାରକୁ ଏଡାଇବାକୁ ଚେଷ୍ଟା କରନ୍ତୁ |
- ଅଣ-ସାମ୍ବିନ୍ଧାନିକ ଭାଷାର ବ୍ୟବହାର ଓ ଅକ୍ଷରିକ ଅନୁବାଦର ତୃଟିକୁ ପରିହର କରନ୍ତୁ |
- ବାଧ୍ୟତାମୁଳକ ନଥିବା କ୍ଷେତ୍ରକୁ ଖାଲି ଛାଡିଦିଅନ୍ତୁ ଯେଉଁଠି ବାସିନ୍ଦାଙ୍କ ଦ୍ଵାରା କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ | ବାସିନ୍ଦା ତଥ୍ୟ ପ୍ରବେଶ କରିନଥିବା ସ୍ଥାନରେ N/A, NA ପ୍ରଭୃତିକୁ ପ୍ରବେଶ କରନ୍ତୁ ନାହିଁ |
- 5 ବର୍ଷରୁ ଊର୍ଦ୍ଧ୍ଵ ବସିନ୍ଦାଙ୍କ ପାଇଁ ବାପା / ମା’ / ସ୍ଵାମୀ / ସ୍ତ୍ରୀ / ଅଭିଭାବକ ସ୍ଥାନ ବାଧ୍ୟତାମୁଳକ ନୁହେଁ, ସାବାଳକଙ୍କ କ୍ଷେତ୍ରରେ ଯିଏକି ସେହି ପରିସ୍ଥିତିରେ ନଥିବେ କିମ୍ବା ପ୍ରକାଶ କରିବାକୁ ଇଚ୍ଛୁକ ନଥିବେ | ତା’ପରେ “Relationship to Resident”ରେ ଥିବା “Not Given” ଚେକ୍ ବକ୍ସକୁ ଚୟନ କରନ୍ତୁ |
- ଛୋଟ ପିଲା 5 ବର୍ଷରୁ କମ୍ ବୟସ କ୍ଷେତ୍ରରେ, ମାତାପିତା ଜଣଙ୍କର କିମ୍ବା ଅଭିଭାବକଙ୍କର ନାମ ଆଧାର ସଂଖ୍ୟାକୁ ରେକର୍ଡ କରିବା ବାଧ୍ୟତାମୁଳକ ଅଟେ |
- ‘parent’s name’ ବିପକ୍ଷରେ କେବଳ ବାପାଙ୍କ ନାମ ରେକର୍ଡ କରିବା ବାଧ୍ୟତାମୁଳକ ନୁହେଁ | ମାତାପିତାଙ୍କ ସହମତି କ୍ରମେ ‘parent’, guardian’ ନେମରେ ମାତାଙ୍କ ନାମ ମଧ୍ୟ ଏକକ ଭାବେ ରେକର୍ଡ କରାଯାଇପାରିବ |
- ପିଲାମାନଙ୍କୁ ଦୃଷ୍ଟିରେ ରଖି ମାତାପିତା ପଞ୍ଜୀକରଣ କରିବା ବାଧ୍ୟତାମୁଳକ ଅଟେ | ଯଦି ପିଲାର ବାପା / ମା’ / ଅଭିଭାବକ ପଞ୍ଜୀକରଣ କରିନାହାଁନ୍ତି କିମ୍ବା ଆଧାର ସଂଖ୍ୟା ନଥାଏ ତେବେ ପିଲାର ପଞ୍ଜୀକରଣ ହୋଇପାରିବ ନାହିଁ |
- ପରିବାରର ମୁଖ୍ୟ(HoF)ଆଧାରିତ ଯାଞ୍ଚ ପାଇଁ ନାମ, HoFଙ୍କର ଆଧାର ସଂଖ୍ୟା ଏବଂ ପରିବାରର ସଦସ୍ୟଙ୍କ ସହ ମୁଖ୍ୟଙ୍କର ସମ୍ପର୍କର ବିବରଣୀକୁ ପ୍ରବେଶ କରିବା ବାଧ୍ୟତାମୁଳକ ଅଟେ |
ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରିବା ପାଇଁ UIDAIର ନିୟମାବଳୀଗୁଡିକ କ’ଣ?keyboard_arrow_down
ବାୟୋମେଟ୍ରିକ୍ ତଥ୍ୟ ଗ୍ରହଣ କରିବା ନିୟମାବଳୀଗୁଡିକ:
- ସୁସ୍ଥତା ପାଇଁ(ଛାଡିଯାଇଥିବା/ଅଙ୍ଗଛେଦ ହୋଇଥିବ) ବାସିନ୍ଦାଙ୍କର ଆଖି ଓ ହାତଆଙ୍ଗୁଠିଗୁଡିକୁ ଯାଞ୍ଚ କରନ୍ତୁ | ଯଦି ବାସିନ୍ଦାଙ୍କର କିଛି ବିକଳାଙ୍ଗତା ଥାଏ ଯେଉଁ କାରଣରୁ ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳା)କୁ ନେବା ସମ୍ଭବ ହୁଏ ନାହିଁ, ଏଗୁଡିକ ମଧ୍ୟ ବାୟୋମେଟ୍ରିକ୍ ବିଶିଷ୍ଟତାରେ ଗ୍ରହଣ କରାଯିବ |
- ସଫ୍ଟୱେରରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଯାଞ୍ଚ ଓ ସୂଚିତ କରନ୍ତୁ, କେବଳ ଯେଉଁଠି ଆବଶ୍ୟକ | ଯେଉଁଠି ବାୟୋମେଟ୍ରିକକୁ ଗ୍ରହଣ କରିହେବ ସେଠାରେ ବାୟୋମେଟ୍ରିକ୍ ବିଶିଷ୍ଟତାକୁ ଚିହ୍ନଟ କରନ୍ତୁ ନାହିଁ | ଏହାକୁ ମିଥ୍ୟା ଭାବେ ଗ୍ରହଣ କରାଯିବ ଏବଂ ଦୃଢ ଜୋରିମାନାକୁ ଆମନ୍ତ୍ରଣ କରିବ |
- ବାୟୋମେଟ୍ରିକ୍ ବିଶିଷ୍ଟତା କ୍ଷେତ୍ରରେ, ସର୍ବଦା ବାସିନ୍ଦାଙ୍କର ବିଶିଷ୍ଟତା ବ୍ୟତିତ ମୁହଁ ଓ ଉଭୟ ହାତର ବିଶିଷ୍ଟ ଫୋଟୋଗ୍ରାଫ ଗ୍ରହଣ କରନ୍ତୁ |
- ବାସିନ୍ଦାଙ୍କ ଅସୁସ୍ଥତା ବା ବୃଦ୍ଧାବସ୍ଥା ହେତୁ ବାୟୋମେଟ୍ରିକ୍ ଉପକରଣ ନିକଟରେ ପହଞ୍ଚିବା କିମ୍ବା ଠିକ୍ ଭଙ୍ଗିରେ ରହିବା ସମ୍ଭବ ହୋଇନପାରେ | ଏପରି କ୍ଷେତ୍ରରେ ଅପରେଟର୍ ବାୟୋମେଟ୍ରିକ୍ ତଥ୍ୟ ନେବା ପାଇଁ କିଛି ବ୍ୟବସ୍ଥା କରିବା ସହ ଉପକରଣକୁ ତା’ଙ୍କ ପାଖକୁ ନେଇପାରିବେ |
- ଯଦି ହାତଆଙ୍ଗୁଠି/ଆଇରିସ୍(ଆଖିଡୋଳ)ରେ ଅସ୍ଥାୟି କ୍ଷତ ଥାଏ ଏବଂ ବାୟୋମେଟ୍ରିକ୍ ଗ୍ରହଣ କରିବା ସମ୍ଭବ ହୁଏ ନାହିଁ ତେବେ ଅପରେଟର୍ ଏହାକୁ ବିଶିଷ୍ଟ ଭାବେ ରେକର୍ଡ କରିବେ | ବସିନ୍ଦା ପରବର୍ତ୍ତୀ ସମୟରେ ନିଜର ବାୟୋମେଟ୍ରିକଗୁଡିକୁ ନବୀକରଣ କରିନେବେ |
- ବାୟୋମେଟ୍ରିକଗୁଡିକ ଗ୍ରହଣ – 5 ବର୍ଷରୁ ଉର୍ଦ୍ଦ୍ଵ ସମସ୍ତ ବାସିନ୍ଦାଙ୍କର ମୁହଁର ଛବି, ଆଇରିସ୍(ଆଖିଡୋଳା) ଓ ହାତଆଙ୍ଗୁଠିଗୁଡିକର ଛାପ |
- 5 ବର୍ଷରୁ କମ୍ ଛୋଟ ପିଲାଙ୍କ କ୍ଷେତ୍ରରେ କେବଳ ମୁହଁର ଛବି ଏବଂ ମାତାପିତା ଯେକୌଣସି ଜଣଙ୍କର ବାୟୋମେଟ୍ରିକକୁ ଗ୍ରହଣ କରାଯାଏ |
ମୁହଁର ଛବି ଗ୍ରହଣ କରିବା ପାଇଁ ନିୟମାବଳୀଗୁଡିକ:
- ବାସିନ୍ଦାଙ୍କ ଅବସ୍ଥିତି: ମୁହଁର ଛବିକୁ ଗ୍ରହଣ କରିବା ପାଇଁ , ଅପରେଟର୍, ବାସିନ୍ଦାଙ୍କୁ ଠିକ୍ ଦୁରତାରେ କିମ୍ବା ଠିକ୍ ପୋଶ୍ଚରରେ ରଖିବା ବ୍ୟତିତ କ୍ୟାମେରାକୁ ଆଡଜଷ୍ଟ କରିବା ପାଇଁ ଉପଦେଶ ଦିଆଯାଉଛି | ମୁଣ୍ଡକୁ ନଘୁରାଇ ବା ନଝୁଙ୍କାଇ ସମ୍ମୁଖସ୍ଥ ପୋଜକୁ ଗ୍ରହଣ କରିବା ଆବଶ୍ୟକ | ବାସିନ୍ଦା ପିଠିକୁ ସିଧା କରି ଏବଂ କ୍ୟାମେରା ଆଡକୁ ମୁହଁ କରି ଠିକ୍ ଭାବେ ବସିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ |
- ଫୋକସ୍: ଗ୍ରହଣ କରିବା ଉପକରଣ ଅଟୋ ଫୋକସ ଓ ଅଟୋ-କ୍ୟାପଚର୍ ଫଙ୍କଶନକୁ ବ୍ୟବହାର କରିବା ଉଚିତ୍ | ଆଉଟପୁଟ୍ ଛବି ମୋଶନ୍ ବ୍ଲର୍ ଦ୍ଵାରା ପ୍ରଭାବିତ ନହେବା, ଅତ୍ୟଧିକ ବା ନ୍ୟୁନ ଏକ୍ସପୋଜର୍, ଅପ୍ରାକୃତିକ ରଙ୍ଗର ଲାଇଟ୍ ଏବଂ ଅଙ୍କାବଙ୍କା ନହେବା ଆବଶ୍ୟକ |
- ଭାବ: ଅଟୋମାଟିକ୍ ମୁହଁକୁ ଚିହ୍ନିବା ପାଇଁ ଭାବ ଦୃଢ ଭାବେ ପ୍ରଦର୍ଶନକୁ ପ୍ରଭାବିତ କରିଥାଏ ଏବଂ ମନୁଷ୍ୟଙ୍କ ଦ୍ଵାରା ପ୍ରକୃତ ଦୃଶ୍ୟ ଦେଖିବାକୁ ମଧ୍ୟ ପ୍ରଭାବିତ କରିଥାଏ | ଏହାକୁ ଦୃଢ ଭାବେ କୁହାଯାଉଛି ଯେ ମୁହଁକୁ ଭାବଶୁନ୍ୟ(ସ୍ମିତହାସ୍ୟ ବିନା), ଦାନ୍ତ ବନ୍ଦ କରି, ଦୁଇ ଆଖିକୁ ମେଲା କରିବା ସହ କ୍ୟାମେରାକୁ ଦେଖୁଥିବା ଭଙ୍ଗିରେ, ଗ୍ରହଣ କରିବେ |
- ଉଜ୍ଜ୍ଵଳତା: ଖରାପ ଉଜ୍ଜ୍ଵଳତାର ମୁହଁକୁ ଚିହ୍ନିବା ଉପରେ ବହୁତ ପ୍ରଭାବ ପକାଇଥାଏ | ସଠିକ୍ ଓ ସମଭାବେ ବଣ୍ଟନ ହୋଇଥିବା ଆଲୋକ କୌଶଳ ବ୍ୟବହାର ହେବା ଉଚିତ୍ ଯାହାଦ୍ଵାରା ମୁହଁ ଉପରେ ଛାଇ ରହିବ ନାହିଁ, ଆଖି କୋରଡରେ ଛାଇ ରହିବ ନାହିଁ ଏବଂ ହଟ୍ ସ୍ପଟ୍ ରହିବ ନାହିଁ | ବାସିନ୍ଦାଙ୍କ ଠିକ୍ ଉପରେ କୌଣସି ଲାଇଟ୍ ରହିବ ନାହିଁ ଯାହା ଛାଇ ସୃଷ୍ଟି କରିବ | ଆଲୋକକୁ ଧିମା କରିବା ସହ ବାସିନ୍ଦାଙ୍କ ସମ୍ମୁଖରେ ରଖିବେ ଯାହାଦ୍ଵାରା ଆଖିତଳେ ଛାଇ ରହିବ ନାହିଁ |
- ଚଷମା: ଯଦି ବାସିନ୍ଦା ଚଷମା ବ୍ୟବହାର କରୁଥାନ୍ତି ତେବେ ଚଷମା ସହିତ ଫୋଟୋଗ୍ରାଫ୍ ନେବା ପାଇଁ ଉପଦେଶ ଦିଆଯାଉଛି | ଯାହାହେଲେ, ଚଷମାଗୁଡିକ ପରିଷ୍କାର ଓ ପାରଦର୍ଶୀ ହେବା ଆବଶ୍ୟକ | ଫୋଟୋଗ୍ରାଫ୍ ନେବା ପୂର୍ବରୁ କଳା ଚଷମା / ଟିଣ୍ଟେଡ୍ ଚଷମାକୁ କାଢିଦେବା ଆବଶ୍ୟକ |
- ଆସବାବ: ଆସବାବର ବ୍ୟବହାର ଯାହା ମୁହଁର କିଛି ଅଂଶକୁ ଢାଙ୍କି ଦେଉଥିବ, ସେଗୁଡିକ ପାଇଁ ଅନୁମତି ଦିଆଯିବ ନାହିଁ | ଉଦାହରଣସ୍ଵରୂପ, ପର୍ଦାରେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ୍ ନେବା ପୂର୍ବରୁ ନିଜର ସମ୍ପୂର୍ଣ୍ଣ ମୁହଁକୁ ପ୍ରଦର୍ଶନ କରିବା ଆବଶ୍ୟକ | ସେହିପରି ଓଢଣା ତଳେ ଥିବା ସ୍ତ୍ରୀ ଲୋକମାନେ ଫୋଟୋଗ୍ରାଫ ନେବା ପୂର୍ବରୁ ସମ୍ପୂର୍ଣ୍ଣ ମୁହଁମଣ୍ଡଳକୁ ପ୍ରଦର୍ଶନ କରିବା ଆବଶ୍ୟକ | ମୁଣ୍ଡକୁ ଢାଙ୍କି ପାରନ୍ତି କିନ୍ତୁ ନିଶ୍ଚିତରୂପେ ଚେହେରା ଦୃଶ୍ୟମାନ ହେବା ଆବଶ୍ୟକ |
- ଆସବାବ ଯେପରି ପଗଡି/ମୁଣ୍ଡ ବନ୍ଧା ପାଇଁ ଅନୁମତି ଅଛି ଯେହେତୁ ଏହା ଧାର୍ମିକ/ପରମ୍ପରାଗତ ଅଟେ |
- ଏଥିସହିତ ଆସବାବ ଯେପରି ଆଖି ପ୍ୟାଚକୁ ଅନୁମତି ଅଛି ଯେହେତୁ ଏହା ସ୍ଵାସ୍ଥ୍ୟ ସମ୍ବନ୍ଧିତ ଅଟେ | ଏହାର ଅର୍ଥ ମଧ୍ୟ ଆଖିଡୋଳା ପାଇଁ ଗୋଟିଏ ବିଶିଷ୍ଟତାକୁ ରେକର୍ଡ କରିବାର ଆବଶ୍ୟକତା ଅଛି କାରଣ କେବଳ ଗୋଟିଏ ଆଖିଡୋଳାକୁ ଗ୍ରହଣ କରାଯିବ |
- ଆବଶ୍ୟକାତା ଅନୁସାରେ ଯଥା ସମ୍ଭବ ମୁହଁର ଭଲ ଛବି ଗ୍ରହଣ କରିବା ପାଇଁ ଅପରେଟରମାନଙ୍କୁ ତାଲିମ୍ ଦେବା ଆବଶ୍ୟକ | ଗୁଣବତ୍ତା ଫ୍ଲାଗ୍ ସବୁଜ ରହିବା ସତ୍ତ୍ଵେ ଅପରେଟର୍ ଜାଣିପାରିବେ ଯେ ଭଲ ଛବି ଗ୍ରହଣ କରାଯାଇପାରିବ, ତା’ପରେ ତାହାକୁ ଚେଷ୍ଟା କରିବେ | ଯାହାହେଲେ, ଏହା ମନରେ ରହିବା ଆବଶ୍ୟକ ଯେ ପୁନଃ ଗ୍ରହଣ ବାସିନ୍ଦାଙ୍କ ପାଇଁ ଯେପରି ଆପମାନଜନକ ନହୁଏ |
- ପିଲାମାନଙ୍କ କ୍ଷେତ୍ରରେ, ମାତାପିତାଙ୍କ କୋଳରେ ବସିବା ଗ୍ରହଣୀୟ ଅଟେ, କିନ୍ତୁ ଏହା ସୁନିଶ୍ଚିତ କରନ୍ତୁ ଯେ ଯେପରି ପିଲା ମୁହଁ ସହିତ ମାତାପିତାଙ୍କର ମୁହଁ ଗ୍ରହଣ ନହୁଏ | ସାନ ପିଲାଙ୍କ କ୍ଷେତ୍ରରେ ଧଳା ସ୍କ୍ରୀନ୍ ନଥିବା ହେତୁ ବ୍ୟାକଗ୍ରାଉଣ୍ଡକୁ ଅଗ୍ରାହ୍ୟ କରାଯାଇପାରେ କିନ୍ତୁ ଗୋଟିଏ ଛବିରେ ଦୁଇଟି ମୁହଁ ରହିପାରିବ ନାହିଁ |
- କାର୍ଯ୍ୟକାରୀ ମତାମତକୁ ଚେକ୍ କରିବା ଆବଶ୍ୟକ ଯଦି ଗ୍ରହଣ ଅସଫଳ ହୁଏ | ସଫ୍ଟୱେରରେ ଥିବା କିଛି କାର୍ଯ୍ୟକାରୀ ମତାମତ:
- ମୁହଁ ପ୍ରାପ୍ତ ହେଉନାହିଁ
- ଏନରୋଲୀ ବହୁତ ଦୁରରେ ଅଛନ୍ତି
- ଏନରୋଲୀ ଅତି ନିକଟରେ ଅଛନ୍ତି (ଇନପୁଟ୍ ଇମେଜରେ ଆଖିର ଦୂରତା ଛବିର ପ୍ରସ୍ଥର ଏକ ତୃତୀୟାଂଶରୁ ଅଧିକ ଅଛି)
- ଅବସ୍ଥାନ(ସିଧା ଦେଖନ୍ତୁ)
- କମ୍ ଆଲୋକ
- ମୁହଁରେ ଆତ୍ମବିଶ୍ଵାସର ନ୍ୟୁନତା(ମୁହଁହୀନତା, ବ୍ୟକ୍ତିଙ୍କର ମୁହଁ ମଣୀଷର ବୋଲି ଚିହ୍ନଟ ହେଉ ନାହିଁ)
- ବିଶୃଙ୍ଖଳିତ ଆଲୋକ(ଆଉଟପୁଟ୍ ଛବିରେ ମୁହଁ ଦିଶୁ ନାହିଁ)
- ଭୁଲ୍ ବ୍ୟାକଗ୍ରାଉଣ୍ଡ(ଆଉଟପୁଟ ଛବିରେ)
- କମ୍ ଆଲୋକ(ଆଉଟପୁଟ୍ ଛବିର ମୁହଁ ଯାଗାରେ ଖରାପ ଧୁସର ଭେଲ୍ୟୁଗୁଡିକ ଅଛି)
How does the Operator Review Data with the Resident?keyboard_arrow_down
ଗ୍ରହଣ କରାଯାଇଥିବା ସମସ୍ତ ବିବରଣୀ ସଠିକ୍ ବୋଲି ସୁନିଶ୍ଚିତ କରିବା ପାଇଁ ଅପରେଟର୍ ନିଶ୍ଚିତ ଭାବେ ପ୍ରବେଶ ହୋଇଥିବା ତଥ୍ୟଗୁଡିକୁ ମନିଟର୍ ଆଡକୁ ମୁହଁ କରି ବାସିନ୍ଦାଙ୍କୁ ପ୍ରଦର୍ଶନ କରିବେ, ଆବଶ୍ୟକ ସ୍ଥଳେ ଏନରୋଲୀଙ୍କ ପାଇଁ ବିଷୟବସ୍ତୁକୁ ପଢି ଶୁଣାଇବେ | ବାସିନ୍ଦାଙ୍କ ସହ ପଞ୍ଜୀକରଣ ତଥ୍ୟକୁ ପର୍ଯ୍ୟବେକ୍ଷଣ କଲା ସମୟରେ, ଅପରେଟର୍ ପଞ୍ଜୀକରଣକୁ ସମାପନ କରିବା ପୂର୍ବରୁ, ଜଟିଳ କ୍ଷେତ୍ରଗୁଡିକୁ ପଢି ଶୁଣାଇବେ |
- ଅପରେଟର୍ ନିଶ୍ଚିତରୂପେ ନିମ୍ନଲିଖିତ କ୍ଷେତ୍ରଗୁଡିକୁ ପୁନଃ ନିଶ୍ଚିତ କରିବେ:
- ବାସିନ୍ଦାଙ୍କ ନାମର ବନାନ୍
- ଲିଙ୍ଗକୁ ସଂଶୋଧନ କରିବା
- ବୟସ/ଜନ୍ମ ତାରିଖକୁ ସଂଶୋଧନ କରିବା
- ଠିକଣା – ପିନ୍ କୋଡ୍; ଘର ନାମ; ଗାଁ/ ସହର /ନଗର; ଜିଲ୍ଲା; ରାଜ୍ୟ
- ସମ୍ପର୍କର ବିବରଣୀ – ମାତାପିତା/ସାଥୀ/ଅଭିଭାବକ ; ସମ୍ପର୍କୀୟଙ୍କ ନାମ
- ବାସିନ୍ଦାଙ୍କର ସଠିକ୍ ଓ ପରିଷ୍କାର୍ ଫୋଟୋଗ୍ରାଫ୍
- ମୋବାଇଲ୍ ନମ୍ବର୍ ଓ ଇମେଲ୍ ID
- କୌଣସି ତୃଟି ଥିବା କ୍ଷେତ୍ରରେ, ଅପରେଟର୍ ନିଶ୍ଚିତରୂପେ ରେକର୍ଡ ହୋଇଥିବା ତଥ୍ୟକୁ ସଂଶୋଧନ କରିବେ ଏବଂ ବାସିନ୍ଦାଙ୍କ ସହ ପୁନର୍ବାର ପର୍ଯ୍ୟବେକ୍ଷଣ କରିବେ | ଯଦି ସଂଶୋଧନ ଆବଶ୍ୟକ ନହୁଏ, ତେବେ ବାସିନ୍ଦା ତଥ୍ୟକୁ ଅନୁମୋଦନ କରିବେ |